Posted inଫୁରସତ

ହାତରେ ସର୍ବଦା ପିସ୍ତଲ ଧରି ବାହାରକୁ ବାହାରନ୍ତି ଏହି ସରପଞ୍ଚ

ଭୋପାଳ,୬।୭: ଗାଁରେ ବର୍ତ୍ତମାନ ସମୟରେ ରାଜନୈତୀକ ପରିବେଶ ସାଙ୍ଗକୁ କିଭଳି ଭାବେ ଭିନ୍ନ ଧରଣ ପରିବେଶ ସୃଷ୍ଟି ହୁଏ ତାହା ଅଳ୍ପ ବହୁତେ ସମସ୍ତଙ୍କୁ ଜଣାଥିବ। ଏଭଳି ପରିସ୍ଥିତିରେ ଯଦି କେହି ମହିଳା ଶାସନ ଭାର ନେଇଛନ୍ତି ତେବେ ସେ ନିଜେ ନିଜର ସୁରକ୍ଷା ନେବା ଭଲ ବୋଲି କୁହାଯାଉଛି। ଭୋପାଳ ଜିଲା ମୁଖ୍ୟାଳୟରୁ ପ୍ରାୟ ୨୦ କିଲୋମିଟର ଦୂର ବରଖେଡିରେ ଅବଦୁଲ୍ଲା ଗ୍ରାମପଞ୍ଚାୟତ ମହିଳା ସରପଞ୍ଚଙ୍କୁ କିଏ ବା ନ ଚିହ୍ନେ। ଭକ୍ତି ଶର୍ମା ୨୦୧୫-୧୬ରେ ନିଜ ପିତା ଓ ସ୍ଥାନୀୟ ଲୋକଙ୍କ ସହମତିରେ ସରପଞ୍ଚ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବିଜୟୀ ମଧ୍ୟ ହୋଇଥିଲେ। ସେ ଆମେରିକାର ଟେକ୍ସାସରେ କାମ କରୁଥିବା ବେଳେ ବାପାଙ୍କ ଅନୁରୋଧ କ୍ରମରେ ସେଠାରୁ ଚାକିରି ଛାଡି ଚାଲି ଆସିଥିଲେ। ଆଉ ଏବେ ସେ ସରପଞ୍ଚ ଭାବେ ତାଙ୍କ ପଞ୍ଚାୟତର ଛବି ଯେମିତି ବଦଳାଇ ଦେଇଛନ୍ତି। ସବୁବେଳେ ନିଜ ସହ ଏକ ପିସ୍ତଲ ବା ଛୋଟ ବନ୍ଧୁକ ନେଇ ବୁଲୁଥିବା ଜ୍ୟୋତି ସର୍ବଦା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି। ନିଜ ପଞ୍ଚାୟତରେ ବିଭିନ୍ନ ଉନ୍ନତିମୂଳକ କାମ କରିଥିବା ଜ୍ୟୋତି କୃଷକଙ୍କ ପାଇଁ କିଛି କିଛି ନୂଆ ଯୋଜନା ଆଣିଛନ୍ତି। ଯାହାଦ୍ୱାରା କୃଷକମାନେ ଲାଭାନ୍ବିତ ହେଉଛନ୍ତି। ଭକ୍ତି ରାଜନୀତିରେ ଡିଗ୍ରୀ ହାସଲ କରିଥିବା ବେଳେ ଏବେ ଓକିଲାତି କରୁଛନ୍ତି। ସେ ନିଜ ପାଖରେ ପିସ୍ତଲ ରଖିବା ସହ ଟ୍ରାକ୍ଟର ମଧ୍ୟ ଚଲାଇ ଜାଣନ୍ତି। ଆଉ ତାଙ୍କର ଉତ୍ତମ ବ୍ୟବହାର ପାଇଁ ସେ ଯେ କୌଣସି ଅଧିକାରୀଙ୍କ ସହ ବିନା ଦ୍ୱିଧାରେ କଥାବାର୍ତ୍ତା କରି ପାରନ୍ତି ବୋଲି କୁହାଯାଏ। ମହିଳା ହୋଇ ମଧ୍ୟ ପୁରୁଷଙ୍କ ଭଳି ତାଙ୍କ ଆଚାର ବ୍ୟବହାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ସରପଞ୍ଚ ହେବା ପରେ ଭକ୍ତି ପ୍ରଥମେ ଗାଁରେ ଝିଅ ଜନ୍ମ ହେଲେ ୧୦ଟି ଗଛ ଲଗାଇବା ସହ ନିଜ ଦୁଇ ମାସର ଦରମା ଉକ୍ତ ଶିଶୁର ମା’ଙ୍କୁ ପ୍ରଦାନ କରିବାକୁ ଘୋଷଣା କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ପଞ୍ଚାୟତରେ ପ୍ରାୟ ସମସ୍ତଙ୍କର ରାଶନ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଓ ହେଲ୍‌ଥ କାର୍ଡ ଥିବା କୁହନ୍ତି ଭକ୍ତି। ଏବେ ତାଙ୍କ ପଞ୍ଚାୟତ ମଧ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri