ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ବଡ଼ ସୂଚନା: ମଧ୍ୟବିତ୍ତଙ୍କୁ ବଡ଼ ଫାଇଦା, ମିଳିବ…

ନୂଆଦିଲ୍ଲୀ,୧୩।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର କେନ୍ଦ୍ର ବଜେଟ ୨୦୨୫-୨୬ରେ ଅନେକ କ୍ଷେତ୍ର ଏବଂ ରାଜ୍ୟ ପାଇଁ ଆବଣ୍ଟନ ହ୍ରାସ କରିବା ନେଇ ବିରୋଧୀଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ରାଜ୍ୟସଭାରେ ସେ କହିଛନ୍ତି ଯେ ଆୟକର ସୀମା ବୃଦ୍ଧି ସମେତ ବଜେଟରେ ଘୋଷିତ ବିଭିନ୍ନ ପଦକ୍ଷେପ ମଧ୍ୟବିତ୍ତ ବର୍ଗର ଲୋକଙ୍କ କ୍ରୟ ଶକ୍ତି ବୃଦ୍ଧି କରିବ। ସୀତାରାମନ୍‌ କହିଛନ୍ତି, ଉଚ୍ଚ ସଦନରେ ସାଧାରଣ ବଜେଟ ଉପରେ ଆଲୋଚନାରେ ୯୦ରୁ ଅଧିକ ସଦସ୍ୟ ଅଂଶଗ୍ରହଣ କରିଥିଲେ। ଆଜି ଦେଶ ଯେଉଁ ସମସ୍ତ ସମସ୍ୟାର ସମ୍ମୁଖୀନ ହେଉଛି, ତାହାକୁ ବଜେଟରେ ବିଚାରକୁ ନିଆଯାଇଛି।

ସେ କହିଛନ୍ତି , ବିଭିନ୍ନ ରାଜ୍ୟ ଦ୍ୱାରା ନିଆଯାଇଥିବା ଋଣ ଯୋଗୁ ସୁଧ ବୋଝ ଏକ ସମସ୍ୟା। ଏହାକୁ ଦୂର କରିବା ପାଇଁ, ବୁଦ୍ଧିମାନ ଆର୍ଥିକ ପରିଚାଳନା ଏକ ଆବଶ୍ୟକ ପଦକ୍ଷେପ। ଅର୍ଥମନ୍ତ୍ରୀ କହିଛନ୍ତି , ଏଥର ସରକାର ବଜେଟ ଏପରି ଭାବରେ ପ୍ରସ୍ତୁତ କରିଛନ୍ତି ଯାହା ଦ୍ୱାରା ବିକାଶକୁ ତ୍ୱରାନ୍‌ବିତ କରାଯାଇପାରିବ, ଅନ୍ତର୍ଭୁକ୍ତ ଅଭିବୃଦ୍ଧି ହାସଲ କରାଯାଇପାରିବ, ଘରୋଇ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରାଯାଇପାରିବ, ଗୃହକର୍ତ୍ତାଙ୍କ ଭାବନାକୁ ମଜବୁତ କରାଯାଇପାରିବ ଏବଂ ଭାରତର ବର୍ଦ୍ଧିତ ମଧ୍ୟବିତ୍ତ ବର୍ଗର କ୍ରୟ ଶକ୍ତିକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ବୃଦ୍ଧି କରାଯାଇପାରିବ।

ସେ କହିଛନ୍ତି, ବଜେଟରେ ଚାରୋଟି ବର୍ଗ- ଗରିବ, ଯୁବକ, ଚାଷୀ ଏବଂ ମହିଳାମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଯାହା ଦାରା ସମଗ୍ର ଅର୍ଥନୀତିକୁ ସୁଦୃଢ଼ କରାଯାଇପାରିବ। ସେ କହିଛନ୍ତି, ସରକାରଙ୍କ ସମସ୍ତ ଯୋଜନାରେ ଏହି ବର୍ଗଗୁଡ଼ିକର ଯତ୍ନ ନିଆଯାଇଛି ଯାହା ଦ୍ୱାରା ସେମାନେ ଲାଭ ପାଇପାରିବେ। ସୀତାରାମନ୍‌ କହିଛନ୍ତି ଯେ, ବଜେଟରେ ପୁଞ୍ଜି ଖର୍ଚ୍ଚ ଉପରେ ପୂର୍ଣ୍ଣ ଧ୍ୟାନ ଦିଆଯାଇଛି। ଗତ ବର୍ଷର ସଂଖ୍ୟା ଦେଇ ସେ କହିଛନ୍ତି ଯେ ଆଗାମୀ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟରେ କୌଣସି ହ୍ରାସ କରାଯାଇ ନାହିଁ। ସେ କହିଛନ୍ତି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଭାବୀ ପୁଞ୍ଜି ବ୍ୟୟ ୧୯.୮୦ ଲକ୍ଷ କୋଟି ଟଙ୍କା ହେବାର ସମ୍ଭାବନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲୋଡା ହେଲା ନବଜାତ ଶିଶୁପୁତ୍ର: ବୁଦା ମୂଳରୁ ଉଦ୍ଧାର

ପାଟଣା,୨୭।୬(ବୀର କିଶୋର ଦାଶ): ଏକ ବୁଦା ମୂଳରୁ ଶନିବାର ସକାଳୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ରଘୁନାଥ…

କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନରେ ମହତ୍‌ କାମ କରି ଚର୍ଚ୍ଚାରେ ବିଧାୟକ: ରେକର୍ଡ ସଂଖ୍ୟକ…

ଗଞ୍ଜାମ,୨୭।୬(ବିଦ୍ୟାଧର ସାହୁ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମ ଦିବସ ଉପଲକ୍ଷେ ଛତ୍ରପୁରଠାରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିଲେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ…

ଶିଶୁପୁତ୍ର ଉଦ୍ଧାର ଘଟଣା , ପୋଷ୍ୟ ସଂସ୍ଥାକୁ ହସ୍ତାନ୍ତର କଲା ପୋଲିସ

ଦିଗପହଣ୍ଡି,୨୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସର ପରିତ୍ୟକ୍ତ ଜମିରୁ, ଶୁକ୍ରବାର ସାରେ ପୋଲିସ…

ଇସ୍ରାଏଲ-ଲେବାନନ ଶାନ୍ତି ଚୁକ୍ତି ସ୍ବାକ୍ଷରିତ, ହେଜବୋଲାକୁ ଗ୍ରହଣ କରିବାକୁ ପଡିବ ଏସବୁ ସର୍ତ୍ତ

ଜେରୁଜେଲମ,୨୭।୬: ମଧ୍ୟପ୍ରାଚ୍ୟରୁ ଏକ ପ୍ରମୁଖ, ଐତିହାସିକ ଖବର ସାମ୍ନାକୁ ଆସୁଛି। ଯୁଦ୍ଧର ନିଆଁରେ ଜଳୁଥିବା ଦେଶଗୁଡ଼ିକ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଶେଷରେ ଶାନ୍ତିର ପ୍ରଥମ ଝଲକ…

ଶାଗୁଆନ ଗଛ କାଟୁଥିଲେ ଦୃର୍ବୁତ୍ତ, ଛିଣ୍ଡିଲା ୩୩ କେଭି ଲାଇନ ତାର: ଆଉ ତା’ପରେ…

ଭଞ୍ଜନଗର,୨୬।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଶନିବାର ସକାଳେ ପବନ ବର୍ଷା ନାହିଁ କିନ୍ତୁ ଦୁର୍ବୁତ୍ତମାନଙ୍କ ପାଇଁ ବିଦ୍ୟୁତସେବା ବ୍ୟାହତ ହୋଇଛି। ବିଦ୍ୟୁତ ସେବା ସ୍ବାଭାବିକ ହେବାକୁ…

‘ଆଉ ବ୍ଲେମ ଗେମ୍‌ ନୁହେଁ…’: ଆମେରିକାର ଆକ୍ରମଣ ପରେ ରାଗିଲାଣି ଇରାନ, କହିଛି ‘ଆମେରିକାର ବିଫଳ ରାଷ୍ଟ୍ରପତି…’

ତେହରାନ,୨୭।୬: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ ଆକ୍ରମଣ ପରେ, ଆମେରିକା ଅନେକ ଇରାନୀ…

IND vs IRE 1st T20I: ଭାରତ ପରାଜୟର ୩ ପ୍ରମୁଖ କାରଣ: ଆୟର୍ଲାଣ୍ଡ ବିପକ୍ଷରେ କାହିଁକି ହାରିଲା ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଇତିହାସରେ ଜୁନ ୨୬ (ଶୁକ୍ରବାର) ଏକ କଳା ଦିନ ଭାବରେ ଲିପିବଦ୍ଧ ହୋଇପାରେ। ଏହି ଦିନ, ପ୍ରଥମ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ…

ମୌସୁମୀ ବର୍ଷାରେ ବିଳମ୍ବ, ଚାଷୀ ହତାଶ: ଜଳସେଚନ ସୁବିଧା ନାହିଁ

ନୂଆପଡ଼ା,୨୭ା୬ (ମକାରୁ ବେମାଲ):ନୂଆପଡା ଏକ କୃଷିପ୍ରଧାନ ଜିଲା। ଜିଲାର ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ଜଳସେଚିତ ଅଞ୍ଚଳକୁ ବାଦଦେଲେ ଅଣଜଳସେଚିତ ଅଞ୍ଚଳରେ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri