Posted inଫୁରସତ

ହାତରେ ସର୍ବଦା ପିସ୍ତଲ ଧରି ବାହାରକୁ ବାହାରନ୍ତି ଏହି ସରପଞ୍ଚ

ଭୋପାଳ,୬।୭: ଗାଁରେ ବର୍ତ୍ତମାନ ସମୟରେ ରାଜନୈତୀକ ପରିବେଶ ସାଙ୍ଗକୁ କିଭଳି ଭାବେ ଭିନ୍ନ ଧରଣ ପରିବେଶ ସୃଷ୍ଟି ହୁଏ ତାହା ଅଳ୍ପ ବହୁତେ ସମସ୍ତଙ୍କୁ ଜଣାଥିବ। ଏଭଳି ପରିସ୍ଥିତିରେ ଯଦି କେହି ମହିଳା ଶାସନ ଭାର ନେଇଛନ୍ତି ତେବେ ସେ ନିଜେ ନିଜର ସୁରକ୍ଷା ନେବା ଭଲ ବୋଲି କୁହାଯାଉଛି। ଭୋପାଳ ଜିଲା ମୁଖ୍ୟାଳୟରୁ ପ୍ରାୟ ୨୦ କିଲୋମିଟର ଦୂର ବରଖେଡିରେ ଅବଦୁଲ୍ଲା ଗ୍ରାମପଞ୍ଚାୟତ ମହିଳା ସରପଞ୍ଚଙ୍କୁ କିଏ ବା ନ ଚିହ୍ନେ। ଭକ୍ତି ଶର୍ମା ୨୦୧୫-୧୬ରେ ନିଜ ପିତା ଓ ସ୍ଥାନୀୟ ଲୋକଙ୍କ ସହମତିରେ ସରପଞ୍ଚ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବିଜୟୀ ମଧ୍ୟ ହୋଇଥିଲେ। ସେ ଆମେରିକାର ଟେକ୍ସାସରେ କାମ କରୁଥିବା ବେଳେ ବାପାଙ୍କ ଅନୁରୋଧ କ୍ରମରେ ସେଠାରୁ ଚାକିରି ଛାଡି ଚାଲି ଆସିଥିଲେ। ଆଉ ଏବେ ସେ ସରପଞ୍ଚ ଭାବେ ତାଙ୍କ ପଞ୍ଚାୟତର ଛବି ଯେମିତି ବଦଳାଇ ଦେଇଛନ୍ତି। ସବୁବେଳେ ନିଜ ସହ ଏକ ପିସ୍ତଲ ବା ଛୋଟ ବନ୍ଧୁକ ନେଇ ବୁଲୁଥିବା ଜ୍ୟୋତି ସର୍ବଦା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି। ନିଜ ପଞ୍ଚାୟତରେ ବିଭିନ୍ନ ଉନ୍ନତିମୂଳକ କାମ କରିଥିବା ଜ୍ୟୋତି କୃଷକଙ୍କ ପାଇଁ କିଛି କିଛି ନୂଆ ଯୋଜନା ଆଣିଛନ୍ତି। ଯାହାଦ୍ୱାରା କୃଷକମାନେ ଲାଭାନ୍ବିତ ହେଉଛନ୍ତି। ଭକ୍ତି ରାଜନୀତିରେ ଡିଗ୍ରୀ ହାସଲ କରିଥିବା ବେଳେ ଏବେ ଓକିଲାତି କରୁଛନ୍ତି। ସେ ନିଜ ପାଖରେ ପିସ୍ତଲ ରଖିବା ସହ ଟ୍ରାକ୍ଟର ମଧ୍ୟ ଚଲାଇ ଜାଣନ୍ତି। ଆଉ ତାଙ୍କର ଉତ୍ତମ ବ୍ୟବହାର ପାଇଁ ସେ ଯେ କୌଣସି ଅଧିକାରୀଙ୍କ ସହ ବିନା ଦ୍ୱିଧାରେ କଥାବାର୍ତ୍ତା କରି ପାରନ୍ତି ବୋଲି କୁହାଯାଏ। ମହିଳା ହୋଇ ମଧ୍ୟ ପୁରୁଷଙ୍କ ଭଳି ତାଙ୍କ ଆଚାର ବ୍ୟବହାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ସରପଞ୍ଚ ହେବା ପରେ ଭକ୍ତି ପ୍ରଥମେ ଗାଁରେ ଝିଅ ଜନ୍ମ ହେଲେ ୧୦ଟି ଗଛ ଲଗାଇବା ସହ ନିଜ ଦୁଇ ମାସର ଦରମା ଉକ୍ତ ଶିଶୁର ମା’ଙ୍କୁ ପ୍ରଦାନ କରିବାକୁ ଘୋଷଣା କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ପଞ୍ଚାୟତରେ ପ୍ରାୟ ସମସ୍ତଙ୍କର ରାଶନ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଓ ହେଲ୍‌ଥ କାର୍ଡ ଥିବା କୁହନ୍ତି ଭକ୍ତି। ଏବେ ତାଙ୍କ ପଞ୍ଚାୟତ ମଧ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

ଆକାଶରୁ ଅଚାନକ ହେଲା ମାଛ ବର୍ଷା: ଆଉ ତା’ପରେ…

ତେହେରାନ: ଅନେକ ସମୟରେ ବର୍ଷା ହେଉଥିବାବେଳେ ଆକାଶରୁ କୁଆପଥର ଖସିଥାଏ। ଏହାକୁ କୁଆପଥର ବର୍ଷା କୁହାଯାଏ। ତେବେ ସେହିପରି ଭାବେ ଆକାଶରୁ ଅଚାନକ ମାଛ ବର୍ଷା...

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଲ୍ୟାପ୍‌ଟପ୍‌: ମିଳିଲା ଏମିତି କିଛି, ଗ୍ରାହକଙ୍କ ହେଶ୍‌ ଉଡିଲା

ନୂଆଦିଲ୍ଲୀ,୯।୫: ଅନଲାଇନ ଶପିଂ ଆପ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି। ଏହାର କାରଣ...

ପିଜା ଖାଇବାକୁ ବିମାନ ବୁକ୍‌ କରି ବିଦେଶରେ ପହଞ୍ଚିଲେ ଯୁବତୀ

ବାସ୍ତାବରେ ଧନୀମାନଙ୍କର ପରିଭାଷା କ’ଣ? ଏହାର ଅର୍ଥ ହେଲା ଧନୀଙ୍କ ପାଖରେ ଅର୍ଥର ଅଭାବ ନ ଥାଏ। ତେଣୁ ମନ ଯାହା ଚାହେଁ, ତାହା କରିଦିଅନ୍ତି।...

ବିବାହ କରିବେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶତାୟୁ ନାୟକ ଟେରେନ୍ସ

ୱାଶିଂଟନ୍‌: ଆମେରିକା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାହସର ସହ ଲଢ଼ିଥିବା ହେରୋଲ୍ଡ ଟେରେନ୍ସ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆସନ୍ତା ମାସ ଫ୍ରାନ୍ସରେ ନିଜ ପ୍ରେମିକା...

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri