ଜୀବନର ମୂଲ୍ୟବୋଧ ଓ ଏସ୍‌ଡିଜି

ସରସ ସୁନ୍ଦର ଜୀବନଟିଏ ଜିଇବାକୁ କିଏ ବା ନ ଚାହେଁ। ଭଲରେ ବଢ଼ିବା, ଭଲରେ ବଢ଼ାଇବା ଓ ଏଇ ପୃଥିବୀରେ ସଭିଏ ଖୁସି, ଶାନ୍ତି, ଶାରୀରିକ ଓ ମାନସିକ ସୁସ୍ଥତାର ସହ ସହାବସ୍ଥାନ କରିବା ତ ଜୀବନର ବଡ଼ ସଫଳତା। ବ୍ୟକ୍ତିଗତ ଲକ୍ଷ୍ୟ ଓ ଅର୍ଜିତ ସଫଳତାଗୁଡ଼ିକର ସେତେବେଳେ ପୂର୍ଣ୍ଣତା ପ୍ରାପ୍ତି ଓ ଚିରସ୍ଥାୟୀ ହୁଏ, ଯେତେବେଳେ ସମ୍ପୃକ୍ତ ବ୍ୟକ୍ତି ଜୀବନର ମୂଲ୍ୟବୋଧ ସବୁକୁ ବୁଝନ୍ତି, କାର୍ଯ୍ୟକାରୀ କରନ୍ତି। ଜୀବନର ମୂଲ୍ୟବୋଧ ହିଁ ମଣିଷର ଅନ୍ତର୍ଚକ୍ଷୁକୁ ଉନ୍ମୁକ୍ତ କରେ। ସହଜରେ ପରିପୁଷ୍ଟ କରେ ତା’ର ଜୀବନ କୌଶଳକୁ। ଜୀବନ କୌଶଳ ଜୀବନକୁ ଅଧିକ ମାର୍ଜିତ କରେ। ମାର୍ଜିତ ଜୀବନର ପରିଭାଷା ହେଉଛି ସର୍ବେ ଭବନ୍ତୁ ସୁଖୀନଃ, ଲୋକାଃ ସମସ୍ତାଃ ସୁଖୀନୋ ଭବନ୍ତୁ, ବସୁଧୈବ କୁଟୁମ୍ବକମ୍‌ ଇତ୍ୟାଦି। ଅର୍ଥାତ୍‌ ନିଜର, ପରିବାରର, ଗୋଷ୍ଠୀର ସର୍ବୋପରି ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି କାର୍ଯ୍ୟ କରିବା। ଜୀବନର ମୂଲ୍ୟବୋଧ କେବଳ ଦୀର୍ଘ ଜୀବନ ଜିଇବାରେ ନ ଥାଏ ବରଂ ସମାଜ ପାଇଁ ଆମର ଅବଦାନ କେତେ ରହିଛି ତାହା ଜୀବନର ସାର୍ଥକତା ପରିପ୍ରକାଶ କରେ। ପ୍ରତ୍ୟେକ ବ୍ୟକ୍ତିବିଶେଷ ପୃଥିବୀକୁ ଏକ ପରିବାର ମନେକରିବା, ସାଧୁତା ଅବଲମ୍ବନ କରିବା ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିବା ହେଉଛି ଜୀବନର ମୂଲ୍ୟବୋଧ। ଏହା ସହିତ ସହାନୁଭୂତି, ସ୍ବଧ୍ୟାୟ, ସମସ୍ୟାର ସମାଧାନ, ସୃଜନଶୀଳତା, ଉତ୍ତମ ଭାବନା, ଯୋଗାଯୋଗ ଦକ୍ଷତା, ଆତ୍ମସଂଯମ ଆଦି ରଖି ଚଳିଲେ ଜୀବନରେ ସ୍ଥିରତା ଆସେ। ଜୀବନରେ ଆନନ୍ଦ ଦ୍ୱିଗୁଣିତ ହୁଏ। ଏହି ମାଧୁର୍ଯ୍ୟପୂର୍ଣ୍ଣ ଜୀବନରୁ ବ୍ୟକ୍ତି ଅତ୍ମସନ୍ତୋଷଯୁକ୍ତ ଅଭିଜ୍ଞତା ସାଉଁଟେ। ଆତ୍ମସମୀକ୍ଷା କରେ। ଅର୍ଥନୈତିକ ଓ ସାମାଜିକ ପ୍ରଗତି ଓ ତା’ର ସୁପରିଚାଳନା କରିବାରେ ସମର୍ଥ ହୁଏ। ଯାହା ମଣିଷକୁ ସୁଖୀ ଓ ଦୀର୍ଘଜୀବୀ କରାଏ। ଆଉ ସୁଖ ଚିରସ୍ଥାୟୀ ସେତେବେଳେ ହୁଏ ଯେତେବେଳେ ମଣିଷର ପ୍ରତିଟି ଆବଶ୍ୟକତା ପୂରଣ ସହିତ ଜୀବନର ମୂଲ୍ୟବୋଧର ସମ୍ମିଶ୍ରଣ ଘଟେ। ଅଭିଳାଷ ସର୍ବନିମ୍ନ ହେଉ ବା ସର୍ବୋଚ୍ଚ, ଆବଶ୍ୟକତାର ଉଚିତ ପରିସୀମା ନିର୍ଦ୍ଧାରଣ କରେ ଜୀବନର ମୂଲ୍ୟବୋଧ। ଉଦାହରଣ ସ୍ବରୂପ ଭଲମଣିଷ ହେବା, ରୋଜଗାର ବା ଅର୍ଥ ଉପାର୍ଜନ କରିବା, ସୁଖୀ ଜୀବନ ଜିଇବା ଗୋଟିଏ ଗୋଟିଏ ଆବଶ୍ୟକତା ହୋଇପାରେ। ତେବେ ନିଜର ଇଚ୍ଛା ବା ଅଭିଳାଷପୂର୍ଣ୍ଣ ସହିତ ଜୀବନର ମୂଲ୍ୟବୋଧ, ସାମାଜିକ, ଅର୍ଥନୈତିକ ସନ୍ତୁଳନ ବଜାୟ ରଖି ସମସ୍ତଙ୍କ ଆବଶ୍ୟକତା ପରିପୂରଣ ପାଇଁ କାର୍ଯ୍ୟକଲେ ଜୀବନ ସାର୍ଥକ ହେବ।
ପ୍ରତ୍ୟେକ ବ୍ୟକ୍ତି ନିଜର ଦକ୍ଷତା ପାଇଁ ମୂଲ୍ୟବାନ୍‌। ଏହାକୁ ଆମେ ଭିନ୍ନ ଭିନ୍ନ ପରିସ୍ଥିତିରେ ଉପଲବ୍ଧି କରୁ। ଯେମିତି କି ଶିକ୍ଷକ ଭାବରେ, ଛାତ୍ରୀଛାତ୍ର ଭାବରେ, ବକ୍ତା ଭାବରେ, ଶ୍ରୋତା ଭାବରେ, ସମାଜସେବୀ ଭାବରେ ଇତ୍ୟାଦି। ବ୍ୟକ୍ତିଗତ, ପାରିବାରିକ, ଗୋଷ୍ଠୀଗତସ୍ତରରେ ଜୀବନର ମୂଲ୍ୟବୋଧକୁ ବୃଦ୍ଧିକରି ବିକାଶର ଲକ୍ଷ୍ୟଗୁଡିକୁ ପୂରଣ କରି ପୃଥିବୀରେ ରୂପାନ୍ତରଣ କରାଯାଇପାରେ, ଯେଉଁଠି କେହି ଭୋକିଲା, ଗରିବ, ଅସୁସ୍ଥ ନ ଥିବେ। ସଭିଏ ସୁସ୍ଥ, ନିରାପଦ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ନିର୍ବାହ କରିବାର ସୁଯୋଗ ଲାଭ କରୁଥିବେ। ଏହା ହିଁ ତ ମିଳିତ ଜାତିସଂଘ ବା ୟୁଏନ୍‌ ଦ୍ୱାରା ସମସ୍ତ ଦେଶର ସହଯୋଗକ୍ରମେ କାର୍ଯ୍ୟକାରୀ ହେଉଥିବା ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ବା ଏସ୍‌ଡିଜିର ଆହ୍ବାନ। ତେବେ ଏହି ଲକ୍ଷ୍ୟଗୁଡିକୁ ପୂରଣ କରିବାକୁ ହେଲେ ପ୍ରଗତି ପାଇଁ କାର୍ଯ୍ୟଖସଡ଼ା ସାଙ୍ଗକୁ ସମାନ୍ତରାଳ ଭାବେ ଜୀବନର ମୂଲ୍ୟବୋଧକୁ ଧରି ଆଗକୁ ବଢ଼ିବାକୁ ହେବ। ଏହା କରିବାକୁ ହେଲେ ନିଜ ଭିତରେ ନିଜ ପରିବେଶର ଯତ୍ନ ନେବା, ସୁରକ୍ଷା ଦେବା, ଦାୟିତ୍ୱ ଓ କର୍ତ୍ତବ୍ୟଗୁଡ଼ିକ ଉପଯୁକ୍ତ ଭାବରେ ପାଳନ କରିବା, ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ଭାଗୀଦାରି ହେବା, ସ୍ଥାନୀୟ ସମ୍ବଳ ବୃଦ୍ଧିକରିବା ପାଇଁ ବ୍ୟକ୍ତିଗତ ପ୍ରୟାସ ସମସ୍ତଙ୍କଠାରୁ ଆରମ୍ଭ ହେବା ଜରୁରୀ। କାରଣ ଜୀବନର ମୂଲ୍ୟବୋଧଗୁଡିକୁ ବ୍ୟକ୍ତି ନିଜ ପରିବେଶରୁ ଗ୍ରହଣ କରିଥାଏ।
ଯେଉଁ ସଂସ୍ଥା, ବ୍ୟକ୍ତିବିଶେଷମାନେ ଲୋକମାନଙ୍କ ଜୀବନଧାରଣର ମାନବୃଦ୍ଧି ପାଇଁ ଏସ୍‌ଡିଜିର ଲକ୍ଷ୍ୟ ପୂରଣ ପାଇଁ କାମ କରୁଛନ୍ତି, ସେମାନେ ବିଭିନ୍ନ ଯୋଜନା, ସୁବିଧାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଁଚାଇଥାନ୍ତି। ଏଥିପାଇଁ ନିମ୍ନରୁ ଊର୍ଦ୍ଧ୍ୱକୁ ବା ବଟମ୍‌ ଅପ୍‌ ପ୍ଲାନିଂ ଓ ମନିଟରିଂ ବ୍ୟବସ୍ଥା ଥାଏ ସତ କିନ୍ତୁ ଏତିକିରେ ସେବା ବା ହାସଲ କରାଯାଉଥିବା ସଫଳତା ଓ ସୁବିଧାଗୁଡ଼ିକ ଚିରସ୍ଥାୟୀ ହୋଇପାରୁନାହିଁ। କାରଣ ଗୋଟିଏ ଜୀବନ ପରିବାର ସହିତ, ପରିବାର ଗୋଷ୍ଠୀ ସହିତ, ଗୋଷ୍ଠୀ ଅଞ୍ଚଳ ସହିତ, ଅଞ୍ଚଳ ସହିତ ଦେଶ ଯୋଡ଼ା। ସେହିପରି ପ୍ରତିଟି ଜୀବନର ଆବଶ୍ୟକତା ପୂରଣ ଜୀବନର ମୂଲ୍ୟବୋଧ ସହିତ ସଂଯୁକ୍ତ। ଏଣୁ ଜୀବନର ମୂଲ୍ୟବୋଧ ବିଷୟରେ ଆତ୍ମସଚେତନ ନ ହେବା ଯାଏ ଚିରସ୍ଥାୟୀ ବିକାଶର ପରିକଳ୍ପନା ଅସମ୍ଭବ। ଉଦାହରଣ ସ୍ବରୂପ ଜୀବିକାର ଉନ୍ନତି ପାଇଁ ପ୍ରଦାନ କରାଯାଉଥିବା ଅର୍ଥର ଉପଯୁକ୍ତ ବିନିଯୋଗ, ଘୂର୍ଣ୍ଣନ, ଲାଭକ୍ଷତିର ହିସାବ ସହିତ ବ୍ୟବସାୟ ଯୋଜନାରେ ଗ୍ରାହକ ଓ ସମାଜର ମଙ୍ଗଳ କାମନାର ଆବଶ୍ୟକତା ନିମନ୍ତେ ସମ୍ପୃକ୍ତ ହିତାଧିକାରୀଙ୍କ ଅବଦାନ କ’ଣ ରହିବ, ତାଙ୍କ ଜୀବନକୁ କେତେ ପରିମାଣରେ ଓ କେତେଦିନ ପର୍ଯ୍ୟନ୍ତ କୁସୁମିତି କରିବ ତା’ର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଓ ପରାମର୍ଶ ରହିବା ଉଚିତ। ଉଭୟ ସେବା ପ୍ରଦାନକାରୀ ଓ ହିତାଧିକାରୀ ଏ ବିଷୟରେ ଅନଭିଜ୍ଞ ଥିବାରୁ ସୁବିଧା ବା ଯୋଜନାକୁ ସାମୟିକ ବୋଲି ଗ୍ରହଣ କରିନିଅନ୍ତି । ଏଣୁ ଜୀବିକାର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ କଥା। ସେହିପରି ଆବଶ୍ୟକତା ଆଧାରରେ ପରିବାର ସମୃଦ୍ଧୀକରଣ ସୁବିଧା ଓ ଯୋଜନା ଯୋଡ଼ିବାର କାରଣ ହେଉଛି ସାମୟିକ ଆବଶ୍ୟକତା ସହିତ ନିଜର ନିରନ୍ତର ପ୍ରଚେଷ୍ଟା ଦ୍ୱାରା ଚିରସ୍ଥାୟୀ ବିକାଶର ଲକ୍ଷ୍ୟ ପୂରଣ। କିନ୍ତୁ ଜୀବନର ମୂଲ୍ୟବୋଧଗୁଡ଼ିକୁ ଜାଣି ନ ପାରିବା ବା ଜାଣି ମଧ୍ୟ ନ ଯୋଡିବା କାରଣରୁ ଅନେକ କ୍ଷେତ୍ରରେ ପରିବାର ସମୃଦ୍ଧୀକରଣ, ଚିରସ୍ଥାୟୀ ହୋଇପାରୁନାହିଁ। କାରଣ ଆତ୍ମସ୍ବାଭିମାନ, ଆତ୍ମନିର୍ଭରଶୀଳତା, ଆତ୍ମସନ୍ତୋଷ, ଆତ୍ମସମୀକ୍ଷାର ଅଭାବ ରହିବାରୁ ମାନସିକତା କେବଳ ନେବା ଭିତରେ ସୀମିତ ରହିଯାଏ।
ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟବୋଧର ଭଟ୍ଟା ପଡିଯାଏ। ଅର୍ଜିତ ଦକ୍ଷତା, କୌଶଳ, ଅର୍ଥ ଆଦିକୁ ବୃଦ୍ଧିକରିବାର ମାନସିକତା ସ୍ଥାଣୁ ପାଲଟିଯାଏ। ଫଳରେ ଗୋଟିଏ ସୁବିଧା ପରେ ଅନ୍ୟଟିକୁ ଚାହିଁ ବସିଥାଉ। ଏହା ହିଁ ବିଡ଼ମ୍ବନା। ଏହି ବିଡ଼ମ୍ବନା କାରଣରୁ ଜୀବନର ମୂଲ୍ୟବୋଧକୁ ଆମେ ବୁଝିପାରୁନା କି ଜୀବନର ଲକ୍ଷ୍ୟ ଚିରସ୍ଥାୟୀ କରିପାରୁନା। ଏଣୁ ବିକାଶର ନର୍ଦ୍ଦିଷ୍ଟ ଲକ୍ଷ୍ୟଗୁଡିକ ଚିରସ୍ଥାୟୀ କରିବାକୁ ହେଲେ ଜୀବନର ମୂଲ୍ୟବୋଧ ସଭିଏ ଜାଣିବା ନିତାନ୍ତ ଜରୁରୀ। ଏହା ହେଲେ ଜୀବନର ମୂଲ୍ୟବୋଧଭିତ୍ତିକ ବିକାଶ ଚିରସ୍ଥାୟୀ ବିକାଶରେ ପରିଣତ ହେବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?