Posted inଜାତୀୟ

ଅଭିଯୁକ୍ତଙ୍କ ଘରେ ପୀଡ଼ିତାଙ୍କୁ ପୁଣି ବଳାତ୍କାର: ପୂରା ଘଟଣା ଜାଣିଲେ…

ଭୋପାଳ,୫ା୯:ମଧ୍ୟପ୍ରଦେଶରେ ବଳାତ୍କାର ହୋଇଥିବା ଜଣେ ନାବାଳିକାଙ୍କୁ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ଅଭିଯୁକ୍ତଙ୍କ ପରିବାରକୁ ପଠାଇଥିବାବେଳେ ସେଠାରେ ସେ ପୁନର୍ବାର ବଳାତ୍କାରର ଶିକାର ହୋଇଛନ୍ତି। ଏହି ମାମଲାରେ ପନ୍ନା ଜିଲା ପୋଲିସ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ସମେତ ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଓ୍ବାନ୍‌ ଷ୍ଟପ୍‌ ସେଣ୍ଟରର କର୍ମଚାରୀଙ୍କୁ ମିଶାଇ ମୋଟ ୧୦ ଜଣଙ୍କ ନାମରେ ପୋକ୍‌ସୋ ଆଇନ ଏବଂ ଜୁଭେନାଇଲ୍‌ ଜଷ୍ଟିସ୍‌ ଆଇନରେ ମାମଲା ରୁଜୁ କରିଛି।
ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ପୂର୍ବରୁ ୧୭ ବର୍ଷୀୟା ବାଳିକାଙ୍କୁ ଦିଲ୍ଲୀ ନେଇଥିବାବେଳେ ପନ୍ନା କୋଟଓ୍ବାଲି ଥାନାରେ ମାମଲା ରୁଜୁ ପରେ ତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇ ଜେଲ ପଠାଯାଇଥିଲା। ପନ୍ନାରେ ଶିଶୁ ସଂସ୍କାର ଗୃହ ନ ଥିବାରୁ ମାମଲାକୁ ଛତରପୁର ଥାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ସିଡବ୍ଲ୍ୟୁସି ପୀଡ଼ିତାଙ୍କୁ ଅଭିଯୁକ୍ତଙ୍କ ପରିବାରକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଥିଲା। ନାବାଳିକା ପୁନର୍ବାର ବଳାତ୍କାରର ସମ୍ମୁଖୀନ ହେବାରୁ ପୋଲିସ ସିଧାସଳଖ ସିଡବ୍ଲ୍ୟୁସିିକୁ ଦାୟୀ କରିଛି। କମିଟିର ଭୁଲ୍‌ ନିଷ୍ପତ୍ତି ଏବଂ ଅଧିକାରୀମାନେ ନାବାଳିକାଙ୍କୁ ବିପଦରେ ପକାଇଥିବା ଏସ୍‌ପି ଶ୍ରୀକ୍ରିଷ୍ଣା ଥୋଟା କହିଛନ୍ତି। ତଦନ୍ତ ଆଧାରରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଭାନୁପ୍ରତାପ ଜଡ଼ିଆ ଓ ସଦସ୍ୟ ଅଞ୍ଜଳି ଭଦୌରିଆ, ଆଶିଷ ବୋଷ୍‌, ସୁଦୀପ ଶ୍ରୀବାସ୍ତବ ଏବଂ ପ୍ରମୋଦ କୁମାର ସିଂଙ୍କ ନାମରେ ପୋକ୍‌ସୋ ଆଇନର ଧାରା ୧୭ ଅନୁଯାୟୀ ଅପରାଧ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ସେହିପରି ଓ୍ବାନ୍‌ ଷ୍ଟପ୍‌ ସେଣ୍ଟରର ପ୍ରଶାସକ କବିତା ପାଣ୍ଡେ, କାଉନ୍‌ସେଲର ପ୍ରିୟଙ୍କା ସିଂ ଏବଂ କେସ୍‌ ଓ୍ବାର୍କର ଶିବାନୀ ଶର୍ମାଙ୍କ ନାମରେ ପୋକ୍‌ସୋ ଆଇନର ଧାରା ୨୧ରେ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ଜିଲା ମହିଳା ଓ ଶିଶୁ ବିକାଶ ଅଧିକାରୀ ଅଓ୍ବଧେଶ ସିଂଙ୍କ ନାମରେ ପୋକ୍‌ସୋ ଆଇନ, ଏସ୍‌ସି-ଏସ୍‌୍‌ଟି ଆଇନ ଓ ଭାରତୀୟ ନ୍ୟାୟ ସଂହିତାର ଉପଯୁକ୍ତ ଧାରାରେ ମାମଲା ହୋଇଥିବାବେଳେ ନାବାଳିକାଙ୍କୁ ଦଣ୍ଡ ଦିଆଯିବା ନେଇ ଅଞ୍ଜଳି କୁଶଓ୍ବାଙ୍କ ନାମରେ ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟର ଧାରା ୮୨ରେ ମାମଲା ରୁଜୁ ହୋଇଛି। ସେମାନଙ୍କୁ ଜେରା କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନ ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?