୧୦୦ ପରିବାରକୁ ୧ କୋଟି ଟଙ୍କା ଦାନ କରିବେ ବିଜୟ ଦେବରକୋଣ୍ଡା, ଫ୍ଲଫ ଫିଲ୍ମର ନିର୍ମାତା କଲେ ଏମିତି ଦାବି

ଚେନ୍ନାଇ: ବିଜୟ ଦେବରକୋଣ୍ଡା ଏବଂ ସାମନ୍ତ ରୁଥ ପ୍ରଭୁଙ୍କ ଫିଲ୍ମ ‘କୁଶି’ ଚଳିତ ମାସ ଆରମ୍ଭରେ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା। ତେଲୁଗୁ ଭାଷାରେ ନିର୍ମିତ ଏହି ମୁଭି କେବଳ ବକ୍ସ ଅଫିସରେ ସଫଳତା ପାଇନାହିଁ ବରଂ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ମଧ୍ୟ ପାଇଛି।
ତାଙ୍କ ଫିଲ୍ମ ‘କୁଶି’କୁ ଦର୍ଶକଙ୍କ ଭଲପାଇବା ମିଳିବା ପରେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏକ ଇଭେଣ୍ଟରେ ଘୋଷଣା କରିଛନ୍ତି ଯେ ସେ ୧୦୦ ପରିବାର ମଧ୍ୟରେ ୧ କୋଟି ଟଙ୍କା ବଣ୍ଟନ କରିବେ।
କିନ୍ତୁ ସେପଟେ ତିନି ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ତାଙ୍କ ମୁଭି ‘ଓ୍ବାର୍ଲଡ ଫେମଶ ଲଭର’ର ନିର୍ମାତା ତଥା ବିତରକ ସୋସିଆଲ ମିଡିଆରେ ବିଜୟଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି ଏବଂ ତାଙ୍କଠାରୁ କିଛି ଦାବି ମଧ୍ୟ କରିଛନ୍ତି।
‘ଓ୍ବାର୍ଲଡ ଫେମଶ ଲଭର’ର ବିତରକ ଅଭିଷେକ ନାମ ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟ ଅଭିଷେକ ପିକ୍ଚରରୁ ବିଜୟ ଦେବରକୋଣ୍ଡାଙ୍କ ୧କୋଟି ଟଙ୍କା ବଣ୍ଟନ ନିଷ୍ପତ୍ତି ଉପରେ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି,
ଆମେ ଆପଣଙ୍କୁ କହି ରଖୁଛୁ ଯେ ଯେତେବେଳେ ବିଜୟ ଦେବରକୋଣ୍ଡାଙ୍କ ମୁଭି ଲାଇଗର୍‌ ରିଲିଜ ହୋଇଥିଲା, ସେତେବେଳେ ‘ଓ୍ବାର୍ଲଡ ଫେମଶ ଲଭର’ର ବିତରକ ଅଭିଷେକ ନାମ ବିଜୟ ଦେବରକୋଣ୍ଡାଙ୍କୁ ଅଣ-ବ୍ୟବସାୟିକ ବୋଲି ଅଭିହିତ କରିଥିଲେ। ଅଭିଷେକ ନାମ କହିଛନ୍ତି ଯେ ‘ଓ୍ବାର୍ଲଡ ଫେମଶ ଲଭର’ରେ ସେ ୮ କୋଟି ଟଙ୍କା କ୍ଷତି କରିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସହ ଏକ ଫିଲ୍ମ କରିବା ପାଇଁ ସେ ବିଜୟ ଦେବରକୋଣ୍ଡାଙ୍କ ଲୋକଙ୍କ ନିକଟକୁ ଯାଇଥିଲେ, ଯେଉଁଥିପାଇଁ ସେ ଅଭିନେତାଙ୍କୁ ଯେ କୌଣସି ଶୁଳ୍କ ଦେବାକୁ ପ୍ରସ୍ତୁତ ଥିଲେ, ଯାହାଫଳରେ ସେ ନିଜର କ୍ଷତି ପୂରଣ କରିପାରିବେ। କିନ୍ତୁ ସେ କହିଛନ୍ତି ଯେ ସେ କେବଳ ହିନ୍ଦୀ ନିର୍ମାତାମାନଙ୍କ ପାଇଁ କାମ କରନ୍ତି ଏବଂ ତେଲୁଗୁ ନିର୍ମାତାମାନଙ୍କ ପାଇଁ ନୁହେଁ।
ପ୍ରାୟ ସେହି ସମୟରେ ଯେତେବେଳେ ଲାଇଗର ମୁକ୍ତିଲାଭ କରାଯାଇଥିଲା । ଅଭିଷେକ ନାମ ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ‘ଓ୍ବାର୍ଲଡ ଫେମଶ ଲଭର’ର ଆନ୍ଧ୍ର ଅଧିକାର କିଣିଥିଲେ। କିନ୍ତୁ ୨୦୨୦ରେ ଆସିଥିବା ଏହି ମୁଭିଟି ଏକ ଫ୍ଲପ ଥିଲା, ଯେଉଁଥିପାଇଁ ବିତରକ କୋଟି କୋଟି ଟଙ୍କା ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri