ପ୍ରାଣୀ ଚିକିତ୍ସକ ସୁରେନ୍ଦ୍ର ରାୟଙ୍କ ପରଲୋକ

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ବିଶିଷ୍ଟ ପ୍ରାଣୀ ଚିକିତ୍ସକ ଡା. ସୁରେନ୍ଦ୍ର କୁମାର ରାୟଙ୍କ ଶନିବାର ସକାଳ ପ୍ରାୟ ସାଢ଼େ ୮ଟାରେ ପରଲୋକ ଘଟିଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଭାଇ ଆର୍‌. କେ. ରାୟ ସୂଚନା ଦେଇଛନ୍ତି। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୧୯୪୨ ଜାନୁୟାରୀ ୧୦ରେ ଯାଜପୁର ଜିଲା ଦଶରଥପୁରରେ ଜନ୍ମଗ୍ରହଣ କରିଥିବା ଡା. ରାୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରୁ ୧୯୬୪ରେ ସ୍ନାତକ ହାସଲ ପରେ ପ୍ରଥମେ ଓଡ଼ିଶା ସରକାରଙ୍କ ପ୍ରାଣୀଧନ ଚିକିତ୍ସା ବିଭାଗରେ ଯୋଗଦେଇଥିଲେ। ଓୟୁଏଟିରୁ ୧୯୭୨ରେ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ସେଠାରେ ମେଡିସିନ ବିଭାଗର ଅଧ୍ୟାପକ ପଦବୀରେ ଯୋଗଦେଇଥିଲେ। ୧୯୭୬ରେ ଲୁଧିଆନାସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରୁ ପିଏଚ୍‌.ଡି. ଡିଗ୍ରୀ ହାସଲ କରିଥିଲେ। ୧୯୯୭ରେ ସେ ଓଡିଶା ସରକାରଙ୍କ ପ୍ରାଣୀଧନ ଚିକିତ୍ସା ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇ ୨୦୦୦ ପର୍ଯ୍ୟନ୍ତ ସୁଚାରୁ ରୂପେ ନିଜ ଦାୟିତ୍ୱ ତୁଲାଇ ଥିଲେ। ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ଓୟୁଏଟି ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ରୂପେ କାର୍ଯ୍ୟ କରିଥିଲେ।

ପ୍ରାଣୀ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଯୋଗୁ ତାଙ୍କୁ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୧୭ ପାଇଁ ଓଡ଼ିଶାର ବରିଷ୍ଠ ବୈଜ୍ଞାନିକ ଭାବେ ପୁରସ୍କୃତ କରାଯାଇଥିଲା। ଏଥି ସହିତ ସେ ଅନେକ ପୁରସ୍କାର ପାଇଛନ୍ତି। ଦୀର୍ଘ ୩୦ବର୍ଷର ଅଧ୍ୟାପନା ସମୟରେ ପ୍ରଫେସର ରାୟଙ୍କର ୪୯ଟି ଗବେଷଣାତ୍ମକ ପ୍ରବନ୍ଧ ଜାତୀୟ ତଥା ଅନ୍ତର୍ଜାତୀୟ ଜର୍ନାଲରେ ପ୍ରକାଶ ପାଇଛି। ଭେଟେରିନାରି ମେଡିସିନ କ୍ଷେତ୍ରରେ ତାଙ୍କର ପାଣ୍ଡିତ୍ୟ, ପରାକାଷ୍ଠା, ଚିକିତ୍ସା ଓ ଅଧ୍ୟାପନା ଅଭିଜ୍ଞତାକୁ ସେ ଅବସର ପରେ ବି ସେବାକାର୍ଯ୍ୟରେ ଲଗାଇଥିଲେ। ଏଥିପାଇଁ ସେ ରାଜ୍ୟ ତଥା ଜାତୀୟ ସ୍ତରୀୟ ବହୁ ସଂସ୍ଥା ସହିତ ଜଡ଼ିତ ରହିଥିଲେ। ଭାରତୀୟ କୃଷି ଗବେଷଣା ପରିଷଦର ‘ଏମିରିଟସ୍‌ ସାଇଣ୍ଟିଷ୍ଟ’ ଭାବେ କାର୍ଯ୍ୟ କରିବା ସହ ଓଡ଼ିଶା କେନେଲ କ୍ଲବ ଏବଂ ଓଡ଼ିଶା ଭେଟେରିନାରି କାଉନ୍‌ସିଲର ସଭାପତି ମଧ୍ୟ ରହିଥିଲେ। ଡା. ରାୟ ଓଡ଼ିଶା ବାୟୋଲୋଜିକାଲ ପ୍ରଡକ୍ଟ ଇନଷ୍ଟିଚ୍ୟୁଟ ଓ ଇନଷ୍ଟିଚ୍ୟୁଟ ଅଫ୍‌ ଲାଇଫ୍‌ ସାଇନ୍ସର ଏଥିକ୍ସ କମିଟିର ଚେୟାରମ୍ୟାନ ଦାୟିତ୍ୱ ତୁଲାଇଥିଲେ। ସେ ରୋଟାରି ଇଣ୍ଟରନ୍ୟାଶନାଲର ଜଣେ ସଦସ୍ୟ ଥିଲେ। ସେ ରାଜ୍ୟରେ ପ୍ରଥମେ କୁକୁରଙ୍କ ପାଇଁ ଘରୋଇ ଡାକ୍ତରୀ ଚିକିତ୍ସା ସୁବିଧା ଆରମ୍ଭ କରି ବେଶ୍‌ ଲୋକପ୍ରିୟ ହୋଇଥିଲେ। ମୃତ୍ୟୁ ସମୟରେ ସେ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବୈଷୟିକ କମିଟିର ଚେୟାରମ୍ୟାନ ଥିଲେ।
ପ୍ରାଣୀ ଚିକିତ୍ସକ ଡା. ସୁରେନ୍ଦ୍ର କୁମାର ରାୟ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। କେନେଲ କ୍ଲବ୍‌ ଅଫ୍‌ ଇଣ୍ଡିଆର ସମ୍ପାଦକ ସି. ଭି. ସୁଦର୍ଶନ ଏବଂ ଓଡ଼ିଶା କେନେଲ କ୍ଲବ୍‌ର ସମ୍ପାଦକ ସୁବ୍ରତ ପୃଷ୍ଟିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri