ବିଜୟ ଆଉ ପାଦେ

ଓ୍ବାଶିଂଟନ,୭ା୧୧: ୭୭ ବର୍ଷୀୟ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ ଏବେ ହ୍ବାଇଟ୍‌ ହାଉସ୍‌ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଆରିଜୋନା ଓ ଜର୍ଜିଆ ଭଳି ବ୍ୟାଟଲଗ୍ରାଉଣ୍ଡ ଷ୍ଟେଟ୍‌ରେ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ରିପବ୍ଳିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ବହୁ ପଛରେ ଚାଲିଛନ୍ତି। ଇତିମଧ୍ୟରେ ଟ୍ରମ୍ପ୍‌ ଏହି ଜନାଦେଶକୁ ଗ୍ରହଣ କରିବାକୁ ଅସ୍ବୀକାର କରିଛନ୍ତି। ଏହାସହ ସେ ବାଇଡେନ୍‌ଙ୍କ ବିରୋଧରେ ଭୋଟ ଜାଲିଆତି ଅଭିଯୋଗ ଆଣି ଆମେରିକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦୋହରାଇଛନ୍ତି। ଏଭଳି ସମୟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ବହୁ ପ୍ରତୀକ୍ଷିତ ଅନ୍ତିମ ପରିଣାମ କାହା ସପକ୍ଷରେ ଯାଉଛି ତା’ ଉପରେ ବିଶ୍ୱ ସମୁଦାୟର ନଜର କେନ୍ଦ୍ରୀଭୂତ ହୋଇଛି।
ଉପରାଷ୍ଟ୍ରପତି ତଥା ଡେମୋକ୍ରାଟ୍‌ ବାଇଡେନ୍‌ ଚଳିତ ନିର୍ବାଚନରେ କେବଳ ଡେମୋକ୍ରାଟିକ୍‌ ପାର୍ଟିର ଗଡ଼ଗୁଡ଼ିକୁ ଦଖଲ କରିଛନ୍ତି ତାହା ନୁହେଁ, ସେ ଆରିଜୋନା ଭଳି ରିପବ୍ଲିକାନ୍‌ ଦୁର୍ଗକୁ ମଧ୍ୟ ଭେଦ କରିବାରେ ସକ୍ଷମ ହୋଇଛନ୍ତି। ମିଶିଗାନ ଓ ଓ୍ବିସ୍କୋନସିନ ପରି ବ୍ୟାଟେଲଗ୍ରାଉଣ୍ଡ ଷ୍ଟେଟ୍‌ରେ ନିର୍ଣ୍ଣାୟକ ଯୁଦ୍ଧ ଜିତିବା ପରେ ବାଇଡେନ୍‌ ୨୭୦ ଇଲେକ୍ଟୋରାଲ କଲେଜ ଭୋଟ ହାତେଇବା ଅପେକ୍ଷାରେ ଅଛନ୍ତି। ଜର୍ଜିଆ ଓ ପେନ୍‌ସିଲଭାନିଆରେ ଟ୍ରମ୍ପ୍‌ଙ୍କୁ ପଛରେ ପକାଇ ଧାଉଁଥିବା ବାଇଡେନ୍‌ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ନିର୍ବାଚନ ଜିଣିବା ନେଇ ଆଶାବାଦୀ। ଟ୍ରମ୍ପ୍‌ଙ୍କ ହାତରେ ବର୍ତ୍ତମାନ କେବଳ ଆଇନଗତ ବିକଳ୍ପ ରହିଥିବାରୁ ସେ ବାରମ୍ବାର କୋର୍ଟ ଭୟ ଦେଖାଉଛନ୍ତି। ଇତିମଧ୍ୟରେ ଜର୍ଜିଆ ଓ ମିଶିଗାନରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପକ୍ଷରୁ ଦାଏର ଲ’ସୁଟ୍‌ ଖାରଜ ହୋଇଯାଇଛି। ନିର୍ବାଚନୀ ପ୍ରକ୍ରିୟାକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ରିପବ୍ଲିକାନ୍‌ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷେ ବାଇଡେନ୍‌ ଡେମୋକ୍ରାଟ୍‌ ଭାବେ ସର୍ବାଧିକ ୭୨ ନିୟୁତରୁ ଊର୍ଦ୍ଧ୍ୱ ଭୋଟ ପାଇ ଆମେରିକା ଇତିହାସରେ ରେକର୍ଡ ସୃଷ୍ଟି କରିଛନ୍ତି।
ଜର୍ଜିଆରେ ୧୬ ଇଲେକ୍ଟୋରାଲ କଲେଜ ଭୋଟ ଥିବାବେଳେ ପେନ୍‌ସିଲଭାନିଆରେ ୨୦ ଓ ନର୍ଥ କାରୋଲିନାରେ ୧୫ ରହିଛି। ତେଣୁ ଏହି ୩ ରାଜ୍ୟରେ ଜାରି ଭୋଟ ଗଣତି ଉପରେ ସମସ୍ତଙ୍କ ନଜର ରହିଛି। ରାଷ୍ଟ୍ରପତିଙ୍କୁ ତାଙ୍କ ଗଡ଼ରେ ପରାସ୍ତ କରି ହ୍ବାଇଟ୍‌ ହାଉସ୍‌ ଦଖଲ କରିବାକୁ ଆଉ ପାଦେ ବାକିଥିବାରୁ ବାଇଡେନ୍‌ଙ୍କ ସପକ୍ଷରେ ଖୁବ୍‌ଶୀଘ ଶୁଭଫଳ ଆସିପାରେ।
