Posted inଖେଳ

କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ: ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ଧର୍ମଶାଳା,୧୨।୧୧:(ଡି.ଏନ.ଏ.) ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ। ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଧର୍ମଶାଳା ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ରତ୍ନାକର ମହାନ୍ତିଙ୍କ ବାସଭବନରେ ଭିଜିଲାନ୍ସ ବିଭାଗର ଚଢାଉ କରିଛି। ଗୁରୁବାର ସକାଳୁ ଯାଜପୁର ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଧର୍ମଶାଳାର ଚହଟା ଗାଁରେ ଥିବା ଘର ସହ ଜାରକା, ଶ୍ୱଶୁର ଘର ଚାନ୍ଦପୁର ଭଳି ୭ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ଚଢାଉ ସମୟରେ ଚହଟା ସ୍ଥିତ ବାସଭବନରୁ ନଗଦ ୮ ରୁ ଲକ୍ଷ ଟଙ୍କା, ୩ ଶହ ଗ୍ରାମର ସୁନା, ରୂପା ଅଳଙ୍କାର ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଏଥିସହ ବହୁ ୍ଯଯାଙ୍କ ପାସ ବୁକ୍‌, ଜମିଜମା ସଂକ୍ରାନ୍ତୀୟ କାଗଜପତ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ ବିଭାଗ। ଜାରକାର ଏକାଧିକ ସ୍ଥାନରେ ଥିବା ବାସଭବନ ଗୁଡିକରେ ମଧ୍ୟ ଚଢାଉ ଜାରି ରହିଛି। କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଟିମ୍‌ ଏହି ଚଢାଉ ଜାରି ରଖିଛନ୍ତି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ରନାଥ ରାୟଗୁରୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫୁଟ୍‌ବଲ ଭାଷ୍ୟକାରଙ୍କ ଚିକିତ୍ସା ଲାଗି କ୍ରୀଡ଼ାମନ୍ତ୍ରୀଙ୍କ ସହାୟତା

ନୂଆଦିଲ୍ଲୀ, ୧୬।୩ (ପି.ଟି.)-ସ୍ବାସ୍ଥ୍ୟଜନିତ ସମସ୍ୟା ଦେଇ ଗତି କରୁଥିବା ଫୁଟ୍‌ବଲ ଭାଷ୍ୟକାର ତଥା ଐତିହାସିକ ନୋଭି କାପାଡିଆଙ୍କ ଚିକିତ୍ସା ଖର୍ଚ୍ଚ ଲାଗି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ...

ଦଶନ୍ଧିର ଶ୍ରେଷ୍ଠ ୫ କ୍ରିକେଟର୍‌ ତାଲିକାରେ କୋହଲି

ଲଣ୍ଡନ, ୨୬।୧୨- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ସମ୍ମାନର ଅଧିକାରୀ ହୋଇଛନ୍ତି। କ୍ରିକେଟର ବାଇବେଲ୍‌ ଭାବେ ପରିଚଳିତ ‘ଓ୍ବିଜଡେନ’ ପତ୍ରିକା...

ଦ୍ୱିତୀୟ ରାଉଣ୍ଡରେ ଭେନସ, ଜେଭରେଭ

ଓ୍ବିମ୍ବେଲଡନ,୩୦।୬: ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଆମେରିକାର ଭେନସ ଓ୍ବିଲିୟମ୍ସ। ଏଥିସହ ସେ କ୍ୟାରିୟରର ୯୦ତମ ଗ୍ରାଣ୍ଡସ୍ଲାମ ମ୍ୟାଚ...

ବଞ୍ଚିବା ପାଇଁ ମଣିଷ ମାଂସ ଖାଇଥିଲେ ଖେଳାଳି

କିମ୍ବଦନ୍ତୀ ବାସ୍କେଟ୍‌ବଲ ଖେଳାଳି କୋବେ ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବାରେ ସେ ପ୍ରଥମ ଖେଳାଳି ନୁହନ୍ତି। ତାଙ୍କ ପୂର୍ବରୁ...

ଘରୋଇ ମଇଦାନରେ ରୋହିତଙ୍କ ରହିଛି ଏଭଳି ରେକର୍ଡ, ଫିକା ପଡ଼ିପାରନ୍ତି ଇଂଲଣ୍ଡ ବୋଲର୍‌

ନୂଆଦିଲ୍ଲୀ,୨୭।୧: କୋଭିଡ-୧୯ ପରେ ଭାରତରେ ପ୍ରଥମ ଥର ପାଇଁ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଖେଳାଯିବ। ଇଂଲଣ୍ଡର ଟିମ୍‌ ସିରିଜ୍‌ ଖେଳିବା ଲାଗି ଭାରତ ଗସ୍ତରେ ଆସିବ। ଫେବୃୟାରୀ...

କ୍ରିକେଟ୍‌ ପରାମର୍ଶଦାତା କମିଟିରୁ କପିଳଙ୍କ ଇସ୍ତଫା

ନୂଆଦିଲ୍ଲୀ, ୩।୧୦ (ପି.ଟି.)- ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ବୁଧବାର କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି)ରୁ ଇସ୍ତଫା ଦେଇଛନ୍ତି।...

ମର୍ସିଡିଜ୍‌ ସହ ଆଉ ୨ ବର୍ଷ ରହିବେ ହାମିଲ୍‌ଟନ

ସ୍ପିଲବର୍ଗ, ୪ା୭(ଏପି)-ଫର୍ମୁଲା ଓ୍ବାନ ଚାମ୍ପିୟନ ଲୁଇସ୍‌ ହାମିଲଟନ ମର୍ସିଡିଜ ସହ ତାଙ୍କ ଚୁକ୍ତିନାମାକୁ ଆହୁରି ୨ ବର୍ଷ ବୃଦ୍ଧି କରିଛନ୍ତି। ଫଳରେ ଏହି ଟିମ୍‌ ସହ...

ଫିକା ପଡିବ ଅଲିମ୍ପିକ୍‌ ମଶାଲ ରିଲେ: ଉତ୍ସବରେ ରହିବେନି ମଶାଲ, ବାହକ, ଜନସାଧାରଣ

ଟୋକିଓ,୨୪।୩(ଏପି): କୋଭିଡ-୧୯ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ମଧ୍ୟ ଏଥିରେ ପ୍ରଭାବିତ ହେବାକୁ ଯାଉଛି। ଗୁରୁବାରଠାରୁ ଆରମ୍ଭ...

Advertisement
Archives

Model This Week