ଭେଜାଲ ଔଷଧ ସମସ୍ୟା

ଦିଲ୍ଲୀପ କୁମାର ମହାରଣା

ପୃଥିବୀରେ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ବିକ୍ରି ହେଉଥିବା ପ୍ରତି ୧୦ଟି ଔଷଧ ମଧ୍ୟରୁ ଗୋଟିଏ ଭେଜାଲ ଓ ନିକୃଷ୍ଟମାନର ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟରୁ ପ୍ରକାଶ ପାଇଛି। ଏଥିରୁ ଜଣାପଡ଼ୁଛି ସେସବୁ ଦେଶଗୁଡ଼ିକରେ ଔଷଧର ମାନ ସମ୍ପର୍କରେ ପରିଚାଳନା ତଥା ତଦାରଖ ବ୍ୟବସ୍ଥା ଠିକ୍‌ ନୁହେଁ। ତା’ ସାଙ୍ଗକୁ ସେସବୁ ଦେଶର ସରକାର ଯେ ଉପଯୁକ୍ତ ନିୟାମକ ବ୍ୟବସ୍ଥା ଏଥିପାଇଁ ରଖିନାହାନ୍ତି ତାହା ମଧ୍ୟ ସୂଚିତ ହେଉଛି। ନକଲି ଔଷଧ ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଭାବେ ବିଭିନ୍ନ ସମୟରେ ଉତ୍‌ଥାପିତ ହୋଇଆସିଛି। ଗରିବ ରାଷ୍ଟ୍ରଠାରୁ ଆରମ୍ଭକରି ଉନ୍ନତ ଦେଶ ପର୍ଯ୍ୟନ୍ତ ସମସ୍ତେ ଏଥିପ୍ରତି ସବୁବେଳେ ସତର୍କ ରହିବା ଲୋଡ଼ା।
ଅଟକଳ କରାଯାଇଛି ଯେ, ପୃଥିବୀରେ ଜାଲ୍‌ ଔଷଧ ବ୍ୟବସାୟର ଆକାର ୩୦ ବିଲିୟନ ଡଲାର ଓ ଏହା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ବହୁଦିନ ଧରି ନମୁନା ଔଷଧ ସଂଗ୍ରହ ଉପରେ ଆଧାରିତ। ଏଥିରେ କୁହାଯାଇଛି ଯେ, ୧୦ ପ୍ରତିଶତ ଔଷଧ ନକଲି ବା ନିମ୍ନମାନର। ବହୁ ଜାଲ୍‌ ଔଷଧ ନିମୋନିଆ ଓ ମ୍ୟାଲେରିଆ ଚିକିତ୍ସା ପାଇଁ ଉଦ୍ଦିଷ୍ଟ। ଏଣୁ ଗରିବ ଦେଶଗୁଡ଼ିକରେ ଏହାର କ୍ଷତିକାରକ ପ୍ରଭାବ କେତେ ଅଧିକ ହେଉଥିବ ତାହା ଅନୁମେୟ। କେତେକ ନକଲି ଔଷଧ ମଧ୍ୟ ଆଣ୍ଟିବାୟୋଟିକ୍‌ ହୋଇଥିବାବେଳେ କେତେକ ଗର୍ଭନିରୋଧକ ବଟିକା ଓ ଅନ୍ୟ କେତେକ କ୍ୟାନ୍‌ସର ଔଷଧ। ଛୋଟପିଲାଙ୍କ କପ୍‌ସିରପରେ ବି ଏହି ସମସ୍ୟା ରହୁଛି। ମ୍ୟାଲେରିଆ ଔଷଧ ଆଳୁ ଓ କର୍ନଷ୍ଟର୍ଚାରରୁ ତିଆରି ହେଉଛି। ଭେଜାଲ ଔଷଧ ଖାଇ ହଜାର ହଜାର ଲୋକ ମରୁଛନ୍ତି। ନିମୋନିଆ ଓ ମ୍ୟାଲେରିଆରେ ଏଥିଯୋଗୁ ଦେଢ଼ଲକ୍ଷ ଲୋକ ମୃତ୍ୟୁବରଣ କରୁଥିବା କୁହାଯାଉଛି। ଏହାଛଡ଼ା ଏହି ଔଷଧ ଖାଇବାରୁ ଆଣ୍ଟି ବ୍ୟାକ୍ଟେରିଆ ପ୍ରତିରୋଧ ସମସ୍ୟା ଉପୁଜୁଛି। ରୋଗୀଙ୍କୁ ବେଶିଦିନ ଚିକିତ୍ସିତ ହେବାକୁ ପଡ଼ୁଛି, ଯଦ୍ଦ୍ବାରା ଅଯଥା ଖର୍ଚ୍ଚ ବଢ଼ୁଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, ଉପରୋକ୍ତ ସମସ୍ୟା ଆଫ୍ରିକାରେ ସବୁଠାରୁ ବେଶି। ତା’ ପଛକୁ କ୍ରମାନ୍ବୟରେ ୟୁରୋପ ଓ ଏସିଆର ସ୍ଥାନ। ତା’ ସାଙ୍ଗକୁ ଏଥିରେ କୁହାଯାଇଛି ଯେ, ଗୋଟିଏ ଇଲାକାରୁ ନକଲି ଔଷଧ ଠାବ କରାଯିବାର ଅର୍ଥ ହେଲା ସେଠାରେ ତାହା ମିଳିବା ସହଜ ଥିଲା। ହୁଏତ ଅନ୍ୟ ଅଞ୍ଚଳର ଅବସ୍ଥା ସେପରି ଖରାପ ହୋଇଥାଇପାରେ। ସମସ୍ୟାର ଅନ୍ୟ ଏକ ଦିଗ ହେଲା ଔଷଧ ଭିତରେ ଭୁଲ୍‌ ଉପାଦାନ ଅଛି। ଔଷଧର ଡୋଜ୍‌ ମଧ୍ୟ ଠିକ୍‌ ନୁହେଁ ତଥା ସେସବୁର ସଂରକ୍ଷଣ ମଧ୍ୟ ଉପଯୁକ୍ତ ଭାବେ କରାହେଉନାହିଁ। ଇଣ୍ଟରନେଟ୍‌ ଜରିଆରେ ଔଷଧ ବିକ୍ରି ଯୋଗୁ ଭୁଲ ଔଷଧର ପ୍ରଚଳନ ହେଉଥିବା କୁହାଯାଉଛି। ଔଷଧର ମାନ ରକ୍ଷା ଓ ତାହା ନିରାପଦ ରହିବାର ଦାୟିତ୍ୱ ସମ୍ପୃକ୍ତ ଦେଶର ସ୍ବାସ୍ଥ୍ୟ ବିଭାଗ କର୍ମକର୍ତ୍ତାଙ୍କର। ଅନେକ ଦେଶରେ ସ୍ବାସ୍ଥ୍ୟ ଶାସନ ବ୍ୟବସ୍ଥା ଠିକ୍‌ ନୁହେଁ। ଔଷଧ ପରୀକ୍ଷା କରିବା ପାଇଁ ସୁବିଧା ଓ ଦକ୍ଷତା ମଧ୍ୟ ଅଧିକାଂଶ ସ୍ଥାନରେ ନାହିଁ। ଔଷଧ ବିକ୍ରି ଓ ଯୋଗାଣ ବ୍ୟବସ୍ଥାକୁ ଠିକ୍‌ ଭାବେ ତଦାରଖ କରାଯାଉନାହିଁ। ତ୍ରୁଟିପୂର୍ଣ୍ଣ ପରିଚାଳନା, ଦୁର୍ନୀତି ଓ ଦକ୍ଷତାର ଅଭାବ ପ୍ରତିବନ୍ଧକ ଭାବେ ଦେଖାଦେଉଛି। ଯଦିଓ ଏହି ସମସ୍ୟାରେ ଅଧିକ ଆକ୍ରାନ୍ତ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ନାହିଁ ତଥାପି ନିମ୍ନମାନର ଔଷଧ ଦେଶର ଏକ ବଡ଼ ସମସ୍ୟା। ଦୁଇବର୍ଷ ତଳେ କେନ୍ଦ୍ର ସରକାରଙ୍କ ଔଷଧର ମାନ, ଗୁଣାତ୍ମକମାନ ପରୀକ୍ଷାରେ ଉପଯୁକ୍ତ ବିବେଚିତ ହୋଇନାହାନ୍ତି। ଏହି ହାର ମଧ୍ୟ ଅଧିକ। ପୁଣି କେତେକ ମତ ପ୍ରକାଶ ପାଉଛି ଯେ, ଅଳ୍ପ ନମୁନା ଉପରେ ଏହି ତଥ୍ୟ ଆଧାରିତ ହୋଇଥିବାରୁ ଓ ଯେଉଁ ମାନ ଉପରେ ପରୀକ୍ଷା କରାଯାଇଛି ତାହା ଉଚ୍ଚ ନଥିବା ଯୋଗୁ ଦେଶର ସମସ୍ୟା କ’ଣ କହିବା କଷ୍ଟକର। ଅନେକ ସମୟରେ ଭାରତୀୟ ଔଷଧ ଅନ୍ୟ ଦେଶରେ ପରୀକ୍ଷାବେଳେ ତ୍ରୁଟିଯୁକ୍ତ ବୋଲି ଜଣାପଡ଼େ। ଭାରତ ଏକ ବଡ଼ ଔଷଧ ଉତ୍ପାଦନକାରୀ ଦେଶ। ଏଣୁ ଏଠାରେ ମାନ ରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବା କଥା।

ଶିଖରପୁର ଉପରସାହି, କଟକ
E-mail: dillip777kumar@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri