କଲମ୍ବିଆର ଆହ୍ବାନ

ଜୀବାଶ୍ମ ଶକ୍ତିରୁ ଦୂରେଇ ସ୍ବଚ୍ଛ ତଥା ସବୁଜ ଶକ୍ତି କ୍ଷେତ୍ରକୁ ପରିବର୍ତ୍ତନ ସକାଶେ ବିଶ୍ୱରେ ତତ୍ପରତା ପ୍ରକାଶ ପାଇଛି। ଏହାସହ ସୁନା ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହିସବୁ କାରଣ ଯୋଗୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଧାତୁର ଚାହିଦା ଆଶାତୀତ ଭାବେ ବଢ଼ୁଛି। ଏହି ଧାରା ଖଣି ଖନନକୁ ତୀବ୍ର କରିଛି, ଯାହା ଜୈବ ବିବିଧତା ଏବଂ ଲୋକ ବିଶେଷକରି ଆଦିବାସୀ ସମ୍ପ୍ରଦାୟ ଉପରେ ଅତ୍ୟଧିକ ବିପଦ ସୃଷ୍ଟି କରିଛି। ଏହାର ପ୍ରଭାବ ହ୍ରାସ କରିବା ଏବଂ ନକାରାମତ୍କ ଦିଗକୁ ରୋକିବା ପାଇଁ ପୂର୍ବାପେକ୍ଷା ଏକ ସମନ୍ବିତ ବିଶ୍ୱସ୍ତରୀୟ ପଦକ୍ଷେପ ଅଧିକ ଜରୁରୀ। ଏହା ନିଶ୍ଚିତ ଯେ, ସବୁଜ ଶକ୍ତିକୁ ପରିବର୍ତ୍ତନ ଏବଂ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଖଣିଜ ପଦାର୍ଥ ଏବଂ ଧାତୁ ଉତ୍ତୋଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଏହା ଜୀବନକୁ ବଞ୍ଚାଇ ରଖୁଥିବା ପରିସଂସ୍ଥାକୁ ମଧ୍ୟ ବିପଦରେ ପକାଇଥାଏ। ଫଳରେ ପ୍ରାକୃତିକ ବାସସ୍ଥାନ ନଷ୍ଟ , ଜଙ୍ଗଲ କ୍ଷୟ , ଜଳ ଓ ମୃତ୍ତିକା ପ୍ରଦୂଷଣ, ବନ୍ୟଜୀବ ବିଲୁପ୍ତିହେବା ସହ ଖାଦ୍ୟ ନିରାପତ୍ତା ଏବଂ ଜଳଉତ୍ସ ନଷ୍ଟ ହୋଇଯାଏ। ଯଦି ଆଦିବାସୀ ତଥା ସ୍ଥାନୀୟ ସମ୍ପ୍ରଦାୟ ଏହି ସଙ୍କଟର ସମ୍ମୁଖୀନ ହୁଅନ୍ତି, ଯାହା ସେମାନଙ୍କର ଜୀବିକା ତଥା ଏକ ସ୍ବଚ୍ଛ ଓ ସୁସ୍ଥ ପରିବେଶ ପାଇବାର ଅଧିକାର ପ୍ରତି ବିପଦ ସୃଷ୍ଟି କରିଥାଏ।
ନିକଟରେ କରାଯାଇଥିବା ଅଧ୍ୟୟନର ଆକଳନରୁ ଜଣାପଡ଼ିଛି, ସବୁଜ କ୍ଷେତ୍ରକୁ ପରିବର୍ତ୍ତନର ଧାରା ଅଧିକ ତ୍ୱରାନ୍ବିତ ହେଉଥିବାରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଚାହିଦା ୨୦୩୦ ସୁଦ୍ଧା ଦ୍ୱିଗୁଣିତ ଏବଂ ୨୦୪୦ ସୁଦ୍ଧା ୪ ଗୁଣ ବଢ଼ିଯିବ ।
ଏହି ସମୟରେ ସୁଧ ହାର ହ୍ରାସ, ଭୂ-ରାଜନୈତିକ ଅନିଶ୍ଚିତତା, ମାନକରେ ବିବିଧତା,ଅସୁରକ୍ଷିତ ପୁଞ୍ଜି ନିବେଶ ଯୋଗୁ ସୁନା ମୂଲ୍ୟ ଆହୁରି ଅଧିକ ବଢ଼ିବ ବୋଲି ଅନୁମାନ କରାଯାଉଛି। ଏହି ପୃଷ୍ଠଭୂମିରେ, ବ୍ରାଜିଲରେ ଆସନ୍ତା ବର୍ଷ ହେବାକୁ ଥିବା ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌ ୩୦)ରେ ଖଣିଜ ଉତ୍ତୋଳନଠାରୁ ଆରମ୍ଭକରି ତାହାର ପୁନଃ ବ୍ୟବହାର ପର୍ଯ୍ୟନ୍ତ, ସବୁ ଗୁରୁତ୍ୱପୂର୍ଣ୍ଣ ଶୃଙ୍ଖଳାରେ ତଥ୍ୟ ସଂଗ୍ରହ, ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ଏକ ବାଧ୍ୟତାମୂଳକ ଅନ୍ତର୍ଜାତୀୟ ଚୁକ୍ତିନାମା କରିବାକୁ କଲମ୍ବିଆ ଆହ୍ବାନ ଦେଇଛି। କଲମ୍ବିଆରେ ଅନୁଷ୍ଠିତ ମିଳିତ ଜାତିସଂଘର ୧୬ ତମ ଜୈବ ବିବିଧତା ସମ୍ମିଳନୀ (କପ୍‌ ୧୬)ରେ ଏହି ପ୍ରସ୍ତାବ ଉପସ୍ଥାପିତ ହୋଇଛି, ଯାହା ଜାତିସଂଘ ମହାସଚିବଙ୍କ କ୍ରିଟିକାଲ ଏନର୍ଜି ଟ୍ରାଜିସନ ମିନେରାଲ୍ସର ସୁପାରିସକୁ ପାଳନକରେ। ଏହାର ଲକ୍ଷ୍ୟ ହେଉଛି ଖଣିଜ ପଦାର୍ଥର ପରିବେଶ ଉପଯୋଗୀ ଉତ୍ତୋଳନ, ପରିବହନ ଓ ଯୋଗାଣ ବ୍ୟବସ୍ଥାରେ ଅଧିକ ନିରନ୍ତର ଓ ଦୃଢ଼ ପଦକ୍ଷେପ ନେବା, କର୍ପୋରେଟ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା ଏବଂ ଅତ୍ୟାବଶ୍ୟକ ସ୍ବଚ୍ଛ ଶକ୍ତିର କଞ୍ଚାମାଲ ପାଇଁ ବୈଶ୍ୱିକ ବଜାର ପ୍ରତିଷ୍ଠା କରିବା । ଏହାର ମୂଳରେ ରହିଛି ପରିବେଶ ଏବଂ ଜୈବ ବିବିଧତା ଲକ୍ଷ୍ୟରୁ ଓହରି ନ ଯାଇ ଖଣିଜ ପଦାର୍ଥ ଏବଂ ଧାତୁର ଦାୟିତ୍ୱପୂର୍ଣ୍ଣ ଉତ୍ତୋଳନକୁ ପ୍ରୋତ୍ସାହିତ କରିବା ।
ସେହି ଉଦ୍ଦେଶ୍ୟରେ, କଲମ୍ବିଆର ପ୍ରସ୍ତାବ ସହ ଦାୟିତ୍ୱପୂର୍ଣ୍ଣ ଖଣି ଖନନ ସମ୍ପର୍କିତ ଏକ ସ୍ବେଚ୍ଛାକୃତ ଘୋଷଣା ରହିଥିଲା, ଯେଉଁଥିରେ ଏକ ଆନ୍ତଃ ସରକାରୀ ତଥା କାର୍ଯ୍ୟରତ ବହୁ-ଭାଗୀଦାରି ଗୋଷ୍ଠୀ ଗଠନ ସହ ଅନେକ ଠୋସ୍‌ ପଦକ୍ଷେପ ବିଷୟ ଉଲ୍ଲେଖ ରହିଥିଲା। ଦାୟିତ୍ୱପୂର୍ଣ୍ଣ ଖଣି ଖନନକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱର ଅନ୍ୟତମ ଜୈବ ବିବିଧତାର ଦେଶ କଲମ୍ବିଆ ଚେଷ୍ଟା କରିବା ଆଶ୍ଚର୍ଯ୍ୟ ବିଷୟ ନୁହେଁ। କଲମ୍ବିଆର ଆମାଜନ୍‌ ଏବଂ ପ୍ରଶାନ୍ତ ମହାସାଗର ତଟୀୟ ଦେଶଗୁଡ଼ିକରେ ବେଆଇନ ସୁନା ଓ ଖଣିଜ ଉତ୍ତୋଳନ ପ୍ରାୟତଃ ସଶସ୍ତ୍ର ଅପରାଧୀ ଗୋଷ୍ଠୀ ଦ୍ୱାରା ନିୟନ୍ତ୍ରିତ । ଏହି ଖନନରୁ ବାହାରୁଥିବା ମର୍କ୍ୟୁରି ଜଳ ଉତ୍ସକୁ ଦୂଷିତକରିବା ସହ ସ୍ଥାନୀୟ ତଥା ଆଦିବାସୀ ସମ୍ପ୍ରଦାୟ ପ୍ରତି ବିପଦ ସୃଷ୍ଟି କରିଛି। ଆମାଜନ୍‌-ଓରିନୋକୋ ଅଞ୍ଚଳରେ ପରିବେଶଗତ ଓ ସାମାଜିକ ବିପଦକୁ ଆହୁରି ବଢ଼ାଇଦେଇଛି ଏବଂ ଶିଳ୍ପରେ କାର୍ଯ୍ୟରତ ସବୁଠାରୁ ଅସୁରକ୍ଷିତ ଶ୍ରମିକମାନେ ଦାସତ୍ୱ ସ୍ଥିତିକୁ ସହିବାକୁ ବାଧ୍ୟ ହୋଇଛନ୍ତି।
କଲମ୍ବିଆର ସଶସ୍ତ୍ର ସଂଘର୍ଷ ଏବଂ ଆଭ୍ୟନ୍ତରୀଣ ବିସ୍ଥାପନର ଇତିହାସ ରହିଛି। ଏହାସହ ଆଦିବାସୀ, ଆଫ୍ରିକାର ମୂଳ ବଂଶଧର ଏବଂ ସ୍ଥାନୀୟ ସମ୍ପ୍ରଦାୟକୁ ଆପରାଧିକ ଗୋଷ୍ଠୀ ଆକ୍ରମଣ କରୁଛନ୍ତି। ଏହା ଦର୍ଶାଉଛି, ଖଣିଜ ଉତ୍ତୋଳନ ପାଇଁ ମାନବ ଅଧିକାରଭିତ୍ତିକ ଆଭିମୁଖ୍ୟର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ପାଇଁ ସମ୍ମାନଜନକ ଜୀବିକା ସୁନିଶ୍ଚିତ କରିବା ପାଇଁ ମିଳିତ ଘୋଷଣାନାମା ଏକ ସବୁଜ ପରିବର୍ତ୍ତନକୁ ସମର୍ଥନ କରେ।
ଦାୟିତ୍ୱପୂର୍ଣ୍ଣ ଖଣିଜ ସଂସାଧନ ଉତ୍ତୋଳନ କିପରି ହାସଲ କରାଯାଇପାରିବ ସେ ସମ୍ବନ୍ଧରେ ଆଫ୍ରିକାର ଅଭିଜ୍ଞତା ବହୁମୂଲ୍ୟ ଶିକ୍ଷା ଦେଇଥାଏ। ଏକାଧିକ ଆଫ୍ରିକୀୟ ଦେଶ ଗତ ଦଶନ୍ଧିରେ ସ୍ବଚ୍ଛ ଖଣିଜ ଉତ୍ତୋଳନ, ପରିବହନ ଓ ଯୋଗାଣକୁ ନେଇ ୨୦୧୦ ଲୁସାକା ଘୋଷଣାନାମାରେ ଟଣ୍ଟାଲମ, ଟିନ୍‌, ଟଙ୍ଗଷ୍ଟେନ ଏବଂ ସୁନା ଉତ୍ତୋଳନ ପାଇଁ ରହିଥିବା ଉଚିତ ଅନୁସନ୍ଧାନ ଓ ସମୀକ୍ଷା ମାନକକୁ ଗ୍ରହଣ କରିଛନ୍ତି। ଏହି ଯୁଗାନ୍ତକାରୀ ଚୁକ୍ତି ଗ୍ରେଟ୍‌ ଲେକ୍‌ସ ରିଜିଅନର ଅନ୍ତର୍ଜାତୀୟ ସମ୍ମିଳନୀରେ ଉପସ୍ଥିତ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗୃହୀତ ହୋଇଥିଲା। ଏଥିରେ ସ୍ବଚ୍ଛତା ବୃଦ୍ଧି ତଥା ବେଆଇନ ଖଣି ଖନନ ହ୍ରାସ ପାଇଁ ଏକ ଆଞ୍ଚଳିକ ପ୍ରମାଣୀକରଣ ବ୍ୟବସ୍ଥା ସମେତ ଅନେକ ଉତ୍ତରଦାୟିତ୍ୱ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହିଭଳି, ସଂଘର୍ଷ ପ୍ରଭାବିତ ଏବଂ ଅଧିକ ବିପଦପୂର୍ଣ୍ଣ ଅଞ୍ଚଳରୁ ଖଣିଜ ପଦାର୍ଥର ଦାୟିତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳା ପାଇଁ ନକାରାମତ୍କ ପ୍ରଭାବକୁ କିଭଳି ରୋକାଯାଇପାରିବ ସେ ସମ୍ପର୍କିତ ୨୦୧୬ର ଓଇସିଡି ନିର୍ଦ୍ଦେଶାବଳୀ କମ୍ପାନୀଗୁଡ଼ିକୁ କଞ୍ଚାମାଲର ଉତ୍ସ ପ୍ରଦାନ କରିଥିଲା। ଏହାସହ ମାନବ ଅଧିକାରର ଉଲ୍ଲଂଘନ ଏବଂ ପରିବେଶର କ୍ଷତିକୁ ଚିହ୍ନଟ ଓ ରିପୋର୍ଟ କରିବା ପାଇଁ ବ୍ୟବହାରିକ ସାଧନ ବି ଯୋଗାଇ ଦେଇଥିଲା। ପରେ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ କାର୍ଯ୍ୟ ପାଇଁ ଓଇସିଡିର ୨୦୧୮ ନିର୍ଦ୍ଦେଶାବଳୀ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ କାର୍ଯ୍ୟ କ୍ଷେତ୍ରରେ ବହୁରାଷ୍ଟ୍ରୀୟ ଉଦ୍ୟୋଗଗୁଡିକ ପାଇଁ ୨୦୨୩ର ନିର୍ଦ୍ଦେଶାବଳୀ ସେମାନଙ୍କ କାର୍ଯ୍ୟକଳାପଗୁଡ଼ିକର ବ୍ୟାପକ ପ୍ରଭାବ ଉପରେ ବିଚାରକରି ଶ୍ରମ ଅଧିକାର, ସ୍ଥାୟୀ ଏବଂ ସ୍ବଚ୍ଛ ଶାସନ ଭଳି ବିଷୟଗୁଡ଼ିକର ସମାଧାନ କରିବାକୁ ଉତ୍ସାହିତ କରେ।
ଦୁଃଖର ବିଷୟ, ଏହି ପଦକ୍ଷେପଗୁଡ଼ିକର ପ୍ରୟୋଗ ଏବଂ କାର୍ଯ୍ୟକାରିତା ମୁଖ୍ୟତଃ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଯାଇଛି। ବିଭିନ୍ନ ଦେଶ ମଧ୍ୟରେ ଅଭିଜ୍ଞତା ଓ ଜ୍ଞାନ ବିନିମୟକୁ ସୁଗମକରି ବିଶ୍ୱର ନୀତି ନିର୍ଦ୍ଧାରକମାନେ ଧାତୁ ଏବଂ ଖଣିଜ ପଦାର୍ଥକୁ ବଣ୍ଟନ ଏବଂ ବାଣିଜ୍ୟଠାରୁ ଆରମ୍ଭକରି ସେଗୁଡ଼ିକର ପୁନଃ ବ୍ୟବହାର ଏବଂ ନିଷ୍କାସନ ପର୍ଯ୍ୟନ୍ତ ଦୃଢ଼ ଉତ୍ତରଦାୟିତ୍ୱ ପ୍ରଣାଳୀ ବିକାଶ କରିପାରିବେ। ଏଭଳି ଏକ ପରିବର୍ତ୍ତନକୁ ତ୍ୱରାନ୍ବିତ କରିବା ପାଇଁ ବିଭିନ୍ନ ଦେଶର ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଲମ୍ବିଆର ପଦକ୍ଷେପ ଏକ ନୂତନ ମଡେଲ ଭାବେ ଆବିର୍ଭାବ ହେବ ଯାହା ବିଶ୍ୱର ଜଳବାୟୁ ପଦକ୍ଷେପକୁ ତ୍ୱରାନ୍ବିିତ କରିବା ସହ ନିରନ୍ତର ବିକାଶ ପାଇଁ ପଥ ପରିଷ୍କାର କରିବ ବୋଲି ଆଶା କରାଯାଉଛି।

ମାଉରିସିଓ କାବ୍ରେରା ଲିୟଲ
ଉପମନ୍ତ୍ରୀ( ନୀତି ଓ ନିୟାମକ), ପରିବେଶ ଓ ସ୍ଥାୟୀ ବିକାଶ ମନ୍ତ୍ରଣାଳୟ, କଲମ୍ବିଆ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri