Posted inTrending, ଖେଳ

ଆଇପିଏଲ ନିଲାମ ପୂର୍ବରୁ ବଡ଼ ହଲଚଲ: ଏହି ୭ ଭାରତୀୟ ଖେଳାଳି ହେଲେ ‘ଅନକ୍ୟାପ୍‌ଡ’, ତାଲିକାରେ ଅଛନ୍ତି…

ନୂଆଦିଲ୍ଲୀ, ୨୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୭ ନିଲାମ ପାଇଁ ଖେଳାଳିମାନେ ନିଜ ନାମ ପଞ୍ଜୀକରଣ କରିସାରିଛନ୍ତି। ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ମଧ୍ୟ ନିଲାମ ପାଇଁ ନିଜ ନାମ ଦାଖଲ କରିଛନ୍ତି। ଏବେ ସେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ଆଇପିଏଲ ନିଲାମ ପାଇଁ ମୋଟ ୧୨୨୦ ଜଣ ଖେଳାଳି ନାମ ପଞ୍ଜୀକରଣ କରିଛନ୍ତି। ଏଥିରେ ଅଧିକାଂଶ ଅନକ୍ୟାପ୍‌ଡ ଖେଳାଳି ରହିଛନ୍ତି। ଯେଉଁ ଖେଳାଳିମାନେ ଅନ୍ତର୍ଜାତୀୟ କ୍ରିକେଟ ଖେଳିନାହାନ୍ତି, ସେମାନଙ୍କୁ ସାଧାରଣତଃ ‘ଅନକ୍ୟାପ୍‌ଡ’ କୁହାଯାଏ। ତେବେ ୨୦୨୪ରେ ବିସିସିଆଇ ଏକ ନୂଆ ନିୟମ ଆଣିଥିଲା। ଏହି ନିୟମ ଯୋଗୁଁ ଏବେ ଈଶାନ୍ତ ଶର୍ମାଙ୍କ ସମେତ କିଛି ଖେଳାଳି ନିଲାମରେ ଅନକ୍ୟାପ୍‌ଡ ବର୍ଗରେ ନିଜ ନାମ ପଞ୍ଜୀକରଣ କରିଛନ୍ତି।

୨୦୨୪ରେ ବିସିସିଆଇ ଆଇପିଏଲ ପାଇଁ ଏକ ନୂଆ ନିୟମ ଲାଗୁ କରିଥିଲା। ଏହା ଅନୁଯାୟୀ, ଯଦି କୌଣସି ଖେଳାଳି ଦେଶ ପାଇଁ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମ୍ୟାଚ ଖେଳିନଥିବେ, ତେବେ ତାଙ୍କୁ ‘କ୍ୟାପ୍ଡ’ ବଦଳରେ ‘ଅନକ୍ୟାପ୍‌ଡ’ ଖେଳାଳିଙ୍କ ତାଲିକାରେ ସାମିଲ କରାଯିବ। ଇଶାନ୍ତ ଶର୍ମା ଶେଷ ଥର ପାଇଁ ନଭେମ୍ବର ୨୦୨୧ରେ ଭାରତ ପାଇଁ ମ୍ୟାଚ ଖେଳିଥିଲେ। ସେ କାନପୁରରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଖେଳିଥିଲେ। ଏହା ପରଠାରୁ ସେ ଭାରତୀୟ ଦଳରୁ ବାଦ ପଡ଼ିଥିଲେ। ଇଶାନ୍ତ ଭାରତ ପାଇଁ ୧୦୫ଟି ଟେଷ୍ଟ ମ୍ୟାଚ ଖେଳି ୩୧୧ଟି ଉଇକେଟ୍‌ ନେଇଛନ୍ତି।

ଇଶାନ୍ତ ଶର୍ମାଙ୍କ ବ୍ୟତୀତ ଭାରତୀୟ ଦଳ ପାଇଁ ଖେଳିଥିବା ଆଉ ୬ ଜଣ ଖେଳାଳି ଆଇପିଏଲ ୨୦୨୭ ନିଲାମରେ ଅନକ୍ୟାପ୍‌ଡ ବର୍ଗରେ ସାମିଲ ହୋଇଛନ୍ତି। ସନ୍ଦୀପ ୱାରିୟର, ଚେତନ ସକାରିଆ, ନବଦୀପ ସାଇନି ଏବଂ ନୀତିଶ ରାଣା ଜୁଲାଇ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ଭାରତ ପାଇଁ ଶେଷ ଥର ଖେଳିଥିଲେ। ଏବେ ସେମାନେ ମଧ୍ୟ ଅନକ୍ୟାପ୍‌ଡ ଖେଳାଳି ହୋଇଯାଇଛନ୍ତି। ସେହିପରି ମୟଙ୍କ ମାର୍କଣ୍ଡେ ଫେବୃଆରୀ ୨୦୧୯ରେ ଏବଂ ମନଦୀପ ସିଂହ ୨୦୧୬ରେ ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ। ସେମାନେ ମଧ୍ୟ ଏବେ ଅନକ୍ୟାପ୍‌ଡ ଖେଳାଳିଙ୍କ ବର୍ଗରେ ସାମିଲ ହୋଇଛନ୍ତି।

ନିଲାମରେ ଅନକ୍ୟାପ୍‌ଡ ଖେଳାଳି ହେବା ଦ୍ୱାରା ସିଧାସଳଖ କୌଣସି ଫାଇଦା ମିଳିନଥାଏ। ତେବେ ମେଗା ଅକ୍ସନ ପୂର୍ବରୁ ଫ୍ରାଞ୍ଚାଇଜିଗୁଡ଼ିକ ଅନକ୍ୟାପ୍‌ଡ ଖେଳାଳିଙ୍କୁ କମ ଟଙ୍କାରେ ରିଟେନ କରିପାରିବେ। ଗତ ମେଗା ଅକ୍ସନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ୨୦୧୯ରେ ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିବା ଏମ.ଏସ. ଧୋନୀଙ୍କୁ ଅନକ୍ୟାପ୍‌ଡ ଖେଳାଳି ଭାବେ ମାତ୍ର ୪ କୋଟି ଟଙ୍କାରେ ରିଟେନ କରିବାରେ ସଫଳ ହୋଇଥିଲା।

ଆଇପିଏଲ ୨୦୨୮ ପୂର୍ବରୁ ମେଗା ଅକ୍ସନ ହେବାକୁ ଯାଉଛି। ଏଭଳି ସ୍ଥିତିରେ ଫ୍ରାଞ୍ଚାଇଜିଗୁଡ଼ିକ ଚାହିଁଲେ ଏହି ଭାରତୀୟ ଖେଳାଳିମାନଙ୍କୁ କିଣି ଆଗାମୀ ମେଗା ଅକ୍ସନରେ ଅନକ୍ୟାପ୍‌ଡ ଖେଳାଳି ଭାବେ କମ ମୂଲ୍ୟରେ ରିଟେନ କରିପାରିବେ।

ଆଇପିଏଲ ୨୦୨୭ ନିଲାମରେ ସମସ୍ତ ୧୦ଟି ଦଳକୁ ମିଶାଇ ମୋଟ ୬୬ଟି ସ୍ଥାନ ଖାଲି ରହିଛି। ଏହି ନିଲାମ ପାଇଁ ୧୨୨୦ ଜଣ ଖେଳାଳି ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୯୩୯ ଜଣ ଭାରତୀୟ ଏବଂ ୨୮୧ ଜଣ ବିଦେଶୀ ଖେଳାଳି ଅଛନ୍ତି। ଡିସେମ୍ବର ୧ ତାରିଖ ସୁଦ୍ଧା ସମସ୍ତ ୧୦ଟି ଫ୍ରାଞ୍ଚାଇଜି ୧୨୨୦ ଜଣ ଖେଳାଳିଙ୍କ ମଧ୍ୟରୁ ନିଜ ପସନ୍ଦର ଖେଳାଳିