ଉତ୍ତର ଦିଗରେ ରଖିଛନ୍ତି କି ‘ଲକର୍‌’; କୋପ କରିବେ ଲକ୍ଷ୍ମୀ; ଜାଣନ୍ତୁ…

ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରତିଟି ଜିନିଷକୁ ରଖିବାର ସଠିକ ଦିଗ ଏବଂ ସ୍ଥାନ ରହିଛି। ଯଦି ସେପରି କରା ନ ଯାଏ ତେବେ ନକରାତ୍ମକ ପ୍ରଭାବ ଘରେ ପଡ଼ିଥାଏ। ସେଭଳି ଗୋଟିଏ ଜିନିଷ ହେଲା ଲକର୍‌। କିଛି ନିୟମ ଏପରି ଅଛି, ଯାହାର ଅନୁରୂପ ଭାବେ କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତିଙ୍କୁ କେବେ ହେଲେ ଧନର ଅଭାବ ପରିଲକ୍ଷିତ ହୋଇ ନ ଥାଏ।

-ବାସ୍ତୁ ଅନୁଯାୟୀ ଲକର୍‌ ରଖିବାର ସଠିକ ଦିଗ ହେଉଛି ଦକ୍ଷିଣ। ଏହି ଦିଗରେ ଏଭଳି ରଖନ୍ତୁ ଯେ ଲକର୍‌ର ଦ୍ୱାର ଉତ୍ତର ଦିଗ ଆଡ଼କୁ ଖୋଲିବ। କାରଣ ଉତ୍ତର ଦିଗ ହେଉଛି ଧନର ସ୍ବାମୀ କୁବେରଙ୍କ ଦିଗ। ଏଭଳି କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ। ସେହିଭଳି ଦକ୍ଷିଣ ଆଡକୁ ତାର ମୁହଁ ଖୋଲିଲେ ଧନହାନୀ ହୋଇଥାଏ।

-ବାସ୍ତୁ ଶାସ୍ତ୍ର ଅନୁଯାୟୀ ଲକର୍‌ ସହ କେବେହେଲେ ପର୍ସ, ଆଲମାରୀ ଏବଂ ବାକ୍ସକୁ ଖାଲି ରଖିବା ଉଚିତ ନୁହେଁ। କାହିଁକି ନା ଏହି ଜିନିଷ ଖାଲି ରଖିବା ଦରିଦ୍ରତାର ଲକ୍ଷଣ। ଏଥିସହ ପର୍ସ ଅଥବା ଲକର୍‌କୁ କେବେହେଲେ ଅପରିଷ୍କାର ହାତରେ ଖୋଲିବା ଅନୁଚିତ। ଏଭଳି କଲେ ଲକ୍ଷ୍ମୀ କୋପ କରିଥାନ୍ତି। ଧନ ହାନି ହୋଇଥାଏ।

-ଲକର୍‌ରେ ଲାଲ୍‌ ରଙ୍ଗର କପଡ଼ା ବିଛାଇ ରଖନ୍ତୁ। କାରଣ ଏହା ମହାଲକ୍ଷ୍ମୀଙ୍କ ସ୍ଥାନ। ଏହାକୁ ଖୋଲିବା ସମୟରେ ଜୋତା, ଚପଲ ଖୋଲିଦିଅନ୍ତୁ।

-ଲକର୍‌ ପାଖରେ କେବେହେଲେ ଝାଡ଼ୁ ରଖନ୍ତୁ ନାହିଁ। ଘର ଝାଡ଼ୁ କରିବା ପରେ ଭୁଲରେ ବି ଲକର୍‌ ପାଖରେ ଝାଡ଼ୁ ରଖନ୍ତୁ ନାହିଁ। କାରଣ ଏପରି କଲେ ଆପଣଙ୍କ ପରିବାର ଉପରେ ଆର୍ଥିକ ସଙ୍କଟ ଆସିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri