ବାଟ ଦେଖାଉଛି ଭିଏତ୍‌ନାମ

ଡ.ଚିତ୍ତରଞ୍ଜନ ମିଶ୍ର

 

ପ୍ରଥମ କୋଭିଡ୍‌-୧୯ ଘଟଣାକୁ ନେଇ ଚାଇନା ଘୋଷଣା କରିବାର ମାତ୍ର କିଛିଦିନ ଭିତରେ ୧୦୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ଦେଶ ଭିଏତ୍‌ନାମ ସତର୍କତାମୂଳକ ପଦକ୍ଷେପ ନେଇଥିଲା। ଏହା ଫଳରେ ଭିଏତ୍‌ନାମରେ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟାର ହାର ବିଶ୍ୱର ଚାରୋଟି ସର୍ବନିମ୍ନ କୋଭିଡ୍‌-୧୯ ମୃତ୍ୟୁ ହାର ଥିବା ରାଷ୍ଟ୍ର ମଧ୍ୟରେ ପରିଗଣିତ; ଯାହା କି ଏକ ନିୟୁତ ଲୋକସଂଖ୍ୟା ପିଛା ମାତ୍ର ଜଣେ। ଏହି ମହାମାରୀକୁ ପ୍ରତିହତ କରିବାରେ ଭିଏତ୍‌ନାମ ବଳିଷ୍ଠ ପଦକ୍ଷେପ ନେଇଛି। ଏହା ଯୋଗୁ ଦେଶରେ ବାଣିଜ୍ୟ ଓ ବ୍ୟବସାୟ ତୁରନ୍ତ ଉନ୍ମୋଚିତ ହୋଇପାରିଲା ଏବଂ ୨୦୨୦ରେ ଭିଏତନାମ ସମଗ୍ର ବିଶ୍ୱର ‘ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି’ ଭାବେ ସାବ୍ୟସ୍ତ ହେବାକୁ ଯାଉଅଛି। ବିଶ୍ୱର ୮୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ର ସେମାନଙ୍କର ଆର୍ଥିକ ଉଦ୍ଧାର ପାଇଁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ଦ୍ୱାରସ୍ଥ ହୋଇଥିଲାବେଳେ ଭିଏତନାମ ୩ ପ୍ରତିଶତ ହାରରେ ବାର୍ଷିକ ଅଭିବୃଦ୍ଧି ହାସଲ କରିଚାଲିଛି। ସମଗ୍ର ବିଶ୍ୱର ବାଣିଜି୍ୟକ କାରବାର ଭାଙ୍ଗିରୁଜି ଚୂରମାର ହୋଇଯାଇଥିଲେ ମଧ୍ୟ ଭିଏତ୍‌ନାମର ଅଭିବୃଦ୍ଧିର ଚାଳକ ହେଲା ରେକର୍ଡ ପରିମାଣର ବାଣିଜି୍ୟକ ଉଦ୍‌ବୃତ୍ତାଂଶ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏସିଆ ମହାଦେଶରେ ପ୍ରଥମେ ଜାପାନ, ତା’ପରେ ତାଇୱାନ ଓ ଦକ୍ଷିଣ କୋରିଆ ଏବଂ ଖୁବ୍‌ ନିକଟ ଅତୀତରେ ଚାଇନା ନିଜକୁ ମାନୁଫାକ୍‌ଚରିଂଭିତ୍ତିକ ରପ୍ତାନିର ପାୱାର ହାଉସ ବା ଶକ୍ତି କେନ୍ଦ୍ର ଭାବେ ଗଢି ତୋଳି ଦାରିଦ୍ର୍ୟର ପିଞ୍ଜରା ଭିତରୁ ଉଦ୍ଧାର କଲେ। ଏବେ ଭିଏତନାମ ସେହି ଏକା ରାସ୍ତା ଆପଣେଇ ନେଇଛି । ସମଗ୍ର ବିଶ୍ୱ ଯେତେବେଳେ ଏକ କଠିନ ସମୟର ମୁହାଁମୁହିଁ ହେଉଛି ସେତେବେଳେ ଭିଏତନାମ ରାଷ୍ଟ୍ର ନିର୍ମାଣ କଳ୍ପେ ନିଜକୁ ଉତ୍ସର୍ଗ କରି ପ୍ରଗତିର ବିଜୟ ବାନା ଉଡାଇ ଚାଲିଛି । ଯୁଦ୍ଧ ପରବର୍ତ୍ତୀ ‘ବେବି ବୁମ’ ବା ଜନ୍ମ ହାରର ସାମୟିକ ଦୃଶ୍ୟମାନ ବୃଦ୍ଧି ସମୟ ଅପସରି ଯାଇଛି। କ୍ଷିପ୍ର ଜଗତୀକରଣର ଯୁଗ ସହ ସମୃଦ୍ଧିଭିତ୍ତିକ ବାଣିଜି୍ୟକ କାରବାର ଓ ପୁଞ୍ଜିଲଗାଣ ସୁଅର ସମୟ ମଧ୍ୟ ପରିସମାପ୍ତି ହୋଇଯାଇଛି। ଅର୍ଥନୈତିକ ଅଭିବୃଦ୍ଧିରେ ଶିଥିଳତା ସମଗ୍ର ବିଶ୍ୱରେ ଅନୁଭୂତ ହେଉଅଛି । ଆମେରିକା ଭଳି ସୁପର ପାୱାରମାନେ ଜାପାନ, ତାଇୱାନ, ଦକ୍ଷିଣ କୋରିଆ ଓ ଚାଇନା ଭଳି ଏସୀୟ ବିସ୍ମୟଙ୍କ ଦ୍ୱାରା ବିଶ୍ୱରେ ଆଧିପତ୍ୟ ବିସ୍ତାର ପାଇଁ ବ୍ୟବହାର କରାଯାଉଥିବା ଉଦ୍ଦେଶ୍ୟ ସାଧନର ସାମୟିକ ପନ୍ଥାକୁ ଆଉ ଅଣଦେଖା କରିପାରୁନାହାନ୍ତି। ‘କରେନ୍ସି ମାନିପୁଲେସନ’କୁ ନେଇ ଆମେରିକା ଭିଏତନାମ ପଛରେ ଅନୁସନ୍ଧାନ କରିବାରେ ଲାଗିପଡିଛି। ସେହି ଏହା ରକମର ଅଭିଯୋଗକୁ ନେଇ ଆମେରିକା ଚାଇନା ସହ ଆମଦାନୀ ଓ ରପ୍ତାନି ଶୁଳ୍କ ସମ୍ବନ୍ଧୀୟ ଯୁଦ୍ଧକୁ ମଧ୍ୟ ତ୍ୱରାନ୍ବିତ କରିଥିଲା।
ଇତିହାସ କେବେ ବି ଏଭଳି ଏକ ଅନନ୍ୟ ସଫଳତା ଜୀବନରେ ଦେଖିନାହିଁ; ଯାହା କି ମୂଳ ଏସିଆ ମହାଦେଶର ବିସ୍ମୟ ସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ସହ ତୁଳନୀୟ ହୋଇପାରିବ। ଏହି ମୂଳ ଏସୀୟ ସଭ୍ୟତା ପାଞ୍ଚ ଦଶନ୍ଧି ଧରି କ୍ଷିପ୍ର ଗତିରେ ଅଭିବୃଦ୍ଧି ହାସଲ କରିଥିଲା; ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ସମୟରେ ରପ୍ତାନିରେ ଅଭିବୃଦ୍ଧି ହାରାହାରି ୨୦ପ୍ରତିଶତର ପାଖାପାଖି ଥିଲା, ଯାହା କି ସେ ସମୟର ‘ଇମର୍ଜିଂ ନେସନ୍ସ’ ବା ଉଦ୍‌ଭାସିତ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧି ତୁଳନାରେ ହାରାହାରି ଦୁଇ ଗୁଣ ଥିଲା। ଭିଏତନାମ ଗତ ତିନି ଦଶନ୍ଧି ଧରି ସେହିଭଳି ଏକା ରକମର ପଦକ୍ଷେପ ଗ୍ରହଣ କରି ଚାଲିଛି ଓ ନିରନ୍ତର ପ୍ରୟାସ ମଧ୍ୟ ଜାରି ରଖିଛି। ଏପରି କି ୨୦୧୦ ଦଶନ୍ଧିରେ ବିଶ୍ୱ ବାଣିଜି୍ୟକ କାରବାର ମାନ୍ଦା ଅବସ୍ଥାକୁ ଆସିଯାଇଥିଲାବେଳେ ଭିଏତନାମର ରପ୍ତାନି ବର୍ଷକୁ ୧୬%ହାରରେ ବୃଦ୍ଧି ଘଟିଥିଲା, ଯାହା କି ବିଶ୍ୱର ଉଦ୍‌ଭାସିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ୩ଗୁଣ ଅଧିକ ଥିଲା।
ଗତ ୩ ଦଶନ୍ଧି ଧରି ଭିଏତନାମର ହାରାହାରି ରୋଜଗାରରେ ୫ଗୁଣ ଅଭିବୃଦ୍ଧି ଘଟି ୩୦୦୦ଡଲାରରେ ପହଞ୍ଚତ୍ଥିଲା, ଯାହା କି ଭାରତ ଭଳି ରାଷ୍ଟ୍ରକୁ ମଧ୍ୟ ରାସ୍ତାରେ ଟପି ଯାଇଥିଲା। ଭିଏତନାମ ସାମାଜିକ ମଙ୍ଗଳକାରକ ଯୋଜନା ଓ ରପ୍ତାନି ଭିତ୍ତିଭୂମିର ଉନ୍ନତି ଉଭୟ କ୍ଷେତ୍ରରେ ପୁଞ୍ଜିଲଗାଣକୁ ସମତୁୁଲ କରି ରଖିବାରେ ସମର୍ଥ; ଯାହା କି ଅଧିକାଂଶ ଉଦ୍‌ଭାସିତ ରାଷ୍ଟ୍ରଗୁଡ଼ିକ କରିପାରିନାହାନ୍ତି। ଭିଏତନାମ ଭଳି ବିକାଶର ସ୍ତରରେ ଥିବା ରାଷ୍ଟ୍ରରେ ଦାରିଦ୍ର୍ୟ ଭିତରେ ବଞ୍ଚୁଥିବା ଲୋକମାନଙ୍କ ସଂଖ୍ୟା ଅସାଧାରଣ ଭାବେ ନିମ୍ନ ଥିଲାବେଳେ ଭିତ୍ତିଭୂମିର ଗୁଣାମତ୍କ ମାନ ଅସାଧାରଣ ଭାବେ ଊର୍ଦ୍ଧ୍ୱରେ ଥିଲା।
ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଅନୁଯାୟୀ ଭିଏତନାମରେ ଦିନକୁ ମୁଣ୍ଡପିଛା ୨ ଡଲାର ରୋଜଗାର କରୁଥିବା ଲୋକମାନଙ୍କର ଅନୁପାତ ୬୦%ରୁ ଖସି ୫ %ର କମ୍‌ ସ୍ତରକୁ ଆସିଯାଇଛି। ଦେଶର କାୈଣସି ଗୋଟିଏ ହେଲେ ଲୋକକୁ ବି ପଛରେ ପଡି ରହିବାକୁ ଦିଆଯାଇନି, ଯାହାକୁ କି ‘ଲିଭିଂ ନୋ ୱାନ ବିହାଇଣ୍ଡ’ ବୋଲି କୁହାଯାଉଛି। ଇତି ମଧ୍ୟରେ ଭିଏତ୍‌ନାମ ସରକାର ଦେଶର ମୋଟ ଆଭ୍ୟନ୍ତରୀଣ ଉତ୍ପାଦ (ଜିଡିପି)ର ୮ ପ୍ରତିଶତ ବିଭିନ୍ନ ପ୍ରୋଜେକ୍ଟର ନିର୍ମାଣ ତଥା ରାସ୍ତା ଘାଟ ଓ ବନ୍ଦର ନିର୍ମାଣରେ ଭୀଷଣ ଭାବେ ଖର୍ଚ୍ଚ କରୁଅଛି। ଏଥିରୁ ଭାରତ ଶଖିତ୍ତ୍ବାର ଅଛି। ଆମକୁ ମନେରଖିବାକୁ ପଡିବ ମୁଣ୍ଡ ପିଛା ମୋଟ ଆଭ୍ୟନ୍ତରୀଣ ଉତ୍ପାଦ ରେ ଦ୍ରୁତ ଅଭିବୃଦ୍ଧି ମାନବିକ ବିକାଶକୁ ସମ୍ଭବପର କରିଥାଏ।
ଭିଏତନାମ ବୈଦେଶିକ ଅର୍ଥକୁ ନାନାବିଧ ରପ୍ତାନି ଦ୍ରବ୍ୟର ମାନୁଫାକ୍‌ଚରିଂ ପାଇଁ ବିନିଯୋଗ କରିବା କ୍ଷେତ୍ରରେ ମଙ୍ଗ ଧରିଥାଏ। ଗତ ୫ବର୍ଷ ଭିତରେ ଭିଏତନାମରେ ସିଧାସଳଖ ବୈଦେଶିକ ପୁଞ୍ଜି ବିନିଯୋଗ (ଏଫ.ଡି.ଆଇ.) ମୋଟ ଘରୋଇ ଉତ୍ପାଦର ହାରାହାରି ୬ ପ୍ରତିଶତରୁ ଅଧିକ ଥିଲା; ଯାହା କି ଯେ କାୈଣସି ଉଦ୍‌ଭାସିତ ରାଷ୍ଟ୍ର ପାଇଁ ସର୍ବାଧିକ। ଭିଏତନାମ ରପ୍ତାନି ଦ୍ରବ୍ୟର ବିନିର୍ମାତାମାନଙ୍କ ପାଇଁ ଏକ ଆଦରଣୀୟ ଲକ୍ଷ୍ୟସ୍ଥଳ ପାଲଟି ଯାଇଛି। ବିଗତ ଦଶକମାନଙ୍କରେ ତୀକ୍ଷ୍‌ଣ ଅଭିବୃଦ୍ଧି ହୋଇଥିଲେ ମଧ୍ୟ ଶ୍ରମିକମାନଙ୍କ ମଜୁରି ବା ପାରଶ୍ରମିକ ଚାଇନା ତୁଳନାରେ ଅର୍ଦ୍ଧେକ ହୋଇଥାଏ ଏବଂ ଶ୍ରମ ଶକ୍ତି ଅଧିକ ଯଥାର୍ଥ ରୂପେ ଖୁବ୍‌ ଶିକ୍ଷିତ ହୋଇଥାନ୍ତି, ସେଥିପାଇଁ ସ୍କୁଲ ଶିକ୍ଷା କ୍ଷେତ୍ରରେ ପ୍ରଚୁର ବ୍ୟୟ ପରିମାଣକୁ ଆମେ ଧନ୍ୟବାଦ ଦେବା।
ମାର୍ଜିତ ଓ ରୁଚିସମ୍ପନ୍ନ ସାମଗ୍ରୀର ପ୍ରସ୍ତୁତି ପାଇଁ ଦକ୍ଷ ଏବଂ ଅଭିଜ୍ଞ ଶ୍ରମ ଶକ୍ତି ଉପଯୋଗରେ ଭିଏତନାମ ପ୍ରଗତିର ଗୋଟିକ ପରେ ଗୋଟିଏ ଶିଡ଼ି ଅତିକ୍ରମ କରି ଚାଲିଛି କାୈଣସି ପ୍ରତିଦ୍ୱନ୍ଦ୍ୱୀଠାରୁ କ୍ଷିପ୍ର ଗତିରେ। ୨୦୧୫ରେ ଉଚ୍ଚ ମାନଯୁକ୍ତ ଲୁଗାପଟା, କପଡ଼ା ଏବଂ ଟେକ୍ସଟାଇଲ୍ସ ସାମଗ୍ରୀର ରପ୍ତାନି କ୍ଷେତ୍ରରେ ଭିଏତନାମ ଅଗ୍ରଣୀ ଭୂମିକା ସଂପାଦିତ କରିଥିଲା ଓ ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ପଥ ପ୍ରଦର୍ଶକ ହୋଇଥିଲା। ଚଳିତ ବଷର୍ର୍ ମଧ୍ୟ ଯେତେବେଳେ କି ସମଗ୍ର ବିଶ୍ୱ କୋଭିଡ୍‌-୧୯କୁ ନେଇ ଅତ୍ୟନ୍ତ ତ୍ରସ୍ତ ଓ ପ୍ରପୀଡିତ ସେତେବେଳେ ଭିଏତନାମ ରେକର୍ଡ ପରିମାଣର ବାଣିଜି୍ୟକ କାରବାର କରି ଖର୍ଚ୍ଚ ପରେ ବଳକା ପରିମାଣର ରାଜସ୍ବ ଦେଖାଇପାରିଛି।
ସମଗ୍ର ବିଶ୍ୱରେ ଅଭିବୃଦ୍ଧି ହାର ମନ୍ଥର ହୋଇଯାଇଥିବାବେଳେ ଭିଏତନାମ କିଭଳି ବିସ୍ମୟ ପଥର ଯାତ୍ରୀ ହୋଇପାରିଲା? ସମ୍ଭବତଃ ଗତ ୫ବର୍ଷ ଭିତରେ କାୈଣସି ବି ରାଷ୍ଟ୍ର ବିଶ୍ୱ ରପ୍ତାନି କ୍ଷେତ୍ରରେ ନିଜ ଅଂଶଧନର ଅଭିବୃଦ୍ଧି ଭିଏତନାମ ତୁଳନାରେ ଅଧିକ କରିପାରି ନାହାନ୍ତି। ଅଧିକାଂଶ ଭିଏତନାମ ଅଧିବାସୀ ଏବେ ବି ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି। ସହରମାନଙ୍କରେ ଥିବା କଳକାରଖାନାରେ କାମ କରିବା ପାଇଁ ଏହି ଲୋକମାନଙ୍କୁ ଅଣାଯାଇ ଶିଳ୍ପକ୍ଷେତ୍ରରେ ଅଭିବୃଦ୍ଧି ହାସଲ କରାଯାଇପାରୁଛି, ଫଳତଃ ଦେଶର ଅର୍ଥନୀତି ସମୃଦ୍ଧ ହେଉଛି ଏବଂ ଆଗକୁ ମଧ୍ୟ ଏହି ଧାରା ବଜାୟ ରହିବ। ଭିଏତନାମର ଅଧିକାଂଶ ରାଷ୍ଟ୍ରାୟତ୍ତ କମ୍ପାନୀ ଘରୋଇକରଣ ହୋଇଯାଇଛି କିନ୍ତୁ ଯେଉଁ କମ୍ପାନୀଗୁଡିକ ଏବେ ବି ସରକାରୀ ମାଲିକାନାରେ ଅଛି ସେଗୁଡିକ ଖୁବ୍‌ ବୃହତ୍‌ ଏବଂ ଦେଶର ଅର୍ଥନୈତିକ ଉପତ୍ାଦନର ପରିମାଣର ପ୍ରାୟ ଏକ ତୃତୀୟାଂଶ; ଯାହା କି ୧୦ବର୍ଷ ତଳେ ମଧ୍ୟ ସମାନ ସ୍ତରର ଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାତ୍ରାଧିକ ଋଣ ଅର୍ଥନୈତିକ ସମସ୍ୟା ସୃଷ୍ଟି କରିଥାଏ ଯାହା କି ଜାପାନ, ଦକ୍ଷିଣ କୋରିଆ ଏବଂ ତାଇୱାନ ଭଳି ଦେଶଗୁଡିକର କ୍ରମାଗତ ସହନୀୟ ଅଭିବୃଦ୍ଧିର ପରିସମାପ୍ତିର ମୁଖ୍ୟ କାରଣ ହୋଇଥିଲା;ଯାହା କି ଏବେ ଚାଇନାର ମୁଣ୍ଡ ଉପରେ ତୀକ୍ଷଣ ଖଣ୍ଡା ହୋଇ ଝୁଲି ରହିଛି। ଯେ କାୈଣସି ବିକାଶ ପଥରେ ଆସନ୍ନ ବିପଦ ମଧ୍ୟ ଭରି ରହିଛି। ସାଂପ୍ରତିକ ସ୍ଥିତି ଆଧାରରେ ଭିଏତନାମ ପୁରାତନ ଯୁଗରୁ ଏକ ବିସ୍ମୟ ଭାବେ ପ୍ରତିଭାତ ହେଉଅଛି ଏବଂ ସମୃଦ୍ଧିଶାଳୀ ହେବାପାଇଁ ରପ୍ତାନିକୁ ବଳବତ୍ତର କରି ଗଢି ତୋଳୁଛି ଓ ବିଶ୍ୱ ଅର୍ଥନୀତିକୁ ବାଟ ଦେଖାଉଛି।
ବି /୩, ଏଚ.ଆଇ.ଜି. କଲୋନୀ
ବରମୁଣ୍ଡା ହାଉସିଂ ବୋର୍ଡ
ଭୁବନେଶ୍ୱର, ମୋ:୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri