ଟ୍ରମ୍ପଙ୍କ ନୂଆ ଟାରିଫ୍‌ ପ୍ରସ୍ତାବ; ଭାରତ ଉପରେ ୨୫% , ଚାଇନାକୁ ୪୦%…

ଓ୍ବାଶିଂଟନ,୨୫ା୧୧: ଆମେରିକା ପୁଣିଥରେ ଚାଇନା ଏବଂ ୟୁରୋପୀୟ ସଂଘ ସମେତ ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିବାକୁ ଯାଉଛି। ବାଣିଜ୍ୟ ଚୁକ୍ତି ହୋଇ ନ ଥିବାରୁ ଭାରତୀୟ ସାମଗ୍ରୀ ଉପରେ ୨୫% ଶୁଳ୍କ ଲଗାଇବାକୁ ଆମେରିକା ବୁଧବାର ପ୍ରସ୍ତାବ ଦେଇଛି । ଅତ୍ୟଧିକ ଶିଳ୍ପ ଉତ୍ପାଦନ କ୍ଷମତା, ବଜାର ପ୍ରବେଶରେ କ୍ରମାଗତ ପ୍ରତିବନ୍ଧକ ଏବଂ ଅପର୍ଯ୍ୟାପ୍ତ ଶ୍ରମିକ ସୁରକ୍ଷା ଆମେରିକୀୟ କମ୍ପାନୀଗୁଡ଼ିକୁ କ୍ଷତି ପହଞ୍ଚାଉଥିବା ଦର୍ଶାଇ ଆମେରିକା ଏହି ପଦକ୍ଷେପ ନେଇଛି । ଆମେରିକୀୟ ବାଣିଜ୍ୟ ପ୍ରତିନିଧି (ୟୁଏସ୍‌ଟିଆର୍‌) କହିଛନ୍ତି, ଯଦି ନୂଆଦିଲ୍ଲୀ ଆମେରିକା ସହିତ ଏକ ବାଣିଜ୍ୟ ଚୁକ୍ତି କରିବାକୁ ରାଜି ହୁଏ, ତେବେ ଭାରତ ଉପରେ ଏହି ଶୁଳ୍କ ୧୭% ରହିବ। ମାର୍ଚ୍ଚରେ ୧୬ଟି ଅର୍ଥନୈତିକ କ୍ଷେତ୍ରକୁ ଟାର୍ଗେଟ କରି ୟୁଏସ୍‌ଟିଆର୍‌ ଦ୍ୱାରା ଆରମ୍ଭ ହୋଇଥିବା ଧାରା ୩୦୧ ତଦନ୍ତ ପରେ ଏହି ନୂତନ ଶୁଳ୍କ ପ୍ରସ୍ତାବ ଆସିଛି। ୟୁଏସ୍‌ଟିଆର୍‌ ଅନ୍ୟ ଟାର୍ଗେଟ ହୋଇଥିବା ଅର୍ଥନୀତିଗୁଡ଼ିକ ଉପରେ ୨୦%ରୁ ୩୫% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ଦେଇଛି। ଯଦିଓ ଚୁକ୍ତି ହୋଇଥିବା ବାଣିଜି୍ୟକ ସହଯୋଗୀମାନଙ୍କ ପାଇଁ କମ୍‌ ସୁଧହାର ଲାଗୁ ହେବ।

ସଂଘ ଜାପାନ, ଦକ୍ଷିଣ କୋରିଆ, ତାଇଓ୍ବାନ ଏବଂ ସ୍ବିଜରଲାଣ୍ଡ ଉପରେ ସାଧାରଣ ଆମଦାନୀ ଶୁଳ୍କ ସମେତ ୧୫% ଶୁଳ୍କ ଲାଗୁ ହେବ। ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେଲେ ଭିଏଟ୍‌ନାମ ଉପରେ ୨୦% ଶୁଳ୍କ ଲାଗିବ। ‘ଉପତ୍ାଦନ କ୍ଷେତ୍ରରେ ଗଠନମୂଳକ ଅତିରିକ୍ତ କ୍ଷମତା ଏବଂ ଉପତ୍ାଦନ ସମ୍ବନ୍ଧୀୟ ଭାରତର ଆଇନ, ନୀତି ଏବଂ ଅଭ୍ୟାସ ଶୀର୍ଷକ ରିପୋର୍ଟରେ କୁହାଯାଇଛି, ଭାରତ ଫାର୍ମାସ୍ୟୁଟିକାଲ୍ସ, ଇସ୍ପାତ ଏବଂ ଆଇସିଟି ସାମଗ୍ରୀ ଭଳି କ୍ଷେତ୍ରରେ ବାଣିଜ୍ୟ ବଳକା ସୃଷ୍ଟି କରୁଛି, ଯାହା କିଛି ପ୍ରମୁଖ କ୍ଷେତ୍ରରେ ଭାରତୀୟ ଉତ୍ପାଦନ ଉପରେ ନିର୍ଭରଶୀଳତାକୁ ଦର୍ଶାଉଛି। ୟୁଏସ୍‌ଟିଆର ଜାନୁଆରୀ ୨୫ରେ ଏହାର ପ୍ରସ୍ତାବ ଉପରେ ସାର୍ବଜନୀନ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛି ଏବଂ ଜାନୁଆରୀ ୫ ସୁଦ୍ଧା ଆଗ୍ରହୀ ବ୍ୟକ୍ତିବିଶେଷଙ୍କ ଠାରୁ ଲିଖିତ ମତାମତ ଲୋଡ଼ିଛି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଭାରତ ସମେତ ଚାଇନା, ଜାପାନ, ଦକ୍ଷିଣ କୋରିଆ ଏବଂ ୟୁରୋପୀୟ ସଂଘ ଭଳି ୧୪ଟି ପ୍ରମୁଖ ଦେଶ ଉପରେ ନୂଆ ଶୁଳ୍କ ଲଗାଇବାକୁ ପ୍ରସ୍ତୁତି ଚଳାଇଛି। ଶିଳ୍ପ କ୍ଷେତ୍ରରେ ଦିଆଯାଉଥିବା ସରକାରୀ ସବ୍‌ସିଡିକୁ ନେଇ ୱାଶିଂଟନ ଦୀର୍ଘ ମାସ ଧରି ତଦନ୍ତ କରୁଥିଲା।

ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରିଅର୍‌ ଚଳିତ ସପ୍ତାହରେ ଏହି ତଦନ୍ତ ରିପୋର୍ଟ ସାର୍ବଜନୀନ କରିପାରନ୍ତି। ତେବେ ଏହି ସମୟସୀମାରେ ପରିବର୍ତ୍ତନ ମଧ୍ୟ ହୋଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି। ୱାଶିଂଟନ ଅଭିଯୋଗ କରିଛି ଯେ କିଛି ଦେଶ ନିଜ ଆବଶ୍ୟକତାଠାରୁ ଅଧିକ ଶିଳ୍ପ ସାମଗ୍ରୀ ଉତ୍ପାଦନ କରୁଛନ୍ତି। ସରକାରୀ ସବ୍‌ସିଡି ଓ ଆର୍ଥିକ ସହାୟତା ଯୋଗୁ ଏହି କମ୍ପାନୀଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ବହୁତ କମ୍‌ ରହୁଛି। ଫଳରେ ସେମାନେ ଅନ୍ତର୍ଜାତୀୟ ବଜାରରେ ଶସ୍ତାରେ ସାମଗ୍ରୀ ବିକ୍ରିକରି ଆମେରିକୀୟ କମ୍ପାନୀଗୁଡ଼ିକୁ କ୍ଷତି ପହଞ୍ଚାଉଛନ୍ତି।

ଏହି ନୂଆ ଶୁଳ୍କ ପ୍ରାୟ ସମସ୍ତ ରପ୍ତାନି ସାମଗ୍ରୀ ଉପରେ ଲାଗୁ ହେବ। କିନ୍ତୁ ଇସ୍ପାତ, ଆଲୁମିନିୟମ ଏବଂ ଅଟୋମୋବାଇଲ କ୍ଷେତ୍ରକୁ ଏଥିରୁ ବାଦ ଦିଆଯାଇପାରେ। କାରଣ ଜାତୀୟ ସୁରକ୍ଷା ଆଧାରରେ ଏହି ସାମଗ୍ରୀଗୁଡ଼ିକ ଉପରେ ପୂର୍ବରୁ ହିଁ ଅଲଗା ଶୁଳ୍କ ଲାଗୁ ହୋଇଛି। ୭ ଫେବୃଆରୀରେ ଭାରତ ଓ ଆମେରିକା ମଧ୍ୟରେ ଅନ୍ତରୀଣ ବାଣିଜ୍ୟ ଢାଞ୍ଚା ଘୋଷଣା ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ହୋଇପାରି ନାହିଁ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ ୱିଲିୟମସନଙ୍କୁ ମିଳିଲା ବଡ଼ ଦାୟିତ୍ୱ, ୨୦୨୭ ସିଜନରେ କୋଚ୍….

ନୂଆଦିଲ୍ଲୀ,୨୫।୧୧: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିୟମସନଙ୍କୁ ମିଳିଛି ବଡ଼ ଦାୟିତ୍ୱ । ୨୦୨୭ SA20 ଲିଗ୍‌ ପାଇଁ ତାଙ୍କୁ ଡର୍ବାନ ସୁପର ଜାଏଣ୍ଟସ୍‌ର ମୁଖ୍ୟ ପ୍ରଶିକ୍ଷକ…

ଗଞ୍ଜାମରେ ବନ୍ୟା ସହାୟତା ବଣ୍ଟନ ମାସ ଶେଷ ସୁଦ୍ଧା ସାରିବାକୁ ଡେଡ୍‌ଲାଇନ୍‌, ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୨୫।୧୧(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାରେ ବନ୍ୟା କ୍ଷୟକ୍ଷତି ଆକଳନ, ହିତାଧିକାରୀଙ୍କ ଚିଠା ତାଲିକା ପ୍ରକାଶନ ଓ ସରକାରୀ ସହାୟତା ବଣ୍ଟନର ଅଗ୍ରଗତି ସମ୍ପର୍କରେ ଜିଲାପାଳ ଭି.…

ମହିଳାମାନେ ନିଜର ହକ୍‌ ପାଇଁ ନିର୍ଭୟରେ ସ୍ବର ଉଠାଇବାକୁ ଆହ୍ବାନ

ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଠାରେ ଥିବା ‘ଜାଗୃତି’ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ କମଳା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସବ୍‌-ଇନ୍ସପେକ୍ଟର ବାସନ୍ତୀ ବେହେରା…

୭ ଦଫା ଦାବିରେ ଅଙ୍ଗନୱାଡ଼ି କର୍ମୀଙ୍କ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ, କୋକସରାରେ ବିକ୍ଷୋଭ

କୋକସରା,୨୫।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସେସିଏସନ୍ ପକ୍ଷରୁ ସୋମବାରଠାରୁ ୭ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା…

୪ ବର୍ଷ ତଳର ପ୍ରତିଶୋଧ ନେବାକୁ ଯୁବକଙ୍କୁ ହତ୍ୟା ଉଦ୍ୟମ, ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ଦିଗପହଣ୍ଡି,୨୫।୧୧ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦିଗପହଣ୍ଡି ବ୍ଲକ ତେଣ୍ଟୁଆପଡ଼ା ଗ୍ରାମର ବାଙ୍କନିଧି ଗୌଡ଼ଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।…

ବଦଳିଲେ ଆନନ୍ଦପୁର ଥାନା IIC, ନୂଆ ଦାୟିତ୍ୱ ନେଲେ ଶ୍ରୀକାନ୍ତ ଖମାରୀ

ବଞ୍ଚୋ,୨୫।୧୧(ପ୍ରଦୋଷ ବିଶ୍ୱାଳ ) : ଆନନ୍ଦପୁର ଥାନାରେ ନୂତନ ଥାନା ଅଧିକାରୀ (IIC) ଭାବେ ଶ୍ରୀକାନ୍ତ ଖମାରୀ ଯୋଗଦାନ କରିଛନ୍ତି । ପୂର୍ବତନ IIC ଫଣୀନ୍ଦ୍ର ଭୂଷଣ…

ଧାରଣାରେ ବସିଲେ ଅଙ୍ଗନଓ୍ବାଡ଼ି କର୍ମୀ, ୧୩୩ କେନ୍ଦ୍ରରେ ଝୁଲୁଛି ତାଲା

ଗୁଡ଼ାରି,୨୫ା୧୧(ପ୍ରମୋଦ କୁମାର ପତି): ବୁଧବାରଠାରୁ ଗୁଡ଼ାରି ବ୍ଲକର ସମସ୍ତ ୧୩୩ଟି ଅଙ୍ଗନଓ୍ବାଡ଼ିର କାର୍ଯ୍ୟରତ କର୍ମୀ ଏବଂ ସହାୟିକା ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ୭ ଦଫା…

ପୋଲିସ ଡିଜିଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ମଞ୍ଚେଶ୍ୱର ଥାନା ଆଇଆଇସି ନିଲମ୍ବିତ

ଭୁବନେଶ୍ୱର,୨୫ା୧୧: ରାଜଧାନୀ ଭୁବନେଶ୍ୱରରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପୋଲିସ ପ୍ରଶାସନରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ପୋଲିସ ଡିଜି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?