କ୍ୟାଟ୍ରିନାଙ୍କୁ ବିବାହ କରିବାର ସିକ୍ରେଟ୍‌ କହିଲେ ବିକି

ମୁମ୍ବାଇ: ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ବିବାହକୁ ୪ ମାସ ପୂରିଲାଣି। ରାଜସ୍ଥାନର ସିକ୍ସ ସେନ୍‌ସେସ ଦୁର୍ଗ’ରେ ୯ ଡିସେମ୍ବର ୨୦୨୧ରେ ହଠାତ୍‌ ବିବାହ କରି ଏହି ଯୋଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସେମାନଙ୍କର ବିବାହ ଏକ ରାଜକୀୟ ତଥା ଗୁପ୍ତ ଭାବରେ କରାଯାଇଥିଲା। ଏହି ସିକ୍ରେଟ ବିବାହର ସୁନ୍ଦର ମୁହୂର୍ତ୍ତ ବିଷୟରେ କହିଛନ୍ତି ବିକି। ଯାହା ଜାଣିଲେ ପ୍ରଶଂସକ ଖୁସି ହେବେ।

ବିବାହ ପରଠାରୁ ବିକି-କ୍ୟାଟ୍ରିନା ଖୋଲାଖୋଲି ଭାବରେ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରି ଆସୁଛନ୍ତି। ଉଭୟ ପରସ୍ପର ବିଷୟରେ କମ୍‌ କଥା ହୋଇପାରନ୍ତି, କିନ୍ତୁ ଲୋକଙ୍କ ହୃଦୟ ଜିତିବା ପାଇଁ ସେମାନଙ୍କର ଉପସ୍ଥିତି ଯଥେଷ୍ଟ। ବିକି ‘ହେଲୋ ଇଣ୍ଡିଆ ମାମାଜିନ’ କଭର ପେଜ୍‌ରେ ଆସିବା ସମୟରେ ଲୋକେ କିଛି ଅନୁଭବ କରିଥିଲେ।

ବିକି ନିକଟରେ ‘ହେଲୋ ଇଣ୍ଡିଆ ମାଗାଜିନ’ ପାଇଁ ଏକ ଫଟୋଶୁଟ୍‌ କରିଥିଲେ। ଏହି ସମୟରେ ସେ ତାଙ୍କ ବିବାହ ଏବଂ କ୍ୟାଟ୍ରିନାଙ୍କ ବିଷୟରେ ଅନେକ କଥା କହିଥିଲେ। ସାକ୍ଷାତକାରରେ ଯେତେବେଳେ ବିକିଙ୍କୁ ପଚରାଗଲା- ତୁମେ ତୁମର ବିବାହ ଦିନରୁ ତୁମର ପ୍ରିୟ ମୁହୂର୍ତ୍ତକୁ ଆମ ସହିତ ଶେୟାର କରିପାରିବ କି? ତେଣୁ ବିକି ହସି ହସି ଉତ୍ତର ଦେଲେ, ‘ଏହା କେବଳ କିଛି ସମୟ ପାଇଁ ନୁହେଁ’।

ସେ କହିଥିଲେ, କ୍ୟାଟ୍ରିନାଙ୍କୁ ତାଙ୍କ ସ୍ତ୍ରୀ ଭାବରେ ପାଇଥିବାରୁ ସେ ନିଜକୁ ବହୁତ ଖୁସି ଏବଂ ଗର୍ବିତ ମନେ କରନ୍ତି। କ୍ୟାଟ୍ରିନା ତାଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏକ ବିଶେଷ ପ୍ରଭାବ ପକାନ୍ତି। ନିଜକୁ ଭାଗ୍ୟବାନ ବୋଲି କହିବା ସହ ସେ ଏହା ମଧ୍ୟ କହିଛନ୍ତି, କ୍ୟାଟ୍ରିନାଙ୍କ ପରି ଯଦି ଜଣେ ଜୀବନସାଥୀ ପାଆନ୍ତି ତେବେ ସେ ବୁଝାମଣା, ବୁଦ୍ଧିମାନ ଏବଂ ଦୟାଳୁ ବ୍ୟକ୍ତି ନିଶ୍ଚିତ। ପ୍ରତିଦିନ କ୍ୟାଟ୍ରିନାଙ୍କଠାରୁ ବହୁତ କିଛି ଶିଖନ୍ତି।

ଏ ତ ଗଲା ଦୁହିଁଙ୍କ ବ୍ୟକ୍ତିଗତ ଜୀବନ କଥା। ଯଦି କ୍ୟାଟ୍‌-ବିକିଙ୍କ କାର୍ଯ୍ୟ ଓ୍ବାର୍କଫ୍ରଣ୍ଟ୍‌ ବିଷୟରେ କହିବା ତେବେ ବିକିଙ୍କ ହାତରେ ଅନେକ ଫିଲ୍ମ ଅଛି। ତାଙ୍କୁ ଶେଷଥର ‘ସର୍ଦ୍ଦାର ଉଦାମ୍‌ ସିଂ’ରେ ଦେଖିବାକୁ ମିଳିଥିଲା। ତେବେ ଆଗାମୀ ଦିନରେ ଅଭିନେତ୍ରୀ ଫାତିମା ସନା ଶେଖ୍‌ ଏବଂ ସାନ୍ୟା ମାଲହୋତ୍ରାଙ୍କ ସହ ‘ସାମ ବାହାଦୂର’ରେ ନଜର ଆସିବେ। ଏହା ପରେ ସେ କିଆରା ଆଡଭାନୀଙ୍କ ସହ ‘ଗୋବିନ୍ଦା ନାମ ମେରା’ରେ ନଜର ଆସିବେ। ସେହିପରି ସଲମାନଙ୍କ ‘ଟାଇଗର-୩’ରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କଠାରୁ ଅଲଗା ହେଲେ ଡ୍ରାମା କୁଇନ୍‌

ବଲିଉଡ୍‌ର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ସ୍ବାମୀ ରିତେଶ ସିଂଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ଏନେଇ ଇନ୍‌ଷ୍ଟାଗ୍ରାମରେ ରାଖୀ ନିଜେ ସୂଚନା ଦେଇଛନ୍ତି। ରାଖୀ ତାଙ୍କ...

ରାନୀଙ୍କ ନୂଆ ଯୋଜନା

ବେଳେବେଳେ ମଣିଷ ଯାହା ଚାହଁୁଥାଏ ତାହା ଦେଖୁ ଦେଖୁ ପୂରଣ ହୋଇଯାଇଥାଏ। କରୋନା ମହାମାରୀ ଯୋଗୁଁ ଓଡ଼ିଆ ସିନେମାର ଶୁଟିଂ ବନ୍ଦ ଥିଲା। ଏବେ କୋଭିଡ୍‌...

କରିନାଙ୍କ ପାଇଁ ବନ୍ଧୁଙ୍କ ଆଗରେ ହାତ କାଟି ଦେଇଥିଲେ ସୈଫ: କାରଣ ଜାଣିଲେ ହେବେ…

ବମ୍ବେ: ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌- କରିନା କପୁର ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ। ପଟୌଦୀ ପରିବାରର ଦଶମ ନବାବ ସୈଫ ୧୯୯୨ରେ ଫିଲ୍ମ...

ମୋ ସ୍ବାମୀଙ୍କଠାରୁ ଦୂରରେ ରୁହ- ରେଖାଙ୍କୁ ଏଭଳି ଧମକ ଦେଇଥିଲେ ଡିମ୍ପଲ କପାଡ଼ିଆ, ହେଲେ..

ବମ୍ବେ: ବଲିଉଡ୍‌ରେ ବିବାହିତ ଅଭିନେତାଙ୍କ ସହ ଅଭିନେତ୍ରୀଙ୍କ ନାମ ଯୋଡ଼ାଯିବା ନୂଆ କଥା ନୁହେଁ। ହେଲେ ବେଳେବେଳେ ଏହା ଚର୍ଚ୍ଚିତ ହୋଇଥାଏ। ଏକ ସମୟରେ ରେଖା,...

ଅଭିନେତ୍ରୀ ମୋହନାଙ୍କୁ କରୋନା: ପରିବାର ସମେତ ଘରେ କାମ କରୁଥିବା ୨୩ଜଣ ସଂକ୍ରମିତ

ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ କାମ କରିଥିବା ଅଭିନେତ୍ରୀ ମୋହନା କୁମାରୀ ସିଂହ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ସହ ପରିବାର...

‘ଦ ଜୋୟା ଫ୍ୟାକ୍ଟର’ ଫିଲ୍ମ ଟ୍ରେଲରକୁ ପ୍ରଶଂସା କଲେ ସଚିନ ତେନ୍ଦୁଲକର

ଅଭିନେତ୍ରୀ ସୋନମ କପୁରଙ୍କ ଅଭିନୀତ ‘ଦ ଜୋୟା ଫ୍ୟାକ୍ଟର’ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମଟି କ୍ରିକେଟ ଏବଂ ଭାଗ୍ୟ ଉପରେ ଆଧାରିତ ହୋଇଥିବାରୁ...

ବିଗ୍‌ ବସ୍‌ ଓଟିଟି ଜିତିଲେ ଦିବ୍ୟା ଅଗ୍ରଓ୍ବାଲ

ମୁମ୍ବାଇ, ୧୯ା୯: ଟେଲିଭିଜନ ଅଭିନେତ୍ରୀ ଦିବ୍ୟା ଅଗ୍ରଓ୍ବାଲ ରିୟଲିଟି ଶୋ’ ବିଗ୍‌ ବସ୍‌ ଓଟିଟି ବିଜୟୀ ହୋଇଛନ୍ତି। ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହର ହୋଷ୍ଟ...

‘ଥାପ୍ପଡ୍‌’ରେ ନଜର ଆସିବେ ତାପସୀ

ବଲିଉଡ଼ରେ ଖୁବ୍‌ କମ ଦିନରେ ନାଁ କମାଇଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ତାପସୀ ପନ୍ନୁଙ୍କ ନାମ ସର୍ବାଗ୍ରେ ଆସେ। ସେ କଷ୍ଟକର ଅଭିନୟ କରିବାକୁ ପସନ୍ଦ କରିଥାନ୍ତି।...

Advertisement
Archives

Model This Week