Advertisement

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ସୋମବାର ପୁଣି ଜଣେ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଉଦଳା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ୍‌ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।

ଖଣ୍ଡଗିରି ଆଇଗଣିଆସ୍ଥିତ ୩ ତାଲା ବିଲ୍ଡିଂ,ପାତ୍ରପଡ଼ା ଅଞ୍ଚଳରେ ଥିବା ଏକ ଫ୍ଲାଟ୍‌, ଖଣ୍ଡଗିରି ଶପିଂ ପ୍ଲାଜାରେ ଥିବା କନ୍‌ସଲଣ୍ଟାସି ବ୍ୟବସାୟ, ନୟାପଲ୍ଲୀ ଅଞ୍ଚଳରେ ଥିବା ତ୍ରିବେଣୀ ଅଟୋ ଟେକ୍ସ ପ୍ରାଇଭେଟ ଲିମିଟେଡ୍‌ର ଏକ ପ୍ଲଟ, କେନ୍ଦ୍ରାପଡ଼ାରେ ଥିବା ତାଙ୍କ ପୈତୃକ ଘର, ସମ୍ପର୍କୀୟଙ୍କ ଘର, ଉଦଳା ଅଫିସ ଓ ସରକାରୀ ବାସଭବନରେ ଚଢ଼ାଉ କରାଯାଇଛି।

ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସ୍‌ପି, ୫ ଇନ୍ସପେକ୍ଟର, ଜଣେ ସବ୍‌ଇନ୍ସପେକ୍ଟର, ୧୧ ଏଏସ୍‌ଆଇ ଓ ପୋଲିସ ଟିମ୍‌ ସାମିଲ ଅଛନ୍ତି। ତେବେ ଚଢ଼ାଉ ଶେଷ ହୋଇ ନ ଥିବାରୁ ମୋଟ୍‌ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସାଜିଲା ବ୍ଲୁ ଫ୍ଲାଗ୍‌ ବିଚ୍‌

ପୁରୀ ଅଫିସ,୨୯।୧୦: ବ୍ଲୁ ଫ୍ଲାଗ ବିଚ୍‌ ବାଥିଂ ଜୋନ୍‌ରେ ଗାଧୋଉଥିବାବେଳେ ବୁଡ଼ିଯାଇଥିବା ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ବୁଧବାର ହୋଟେଲ ପିଙ୍କ୍‌ ହାଉସ୍‌ ପଛ...

କାଲିଠୁ ଦର୍ଶନ ଦେବେନି ଶ୍ରୀଜିଉ: ଆଜି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ପୁରୀ ଅଫିସ,୮ା୧: ଶନିବାର ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ରବିବାରଠାରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଆଜି ଶ୍ରୀଜିଉଙ୍କ ଦର୍ଶନ ଲାଗି...

କସ୍‌ମୋପଲିଟାନ୍‌’ କଭର୍‌ଷ୍ଟୋରିରେ ଦୂତୀ

ଭୁବନେଶ୍ୱର, ୧୦।୭ (ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅର୍ଜନ କରିଥିବା ଓଡ଼ିଆ କ୍ରୀଡାବିତ୍‌ ଦୂତୀ ଚାନ୍ଦ ବିଶ୍ୱର ସର୍ବାଧିକ ପ୍ରସାରିତ ଫ୍ୟାଶନ ମାଗାଜିନ୍‌ ‘କସ୍‌ମୋପଲିଟାନ୍‌’ର କଭର୍‌ ଷ୍ଟୋରିରେ ସ୍ଥାନ...

ଏସ୍‌ସିବି ଆଇସୋଲେଶନ ଓ୍ବାର୍ଡ ପାଇଁ ଏସ୍‌ଓପି

କଟକ ଅଫିସ, ୧ା୧୦: ଏସ୍‌ସିବିର କୋଭିଡ ଆଇସୋଲେଶନ ୱାର୍ଡ ଓ ପ୍ରସ୍ତାବିତ କୋଭିଡ ହସ୍ପିଟାଲ ପାଇଁ ନୂଆ ଏସ୍‌ଓପି ଜାରି କରାଯାଇଛି। ତ୍ରୁଟି ବିହୀନ ସେବା...

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା: କାହିଁକି ହଷ୍ଟେଲ୍‌ ଛାଡିଲେ ୬ ଛାତ୍ରୀ

ଭୁବନେଶ୍ୱର,୩।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା କରୁଛି। ରୁଚିକାଙ୍କ ଆତ୍ମହତ୍ୟା ପରେ ୬ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି...

ସବୁଠି ମରୁଡ଼ି ଆଶଙ୍କା

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଆରମ୍ଭ ହେଲାଣି ଶ୍ରାବଣ। କିନ୍ତୁ ବର୍ଷାର ଦେଖାନାହିଁ। ରାଜ୍ୟର ଯେଉଁ କିଛି ଅଞ୍ଚଳରେ କାଁ ଭାଁ ବର୍ଷା ହେଉଛି, ତାହାକୁ ବି ଖରାତାତି...

୧୬୦ ନମୁନାରୁ ନେଗେଟିଭ ଆସିଛି ୧୯

ସୁନାବେଡ଼ା,୧୬ା୪: କୋରାପୁଟ ଜିଲାରୁ ଏଯାବତ୍‌ ଜଣେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଏହାସତ୍ତ୍ୱେ ଜିଲା ପ୍ରଶାସନ କୋଭିଡ୍‌-୧୯ ମୁକାବିଲା ପାଇଁ ସଜାଗ ରହିଛି। ଜିଲା...

ଛତିଶା ନିଯୋଗ ବୈଠକ: ଅଙ୍ଗାରକୁ ନେଇ ତୁମ୍ବିତୋଫାନ

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ଭିତରକୁ ଆସୁଛି ବାହାର ଅଙ୍ଗାର। ତାହା ପୁଣି ରୋଷଘରେ ବ୍ୟବହାର ହେଉଛି। ପ୍ରସ୍ତୁତ କରାଯାଉଛି ଆନନ୍ଦ ବଜାରରେ ବିକ୍ରି କରାଯାଉଥିବା ଭୋଗ...

Advertisement
Archives

Model This Week