ଜିତାଇବ ଜର୍ଜିଆ
୧୯୯୨ ମସିହାରେ ଡେମୋକ୍ରାଟିକ୍‌ ପାର୍ଟିର ବିଲ୍‌ କ୍ଲିଣ୍ଟନ ଜର୍ଜିଆ ବିଜୟ ସହ ଆମେରିକାର ୪୨ତମ ରାଷ୍ଟ୍ରପତି ହୋଇଥିଲେ। ଏହା ପରେ ଦୀର୍ଘ ୨୮ ବର୍ଷ ଧରି ଏହି ଦକ୍ଷିଣପୂର୍ବ ରାଜ୍ୟ ରିପବ୍ଲିକାନ୍‌ ଦୁର୍ଗ ଭାବେ ରହିଆସିଛି। ଏବେ ପୁଣି ଥରେ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ଙ୍କ ହାତକୁ ଯାଇପାରେ ଜର୍ଜିଆ। ଏଠାରେ ଅଦ୍ୟାବଧି ବାଇଡେନ୍‌ଙ୍କୁ ୨୪,୫୦,୧୧୭(୪୯.୪%) ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ୨୪,୪୮,୫୩୮(୪୯.୪%) ଭୋଟ ମିଳିଛି। ଜାତୀୟ ସ୍ତରରେ ଭୋଟ ହାରକୁ ଦେଖିଲେ ବାଇଡେନ୍‌ଙ୍କ ସପକ୍ଷରେ ୭,୩୬,୪୦,୧୩୬(୫୦.୫%) ଓ ଟ୍ରମ୍ପ୍‌ଙ୍କ ସମର୍ଥନରେ ୬,୯୭,୧୨,୦୩୦(୪୭.୮%) ଖଣ୍ଡ ପପୁଲାର ଭୋଟ ପଡ଼ିଛି। ଇଲେକ୍ଟୋରାଲ କଲେଜ ଭୋଟ ସଂଖ୍ୟା ଦେଖିଲେ ବାଇଡେନ୍‌ଙ୍କ ହାତରେ ୨୬୪ ଥିବାବେଳେ ଟ୍ରମ୍ପ୍‌ ୨୧୪ରେ ସୀମିତ ରହିଛନ୍ତି। କୁହୁକ ସଂଖ୍ୟା ସ୍ପର୍ଶ କରିବାକୁ ବାଇଡେନଙ୍କୁ ଆଉ ୬ ଭୋଟ ଆବଶ୍ୟକ। ଏମିତିରେ ଜର୍ଜିଆର ୧୬ ଇଲେକ୍ଟୋରାଲ କଲେଜ ଭୋଟ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି।
ବୈଧ ଭୋଟରେ ସହଜରେ ଜିତିବି
ନିର୍ବାଚନରେ ଯଦି କେବଳ ଆଇନଗତ ଭୋଟଗୁଡ଼ିକୁ ଗଣତି କରାଯିବ ତେବେ ସହଜରେ ଜିତିଯିବେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦୃଢ଼ୋକ୍ତି ବାଢ଼ିଛନ୍ତି। ରିପବ୍ଲିକାନ୍‌ ଟ୍ରମ୍ପ୍‌ଙ୍କ ମତରେ ଯେଉଁ ମତଦାନ କେନ୍ଦ୍ରକୁ ପର୍ଯ୍ୟବେକ୍ଷକଙ୍କୁ ଯିବାକୁ ଅନୁମତି ନ ଦେଇ ଭୋଟ ଦିଆଯାଇଛି ସେଗୁଡ଼ିକୁ ବେଆଇନ ଭୋଟ ବୋଲି ବିବେଚନା କରାଯିବା ଉଚିତ। ଅଦାଲତ ହିଁ ଏନେଇ ନିଷ୍ପତ୍ତି ନେବେ ବୋଲି ଟ୍ରମ୍ପ୍‌ କହିଛନ୍ତି।
ଦିନକରେ ହଟିଲା ଟ୍ରମ୍ପଙ୍କ ୧୨ ଟୁଇଟ୍‌
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ୧୨ ଟୁଇଟ୍‌କୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ହଟାଇଦେଇଛି। ନିର୍ବାଚନ ପରେ ଟ୍ରମ୍ପ୍‌ ୨୪ ଘଣ୍ଟା ମଧ୍ୟରେ ୩୨ଟି ଟୁଇଟ୍‌ କରିଥିଲେ। ସେଥିରୁ ୧୨ଟିକୁ ଟୁଇଟର୍‌ ବିବାଦୀୟ ଓ ନିର୍ବାଚନୀ ପ୍ରକ୍ରିୟାକୁ ନେଇ ବିଭ୍ରାନ୍ତିକର କହି ହଟାଇଦେଇଛି। ଏନେଇ ଟ୍ରମ୍ପ୍‌ କହିଛନ୍ତି, ଟୁଇଟର୍‌ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସରକାରଙ୍କ ଉପହାର ଧାରା ୨୩୦ ପ୍ରୟୋଗ କରି ଏପରି କରିପାରିଛି!


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri