Posted inଫୁରସତ

୩୦ ବର୍ଷ ହେବ ପ୍ରତିଦିନ ୨୫୦ ଗ୍ରାମ ପଥର ଖାଉଛନ୍ତି ଏହି ୮୦ ବର୍ଷୀୟ ବ୍ୟକ୍ତି

ମହାରାଷ୍ଟ୍ରର ସତାରାର ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପ୍ରତିଦିନ ୨୫୦ ଗ୍ରାମ ପଥର ଖାଉଥିବା ଦେଖାଯାଇଛି। ଆଜିକୁ ପ୍ରାୟ ୩୦ ବର୍ଷ ହେବ ସେ ପଥର ଖାଉଥିବା ଜଣାପଡିଛି। ରାମଭାଉ ବୋଡକେ ନାମକ ଏହି ବୃଦ୍ଧ ଜଣଙ୍କୁ ସ୍ଥାନୀୟ ଗ୍ରାମବାସୀ ‘ପଥର ଭାଲେ ବାବା’ ନାମରେ ଡାକନ୍ତି। ଏକ ସାକ୍ଷାତକାରରେ ରାମଭାଉ କହିଛନ୍ତି ୧୯୮୯ରେ ମୁମ୍ବାଇରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ହଠାତ୍‌ ପେଟ ଯନ୍ତ୍ରଣା ହେବାରୁ ୩ ବର୍ଷ ପର୍ଯ୍ୟନ୍ତ ଚିକତ୍ସିତ ହୋଇଥିଲେ। ଏହାସତ୍ତ୍ୱେ ଯନ୍ତ୍ରଣା ନ କମିବାରୁ ସତାରା ଆସି ଚାଷ କାର୍ଯ୍ୟ ଆରମ୍ଭ କଲେ। ଦିନେ ବିଲରେ ଚାଷ କରୁଥିବାବେଳେ ଗାଁର ଜଣେ ବୃଦ୍ଧା ତାଙ୍କୁ ପଥର ଖାଇବାର ଉପାୟ କହିଥିଲେ। ଏହାପରେ ସେ ପଥର ଖାଇବା ଆରମ୍ଭ କରିଥିଲେ। ପଥର ଖାଇବା କ୍ଷଣି ତାଙ୍କ ପେଟ ଯନ୍ତ୍ରଣାରୁ ଉପଶମ ମିଳିଥିଲା। ସେବେଠୁ ସେ ପ୍ରତିଦିନ ପଥର ଖାଇବା ଆରମ୍ଭ କରିଥିଲେ। ଏବେ ତାଙ୍କୁ ପଥର ଖାଇବାକୁ ମଜା ଲାଗୁଥିବା କହନ୍ତି ରାମଭାଉ। ଏପରିକି ତାଙ୍କ ପର୍ସରେ ମଧ୍ୟ ଛୋଟ ଛୋଟ ପଥର ଖଣ୍ଡ ଦେଖିବାକୁ ମିଳେ। ଯେତେବେଳେ ମନ ହୁଏ ସେ ପର୍ସରୁ ପଥର ବାହାର କରି ଖାଆନ୍ତି। ଏହି ନିଆରା ମଣିଷଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମେ। ନିକଟରେ ରାମଭାଉଙ୍କ ପେଟ ସମସ୍ୟା ଦେଖାଦେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କ ଏଭଳି ଅଭ୍ୟାସ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?