ପ୍ରେକ୍ଷାଳୟରୁ ମୁହଁ ଫେରାଉଛନ୍ତି ଦର୍ଶକ

ଭୁବନେଶ୍ୱର,୮।୧୨ (ବ୍ୟୁରୋ):ମନୋରଞ୍ଜନର ଅନ୍ୟତମ ମାଧ୍ୟମ ହେଉଛି ସିନେମା। ଟେଲିଭିଜନ ମାଧ୍ୟମରେ ଯେତେ ଚଳଚ୍ଚିତ୍ର ଦେଖିଲେ ବି ହଲ୍‌ରେ ବସି ଦେଖିବାର ମଜା ନିଆରା। ତେବେ କରୋନା ମହାମାରୀ ଯୋଗୁ ସିନେମା ଶିଳ୍ପ ପ୍ରଭାବିତ ହୋଇଛି। ଅର୍ଥାଭାବ ଯୋଗୁ ଅନେକ ସିନେମା ହଲ୍‌ ବନ୍ଦ ହୋଇଗଲାଣି। ତେଣୁ ବଡ଼ପରଦାରେ ସିନେମା ଦେଖିବା ଏବେ ଏକପ୍ରକାର ସ୍ବପ୍ନ ପାଲଟିଲାଣି। ଆଗଭଳି ଆଉ ଦର୍ଶକ ଆସୁ ନ ଥିବାରୁ ହଲ୍‌ଗୁଡିକ କ୍ଷତିରେ ଚାଲିଛି। କୋଭିଡ୍‌ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ରାଜ୍ୟ ସରକାର ପ୍ରଥମେ ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ହଲ୍‌ ଖୋଲିବାକୁ ଅନୁମତି ଦେଇଥିଲେ। ଏହାର କିଛିଦିନ ପରେ ପୂର୍ଣ୍ଣ ମାତ୍ରାରେ ଦର୍ଶକ ହଲ୍‌କୁ ଯାଇ ପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ହଲ୍‌ ମାଲିକଙ୍କଠାରୁ ଆରମ୍ଭ କରି ଏଥି ସହିତ ଜଡିତ ଥିବା କର୍ମଚାରୀ ଏବଂ ଦର୍ଶକ ସମସ୍ତେ ଖୁସି ହୋଇଥିଲେ। ଧିରେ ଧିରେ ପୂର୍ବ ସ୍ଥିତି ଫେରି ଆସିବ ବୋଲି ମାଲିକମାନେ ଆଶା ବାନ୍ଧିଥିଲେ। ମାତ୍ର ପୁଣି କରୋନା ସେମାନଙ୍କ ଖୁସିରେ ଗ୍ରହଣ ସାଜିଲା। ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ପୁନର୍ବାର ୫୦ ପ୍ରତିଶତ ଦର୍ଶକରେ ହଲ୍‌ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ କରୋନା ପରେ ଦର୍ଶକଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ପାଇଛି। ମହାମାରୀ ସମୟରେ ଅଧିକାଂଶ ପ୍ରଯୋଜକ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ୍‌ କଲେ। ଯାହାକି ଦର୍ଶକ ବିଶେଷକରି ଯୁବପିଢ଼ିଙ୍କ ଦ୍ୱାରା ଆଦୃତ ହେଲା। ସେହିପରି ଅନେକ ଓଡ଼ିଆ ଫିଲ୍ମ ମଧ୍ୟ ଟେଲିଭିଜନ୍‌ ଜରିଆରେ ରିଲିଜ୍‌ କରାଗଲା। ଘରେ ବସି ମାଗଣାରେ ନୂଆ ଫିଲ୍ମର ମଜା ନେବା ପରେ ଲୋକେ ହଲ୍‌ଠାରୁ ମୁହଁ ଫେରାଇବାରେ ଲାଗିଛନ୍ତି। ଫଳରେ ହଲ୍‌ ଚଳାଇବା ପାଇଁ ଆବଶ୍ୟକୀୟ ଅର୍ଥ ମିଳିବା କଷ୍ଟସାଧ୍ୟ ହୋଇପଡୁଛି। ଏପରି ଚାଲିଲେ ଆଉ କିଛିଦିନ ମଧ୍ୟରେ ହଲ୍‌ ଶିଳ୍ପ ବୁଡ଼ିଯିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିଲେ, ହଠାତ୍‌ ମା’ ଆସିଯିବାରୁ…

ଭୁବନେଶ୍ୱର,୧୩।୭: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଜଳବାୟୁ ଟାୱାର ତଳୁ ଛାତ୍ରଙ୍କ ମୃତଦେହ ମିଳିବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ବେଳେ ୧୦ମ…

ରଥଯାତ୍ରା ପାଇଁ ପ୍ରଶାସନ ସଜାଗ, ଏହି ସବୁ ଦିଗରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ ତହସିଲଦାର

ପୁରୁଷୋତ୍ତମପୁର,୧୩।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପ୍ରଶାସନ ପକ୍ଷରୁ ରଥଯାତ୍ରାର ସୁପରିଚାଳନାକୁ ନେଇ ଏକ ପ୍ରସ୍ତୁତି ବୈଠକ ସୋମବାର ତହସିଲଦାର ବିନୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ…

ଆପାର୍ଟମେଣ୍ଟ ତଳୁ ମିଳିଲା ମୃତଦେହ

ଭୁବନେଶ୍ୱର,୧୩।୭: ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ।…

ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ପରିବର୍ତ୍ତନ! ମାତ୍ର ୬୭୩ ଟଙ୍କାରେ ମିଳିବ ଗ୍ୟାସ, ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଲୀ, ୧୩।୭: ଯଦି ଆପଣ ଛାତ୍ରୀଛାତ୍ର, ଭଡ଼ା ଘରେ ରହୁଛନ୍ତି କିମ୍ବା ଆପଣଙ୍କର କୌଣସି ଛୋଟ କ୍ୟାଫେ ବା ଷ୍ଟଲ ରହିଛି, ତେବେ ଆପଣଙ୍କ ପାଇଁ ଏକ…

ଛେଳି ଚରାଇବାକୁ ଯାଇଥିଲେ ଫଗନୁ: ପଛପଟୁ ଆକ୍ରମଣ କଲା ଭାଲୁ: ଆଉ ତା’ପରେ ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝରିଗାଁ, ୧୩।୭(କିଶୋର ଚନ୍ଦ୍ର ମଣ୍ଡଳ): ଜଙ୍ଗଲ ନଷ୍ଟ, ହିଂସ୍ରଜନ୍ତୁ ଏବେ ଗାଁ ମୁହାଁ। ଖାଦ୍ୟ ଅନ୍ବେଷଣରେ ଥିବା ମାଇ ଭାଲୁ ଏବେ ରକ୍ତମୁଖା l ଏହା ଦେଖିବାକୁ…

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ ଭାଲୁ ବୁଟୁରା ନାଳରେ କୁମ୍ଭୀର

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାତୀନଦୀର ପିଲାସ ଗାଁ ଘାଟ ନିକଟରେ ଗତ କିଛି ଦିନ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଥିବାବେଳେ…

ICC ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ ହେଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ପକ୍ଷରୁ ଜୁନ ମାସ ପାଇଁ ‘ପ୍ଲେୟାର ଅଫ ଦ ମନ୍ଥ’ (Player of the Month) ମନୋନୟନ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri