ବେଦାନ୍ତର ଅସୁରକ୍ଷିତ ଖଣି

ଯାଜପୁର ଅଫିସ,୧୫।୬: ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯାଜପୁର ଜିଲା ସୁକିନ୍ଦା ବ୍ଲକର ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ହୋଇପଡ଼ିଛି। କାରଣ ଖଣି ଗର୍ତ୍ତଠାରୁ ମାତ୍ର ୨୦ ମିଟର ଦୂରରେ ଥିବା ୭୮ ମିଟର ଉଚ୍ଚତାର ଏକ ଡମ୍ପ ମୃତ୍ୟୁର ପାହାଡ଼ ଭଳି ଠିଆହୋଇଛି। ବର୍ଷାଦିନ ଆରମ୍ଭ ହୋଇଯାଇଥିବାରୁ ଯେକୌଣସି ସମୟରେ ଉକ୍ତ ଡମ୍ପରୁ ଅତଡ଼ା ଖସି ଶ୍ରମିକ ଓ କର୍ମଚାରୀଙ୍କ ଜୀବନ ବିପଦରେ ପଡ଼ିପାରେ। କିନ୍ତୁ ଏଥିପ୍ରତି ବେଦାନ୍ତର ଭ୍ରୂକ୍ଷେପ ନାହିଁ। ବରଂ ଦ୍ରୁତଗତିରେ କ୍ରୋମାଇଟ ଉତ୍ତୋଳନ କରି ବିନିଯୋଗ ଅର୍ଥ ଭରଣା କରିବାକୁ ନିଜର ସମସ୍ତ ବଳ ଲଗାଇ ଦେଇଛି। ଏହାପରେ ଲିଜ୍‌ ଦେଇ ବେଦାନ୍ତ ଖସିଯିବାକୁ ଯୋଜନା ରଖିଥିବା ଶ୍ରମିକ ଓ କର୍ମଚାରୀ ମହଲରେ ଚର୍ଚ୍ଚା ହେଉଛି।
ଅସୁରକ୍ଷିତ ଓସ୍ତପାଳ କ୍ରୋମାଇଟ୍‌ ମାଇନ୍ସ ବିରୋଧରେ ୧୬ା୪ା୨୦୨୧ରେ ଅଞ୍ଚଳବାସୀଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ଓ୍ବେବ୍‌ପୋର୍ଟାଲ୍‌ ‘ସେଣ୍ଟ୍ରାଲାଇଜଡ୍‌ ପବ୍ଲିକ୍‌ ଗ୍ରିଭାନ୍ସ ରିଡ୍ରେସ୍‌ ଆଣ୍ଡ୍‌ ମନିଟରିଂ ସିଷ୍ଟମ୍‌’ ମାଧ୍ୟମରେ ଅଭିଯୋଗ ହୋଇଥିଲା। ଏହି କ୍ରମରେ ଡାଇରେକ୍ଟର ଜେନେରାଲ ଅଫ୍‌ ମାଇନ୍ସ ସେଫ୍‌ଟି(ଡିଜିଏମ୍‌ଏସ୍‌) ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଭୁବନେଶ୍ୱର କ୍ଷେତ୍ର ଖଣି ସୁରକ୍ଷା ନିର୍ଦ୍ଦେଶକ(ଡିଏମ୍‌ଏସ୍‌)ଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଭୁବନେଶ୍ୱର ଡିଏମ୍‌ଏସ୍‌ ୧୦ା୬ା୨୦୨୧ରେ ଅଭିଯୋଗ ସଂକ୍ରାନ୍ତରେ ତଦନ୍ତ ଚାଲିଛି ବୋଲି ଧାନବାଦସ୍ଥିତ ଡିଏମ୍‌ଏସ୍‌ ମୁଖ୍ୟାଳୟକୁ ଚିଠି (ବିବିଆର୍‌/ପିଜି/୨୦୨୧/୩୧୪) ମାଧ୍ୟମରେ ସୂଚନା ଦେଇଛନ୍ତି। ଖଣିି ଗର୍ତ୍ତ ଓ ଡମ୍ପ ମଧ୍ୟରେ ଅନୂ୍ୟନ ୧୦୦ ମିଟର ଦୂରତା ସହ ଡମ୍ପର ଉଚ୍ଚତା ଅତିବେଶିରେ ୬୦ ମିଟର ପର୍ଯ୍ୟନ୍ତ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି ବୋଲି ଭୁବନେଶ୍ୱର ଡିଏମ୍‌ଏସ୍‌ ପକ୍ଷରୁ ଚିଠିରେ ଦର୍ଶାଯାଇଛି। ବେଦାନ୍ତ ରିସୋର୍ସ ଲିମିଟେଡ୍‌ ତେଲ, ଗ୍ୟାସ୍‌, ଜିଙ୍କ୍‌, ସିଲ୍‌ଭର, କପର, ଆଇରନଓର, ଷ୍ଟିଲ୍‌, ଆଲୁମିନିୟମ ଆଦି ଉପତ୍ାଦନରେ ଭାରତ ସମେତ ଦକ୍ଷିଣ ଆଫ୍ରିକା, ନାମ୍ବିଆ ଓ ଅଷ୍ଟ୍ରେଲିଆରେ ପ୍ରତିଷ୍ଠିତ ହୋଇପାରିଛି। ଲାଭ ବଢ଼ିଛି, କମ୍ପାନୀ ଧନୀ ହୋଇଛି। କିନ୍ତୁ ଯେଉଁ ମାଟିର ବକ୍ଷ ଚିିରି କମ୍ପାନୀ ଏହି ଉପଲବ୍ଧି ପାଇପାରିଛି ସେହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ପ୍ରତି ଏବେ ବିପଦର କାରଣ ସାଜିଛି।
କଟକସ୍ଥିତ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି)ଙ୍କ ୩୦ା୧ା୨୦୨୦ ନିର୍ଦ୍ଦେଶ ଅନୁଯାୟୀ ବେଦାନ୍ତ ଇତିମଧ୍ୟରେ ଫେରୋ ଆଲୋଏଜ୍‌ କର୍ପୋରେଶନ ଲିମିଟେଡ୍‌ (ଫାକର)କୁ ସମୁଦାୟ ୨୭୦ କୋଟି ଟଙ୍କାରେ ଅଧିଗ୍ରହଣ କରିଛି। ଫଳରେ ଫାକର ମାଲିକାନାରେ ଥିବା ଯାଜପୁର ଜିଲାର ଓସ୍ତପାଳ, କଳାରଙ୍ଗିଅଟା, କାଠପାଳ କ୍ରୋମାଇଟ୍‌ ମାଇନ୍ସ ଏବଂ ଭଦ୍ରକ ଜିଲାରେ ଥିବା ଚାର୍ଜ କ୍ରୋମ୍‌ ପ୍ଲାଣ୍ଟ(ସିସିପି) ବେଦାନ୍ତ ପରିଚାଳନା ଅଧୀନକୁ ଆସିଛି। ହେଲେ ବେଦାନ୍ତ ପ୍ରଥମେ ଓସ୍ତପାଳ କ୍ରୋମାଇଟ୍‌ ଖଣି ମଧ୍ୟରେ ଥିବା ୧୫ ଲକ୍ଷ କ୍ୟୁବିକ ମିଟର ବିଷାକ୍ତ ପାଣିକୁ ଡମଶାଳା ନାଳରେ ଛାଡ଼ି ଦେଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ରହୁଥିବା ସୁରେଶ କୁମାର ସମେତ ୩ଜଣ ବ୍ୟକ୍ତି ୧୨ା୩ା୨୦୨୧ରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ସଦସ୍ୟ ସଚିବ ଏବଂ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କୁ ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍‌ପିସିବି ସଦସ୍ୟ ସଚିବ ୧୯ା୫ା୨୦୨୧ରେ ତାଙ୍କ ପତ୍ରସଂଖ୍ୟା ୭୨୩୪ରେ ଅଭିଯୋଗକାରୀଙ୍କୁ ଅବଗତ କରାଇଥିଲେ। ସେହିପରି ଡମଶାଳା ନାଳରେ ବେଦାନ୍ତ ବିଷାକ୍ତ ପାଣି ଛାଡ଼ିବା ପରେ ଖଣି ଖନନ କାର୍ଯ୍ୟ ଆରମ୍ଭ କରିଥିଲେ ହେଁ କୌଣସି ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟି ଦେଇନାହିଁ ବୋଲି ଅନ୍ୟତମ ଅଭିଯୋଗକାରୀ ୨୭ା୫ା୨୦୨୧ରେ ‘ସେଣ୍ଟ୍ରାଲାଇଜଡ୍‌ ପବ୍ଲିକ୍‌ ଗ୍ରିଭାନ୍ସ ରିଡ୍ରେସ୍‌ ଆଣ୍ଡ୍‌ ମନିଟରିଂ ସିଷ୍ଟମ୍‌’ ପୋର୍ଟାଲ୍‌ରେ ଅଭିଯୋଗ କରିଥିଲେ। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିିଁ। ବର୍ତ୍ତମାନ ବେଦାନ୍ତ ସେଠାରେ ଖଣି ଉତ୍ତୋଳନ ଜୋର୍‌ଦାର ଚଳାଇଥିବା ଶ୍ରମିକଙ୍କଠାରୁ ଜଣାପଡ଼ିଛି।
ସୂଚନା ଅଧିକାର ଆଇନ ବଳରେ ଡିଏମ୍‌ଏସ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ୧୫ା୯ା୨୦୧୬ ରାତିରେ ଓସ୍ତପାଳ କ୍ରୋମାଇଟ ଖଣିର ଡମ୍ପରୁ ବଡ଼ଧରଣର ମାଟି ଅତଡ଼ା ଖସିଥିଲା। ପ୍ରାୟ ୪ ଲକ୍ଷ କ୍ୟୁବିକ ମିଟର ମାଟି ଖଣି ଗର୍ଭରେ ପଡିଥିଲା। କିନ୍ତୁ ରାତି ହୋଇଥିବାରୁ କୌଣସି ଜୀବନହାନି ହୋଇ ନ ଥିଲା। ସେହିପରି ୧୯ା୯ା୨୦୧୮ରେ ଏହି ଖଣିର ଉତ୍ତର ଦିଗକୁ ୪ଟି ବେଞ୍ଚ୍‌ ଭୁଶୁଡି ପଡିବାରୁ ପ୍ରାୟ ୭୦ ହଜାର କ୍ୟୁବିକ ମିଟର ମାଟି ଖଣି ଗର୍ତ୍ତରେ ପଡ଼ିଥିଲା। ଏହା ମଧ୍ୟ ସୌଭାଗ୍ୟବଶତଃ ରାତିରେ ହୋଇଥିଲା। ପୂର୍ବରୁ ୧୬ା୨ା୨୦୧୧ରେ ମଧ୍ୟ ବେଞ୍ଚ/ଡମ୍ପରୁ ମାଟି ଅତଡା ଖସିଥିବାର ସୂଚନା ମିଳିଛି।
ଓସ୍ତପାଳ କ୍ରୋମାଇଟ୍‌ ଖଣି ଅସୁରକ୍ଷିତ ରହିଥିବା ପୂର୍ବରୁ ଅଭିଯୋଗ ହୋଇଆସିଛି। ଏଭଳିସ୍ଥଳେ ବେଦାନ୍ତ ୨ା୬ା୨୦୨୧ରେ ଏକ ଇଂଲିଶ୍‌ ଦୈନିକ ଖବରକାଗଜରେ ମାଇନ ଡେଭଲପର ଆଣ୍ଡ ଅପରେଟର(ଏମ୍‌ଡିଓ) ନିଯୁକ୍ତି ନିମନ୍ତେ ବିଜ୍ଞାପନ ଜାରି କରିଛି। ଏହାଦ୍ୱାରା ଖଣି ପରିଚାଳନା ଦାୟିତ୍ୱ ଅନ୍ୟ ସଂସ୍ଥା ବୁଝିବ। ଏ ବାବଦରେ ବେଦାନ୍ତ ଏକ ନିର୍ଦ୍ଦିଷ୍ଟ ଅର୍ଥରାଶି ଉକ୍ତ ସଂସ୍ଥାକୁ ଦେବ। ଏଭଳି ବିଜ୍ଞାପନକୁ ନେଇ ଚର୍ଚ୍ଚା ହେଉଛି ଯେ, ବେଦାନ୍ତ ବିନିଯୋଗ କରିଥିବା ୨୭୦ କୋଟି ଟଙ୍କାଠାରୁ ବହୁଗୁଣ ଆଦାୟ କରିବ ଏବଂ କୌଣସି ଦୁର୍ଘଟଣା ଘଟିଲେ ନିଜେ ଖସିଯିବାର ସହଜ ଉପାୟ ପାଇବ ଏବଂ ଏମ୍‌ଡିଓ ସଂସ୍ଥା ସ୍ଥିତି ସମ୍ଭାଳିବ।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?