ଶିଶୁ ଅପହରଣ, ହତ୍ୟା ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୫।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଓ ଦୌରା ଜଜ୍‌-୧ ଡ. ଇନ୍ଦୁ ଶର୍ମା ଶୁକ୍ରବାର ବହୁଚର୍ଚ୍ଚିତ ୧ ବର୍ଷର ଶିଶୁ ଅପହରଣ ଏବଂ ହତ୍ୟା ମାମଲାର ୯ ବର୍ଷ ପରେ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣକୁ ଭିତ୍ତିକରି ବିଚାରପତି ମାମଲାର ମୁଖ୍ୟ ଅଭିଯୁକ୍ତ ନୟାଗଡ଼ ଟାଉନ ଥାନା ଅଧୀନ ହରିହରପୁରର ସିରିୟା ଓରଫ ଶ୍ରୀଧର ମହାପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ପ୍ରମାଣ ଅଭାବରୁ ତାଙ୍କର ସହଯୋଗୀ କୁହାଯାଉଥିବା ଯଶୋଦା ପ୍ରଧାନଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଏହାସହ ମୁଖ୍ୟ ଅଭିଯୁକ୍ତଙ୍କୁ ୨୨ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦାୟ ୨ ବର୍ଷ ୮ମାସ ଅତିରିକ୍ତ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ୨୦୧୪ ଜୁନ ୨୪ ତାରିଖ ବିଳମ୍ବିତ ରାତିରେ ଶ୍ରୀଧର ଏବଂ ଯଶୋଦା କୁକୁ ପଞ୍ଚାୟତ ଅନ୍ତର୍ଗତ ବଉଳଝୋଲି ଗ୍ରାମରେ ଚୋରି କରିବା ଉଦ୍ଦେଶ୍ୟରେ ବୁଲୁଥିଲେ । ସେତିକିବେଳେ ସେମାନେ ଗ୍ରାମର କଇରା ପାତ୍ରଙ୍କ ଘରେ ପଶିଥିଲେ । କଇରା ତାଙ୍କ ସ୍ତ୍ରୀ ଏବଂ ଏକ ବର୍ଷର ପୁଅ ଅଂଶୁମାନ ପାତ୍ର ଶୋଇଥିଲେ। ହେଲେ ସେମାନେ କୌଣସି କାରଣରୁ କଇରାଙ୍କ ଘରୁ ଚୋରି କରିବାରେ ସକ୍ଷମ ହୋଇ ନ ଥିଲେ । ତେଣୁ ସେମାନେ କଇରାଙ୍କ ଏକ ବର୍ଷର ପୁଅ ଅଂଶୁମାନଙ୍କୁ ଅପହରଣ କରି ନେଇ ଆସିଥିଲେ।

ଅଭିଯୋଗ ପରେ ସଦର ଥାନା ପୋଲିସ ଏକ ମାମଲା(ନଂ.୧୨୩/୧୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏ ନେଇ ସଦର ଥାନା ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଏସ୍‌ଆଇ ସୁଶାନ୍ତ କୁମାର ସାହୁ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ବିଚାର ବେଳେ ୪୮ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।

ରାୟ ପ୍ରକାଶ ବେଳେ ଗିରଫ ପରଠାରୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ଶ୍ରୀଧରଙ୍କୁ କଡ଼ା ସୁରକ୍ଷାରେ କୋର୍ଟରେ ହାଜର କରାଯାଇଥିଲା। ସେହିପରି ଜାମିନରେ ଥିବା ଅନ୍ୟତମ ଅଭିଯୁକ୍ତ ଯଶୋଦା ପ୍ରଧାନଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜଶିଟକୁ ଆଧାର କରି ଜଜ୍‌ ଇନ୍ଦୁ ଶର୍ମା ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନେନ୍ଦ୍ର ନାଥ ଜେନା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

ପାଖରେ ଶୋଇଥିଲା ମୃତ୍ୟୁ: କେଇ ମିନିଟରେ…

ନୀଳଗିରି, ୧୧।୮ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୁଳିଗଡ଼ି ଗ୍ରାମରେ ଏକ ଘର ଭିତରୁ ପ୍ରାୟ ୧୦ ଫୁଟ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

୧୯୪୭ରେ ଟଙ୍କାକର ମୂଲ୍ୟ କେତେ ଥିଲା? ଜାଣି ତାଜୁବ ହେବେ ୧ଟଙ୍କାରେ ୮ଲିଟର କ୍ଷୀର ଆଉ ସପ୍ତାହକର ଆସୁଥିଲା ରାଶନ…

ନୂଆଦିଲ୍ଲୀ, ୧୧।୮: ୧୫ ଅଗଷ୍ଟ ୧୯୪୭ରେ ଭାରତ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଏହାର ଟଙ୍କା ଆମେରିକାର ଡଲାର ତୁଳନାରେ ବହୁତ ପଛରେ ନ ଥିଲା। ସେତେବେଳେ…

ଆସନ୍ତାକାଲି ସୂର୍ଯ୍ୟଗ୍ରହଣ: ଏମାନଙ୍କୁ ଲାଗିବ ଗ୍ରହଣ ଦୋଷ! ୧୨ ଅଗଷ୍ଟ ପୂର୍ବରୁ ଜାଣନ୍ତୁ ଶାସ୍ତ୍ରର ନିୟମ

୧୨ ଅଗଷ୍ଟ ୨୦୨୬ରେ ଶ୍ରାବଣ ଅମାବାସ୍ୟା ଦିନ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଲାଗିବାକୁ ଯାଉଛି। ଏହି ଗ୍ରହଣ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ ଏବଂ ସ୍ପେନ ସମେତ ବିଶ୍ୱର କିଛି ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri