Posted inଜାତୀୟ

ଗ୍ରାମ ସ୍ବରାଜର କଳ୍ପନା କରିଥିଲେ ମହାତ୍ମା ଗାନ୍ଧୀ, ଏହାକୁ ରୂପାନ୍ତର କରିଛି ଭାଜପା ସରକାର…

ପାଟନା, ୩୦।୭ : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ବିହାର ଗସ୍ତରେ ଆସି ପାଟନାରେ ପହଞ୍ଚିଛନ୍ତି। ସେ ଏଠାରେ ଗ୍ରାମ ସଂସଦ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ଗ୍ରାମ ସ୍ବରାଜର କଳ୍ପନା କରିଥିଲେ। ଭାଜପା ସରକାର ଏହାକୁ ରୂପାନ୍ତର କରିଛି। ସେ କହିଥିଲେ ଯେ ମୁଁ ଜୟପ୍ରକାଶ ନାରାୟଣଙ୍କଠାରୁ ପ୍ରେରଣା ପାଇଛି। ଆଜିର ଛାତ୍ର ଆସନ୍ତାକାଲି ନୁହେଁ, ଆଜିର ନାଗରିକ। ଆମକୁ ଆମର ଦାୟିତ୍ୱବୋଧ ତୁଲାଇବାକୁ ପଡିବ। ସେଥିପାଇଁ ଆମେ ଏହି ରାଜନୈତିକ ଯାତ୍ରା ଆରମ୍ଭ କରିଛୁ।

ପ୍ରଥମ ଥର ପାଇଁ ଭାଜପା ଦ୍ୱାରା ଅନ୍ତୋଦୟ ଯୋଜନା ଆରମ୍ଭ ହୋଇଛି। ଏଠାକୁ ଆସିଥିବା ଲୋକମାନେ ଚିତ୍ରକୂଟକୁ ଯାଇ ନାନାଜୀ ଦେଶମୁଖ କିପରି ଗ୍ରାମଗୁଡିକର ବିକାଶ କରିଛନ୍ତି ତାହା ଦେଖିବା ଉଚିତ। ସେ କହିଛନ୍ତି ଯେ ଗାଁର ଚିତ୍ର ବଦଳାଇବା ପାଇଁ ଇ-ଗ୍ରାମ ସ୍ବରାଜ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପଞ୍ଚାୟତରେ ଅନୁଦାନ ପାଞ୍ଚ ଗୁଣ ବୃଦ୍ଧି କରିଛନ୍ତି।

ଉତ୍ତର ବିହାରରୁ ଦକ୍ଷିଣ ବିହାର ପର୍ଯ୍ୟନ୍ତ କିଭଳି ଯୋଗାଯୋଗ କରାଯିବ ତାହା ଚିନ୍ତା କରିବାକୁ ପଡୁଥିଲା। ଗଙ୍ଗା ନଦୀ ପାର ହେବା ପାଇଁ ସମସ୍ୟା ଥିଲା। ମୁଁ ଗାନ୍ଧୀ ସେତୁ ନିର୍ମାଣ ହେଉଥିବା ଦେଖିଛି। ଆଜି ଅନେକ ସେତୁ ନିର୍ମାଣ କରାଯାଇଛି। ଦୁଇ-ତିନି ଘଣ୍ଟା ମଧ୍ୟରେ ଯେକୌଣସି ସ୍ଥାନରେ ଲୋକେ ପହଞ୍ଚି ପାରୁଛନ୍ତି। ଏହା ହିଁ ବିହାରର ପରିବର୍ତ୍ତିତ ରୂପ।

ପାଟନାର ହୋଟେଲ ମୌର୍ଯ୍ୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ, କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ, ମଙ୍ଗଲ ପାଣ୍ଡେ, ସମ୍ରାଟ ଚୌଧୁରୀଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ ବ୍ୟାଙ୍କରୁ ୨୨,୮୪୨ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୧୩।୨: ଭାରତୀୟ ଇତିହାସରେ ସବୁଠୁ ବଡ଼ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି। ଦେଶର ୨୮ଟି ବ୍ୟାଙ୍କରୁ ୨୨,୮୪୨ କୋଟି ଟଙ୍କା ଠକିବା ଅଭିଯୋଗରେ କେନ୍ଦ୍ରୀୟ...

ଚଳିତ ଆର୍ଥିକ ବର୍ଷରେ ୬୨ ଲକ୍ଷରୁ ଅଧିକଙ୍କୁ ମିଳିଛି ନିଯୁକ୍ତି: ଇପିଏଫ୍‌ଓ

ନୂଆଦିଲ୍ଲୀ,୨୩।୧: ଚଳିତ ୨୦୧୯-୨୦ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ୬୨ ଲକ୍ଷ ୩୮ ହଜାରଙ୍କୁ ନୂତନ ନିଯୁକ୍ତି ମିଳିଛି। ୨୦୧୮-୧୯ରେ ଏହା ୬୧ ଲକ୍ଷ ୧୨...

କୁଆଡେ ଗଲା ୨୦୦୦ ଟଙ୍କିଆ ନୋଟ: ଅର୍ଥମନ୍ତ୍ରୀ ଦେଲେ ଉତ୍ତର…

ନୂଆଦିଲ୍ଲୀ,୨୧।୩ : ବିମୁଦ୍ରୀକରଣ ପରେ ସରକାର ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଇ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ...

ନୁପୁରଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ

କୋଲକତା,୨୦।୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଥିବା ପୂର୍ବତନ ଭାଜପା ନେତ୍ରୀ ନୁପୁର ଶର୍ମାଙ୍କ ବିରୋଧରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ...

ମନମୋହନଙ୍କୁ ରାଜ୍ୟ ସଭାକୁ ଆଣିବା ପାଇଁ କଂଗ୍ରେସର ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ,୧୬।୬: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ରାଜ୍ୟ ସଭା ସଦସ୍ୟତା କାର୍ଯ୍ୟକାଳ ଜୁନ୍‌ ୧୪ରେ ଶେଷ ହୋଇଛି। ସେ ୧୯୯୧ଠାରୁ ଆସାମରୁ ରାଜ୍ୟ ସଭାକୁ ଗତ...

ତେଜସ୍ବୀ ଯାଦବଙ୍କ ପାଇଁ ମାଛ ନେଇ ପହଞ୍ଚିଥିଲେ ସମର୍ଥକ

ପାଟନା,୧୦।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ମଙ୍ଗଳବାର ସନ୍ଧ୍ୟା ପୂର୍ବରୁ ସ୍ପଷ୍ଟ ହୋଇଯିବ। ଏବେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ଗଣତି ଅନୁଯାୟୀ, ନୀତିଶ...

ନାବାଳକଙ୍କୁ ପିଟ୍‌ ବୁଲ ଆକ୍ରମଣ କରିବାରୁ ମାଲିକ ଗିରଫ

ଗୌତମ ବୁଦ୍ଧ ନଗର,୧୮।୧: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲାର ସାଦୋପୁର ଗ୍ରାମରେ ସୋମବାର ଏକ ପିଟ୍‌ ବୁଲ ଆକ୍ରମଣରେ ଜଣେ ନାବାଳକ ଗୁରୁତର ହୋଇଛି।...

ଥମୁନି ଭାଷା ବିବାଦ

ଲକ୍ଷ୍ନୌ,୬ା୬(ପି.ଟି.): କେନ୍ଦ୍ର ସରକାରଙ୍କ ତ୍ରିଭାଷୀ ସୂତ୍ରକୁ ଜୋରଦାର ବିରୋଧ ପରେ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟରେ ତାମିଲକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ଲାଗି...

Advertisement
Archives

Model This Week