ରାୟଗଡ଼ା ଅଫିସ,୯ା୧୨: ରାୟଗଡ଼ା ସହରରୁ ସୋମବାର କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ରତ୍ନପଥର ଜବତ ଘଟଣା ଭିନ୍ନମୋଡ଼ ନେଉଛି। ଚୋରାଚାଲାଣ ଘଟଣାରେ ବିଜେଡିର ଲିଙ୍କ୍ ରହିଥିବା ମଙ୍ଗଳବାର ରାୟଗଡ଼ା ଜିଲା କଂଗ୍ରେସ ଅଭିଯୋଗ କରିଛି। ଏହି ଘଟଣାର ତଦନ୍ତ କରି ମନ୍ତ୍ରୀଙ୍କୁ ବହିଷ୍କାର ନିମନ୍ତେ ଦଳ ଦାବି କରିଛି।
ଜିଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳ ଏହି ଦାବି କରିଛି। ସୂଚନାଯୋଗ୍ୟ, ପୋଲିସ ସହାୟତାରେ ଏସ୍ଟିଏଫ୍ ସୋମବାର ସହରରୁ ୧୫୧ କେଜି ରତ୍ନପଥର ଜବତ କରିବା ସହ ଏଥିରେ ସମ୍ପୃକ୍ତ ଅମ୍ବାଦଳା ଥାନା ଅଧୀନ ବିଜାବନ୍ଦାଳି ଗ୍ରାମର ଜିତେନ୍ଦ୍ର କୁମାର ବେହେରାଙ୍କୁ ଟାଉନ୍ ଥାନାରେ ଅଟକ ରଖାଯାଇଛି। ତେବେ ଜିତେନ୍ଦ୍ରଙ୍କୁ ପୋଲିସ ଉଠାଇନେବା ପରେ ବିଜେଡିର ମନ୍ତ୍ରୀ ଓ ଅନେକ ତୁଙ୍ଗନେତାଙ୍କ ସହ ତାଙ୍କର ଫଟୋ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେଣୁ ଶାସକ ଦଳର କେତେଜଣ ମନ୍ତ୍ରୀ, ନେତା ଓ ବିଧାୟକଙ୍କ ଛତ୍ରଛାୟା ତଳେ ରହି ଏସବୁ ବେଆଇନ କାର୍ଯ୍ୟ ଚାଲିଥିବା କଂଗ୍ରେସ ଅଭିଯୋଗ ଆଣିଛି। ଏହି ଘଟଣାରେ କଂଗ୍ରେସ ସିଧାସଳଖ ଅନୁସୂଚିତ ଜାତି, ଜନଜାତି ଓ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଟାର୍ଗେଟ କରିଛି। ଅଭିଯୁକ୍ତଙ୍କର ମନ୍ତ୍ରୀଙ୍କ ସହ ଘନିଷ୍ଠତା ରହିଛି ବୋଲି କୁହାଯାଇଛି। ତେଣୁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉ ବୋଲି ଦଳ ଦାବି କରିଛି। ମନ୍ତ୍ରୀ ସାରକାଙ୍କ ବ୍ୟତୀତ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ରମେଶ ମାଝି, ପଦ୍ମନାଭ ବେହେରା, ସୁଦାମ ମାରାଣ୍ଡି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାଜ୍ୟ ସଭା ସଦସ୍ୟ ଏନ୍. ଭାସ୍କର ରାଓ, ପୂର୍ବତନ ଏମ୍ପି ଝିନ୍ନ ହିକ୍କା ଏବଂ ନିକଟରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଜିତେନ୍ଦ୍ରଙ୍କ ଘନିଷ୍ଠତା ରହିଥିବା ଅଭିଯୋଗ ହୋଇଛି। ଏଭଳି ଅସାମାଜିକ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଉଥିବା ମନ୍ତ୍ରୀ ଓ ବିଧାୟକମାନଙ୍କୁ ଦଳରୁ ବହିଷ୍କାର କରାଯାଉ ବୋଲି କଂଗ୍ରେସ ଦାବି କରିଛି। ଏହା ନ ହେଲେ ଦଳ ରାଜରାସ୍ତାକୁ ଆସିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ଅଭିଯୋଗକୁ ନେଇ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ପଚାରିବାରୁ ସେ କହିଛନ୍ତି, ବିରୋଧି ଦଳ ଅଭିଯୋଗ କରିବେ। କିନ୍ତୁ ଘଟଣାର ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଆଜି ରାଜ୍ୟରେ ଚିହ୍ନଟ ହେଲେ ୧୨୪୩ କରୋନା ଆକ୍ରାନ୍ତ: ଚିନ୍ତା ବଢ଼ାଉଛି ଖୋର୍ଦ୍ଧା-କଟକ
ଭୁବନେଶ୍ୱର,୮।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୧୮ କ୍ୱାରେଣ୍ଟାଇନ୍ର ଥିବା ବେଳେ ବାକି ୫୨୫ ଲୋକାଲ...

ତେଲଙ୍ଗାନାରେ ବନ୍ଧା ପଡ଼ିଛନ୍ତି ଓଡ଼ିଆ ଦାଦନ ଶ୍ରମିକ, ଭିଡିଓ ଜାରି କରି ଉଦ୍ଧାର ପାଇଁ କଲେ ବିନତି
ଭବାନୀପାଟଣା(ସ୍ବ.ପ୍ର.)/କୋକସରା (ଡି.ଏନ.ଏ.), ୫।୭: କଳାହାଣ୍ଡି ଜିଲା କୋକସରା ବ୍ଲକରେ ଥମୁନି ଦାଦନ ଦୁଃଖ । ପେଟ ପାଟଣା ପାଇଁ ଘର ଛାଡି ବାହାର ରାଜ୍ୟକୁ ଦାଦନ...

ରାତି ପାହିଲେ ଭୋଟ ଗଣତି
ଝାରସୁଗୁଡ଼ା ଅଫିସ,୨।୬: ବ୍ରଜରାଜନଗର ଉପନିର୍ବାଚନ ଶୁକ୍ରବାର ଭୋଟ ଗଣତି ହେବ।ଝାରସୁଗୁଡ଼ା ଇନ୍ଞ୍ଜିୟରିଂ ସ୍କୁଲ୍ରେ ଭୋଟ ଗଣତି ହେବ। ଏ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ...

ସାତ୍ସପନ ହେଇଛେ ପକାଘର:ଭଂଗା କୁରିଆରେ ବିତୁଛେ ୪ ପରାନୀର ଜୀବନ୍
ପୁରୁଣାକଟକ, ୯ା୮(ଡି.ଏନ୍.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଲଘୁଚାପ ବରଷା ଲାଗିରହିଛେ। ବରଷାରେ ପୁରୁଣାକଟକ ଗଁାର ତଳସାହିର ବିଶ୍ୱନାଥ ବେହେରାକଁର ଘରର କଁାଥି ଭାଂଗିଯାଇଛେ। ହେଲେ...

ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯।୩(ବ୍ୟୁରୋ): ଆଜି ରଙ୍ଗର ପର୍ବ ହୋଲି । ପ୍ରେମ, ଭାଇଚାରାର ପର୍ବ ହୋଲିରେ ଛୋଟରୁ ବଡ ସମସ୍ତେ ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଅବିର ଲଗାଇ...

ଦାରିଙ୍ଗବାଡିରେ ଖସିଲା ପାରଦ
ଦାରିଙ୍ଗବାଡି,୧୬।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ଗୁରୁବାର ସକାଳେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀକୁ ଖସିଆସିଛି।...

୩ ପିଏଲ୍ଏଫ୍ଆଇ ସଦସ୍ୟ ଗିରଫ
ରାଉରକେଲା ଅଫିସ,୧୪ା୧୧: ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସୁନ୍ଦରଗଡ଼ ସୀମାନ୍ତରେ ଦୀର୍ଘଦିନ ଧରି ପିଏଲ୍ଏଫ୍ଆଇ ନଁ।ରେ ଆତଙ୍କ ସୃଷ୍ଟି କରୁଥିବା ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାଉରକେଲା ପୋଲିସ...

ସଙ୍ଗରୋଧ ଗୃହରୁ ୨୫ଶ୍ରମିକ ଫେରାର
ଭବାନୀପାଟଣା/କୋକସରା,୨୩।୪(ସ୍ବ.ପ୍ର/ଡି.ଏନ୍.ଏ.): ଲକ୍ଡାଉନକୁ କଡାକଡି କରିବା ପାଇଁ ପ୍ରତି ଜିଲା ସୀମାନ୍ତରେ ପାଟ୍ରୋଲିଂ ବ୍ୟବସ୍ଥା ସହ ଧରପଗଡ଼ ଜାରି ରହିଛି। ଏହି କ୍ରମରେ ନବରଙ୍ଗପୁର-କଳାହାଣ୍ଡି ଜିଲା ସୀମାନ୍ତ...