ରାୟଗଡ଼ା ଅଫିସ,୯ା୧୨: ରାୟଗଡ଼ା ସହରରୁ ସୋମବାର କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ରତ୍ନପଥର ଜବତ ଘଟଣା ଭିନ୍ନମୋଡ଼ ନେଉଛି। ଚୋରାଚାଲାଣ ଘଟଣାରେ ବିଜେଡିର ଲିଙ୍କ୍ ରହିଥିବା ମଙ୍ଗଳବାର ରାୟଗଡ଼ା ଜିଲା କଂଗ୍ରେସ ଅଭିଯୋଗ କରିଛି। ଏହି ଘଟଣାର ତଦନ୍ତ କରି ମନ୍ତ୍ରୀଙ୍କୁ ବହିଷ୍କାର ନିମନ୍ତେ ଦଳ ଦାବି କରିଛି।
ଜିଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳ ଏହି ଦାବି କରିଛି। ସୂଚନାଯୋଗ୍ୟ, ପୋଲିସ ସହାୟତାରେ ଏସ୍ଟିଏଫ୍ ସୋମବାର ସହରରୁ ୧୫୧ କେଜି ରତ୍ନପଥର ଜବତ କରିବା ସହ ଏଥିରେ ସମ୍ପୃକ୍ତ ଅମ୍ବାଦଳା ଥାନା ଅଧୀନ ବିଜାବନ୍ଦାଳି ଗ୍ରାମର ଜିତେନ୍ଦ୍ର କୁମାର ବେହେରାଙ୍କୁ ଟାଉନ୍ ଥାନାରେ ଅଟକ ରଖାଯାଇଛି। ତେବେ ଜିତେନ୍ଦ୍ରଙ୍କୁ ପୋଲିସ ଉଠାଇନେବା ପରେ ବିଜେଡିର ମନ୍ତ୍ରୀ ଓ ଅନେକ ତୁଙ୍ଗନେତାଙ୍କ ସହ ତାଙ୍କର ଫଟୋ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେଣୁ ଶାସକ ଦଳର କେତେଜଣ ମନ୍ତ୍ରୀ, ନେତା ଓ ବିଧାୟକଙ୍କ ଛତ୍ରଛାୟା ତଳେ ରହି ଏସବୁ ବେଆଇନ କାର୍ଯ୍ୟ ଚାଲିଥିବା କଂଗ୍ରେସ ଅଭିଯୋଗ ଆଣିଛି। ଏହି ଘଟଣାରେ କଂଗ୍ରେସ ସିଧାସଳଖ ଅନୁସୂଚିତ ଜାତି, ଜନଜାତି ଓ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଟାର୍ଗେଟ କରିଛି। ଅଭିଯୁକ୍ତଙ୍କର ମନ୍ତ୍ରୀଙ୍କ ସହ ଘନିଷ୍ଠତା ରହିଛି ବୋଲି କୁହାଯାଇଛି। ତେଣୁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉ ବୋଲି ଦଳ ଦାବି କରିଛି। ମନ୍ତ୍ରୀ ସାରକାଙ୍କ ବ୍ୟତୀତ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ରମେଶ ମାଝି, ପଦ୍ମନାଭ ବେହେରା, ସୁଦାମ ମାରାଣ୍ଡି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାଜ୍ୟ ସଭା ସଦସ୍ୟ ଏନ୍. ଭାସ୍କର ରାଓ, ପୂର୍ବତନ ଏମ୍ପି ଝିନ୍ନ ହିକ୍କା ଏବଂ ନିକଟରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଜିତେନ୍ଦ୍ରଙ୍କ ଘନିଷ୍ଠତା ରହିଥିବା ଅଭିଯୋଗ ହୋଇଛି। ଏଭଳି ଅସାମାଜିକ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଉଥିବା ମନ୍ତ୍ରୀ ଓ ବିଧାୟକମାନଙ୍କୁ ଦଳରୁ ବହିଷ୍କାର କରାଯାଉ ବୋଲି କଂଗ୍ରେସ ଦାବି କରିଛି। ଏହା ନ ହେଲେ ଦଳ ରାଜରାସ୍ତାକୁ ଆସିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ଅଭିଯୋଗକୁ ନେଇ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ପଚାରିବାରୁ ସେ କହିଛନ୍ତି, ବିରୋଧି ଦଳ ଅଭିଯୋଗ କରିବେ। କିନ୍ତୁ ଘଟଣାର ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ଶାଶୁଙ୍କୁ ଛୁରିରେ ଆକ୍ରମଣ କଲେ ବୋହୁ, ଆଉ ତା’ ପରେ…
ହିଞ୍ଜିଳିକାଟୁ,୧୮।୯( ଦ୍ବିତୀକୃଷ୍ଣ ପଣ୍ଡା): ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ବୋହୁ ଗିରଫ ହୋଇଛନ୍ତି। ସେ ହେଲେ ଭାରତୀ ସାହୁ। କରୁଣାକର ମାର୍ଗ…
ନବନିର୍ମିତ ପ୍ରଶାସନିକ ଗୃହ ଉଦ୍ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ
କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍ଘାଟିତ…
କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ
କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…
୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ
ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍ଡିଆର ବିଲ୍ ପ୍ରତ୍ୟାହାର ଦାବିରେ ଏମ୍ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…
ବସ୍ଷ୍ଟାଣ୍ଡରୁ ବାଘ ଛାଲ ଜବତ
ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସ୍ଷ୍ଟାଣ୍ଡରୁ ୨ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏନେଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଫିରିଙ୍ଗିଆ…
ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍, ମନ୍ତ୍ରୀ କହିଲେ…
ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…
ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…
ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…
ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…
ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

