Posted inଫୁରସତ

ଅଗଷ୍ଟ ମାସରେ ସଜେଇ ହୁଏ ଉତ୍ତରାଖଣ୍ଡସ୍ଥିତ ଫୁଲର ଘାଟି…

ଉତ୍ତରାଖଣ୍ଡସ୍ଥିତ ଭ୍ୟାଲି ଅଫ୍‌ ଫ୍ଲାଓ୍ବାର୍‌ ନ୍ୟାଶନାଲ ପାର୍କଟି ଜୁଲାଇ, ଅଗଷ୍ଟ ମାସ ବେଳକୁ ସତେ ଯେମିତି ନୂଆ ଜୀବନ ପାଇଲା ପରି ଲାଗେ। କାରଣ ଏହି ମାସରେ ଏଠାରେ ବିଭିନ୍ନ କିସମର ରଙ୍ଗବେରଙ୍ଗର ଫୁଲ ଫୁଟି ପାର୍କଟିକୁ ଖୁବ୍‌ ଆକର୍ଷଣୀୟ ଭାବେ ସଜେଇ ଦେଇଥାଏ। ଏହି ଦୃଶ୍ୟକୁ ଦେଖିଲେ ଲାଗେ ସତେଯେମିତି ପାର୍କ ଭିତରେ କେହି ମଖମଲିଆ କାର୍ପେଟ୍‌ ବିଛେଇ ଦେଇଛି…

ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଏହି ସ୍ଥାନଟିର ସନ୍ଧାନ ପ୍ରଥମେ ବ୍ରିଟିଶ ପର୍ବତାରୋହୀ ଫ୍ରାଙ୍କ ଏସ୍‌.ସ୍ମିଥ୍‌ ଏବଂ ତାଙ୍କ ସାଥୀ ଏରିକ୍‌ ଶିପ୍‌ଟନ୍‌ ଓ ଆର୍‌.ଏଲ୍‌.ହୋଲ୍ଡସ୍‌ଓ୍ବର୍ଥ ୧୯୩୧ ମସିହାରେ କରିଥିଲେ। ସେତେବେଳେ ଏହି ସ୍ଥାନଟି ଖୁବ୍‌ ସୁନ୍ଦର ଫୁଲରେ ଭର୍ତ୍ତି ହୋଇ ରହିଥିଲା। ଏଠାକାର ସୌନ୍ଦର୍ଯ୍ୟରେ ପ୍ରଭାବିତ ହୋଇ ସେମାନେ ଏହାର ନାମ ଭ୍ୟାଲି ଅଫ୍‌ ଫ୍ଲାଓ୍ବାର୍‌ ଦେଲେ। ପରବର୍ତ୍ତୀ ସମୟରେ ଫ୍ରାଙ୍କ ସ୍ମିଥ୍‌ ଏହି ନାଁକୁ ନେଇ ଏକ ପୁସ୍ତକ ମଧ୍ୟ ପ୍ରକାଶିତ କରିଥିଲେ। ସେବେଠାରୁ ଏହି ସ୍ଥାନଟି ପ୍ରକୃତିପ୍ରେମୀ ତଥା ଫୁଲପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପାଲଟିଯାଇଛି।

କ’ଣ ଦେଖିବେ
ଭ୍ୟାଲି ଅଫ୍‌ ଫ୍ଲାଓ୍ବାର୍‌ ନ୍ୟାଶନାଲ୍‌ ପାର୍କ ଯାହାକୁ କେହି କେହି କେବଳ ଭ୍ୟାଲି ଅଫ୍‌ ଫ୍ଲାଓ୍ବାର୍‌ ବୋଲି ମଧ୍ୟ କହିଥାନ୍ତି। କୁହାଯାଏ, ସମୁଦ୍ରପତ୍ତନଠାରୁ ପ୍ରାୟ ୩୩୫୨ରୁ ୩୬୫୮ ମିଟର ଉଚ୍ଚତାରେ ଥିବା ଏହି ଫୁଲର ଘାଟିଟି ପ୍ରାୟ ୮୭.୫୦ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଛି। ତା’ଛଡ଼ା ଏହି ଘାଟିକୁ ଲାଗି ନନ୍ଦାଦେବୀ ଜାତୀୟ ଉଦ୍ୟାନ ମଧ୍ୟ ରହିଛି; ଯାହା କି ନନ୍ଦାଦେବୀ ନ୍ୟାଶନାଲ୍‌ ବାୟୋସ୍ଫିୟର୍‌ ରିଜର୍ଭ ଭାବେ ମଧ୍ୟ ଜଣାଶୁଣା। ସୂଚନାନୁଯାୟୀ, ଭ୍ୟାଲି ଅଫ୍‌ ଫ୍ଲାଓ୍ବାର ନ୍ୟାଶନାଲ୍‌ ପାର୍କରେ ପ୍ରାୟ ୫୦୦ ପ୍ରଜାତିର ଖୁବ୍‌ ସୁନ୍ଦର ସୁନ୍ଦର ଫୁଲ ଫୁଟିଥାଏ। ତନ୍ମଧ୍ୟରୁ ଅର୍କିଡ୍‌, ପପି(ଏକପ୍ରକାର ବଡ଼ ଲାଲ୍‌ ଫୁଲ), ପ୍ରିମୁଲା(ବିଭିନ୍ନ ରଙ୍ଗର ପୁଷ୍ପଯୁକ୍ତ ଚିରସ୍ଥାୟୀ ଉଦ୍ଭିଦ), ଗେଣ୍ଡୁଫୁଲ, ଡାଏସି (ହଳଦିଆ କେଶର ଓ ଧଳା ପାଖୁଡା ଥିବା ଛୋଟ ଫୁଲ), ଆନେମୋନ୍ସ(ଧଳା ବା ନାଲି ବା ନୀଳଲୋହିତ ରଙ୍ଗର ଫୁଲବିଶିଷ୍ଟ ଉଦ୍ଭିଦ) ଇତ୍ୟାଦି ଖୁବ୍‌ ଲୋକପ୍ରିୟ। ତା’ଛଡ଼ା କୁହାଯାଏ, ସେପ୍ଟେମ୍ବର ମାସରେ ଏଠାରେ କୁଆଡ଼େ ବ୍ରହ୍ମ କମଳ ବି ଫୁଟିଥାଏ। ତେବେ କେବଳ ଫୁଲ ନୁହେଁ ଏଠାରେ ବହୁ ବିରଳ ପ୍ରଜାତିର ପଶୁ ଏବଂ ପକ୍ଷୀ ମଧ୍ୟ ଦେଖାଯାଇଥାନ୍ତି ଯେମିତିକି ଏସିଆ ମହାଦେଶର କଳା ଭାଲୁ, ସ୍ନୋ ଲିଓପାର୍ଡ, କସ୍ତୁରୀ ମୃଗ, ମାଟିଆ ରଙ୍ଗର ଭାଲୁ, ନାଲି ରଙ୍ଗର କୋକିଶିଆଳି, ନୀଳ ରଙ୍ଗର ମେଣ୍ଢା ଇତ୍ୟାଦି ପଶୁ ଏବଂ ହିମାଳୟାନ୍‌ ମୋନାଲ୍‌ ନାମକ ଏକ ପକ୍ଷୀ ଇତ୍ୟାଦି। ତା’ଛଡ଼ା ପ୍ରାୟ ୧୩ ପ୍ରକାରର ସ୍ତନ୍ୟପାୟୀ ପ୍ରାଣୀ ବି ଏଠାରେ ରହିଛନ୍ତି। ସେହିପରି ବହୁ ବିରଳ ତଥା ନାମୀଦାମୀ ଔଷଧୀୟ ବୃକ୍ଷର ସନ୍ଧାନ ବି ଏଠାରୁ ମିଳିଥାଏ। ଖାସ୍‌ ଏହିସବୁ ଦୃଷ୍ଟିକୋଣରୁ ୧୯୮୦ରେ ଏହାକୁ ଜାତୀୟ ଉଦ୍ୟାନ ଏବଂ ୨୦୦୪ରେ ୟୁନେସ୍କୋ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ର ମାନ୍ୟତା ମିଳିିଛି।

କେବେ ଯିବେ
କୁହାଯାଏ, ଏହି ପାର୍କକୁ ବୁଲିଯିବା ପାଇଁ ଜୁନ୍‌ରୁ ସେପ୍ଟେମ୍ବର ମାସ ହେଉଛି ଭଲ ସମୟ। କାରଣ ବାକି ସମୟରେ ଏହି ସ୍ଥାନ ବରଫ ଦ୍ୱାରା ଆଚ୍ଛାଦିତ ହୋଇ ରହିଥାଏ। ଜୁନ୍‌ ମାସ ବେଳକୁ ଏଠି ବରଫ ତରଳିବାକୁ ଆରମ୍ଭ କରିଥାଏ। ତେଣୁ ଏହି ସମୟରେ ଗଲେ ହିମବାହ ଦେଖିବାର ସୁଯୋଗ ମିଳିଥାଏ। କିନ୍ତୁ ଜୁଲାଇରୁ ଅଗଷ୍ଟ ଭିତରେ ଏଠାରେ ଜାତିଜାତିକା ଫୁଲ ଫୁଟି ପୂରା ପାର୍କଟିକୁ ଭର୍ତ୍ତି କରି ଦେଇଥାଏ। ସେପ୍ଟେମ୍ବର ମାସରେ ବି ଏଠି ବ୍ରହ୍ମ କମଳ ବ୍ୟତୀତ ଆଉ କିଛି କିଛି ଫୁଲ ବି ଫୁଟୁଥିବାର ଦେଖାଯାଏ।

କେମିତି ଯିବେ
ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ଜୋସିମଠ ହେଉଛି ଏହାର ନିକଟବର୍ତ୍ତୀ ଟାଉନ୍‌। ସେଠାରୁ କିଛି କି.ମି. ଟ୍ରେକିଂ କରି ଗଲେ ଭାଲି ଅଫ୍‌ ଫ୍ଲାଓ୍ବାର୍‌ ନ୍ୟାଶନାଲ୍‌ ପାର୍କରେ ପହଞ୍ଚତ୍ହେବ। ଜୋସିମଠଠାରୁ ପ୍ରାୟ ୨୭୦ କି.ମି. ଦୂରରେ ରହିଛି ହରିଦ୍ୱାର। ପର୍ଯ୍ୟଟକ ଦିଲ୍ଲୀରୁ ଟ୍ରେନ୍‌ ଯୋଗେ ହରିଦ୍ୱାର ଯାଇ ସେଠାରୁ ବସ୍‌ରେ ଗୋବିନ୍ଦଘାଟ ଯିବେ। ଗୋବିନ୍ଦଘାଟଠାରୁ ପ୍ରାୟ ୨୪ କି.ମି. ଦୂରରେ ରହିଛି ଆଉ ଏକ ପର୍ଯ୍ୟଟନସ୍ଥଳୀ ବଦ୍ରିନାଥ। ତା’ଛଡ଼ା ଦିଲ୍ଲୀରୁ ଗୋବିନ୍ଦଘାଟ ଯିବା ପାଇଁ ସିଧାସଳଖ ଗମନାଗମନ ବ୍ୟବସ୍ଥା ମଧ୍ୟ ରହିଛି। ଆଉ ଗୋବିନ୍ଦଘାଟରୁ ମାତ୍ର ଘଣ୍ଟାକର ରାସ୍ତା ଅତିକ୍ରମ କରିଗଲେ ପଡିଥାଏ ଜୋସିମଠ।

ଜାଣିବା କଥା
ପର୍ଯ୍ୟଟନ ଋତୁ ସମୟରେ ପର୍ଯ୍ୟଟକଙ୍କ ନିମନ୍ତେ ଏହି ପାର୍କ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏ ଖୋଲା ରହିଥାଏ। ସନ୍ଧ୍ୟା ପରେ ଏଠି ରହିବା ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଏ ନାହିଁ। ତା’ଛଡ଼ା ପାର୍କ ଭିତରକୁ ପ୍ରବେଶ କରିବା ପାଇଁ ଏଣ୍ଟ୍ରି ଟିକେଟ୍‌ ମଧ୍ୟ ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?