ଶିଳ୍ପାୟନ ବୃଦ୍ଧି ଯୋଗୁ ପରିବେଶ ଉପରେ ପ୍ରଭାବ ପଡୁଛି। ବିଭିନ୍ନ କାରଣରୁ ଆମେ ଗଛ କାଟି ସେହି ସ୍ଥାନରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କରୁଛୁ। ଆମେ ଗଛ କାଟିବା ପରିବର୍ତ୍ତେ ଗଛକୁ ସ୍ଥାନାନ୍ତର କରିବା ଦରକାର। ବିଭିନ୍ନ ପ୍ରକାର ଗଛ କାଟିଲେ ଜରିମାନା ଦେବାକୁ ପଡ଼ୁଛି। ସେହିପରି ପରିବେଶକୁ ସନ୍ତୁଳନ ରଖିବା ନିମନ୍ତେ ଦୃଢ଼ ଆଇନ ଆସିବା ଜରୁରୀ। ପରିବେଶ ପରିବର୍ତ୍ତନ କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଚାରାରୋପଣ ସହ ପ୍ଲାଷ୍ଟିକ ବ୍ୟବହାର କମ୍ କରିବା ଦିଗରେ ଧ୍ୟାନ ଦେବାକୁ ପଡ଼ିବ।
ତ୍ରିନାଥ ନନ୍ଦୀ, ଛାତ୍ର
ଫକୀରମୋହନ ସ୍ବୟଂଶାସିତ କଲେଜ, ବାଲେଶ୍ୱର
ବ୍ୟାପକ ଚାରାରୋପଣ ଦ୍ୱାରା ପ୍ରଦୂଷଣ ସ୍ତର ହ୍ରାସ ପାଇପାରିବ
ଆମେ ସହରୀକରଣକୁ ଅଧିକ ପ୍ରାଧାନ୍ୟ ଦେଉଛୁ। ସେଥିପାଇଁ ଆମକୁ ଗଛ କାଟିବାକୁ ପଡ଼ୁଛି। ଗଛ ସଂଖ୍ୟା କମୁଥିବାରୁ ଅଙ୍ଗାରକାମ୍ଳ ପରିମାଣ ବଢ଼ିବ, ଯଦ୍ଦ୍ବାରା ଆମର ଭବିଷ୍ୟତ ପିଢ଼ି ଓ ବୟସ୍କ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ଆମେ ଘର ପାଖ ଓ କଲେଜ ପରିସରରେ ଗଛ ଲଗାଇବା ଉଚିତ। ବ୍ୟାପକ ଚାରାରୋପଣ ଦ୍ୱାରା ପ୍ରଦୂଷଣ ସ୍ତର ହ୍ରାସ ପାଇପାରିବ।
ସତ୍ୟସ୍ବରୂପ ବର୍ମା
ଛାତ୍ର, ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ, ବଲାଙ୍ଗୀର
Dharitri – Odisha’s No.1 Odia Daily

