ଭାଜପା-ବିଜେଡି ମେଣ୍ଟ ହେଲେ ହାତକୁ ଫାଇଦା

କେନ୍ଦୁଝର,୧୫ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦ୍ରରେ ଭାଜପା ଓ ରାଜ୍ୟରେ ବିଜେଡିର ଶାସନ ଥିବା ବେଳେ କଂଗ୍ରେସ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ପ୍ରୟାସ ଆରମ୍ଭ କରିଛି। କେନ୍ଦୁଝର ଜିଲା କଂଗ୍ରେସ ଅଫିସରେ ଚାଲିଥିବା ଖଟିରେ ସ୍ଥାନୀୟ ନେତା ଓ କର୍ମୀ କୁହାକୁହି ହେଉଛନ୍ତି, ରାଜ୍ୟରେ ବିଜେଡି ଓ ଭାଜପା ମଧ୍ୟରେ ଭିତିରି ବୁଝାମଣା ଚାଲିଛି। ଯଦି ଏଭଳି ହୁଏ ହାତକୁ ଫାଇଦା ମିଳିବ।
ରାଜ୍ୟରେ ଭାଜପାର ସ୍ଥିତି ସେଭଳି ଭଲ ନ ଥିବାରୁ ବିଜେଡି ସହିତ ବୁଝାମଣା କରି କ୍ଷମତା ହାତେଇବାକୁ ଉଦ୍ୟମ କରାଯାଉଛି। ତେବେ ବିଜେଡି ଓ ଭାଜପା ଏକାଠି ହେଲେ କଂଗ୍ରେସ ପାଇଁ ଲାଭଦାୟକ ହେବ ବୋଲି ଖଟିରେ ଚର୍ଚ୍ଚା ହେଉଛି। ପରସ୍ପରକୁ କୁତ୍ସାରଟନା କରିଆସୁଥିବା ବିଜେଡି ଓ ଭାଜପାର ନେତାମାନେ କିଭଳି ପରସ୍ପରର ପ୍ରଶଂସା କରିବେ ଏବଂ ଏହାକୁ ଭୋଟର କିପରି ଗ୍ରହଣ କରିବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଏଭଳି ଘଟିଲେ ସ୍ବାଭିମାନୀ ନେତାମାନେ ନିଶ୍ଚିତ ଭାବେ ଅସନ୍ତୋଷ ବ୍ୟକ୍ତ କରିବେ, ଯାହା ଫଳରେ ଉଭୟ ଦଳ ମଧ୍ୟରେ ଅନ୍ତର୍ବିବାଦ ଦେଖାଦେବ ା ସେହିପରି ସିଟ୍‌ ଭାଗ ବଣ୍ଟା ବେଳେ ଆଶାୟୀମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବ ବୋଲି କଂଗ୍ରେସ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର କହିଛନ୍ତି।
ଖଟି ଚାଲିଥିବା ବେଳେ ସେଠାରେ ପହଞ୍ଚତ୍ୟିବାରୁ ଦେଖା ହେଲେ ଜିଲା ଯୁବ ସଭାପତି ସୁନେଶ ଧୀର। ସେ କହିଲେ, କଂଗ୍ରେସ ସମୟରେ ଜିଲାରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଗମନାଗମନ, ଜଳସେଚନ ଆଦିରେ ପ୍ରଗତି ହୋଇଥିଲା। ଏବେ ସେସବୁ କ୍ଷେତ୍ରରେ କିଛିଟା ଭିତ୍ତିଭୂମିର ବିକାଶ ହୋଇ ପାରିଥିଲେ ମଧ୍ୟ କାମରେ ଲାଗିପାରୁନାହିଁ। ଅନେକ ଶିଳ୍ପ ବନ୍ଦ ହୋଇଯାଇଛି। ସ୍ଥାନୀୟ ନିଯୁକ୍ତିରେ ତାଲା ପଡ଼ିଯାଇଛି। କେବଳ ଲୋକଙ୍କୁ ଆକୃଷ୍ଟ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟର ମାଗଣା ଯୋଜନା ବ୍ୟବସ୍ଥା ବଢ଼ିଛି ବୋଲି ଧୀର କହିଥିଲେ ା
କଂଗ୍ରେସ ନେତା ଉତ୍ତମ ସାହୁ କଥା ଭିତରେ ପଶି କହିଲେ, କଂଗ୍ରେସ ସମୟରେ ଜିଲାରେ ସେଭଳି ଅରାଜକତା, ଅପରାଧ ଓ ଅସ୍ଥିରତା ବଢ଼ି ନ ଥିଲା। ଏବେ ଜିଲାରେ ବେରୋଜଗାରୀ ଓ ଦରଦାମ ବୃଦ୍ଧି ସମସ୍ୟା ଗମ୍ଭୀର ହୋଇଛି। ବେଆଇନ କାମ ବଢ଼ିବା ଯୋଗୁ କିଛି ଲୋକ, ବ୍ୟବସାୟୀ, ଖଣି ଲିଜଧାରୀ ଲାଭବାନ ହୋଇଛନ୍ତି। କିନ୍ତୁ ଅନ୍ୟମାନେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ସାହୁ କହିଥିଲେ।
ଜିଲା ରାଜନୀତିର ଇତିହାସ କହେ, ଏକଦା କେନ୍ଦୁଝର ଜିଲାର ଛଅଟି ବିଧାନସଭା ଓ କେନ୍ଦୁଝର ଲୋକ ସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ପ୍ରଭାବ ଥିଲା। ସେହିପରି ଜିଲା ପରିଷଦ ତଥା ଅନେକ ପଞ୍ଚାୟତ ସମିତି ମଧ୍ୟ କଂଗ୍ରେସ ଦଖଲରେ ରହିଥିଲା। କିନ୍ତୁ ଦୀର୍ଘ ବର୍ଷ ହେଲା କଂଗ୍ରେସର ସ୍ଥିତି ତ୍ରିସ୍ତରୀୟ ନିର୍ବାଚନଠାରୁ ଆରମ୍ଭକରି ସାଧାରଣ ନିର୍ବାଚନ ଯାଏ ଦୁର୍ବଳ ହୋଇଯାଇଛି। ଭାଜପା ଓ ବିଜେଡି ମେଣ୍ଟ ଓ ପରବର୍ତ୍ତୀ ସମୟରେ ବିଜେଡି ଦଖଲକୁ ଶାସନ ଚାଲିଯାଇଥିଲା। ତେବେ କଂଗ୍ରେସ ଆଗାମୀ ନିର୍ବାଚନରେ କିଭଳି ଫାଇଦା ଉଠାଇବ ସେଥିଲାଗି ବାଟ ଖୋଜୁଛି ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ଚର୍ଚ୍ଚା ହେଉଛିି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri