ନୂଆବର୍ଷରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ବେପରୁଆ ଗାଡ଼ି ଚାଳକ ସାବଧାନ। ଏଣିକି ନିୟମ ଉଲ୍ଲଂଘନ କଲେ ଆଉ ନିସ୍ତାର ନାହିଁ। ଆସନ୍ତା ଜାନୁୟାରୀରୁ ରାଜ୍ୟରେ ଗାଡ଼ି ଯାଞ୍ଚକୁ ଜୋରଦାର କରାଯିବ। ନିୟମ ନ ମାନିଲେ ତଣ୍ଡ ଗଣିବାକୁ ପଡ଼ିବ। ହେଲମେଟ୍‌, ସିଟ୍‌ ବେଲ୍ଟ ଓ ପରିବହନ ଆଇନକୁ କଡ଼ାକଡ଼ି ଲାଗୁ କରାଯିବ ବୋଲି ରବିବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଦ୍ରୁତ ବେଗରେ ଗାଡ଼ି ଚଲାଇଲେ, ମଦ୍ୟ ପାନ କରି ଗାଡ଼ି ଚାଳନା କଲେ, ଗାଡ଼ି ଚଲାଇବାବେଳେ ମୋବାଇଲରେ କଥା ହେଉଥିଲେ, ଦୁଇ ଚକିଆ ଯାନରେ ବିନା ହେଲ୍‌ମେଟ୍‌ରେ ଯାଉଥିଲେ, ଟ୍ରାଫିକ୍‌ରେ ରେଡ୍‌ ଲାଇଟ୍‌ ଅତିକ୍ରମ କଲେ, ମାଲ୍‌ବାହୀ ଗାଡ଼ିରେ ଯାତ୍ରୀ ବୁହା ହେଲେ ତିନି ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଟୁଇଟ୍‌ କରି ସୂଚନା ଦେଇଥିବାବେଳେ ମନ୍ତ୍ରୀ କହିଛନ୍ତି ଯେ, ନୂଆବର୍ଷରୁ ନୂଆ ନିୟମ ଲାଗୁ ହେବ। ବର୍ତ୍ତମାନ ଯାଞ୍ଚ ସହ ଲୋକଙ୍କୁ ସଚେତନ କରାଯାଉଛି। ୨୦୧୯ରୁ କେନ୍ଦ୍ର ସରକାର ଏହି ଆଇନ ଆଣିଛନ୍ତି। କରୋନା ପାଇଁ ଏହାକୁ କୋହଳ କରାଯାଇଥିଲା। ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଦୁର୍ଘଟଣା ସହ ଏଥିଜନିତ ମୃତ୍ୟୁ ବଢ଼ୁଛି। ଏହାକୁ ହ୍ରାସ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ନୂଆ ନୂଆ ଆଇନ ଲାଗୁ କରୁଛନ୍ତି। ସଡ଼କ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଥିଲେ ମଧ୍ୟ ଅମାନିଆଙ୍କ ପାଇଁ ସେତେଟା ସୁଫଳ ମିଳୁନି। ତେଣୁ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପରିବହନ ବିଭାଗ ଏଣିକି କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ଦୁଇଚକିଆ ଯାନ ଚଳାଉଥିବା ଓ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ୍‌ ବାଧ୍ୟତାମୂଳକ କରାଯାଇଛି। ଶନିବାର ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଥିବାବେଳେ ଏହାସହ ସମସ୍ତ ନିୟମକୁ ଜାନୁୟାରୀରୁ କଡ଼ାକଡ଼ି ଲାଗୁ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣେରୁ ଆଉ ଜଣେ ଗିରଫ

ଭୁବନେଶ୍ୱର,୨।୭(ସୂର୍ଯ୍ୟକାନ୍ତ ବେହେରା)ପାକିସ୍ତାନ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ(ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଆଉ ଜଣେ ଅଭିଯୁକ୍ତଙ୍କୁ ମହାରାଷ୍ଟ୍ରର...

୧୧ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୧୫ା୮(ଅନୁରାଧା ମହାରଣା):ଜୁନ୍‌ ୧ରୁ ଅଗଷ୍ଟ ୧୪ ମଧ୍ୟରେ ରାଜ୍ୟରେ ମୋଟ ୬୬୪.୫ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ବାଭାବିକ ବର୍ଷା ୭୨୪.୮ ମିମିଠାରୁ ଯଥେଷ୍ଟ...

ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ସ୍ବାମୀ

ଭୁବନେଶ୍ୱର,୫।୨(ବ୍ୟୁରୋ): ୨୪ ଘଣ୍ଟା ନ ପୂରୁଣୁ ରାଜଧାନୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ। ଗୁରୁବାର ଭୁବନେଶ୍ୱର ଉପକଣ୍ଠ ଦାସପୁର ନିକଟରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ...

ସୂର୍ଯ୍ୟ ଦେଓଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର,୨୨।୭(ବ୍ୟୁରୋ) : ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଚଳଚ୍ଚିତ୍ର ସମୀକ୍ଷକ ତଥା ଲେଖକ ସୂର୍ଯ୍ୟ ଦେଓ। ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୨ରେ ତାଙ୍କ ପୁସ୍ତକ...

୩୦ରୁ ଶୀତ କମିବ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ)-ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇବାରେ ଲାଗିଛି। ଗତ ଦୁଇ ତିନି ଦିନ ହେବ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛି। ଆସନ୍ତା...

ବ୍ଲାକ୍‌ସ୍ବାନ୍‌ ଗ୍ରୁପ୍‌ର ‘ଦ୍ୟାଟ୍‌ କର୍ମ’ରେ ଓଡ଼ିଶା

ଭୁବନେଶ୍ୱର,୨୦।୫(ବ୍ୟୁରୋ): ଓଡ଼ିଶାରେ ଶୁଟିଂ ହୋଇଛି ବ୍ଲାକ୍‌ସ୍ବାନ୍‌ ଗ୍ରୁପର ‘ଦ୍ୟାଟ୍‌ କର୍ମ’। ଏହି ମ୍ୟୁଜିକ ଭିଡିଓରେ ଓଡ଼ିଶା ତଥା ଭାରତର ପ୍ରଥମ କେ ପପ୍‌ ଷ୍ଟାର୍‌ ଶ୍ରେୟା...

ଆଜି ରାଜ୍ୟରେ ଆରୋଗ୍ୟ ହେଲେ ୧୮୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧ା୧୧(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୧୮୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୫୨, ଅନୁଗୋଳରୁ ୧୪୮,...

ଜଳକା ନଦୀରେ ବନ୍ୟା: ସରକାରୀ କାର୍ଯ୍ୟାଳୟରେ ପଶିଲା ପାଣି

ବସ୍ତା,୨୨।୯(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ବସ୍ତା ଦେଇ ପ୍ରବାହିତ ଜଳକା ନଦୀରେ ଭୀଷଣ ବନ୍ୟା ଜଳ ପ୍ରବାହିତ ହେଉଛି। ଏ ନେଇ ବନ୍ୟା ଜଳ ବସ୍ତା ଥାନା,...

Advertisement
Archives

Model This Week