Posted inଫୁରସତ

ଶଡ଼େଇରେ ତିଆରି କଳାକୃତି: ଦେଖିବାକୁ ଯେତିକି ସୁନ୍ଦର, ସେମିତି ମନଛୁଆଁ…

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ କଳା କାରିଗରି ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପୁଣି ହସ୍ତଶିଳ୍ପ କଳାରେ ନିୟୋଜିତ କାରିଗରମାନଙ୍କୁ ରୋଜଗାର ପନ୍ଥା ବି ମିଳିପାରୁଛି। ବିଭିନ୍ନ ସ୍ଥାନରେ ଆୟୋଜିତ ମେଳା, ମହୋତ୍ସବରେ କାରିଗରମାନେ ସେମାନଙ୍କ ହସ୍ତକଳା ପସରା ଖୋଲିଥାନ୍ତି। ହାତ ତିଆରି କଳାକୃତିଗୁଡ଼ିକ ଦେଖିବାକୁ ଯେତିକି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ। ଏଥିମଧ୍ୟରେ ମାଟି, ଗୋବର, ଲୁହା, ପିତଳ, କାଠ, ବାଉଁଶ, ବେତ, ଝୋଟ, ତାଳପତ୍ର, କପଡ଼ା, ନଡ଼ିଆକତା ଓ ନଡ଼ିଆ ଶଡ଼େଇରେ ତିଆରି କେତେକ ଘରକରଣା, ସୌଖୀନ ସାଜସଜ୍ଜା ସାମଗ୍ରୀ ବି ରହିଥାଏ। ମାତ୍ର ନଡ଼ିଆ ଶଡ଼େଇରେ ସୁନ୍ଦର ସୁନ୍ଦର କଳାକୃତିର କଥା ଅଲଗା। ଏହାକୁ ତିଆରି କରୁଥିବା ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ କଣିଆ ଗାଁର ଦେବୀପ୍ରସନ୍ନ ମହାନ୍ତି କୁହନ୍ତି, ମୁଁ ମାଟ୍ରିକ ଯାଏ ପଢ଼ିଛି। ସ୍କୁଲ ବୟସରେ ଗାଁରେ ବୁଲାବୁଲି କରୁଥିବା ବେଳେ ଅଧିକାଂଶ ସମୟ ଗୁଆଗଛରୁ ଗୁଆକୁ ଝଡ଼ାଇ ଘରକୁ ଆଣି ଗୋଟାଗୁଆକୁ ବୋଉକୁ ଦେଉଥିଲି। ଥରେ ଏକ ଗୁଆକୁ ଝଡ଼ାଇ ଆଣିଲା ପରେ ଅନ୍ୟମନସ୍କଭାବେ ସେଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ କଳାକୃତି ତିଆରି କରିଥିଲି। ଏପରି କଳାକୃତିକୁ ସେତେବେଳେ ବୋଉକୁ ଦେଖାଇଥିଲି। ଏଥିରେ ସେ ଖୁବ୍‌ ଖୁସି ହୋଇଯାଇଥିଲା। ମୁଁ ବହୁତ ଉତ୍ସାହିତ ହୋଇଯାଇଥିଲି। ଆଉ ଗୁଆରେ ଯେ ମହାପ୍ରଭୁଙ୍କ କଳାକୃତି ତିଆରି ହୋଇପାରୁଛି ଏଥିପାଇଁ ଅଧିକ ପରିମାଣରେ ଗୁଆ ସଂଗ୍ରହକରି ସେଥିରେ ବିଭିନ୍ନ କଳାକୃତି ତିଆରି କରିଥିଲି। ଥରେ ଭାବିଲି ଗୁଆରେ ଯଦି ହୋଇପାରୁଛି ନଡ଼ିଆ ଶଡ଼େଇରେ ତ କଳାକୃତି ହୋଇପାରିବ। ଏମିତି ପରିକଳ୍ପନାକରି ଘରୁ କେତୋଟି ନଡ଼ିଆ ଶଡ଼େଇକୁ ନେଇ ସେଥିରେ କେତୋଟି କପ୍‌, ଫୁଲଦାନୀ, ଚଢ଼େଇବସା ତିଆରି କରିଥିଲି। ସମସ୍ତେ ଏସବୁକୁ ଦେଖି ବହୁତ ପ୍ରଶଂସା କଲେ। ସେବେଠାରୁ ଆଉ ପଛକୁ ଫେରିନାହିଁ। ଆଜକୁ ପ୍ରାୟ ୨୦ବର୍ଷ ଧରି ନଡ଼ିଆ ଶଡ଼େଇରେ ଏମିତି ବିଭିନ୍ନ ପ୍ରକାରର କଳାକୃତି ତିଆରି କରି ଆସୁଛି। ପ୍ରତିଦିନ ଘରର କାମସାରି ବଳକା ସମୟରେ ନଡ଼ିଆ ଶଡ଼େଇ ସଂଗ୍ରହ କରିଥାଏ। ଏଥିରେ ତିଆରି କଳାକୃତିଗୁଡ଼ିକୁ ଘରେ ସାଇତି ରଖିଥାଏ। ଏଥିରେ କୌଣସି କଳାକୃତି ତିଆରି କରିବା ପୂର୍ବରୁ ପ୍ରଥମେ ନଡ଼ିଆ ଶଡ଼େଇକୁ ସାଇଜକରି ପଲିସ କରିଥାଏ। ତା’ ପରେ ଶଡ଼େଇ ଉପରେ ବିଭିନ୍ନ କଳାକୃତିକୁ ଅଙ୍କନ କରେ। ଏମିତିକି ଶଡ଼େଇରେ କପ୍‌, ପାଣିଜଗ୍‌, ମଗ, କାନଫୁଲ, ପ୍ରଜାପତି, ଫୁଲଦାନୀ, ପେନ୍‌ଷ୍ଟାଣ୍ଡ, ଶୁଆସାରୀ, ଜଗନ୍ନାଥଙ୍କ କଳାକୃତି, କେତେକ ଜୀବଜନ୍ତୁଙ୍କ ଆକୃତି ଅଙ୍କନ କରିଥାଏ। ଶଡ଼େଇରେ କେତେକ ପ୍ରକାର ଚିତ୍ରକରି ସେଥିରେ ରଙ୍ଗ ଦେଇଥାଏ। ଗୋଟିଏ ଗୋଟିଏ ଶଡ଼େଇ କଳାକୃତିର ମୂଲ୍ୟ ୪୦ଟଙ୍କାରୁ ଆରମ୍ଭକରି ପ୍ରାୟ ୨ହଜାର ଟଙ୍କା ଯାଏ ରହିଛି। ଏହିସବୁ କଳାକୃତିକୁ ବିଭିନ୍ନ ମେଳା ମହୋତ୍ସବକୁ ବିକ୍ରିକରିବା ପାଇଁ ନେଇଥାଏ। ଏଥିପାଇଁ କେତେକ ଅନୁଷ୍ଠାନରୁ ମଧ୍ୟ ପୁରସ୍କୃତ ହୋଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଆଦିବାସୀ ମେଳା, ଶିଶିର ସରସ ସମେତ ବିଭିନ୍ନ ମେଳା ଓ ମହୋତ୍ସବରେ ଷ୍ଟଲ୍‌ ଖୋଲି ନଡ଼ିଆ ଶଡ଼େଇରେ ତିଆରି ବିଭିନ୍ନ ଖେଳନା ପ୍ରାୟ ୩୦ଟଙ୍କାରୁ ଆରମ୍ଭକରି ୨ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରି କରିଥାଉ। ନଡ଼ିଆ ଶଡ଼େଇରେ ତିଆରି ବିଭିନ୍ନ କଳାକୃତି ଆମ ରାଜ୍ୟର ହସ୍ତକଳା କାରିଗରି ସମୃଦ୍ଧିରେ ସହାୟକ ହୋଇଥାଏ। -ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?