Posted inଫୁରସତ

୩୦ ବର୍ଷ ହେବ ପ୍ରତିଦିନ ୨୫୦ ଗ୍ରାମ ପଥର ଖାଉଛନ୍ତି ଏହି ୮୦ ବର୍ଷୀୟ ବ୍ୟକ୍ତି

ମହାରାଷ୍ଟ୍ରର ସତାରାର ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପ୍ରତିଦିନ ୨୫୦ ଗ୍ରାମ ପଥର ଖାଉଥିବା ଦେଖାଯାଇଛି। ଆଜିକୁ ପ୍ରାୟ ୩୦ ବର୍ଷ ହେବ ସେ ପଥର ଖାଉଥିବା ଜଣାପଡିଛି। ରାମଭାଉ ବୋଡକେ ନାମକ ଏହି ବୃଦ୍ଧ ଜଣଙ୍କୁ ସ୍ଥାନୀୟ ଗ୍ରାମବାସୀ ‘ପଥର ଭାଲେ ବାବା’ ନାମରେ ଡାକନ୍ତି। ଏକ ସାକ୍ଷାତକାରରେ ରାମଭାଉ କହିଛନ୍ତି ୧୯୮୯ରେ ମୁମ୍ବାଇରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ହଠାତ୍‌ ପେଟ ଯନ୍ତ୍ରଣା ହେବାରୁ ୩ ବର୍ଷ ପର୍ଯ୍ୟନ୍ତ ଚିକତ୍ସିତ ହୋଇଥିଲେ। ଏହାସତ୍ତ୍ୱେ ଯନ୍ତ୍ରଣା ନ କମିବାରୁ ସତାରା ଆସି ଚାଷ କାର୍ଯ୍ୟ ଆରମ୍ଭ କଲେ। ଦିନେ ବିଲରେ ଚାଷ କରୁଥିବାବେଳେ ଗାଁର ଜଣେ ବୃଦ୍ଧା ତାଙ୍କୁ ପଥର ଖାଇବାର ଉପାୟ କହିଥିଲେ। ଏହାପରେ ସେ ପଥର ଖାଇବା ଆରମ୍ଭ କରିଥିଲେ। ପଥର ଖାଇବା କ୍ଷଣି ତାଙ୍କ ପେଟ ଯନ୍ତ୍ରଣାରୁ ଉପଶମ ମିଳିଥିଲା। ସେବେଠୁ ସେ ପ୍ରତିଦିନ ପଥର ଖାଇବା ଆରମ୍ଭ କରିଥିଲେ। ଏବେ ତାଙ୍କୁ ପଥର ଖାଇବାକୁ ମଜା ଲାଗୁଥିବା କହନ୍ତି ରାମଭାଉ। ଏପରିକି ତାଙ୍କ ପର୍ସରେ ମଧ୍ୟ ଛୋଟ ଛୋଟ ପଥର ଖଣ୍ଡ ଦେଖିବାକୁ ମିଳେ। ଯେତେବେଳେ ମନ ହୁଏ ସେ ପର୍ସରୁ ପଥର ବାହାର କରି ଖାଆନ୍ତି। ଏହି ନିଆରା ମଣିଷଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମେ। ନିକଟରେ ରାମଭାଉଙ୍କ ପେଟ ସମସ୍ୟା ଦେଖାଦେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କ ଏଭଳି ଅଭ୍ୟାସ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ପ୍ରେମୀଯୁଗଳଙ୍କ ଏହି ଫଟୋ ଦେଖି ଚକିତ ହୋଇଗଲେ ଲୋକେ

କିଛି ଦିନ ତଳେ ସୋସିଆଲ ମିଡିଆରେ ଜଡ୍‌ ଜେସ୍ପର ନାମକ ଜଣେ ଯୁବକଙ୍କ ଫଟୋ ଭାଇରାଲ ହୋଇଥିଲା। ଫଟୋଟିରେ ଜେସ୍ପରଙ୍କ ପ୍ରେମିକା ମଧ୍ୟ ଥିଲେ। ହଙ୍ଗେରୀରେ...

୭ ଫୁଟ୍‌ ଲମ୍ବର ରାଖୀ

ଚଣ୍ଡିଗଡ଼: ରକ୍ଷାବନ୍ଧନ ପର୍ବକୁ ନେଇ ଏଥର ସବୁଆଡ଼େ ଉତ୍ସାହ ଫିକା ପଡ଼ିଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ଏଥର ରାଖୀ ବଜାରରେ କଟକଣା ଜାରି କରାଯାଇଛି।...

ଚଢ଼େଇବସାରୁ ତିଆରି ହୁଏ ସୁପ୍‌

ଏମିତି ଏକ ଚଢ଼େଇ ଅଛି ଯାହାର ବସାକୁ ଆଣି ସୁପ୍‌ ତିଆରି କରାଯାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ। ମାଲେସିଆରେ ଦେଖାଯାଉଥିବା ଏଭଳି ଚଢ଼େଇର...

ଜୈବ ବିବିଧତା ରକ୍ଷାରେ ସରୀସୃପଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜୀବ ଜଗତରେ ବିଭିନ୍ନ ପ୍ରଜାତିର ପ୍ରାଣୀ ବାସକରନ୍ତି। ସେମାନଙ୍କ ମଧ୍ୟରୁ ଲିଜାର୍ଡ ବା ଝିଟିପିଟି ପ୍ରଜାତିର ଅନେକ ସରୀସୃପ ଦେଖାଯାନ୍ତି। ଜୈବ ବିବିଧତା ପାଇଁ ପ୍ରତ୍ୟେକ...

ଚଳନ୍ତା ଟ୍ରେନ୍‌ରେ ବିପଜ୍ଜନକ ଷ୍ଟଣ୍ଟ୍‌ କଲେ ଯୁବକ, ଆଉ ତା’ ପରେ…

ଖୁବ୍‌ ତୀବ୍ର ବେଗରେ ଯାଉଥିବା ଟ୍ରେନ୍‌ରେ ଜଣେ ଯୁବକ ବିପଜ୍ଜନକ ଷ୍ଟଣ୍ଟ୍‌ କରିବା ସମସ୍ତଙ୍କୁ ଚକିତ କରିଛି। ଭିଡିଓଟି ଏବେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ...

ସ୍କୁଲ ଯାଇ ନାହାନ୍ତି ମା’ବାପା, ପୁଅ ହେଲେ ଦଶମ ଶ୍ରେଣୀ ଟପ୍ପର

ଲକ୍ଷ୍ନୌ: ୟୁପି ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷାରେ ଦ୍ୱିତୀୟ ଟପ୍ପର ହୋଇଛନ୍ତି ବାରାବଙ୍କିର ଅଭିମନ୍ୟୁ ବର୍ମା। ସେ ପରୀକ୍ଷାରେ ରଖିଛନ୍ତି ୯୫.୮୩% ମାର୍କ। କୃଷକ ପରିବାରରୁ...

ବିଶ୍ୱର ଏପରି ୫ଟି ସ୍ଥାନ, ଯେଉଁଠି ହୁଏନି ରାତି

ବିଶ୍ୱରେ ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହାକୁ ବିଶ୍ୱାସ କରି ପାରିବା କଷ୍ଟକର ହୁଏ। କିନ୍ତୁ ସତ୍ୟ କଣ ଜାଣିବା ପରେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ।...

ଡ୍ରିମ୍‌ ଓ୍ବେଡିଂ

ନିଜ ବିବାହକୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସ୍ବପ୍ନ ଥାଏ। ବିବାହକୁ ସ୍ମରଣୀୟ କରିବା ଲାଗି ଲୋକେ ଅନେକ ନୂତନ ତଥା ନିଆରା...

Advertisement
Archives

Model This Week