ଭେଜାଲ ଔଷଧ ସମସ୍ୟା

ଦିଲ୍ଲୀପ କୁମାର ମହାରଣା

ପୃଥିବୀରେ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ବିକ୍ରି ହେଉଥିବା ପ୍ରତି ୧୦ଟି ଔଷଧ ମଧ୍ୟରୁ ଗୋଟିଏ ଭେଜାଲ ଓ ନିକୃଷ୍ଟମାନର ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟରୁ ପ୍ରକାଶ ପାଇଛି। ଏଥିରୁ ଜଣାପଡ଼ୁଛି ସେସବୁ ଦେଶଗୁଡ଼ିକରେ ଔଷଧର ମାନ ସମ୍ପର୍କରେ ପରିଚାଳନା ତଥା ତଦାରଖ ବ୍ୟବସ୍ଥା ଠିକ୍‌ ନୁହେଁ। ତା’ ସାଙ୍ଗକୁ ସେସବୁ ଦେଶର ସରକାର ଯେ ଉପଯୁକ୍ତ ନିୟାମକ ବ୍ୟବସ୍ଥା ଏଥିପାଇଁ ରଖିନାହାନ୍ତି ତାହା ମଧ୍ୟ ସୂଚିତ ହେଉଛି। ନକଲି ଔଷଧ ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଭାବେ ବିଭିନ୍ନ ସମୟରେ ଉତ୍‌ଥାପିତ ହୋଇଆସିଛି। ଗରିବ ରାଷ୍ଟ୍ରଠାରୁ ଆରମ୍ଭକରି ଉନ୍ନତ ଦେଶ ପର୍ଯ୍ୟନ୍ତ ସମସ୍ତେ ଏଥିପ୍ରତି ସବୁବେଳେ ସତର୍କ ରହିବା ଲୋଡ଼ା।
ଅଟକଳ କରାଯାଇଛି ଯେ, ପୃଥିବୀରେ ଜାଲ୍‌ ଔଷଧ ବ୍ୟବସାୟର ଆକାର ୩୦ ବିଲିୟନ ଡଲାର ଓ ଏହା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ବହୁଦିନ ଧରି ନମୁନା ଔଷଧ ସଂଗ୍ରହ ଉପରେ ଆଧାରିତ। ଏଥିରେ କୁହାଯାଇଛି ଯେ, ୧୦ ପ୍ରତିଶତ ଔଷଧ ନକଲି ବା ନିମ୍ନମାନର। ବହୁ ଜାଲ୍‌ ଔଷଧ ନିମୋନିଆ ଓ ମ୍ୟାଲେରିଆ ଚିକିତ୍ସା ପାଇଁ ଉଦ୍ଦିଷ୍ଟ। ଏଣୁ ଗରିବ ଦେଶଗୁଡ଼ିକରେ ଏହାର କ୍ଷତିକାରକ ପ୍ରଭାବ କେତେ ଅଧିକ ହେଉଥିବ ତାହା ଅନୁମେୟ। କେତେକ ନକଲି ଔଷଧ ମଧ୍ୟ ଆଣ୍ଟିବାୟୋଟିକ୍‌ ହୋଇଥିବାବେଳେ କେତେକ ଗର୍ଭନିରୋଧକ ବଟିକା ଓ ଅନ୍ୟ କେତେକ କ୍ୟାନ୍‌ସର ଔଷଧ। ଛୋଟପିଲାଙ୍କ କପ୍‌ସିରପରେ ବି ଏହି ସମସ୍ୟା ରହୁଛି। ମ୍ୟାଲେରିଆ ଔଷଧ ଆଳୁ ଓ କର୍ନଷ୍ଟର୍ଚାରରୁ ତିଆରି ହେଉଛି। ଭେଜାଲ ଔଷଧ ଖାଇ ହଜାର ହଜାର ଲୋକ ମରୁଛନ୍ତି। ନିମୋନିଆ ଓ ମ୍ୟାଲେରିଆରେ ଏଥିଯୋଗୁ ଦେଢ଼ଲକ୍ଷ ଲୋକ ମୃତ୍ୟୁବରଣ କରୁଥିବା କୁହାଯାଉଛି। ଏହାଛଡ଼ା ଏହି ଔଷଧ ଖାଇବାରୁ ଆଣ୍ଟି ବ୍ୟାକ୍ଟେରିଆ ପ୍ରତିରୋଧ ସମସ୍ୟା ଉପୁଜୁଛି। ରୋଗୀଙ୍କୁ ବେଶିଦିନ ଚିକିତ୍ସିତ ହେବାକୁ ପଡ଼ୁଛି, ଯଦ୍ଦ୍ବାରା ଅଯଥା ଖର୍ଚ୍ଚ ବଢ଼ୁଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, ଉପରୋକ୍ତ ସମସ୍ୟା ଆଫ୍ରିକାରେ ସବୁଠାରୁ ବେଶି। ତା’ ପଛକୁ କ୍ରମାନ୍ବୟରେ ୟୁରୋପ ଓ ଏସିଆର ସ୍ଥାନ। ତା’ ସାଙ୍ଗକୁ ଏଥିରେ କୁହାଯାଇଛି ଯେ, ଗୋଟିଏ ଇଲାକାରୁ ନକଲି ଔଷଧ ଠାବ କରାଯିବାର ଅର୍ଥ ହେଲା ସେଠାରେ ତାହା ମିଳିବା ସହଜ ଥିଲା। ହୁଏତ ଅନ୍ୟ ଅଞ୍ଚଳର ଅବସ୍ଥା ସେପରି ଖରାପ ହୋଇଥାଇପାରେ। ସମସ୍ୟାର ଅନ୍ୟ ଏକ ଦିଗ ହେଲା ଔଷଧ ଭିତରେ ଭୁଲ୍‌ ଉପାଦାନ ଅଛି। ଔଷଧର ଡୋଜ୍‌ ମଧ୍ୟ ଠିକ୍‌ ନୁହେଁ ତଥା ସେସବୁର ସଂରକ୍ଷଣ ମଧ୍ୟ ଉପଯୁକ୍ତ ଭାବେ କରାହେଉନାହିଁ। ଇଣ୍ଟରନେଟ୍‌ ଜରିଆରେ ଔଷଧ ବିକ୍ରି ଯୋଗୁ ଭୁଲ ଔଷଧର ପ୍ରଚଳନ ହେଉଥିବା କୁହାଯାଉଛି। ଔଷଧର ମାନ ରକ୍ଷା ଓ ତାହା ନିରାପଦ ରହିବାର ଦାୟିତ୍ୱ ସମ୍ପୃକ୍ତ ଦେଶର ସ୍ବାସ୍ଥ୍ୟ ବିଭାଗ କର୍ମକର୍ତ୍ତାଙ୍କର। ଅନେକ ଦେଶରେ ସ୍ବାସ୍ଥ୍ୟ ଶାସନ ବ୍ୟବସ୍ଥା ଠିକ୍‌ ନୁହେଁ। ଔଷଧ ପରୀକ୍ଷା କରିବା ପାଇଁ ସୁବିଧା ଓ ଦକ୍ଷତା ମଧ୍ୟ ଅଧିକାଂଶ ସ୍ଥାନରେ ନାହିଁ। ଔଷଧ ବିକ୍ରି ଓ ଯୋଗାଣ ବ୍ୟବସ୍ଥାକୁ ଠିକ୍‌ ଭାବେ ତଦାରଖ କରାଯାଉନାହିଁ। ତ୍ରୁଟିପୂର୍ଣ୍ଣ ପରିଚାଳନା, ଦୁର୍ନୀତି ଓ ଦକ୍ଷତାର ଅଭାବ ପ୍ରତିବନ୍ଧକ ଭାବେ ଦେଖାଦେଉଛି। ଯଦିଓ ଏହି ସମସ୍ୟାରେ ଅଧିକ ଆକ୍ରାନ୍ତ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ନାହିଁ ତଥାପି ନିମ୍ନମାନର ଔଷଧ ଦେଶର ଏକ ବଡ଼ ସମସ୍ୟା। ଦୁଇବର୍ଷ ତଳେ କେନ୍ଦ୍ର ସରକାରଙ୍କ ଔଷଧର ମାନ, ଗୁଣାତ୍ମକମାନ ପରୀକ୍ଷାରେ ଉପଯୁକ୍ତ ବିବେଚିତ ହୋଇନାହାନ୍ତି। ଏହି ହାର ମଧ୍ୟ ଅଧିକ। ପୁଣି କେତେକ ମତ ପ୍ରକାଶ ପାଉଛି ଯେ, ଅଳ୍ପ ନମୁନା ଉପରେ ଏହି ତଥ୍ୟ ଆଧାରିତ ହୋଇଥିବାରୁ ଓ ଯେଉଁ ମାନ ଉପରେ ପରୀକ୍ଷା କରାଯାଇଛି ତାହା ଉଚ୍ଚ ନଥିବା ଯୋଗୁ ଦେଶର ସମସ୍ୟା କ’ଣ କହିବା କଷ୍ଟକର। ଅନେକ ସମୟରେ ଭାରତୀୟ ଔଷଧ ଅନ୍ୟ ଦେଶରେ ପରୀକ୍ଷାବେଳେ ତ୍ରୁଟିଯୁକ୍ତ ବୋଲି ଜଣାପଡ଼େ। ଭାରତ ଏକ ବଡ଼ ଔଷଧ ଉତ୍ପାଦନକାରୀ ଦେଶ। ଏଣୁ ଏଠାରେ ମାନ ରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବା କଥା।

ଶିଖରପୁର ଉପରସାହି, କଟକ
E-mail: dillip777kumar@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri