ନଦୀରେ ମୃତଦେହ ଫିଙ୍ଗିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ବଳରାମପୁର,୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଲୋକ ଆକ୍ରାନ୍ତଙ୍କ ମୃତଦେହ ନଦୀରେ ଫିଙ୍ଗୁଥିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଗଙ୍ଗା ନଦୀରୁ ଭାସୁଥିବା ଅବସ୍ଥାରେ ବହୁ ମୃତଦେହ ଉଦ୍ଧାର କରାଯାଇଛି। ଉତ୍ତରପ୍ରଦେଶର ବଳରାମପୁର ଜିଲାରେ ନଦୀରେ ମୃତଦେହ ଫିଙ୍ଗୁଥିବାର ଏଭଳି ଏକ ଭିଡ଼ିଓ ଏବେ ସୋସିିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପିପିଇ କିଟ୍‌ ପିନ୍ଧିଥିବା ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ସହାୟତାରେ ବ୍ରିଜ୍‌ ଉପରୁ ରାପ୍ତି ନଦୀର ସିସଇ ଘାଟଠାରେ ଥିବା ବ୍ରିଜ୍‌ ଉପରୁ ମୃତଦେହ ପିଙ୍ଗୁଥିବାରୁ ୪୫ ସେକେଣ୍ଡର ଏକ ଭିଡ଼ିଓ ଯୋଗୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଉପରେ ପୁଣି ଅଙ୍ଗୁଳି ଉଠିଛି। ପ୍ରଶାସନର ଅବହେଳା ଯୋଗୁ ଏଭଳି ହେଉଥିବା ଅଭିଯୋଗ ହେଉଛି। ବ୍ରିଜ୍‌ରେ ଯାନବାହନ ଯିବା ଆସିବା କରୁଥିଲେ ମଧ୍ୟ ଏହାକୁ ଖାତିର ନ କରି ମୃତଦେହକୁ ନଦୀକୁ ଫିଙ୍ଗା ଯାଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ମୃତଦେହ ବଳରାମପୁର ଜିଲାର ସିଦ୍ଧାର୍ଥନଗର ଅନ୍ତର୍ଗତ ଶୋହରାଟଗଡ଼ ଅଞ୍ଚଳର ବାସିନ୍ଦା ପ୍ରେମନାଥ ମିଶ୍ରଙ୍କର ବୋଲି ଚିହ୍ନଟ କରାଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ମେ ୨୫ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମେ ୨୮ରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରେମନାଥଙ୍କ ମୃତଦେହକୁ ତାଙ୍କ ପରିବାର ସଦସ୍ୟଙ୍କୁ ଅନ୍ତିମ ସଂସ୍କାର ପାଇଁ ପ୍ରଦାନ କରାଯାଇଥିବା ବଳରାମପୁର ସିଏମ୍‌ଓ ଡ. ବିଜୟ ବାହାଦୂର ସିଂ ଟୁଇଟରରେ ମେସେଜ୍‌ ଦେଇଛନ୍ତି। ତେବେ ପରିବାର ସଦସ୍ୟ ପ୍ରେମନାଥଙ୍କ ମୃତଦେହକୁ ନଦୀରେ ଫିଙ୍ଗି ଦେଇଥି ସେ କହିଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହେବା ସହିତ ଏକ ମାମଲାର ଦାଏର କରାଯାଇଛି। ପିପିଇ କିଟ୍‌ ପିନ୍ଧିଥିବା ବ୍ୟକ୍ତିଙ୍କ ନିକଟରେ ଶ୍ମଶାନରେ କାମ କରୁଥିବା ଚନ୍ଦ୍ର ପ୍ରକାଶ ଠିଆ ହୋଇଥିବା ପୋଲିସ ଚିହ୍ନଟ କରିଛି। ତାଙ୍କୁ ପଚରା ଉଚରା କରିବାରୁ ସେ କହିଛନ୍ତି ଯେ, କିଛି ଲୋକ ବର୍ଷା ହେଉଥିବା ସମୟରେ ଶ୍ମଶାନକୁ ଆସିଥିଲେ। ତାଙ୍କୁ ବ୍ରିଜ୍‌ ଉପରକୁ ନେଇଥିଲେ। ସେଠାରେ ମୃତଦେହକୁ ରଖାଯାଇଥିଲା। ମୃତଦେହକୁ ବ୍ରିଜ୍‌ରୁ ତଳକୁ ଆଣି କାଠରେ ଅନ୍ତିମ ସଂସ୍କାର କରିବା ଲାଗି ଚନ୍ଦ୍ର ପ୍ରକାଶ କହିଥିଲେ। ତେବେ ଉପସ୍ଥିତ କିଛି ଲୋକେ ତାଙ୍କ କଥା ନ ଶୁଣି ନଦୀରେ ମୃତଦେହ ଫିଙ୍ଗି ଚାଲିଯାଇଥିବା ଚନ୍ଦ୍ର ପ୍ରକାଶ ପୋଲିସକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri