ବ୍ୟର୍ଥ ଅଭିଳାଷ

କେନ୍ଦ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ମୁଖ୍ୟ ଏସ୍‌.କେ.ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଚାହିଁଥିଲା। ଏହି ପଦକ୍ଷେପ ସ୍ପଷ୍ଟକରେ ଯେ, କେନ୍ଦ୍ର ଏହାର ବିଶ୍ୱସ୍ତ ବାବୁଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ତୀବ୍ର ଇଚ୍ଛା ପ୍ରକାଶ କରୁଛି। କହିବାକୁ ଗଲେ କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ଓ କେନ୍ଦ୍ର ସ୍ବରାଷ୍ଟ ସଚିବ ଅଜୟ କୁମାର ଭାଲାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ଲାଗି ଏହା ଏକ ପୂର୍ବସଙ୍କେତ ଥିଲା। ତେବେ ଗୌବାଙ୍କ ପାଇଁ ଲଗାତର ତୃତୀୟ ସମ୍ପ୍ରସାରଣ ତାଙ୍କୁ ଦୀର୍ଘତମ କ୍ୟାବିନେଟ୍‌ ସଚିବ କରିପାରିଛି। ଭାଲାଙ୍କ ଚତୁର୍ଥ ସମ୍ପ୍ରସାରଣ ତାଙ୍କୁ ଦ୍ୱିତୀୟ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଭାବେ ୫ ବର୍ଷ ପୂରଣ କରିବାକୁ ସୁଯୋଗ ଦେଇଛି। ଏହି ତିନୋଟି ସମ୍ପ୍ରସାରଣ କ୍ଷେତ୍ରରେ ନିୟମକୁ କୋହଳ କରାଯାଇଛି, ଯାହାକୁ ନେଇ କ୍ୟାରିୟର ଅଗ୍ରଗତିରୁ ବଞ୍ଚିତ ହେଉଥିବା ଅନ୍ୟ ବରିଷ୍ଠ ବାବୁମାନେ ଚିନ୍ତା ପ୍ରକଟ କରିଛନ୍ତି। ସୂତ୍ରରୁ ଜଣାପଡ଼ିଛି, ୧୯୮୬ ବ୍ୟାଚ୍‌ ଯାଏ ଥିବା ବାବୁମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି। ବରିଷ୍ଠ ଅମଲାତନ୍ତ୍ରୀଙ୍କ ମଧ୍ୟରେ ଏକ ଧାରଣା ରହିଛି ଯେ ୨୦୨୪ ସାଧାରଣ ନିର୍ବାଚନ ସହିତ କ୍ୟାବିନେଟ୍‌ ସଚିବ ଏବଂ ସ୍ବରାଷ୍ଟ୍ର ସଚିବଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣର ସମ୍ପର୍କ ଅଛି। ଯେହେତୁ ନିର୍ବାଚନ ପାଖେଇ ଆସୁଛି ସେଥିପାଇଁ ଏକା ବ୍ୟାଚ୍‌ର ସାଥୀ କୁହାଯାଉଥିବା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ଗୌବା ଏବଂ ଭାଲା ଏକତ୍ର କ୍ୟାବିନେଟ୍‌ ସଚିବାଳୟ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ନିର୍ବାଚନ ଆୟୋଗ ମଧ୍ୟରେ ନିରନ୍ତର ସହଯୋଗକୁ ପ୍ରାଧାନ୍ୟ ଦେଇ ଏକ ମଜଭୁତ ସଂଯୋଗ ସୃଷ୍ଟି କରିପାରିବେ ବୋଲି କୁହାଯାଉଛି। ତେବେ ସମ୍ପ୍ରସାରଣ ପ୍ରକ୍ରିୟାରେ, ଅନେକ ବରିଷ୍ଠ ବାବୁଙ୍କ କ୍ୟାରିୟରଭିତ୍ତିକ ଅଭିଳାଷ ବ୍ୟର୍ଥ ହୋଇଛି। କ୍ୟାରିୟର ଅଗ୍ରଗତିରେ ଏଭଳି ବାଧା ଦ୍ୱାରା ଯେଉଁମାନେ ପ୍ରଭାବିତ ହୋଇଛନ୍ତି ତାଙ୍କ ପରେ ବି ଅନ୍ୟ ବାବୁମାନେ ପ୍ରଭାବିତ ହେବା ସମ୍ଭାବନା ରହିଛି।

ବଦଳିକୁ ଚ୍ୟାଲେଞ୍ଜ

ଦୃଢ଼ ପ୍ରଶାସନିକ କାର୍ଯ୍ୟଧାରାକୁ ଚ୍ୟାଲେଞ୍ଜ କରିବାକୁ ଲକ୍ଷ୍ୟ ରଖିଥିବା ଏକ ପଦକ୍ଷେପରେ କେରଳ ଆଇଏଏସ୍‌ ଅଫିସର୍ସ ଆସୋସିଏସନ ଏବଂ ୨ ଜଣ କାର୍ଯ୍ୟରତ ଆଇଏଏସ୍‌ ଅଧିକାରୀ ବି.ଅଶୋକ ଏବଂ ପ୍ରିୟଙ୍କା ଜି. ଏକାଠି ପିନାରାୟୀ ବିଜୟନ ସରକାରଙ୍କୁ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସିଏଟି)କୁ ଟାଣି ନେଇଛନ୍ତି। ରାଜ୍ୟରେ ମନମୁଖି ଏବଂ ବ୍ୟାଘାତ ସୃଷ୍ଟିକାରୀ ବଦଳିକୁ ନେଇ ସେମାନେ ଏହା କରିଛନ୍ତି। ସେମାନଙ୍କର ନିବେଦନ ହେଉଛି, ବର୍ତ୍ତମାନର ସ୍ଥାନାନ୍ତର ନୀତି କେବଳ ପ୍ରଭାବଶାଳୀ ଶାସନରେ ବାଧା ସୃଷ୍ଟି କରୁନାହିଁ ବରଂ ଦୀର୍ଘମିଆଦୀ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରିବାର କ୍ଷମତାକୁ ହ୍ରାସ କରୁଛି। ସେମାନେ ଯୁକ୍ତି କରିଛନ୍ତି ଯେ, ବଦଳି ଦ୍ୱାରା ସୃଷ୍ଟି ହେଉଥିବା କ୍ରମାଗତ ଉତ୍ତେଜନା ସରକାରୀ କାର୍ଯ୍ୟକ୍ରମର ନିରନ୍ତରତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ, ଯାହାଫଳରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ଅଟକିଯାଏ। ସେମାନେ ଏଲ୍‌ଡିଏଫ୍‌ ସରକାରଙ୍କ ପ୍ରଶାସନିକ ବିଫଳତାକୁ ଦାୟୀ କରିଥିବା ଅନୁମାନ କରାଯାଉଛି। ସୂଚନାନୁସାରେ, ଆବେଦନପତ୍ରରେ ଦର୍ଶାଯାଇଛି ଯେ, ଯେଉଁ ବାବୁମାନେ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ଅନୁକୂଳ ମନୋଭାବ ପୋଷଣ କରୁଛନ୍ତି ସେମାନଙ୍କୁ ପଦବୀରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ଅନେକ ସମୟରେ ଯୋଗ୍ୟ ତଥା ଦକ୍ଷ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଉଛି, ଯେଉଁମାନେ ନିୟମ ଅନୁଯାୟୀ ସେମାନଙ୍କ ଆବଣ୍ଟନ ପଦବୀରେ ସର୍ବନିମ୍ନ ୨ ବର୍ଷର କାର୍ଯ୍ୟକାଳ ପାଇବାକୁ ହକ୍‌ଦାର।
କିନ୍ତୁ କେରଳର ୧୨୬ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରୁ କେବଳ ୧୨ ଜଣ ଗୋଟିଏ ପଦବୀରେ ୨ ବର୍ଷରୁ ଅଧିକ ସମୟ ରହିପାରିଛନ୍ତି। ଆଇଏଏସ୍‌ ଅଧିକାରୀମାନେ ବଦଳି ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଅଭିଯୋଗର କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେମାନେ ସିଏଟିର ଦ୍ୱାରସ୍ଥ ହୋଇଛନ୍ତି। ସିଏଟିର ନିଷ୍ପତ୍ତି ଏକ ଦୃଷ୍ଟାନ୍ତ ସୃଷ୍ଟି କରିପାରେ, ଯାହା କେବଳ କେରଳରେ ନୁହେଁ ବରଂ ଅନ୍ୟ ରାଜ୍ୟରେ ବଦଳିକୁ ପ୍ରଭାବିତ କରିବ।

ବାବୁ ହେବେ ନେତା

୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ ଜନସାଧାରଣଙ୍କୁ ପ୍ରଭାବିତ କରିପାରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଭାଜପା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଅନ୍ବେଷଣ କରୁଥିବା ଜଣାପଡ଼ିଛି। ସ୍ପଷ୍ଟତଃ,ଏହାର ଆଖି ବିଭିନ୍ନ କ୍ଷେତ୍ରରେ ଥିବା ଜ୍ଞାନୀ ତଥା ଦକ୍ଷ ବ୍ୟକ୍ତିଙ୍କ ଉପରେ ବିଶେଷକରି ୫୦ରୁ ଅଧିକ ଅମଲାତନ୍ତ୍ର ଉପରେ ପଡ଼ିଛି। ଏଥିମଧ୍ୟରେ ଉଭୟ କାର୍ଯ୍ୟରତ ତଥା ପୂର୍ବତନ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ଅନ୍ତର୍ଭୁକ୍ତ ଏବଂ ଏମାନଙ୍କ ଉପରେ ଏବେ ଦଳର ବରିଷ୍ଠ ନେତାମାନେ ଅନୁଧ୍ୟାନ କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ନିକଟରେ ଭାଜପା ଆଡ଼କୁ ଢଳିଥିବା ମହାରାଷ୍ଟ୍ର ପୋଲିସର ପୂର୍ବତନ ଆଇଜିପି ପ୍ରତାପ ଦିଗଭକର ଏବଂ ତାଙ୍କୁ ଉତ୍ତର ମହାରାଷ୍ଟ୍ରର ଧୁଲେ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିବା ଲାଗି ବିଚାର କରାଯାଉଥିବା ଜଣାପଡ଼ିଛି। ସୂତ୍ରରୁ ପ୍ରକାଶ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ପାଖଲୋକ ବୋଲି କୁହାଯାଉଥିବା ସୁମିତ ଓ୍ବାଙ୍ଖଡେ ଓ୍ବାର୍ଦ୍ଧା ଜିଲାରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ସବୁଠୁ କୌତୂହଳର ବିଷୟ ହେଉଛି, ଅତୀତରେ ଅଭିଯୋଗର ସମ୍ମୁଖୀନ ହୋଇଥିବା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ନାମ ବି ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଅଛି। କିନ୍ତୁ ବର୍ତ୍ତମାନ ଆମକୁ କୁହାଯାଉଛି , ସେ କ୍ଷମା ପାଇଛନ୍ତି ଏବଂ ହରିୟାଣା କିମ୍ବା ରାଜସ୍ଥାନରେ ଏକ ଆସନରେ ପ୍ରାର୍ଥୀ ହେବା ସମ୍ଭାବନା ଅଛି। ତେବେ ଅନେକ କିଛି ଘଟିବା କିମ୍ବା ପରିବର୍ତ୍ତନ ହେବା ଅଛି ଏବଂ କିଛି ଆଲୋଚନା କିମ୍ବା କାନକୁହା କଥା ବି ସାମ୍ନାକୁ ଆସିପାରେ। ତେବେ ଆଗକୁ କ’ଣ ଘଟୁଛି ଦେଖିବାକୁ ବାକି ରହିଲା।

  • ଦିଲୀପ ଚେରିଏନ
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

୪ର୍ଥରୁ ୬ଷ୍ଠକୁ ଖସିଲା

ନିକଟରେ ଏପ୍ରିଲ ୨୦୨୬ରେ ପ୍ରକାଶିତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ୱ ଅର୍ଥନୈତିକ ଆଉଟ୍‌ଲୁକ୍‌ ରିପୋର୍ଟ ଅନୁସାରେ ଭାରତ ଭଲ ଅଭିବୃଦ୍ଧି ହାସଲ କରିବା ସତ୍ତ୍ୱେ ଜାପାନ ଏବଂ ବ୍ରିଟେନଠାରୁ…

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

ଭୂଗର୍ଭ ଜଳ ସମସ୍ୟା

ଜୀବଜଗତ ବଞ୍ଚିବା ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ‘ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ’। ଜଳର…

୨୦୨୬ ନିର୍ବାଚନ: ଏକ ବିଶ୍ଳେଷଣ

କେବଳ ଆସାମ ଓ ପୁଡୁଚେରୀକୁ ବାଦ୍‌ ଦେଲେ ଚଳିତ ବିଧାନସଭା ନିର୍ବାଚନରେ ୩ ରାଜ୍ୟରେ ଜନମତ ଶାସକ ଦଳ ବିରୋଧରେ ଯାଇଛି। ଏପରି କି ପଶ୍ଚିମବଙ୍ଗ ଓ…

୭ ବିନ୍ଦୁ

ଗତ ରବିବାର ୧୦ ମେ’ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ସବୁ ଶ୍ରେଣୀ ପାଇଁ ଥିବା ଭଳି ମନେହେଲା। ସ୍ବୀକାର କରିବାକୁ ହେବ…

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri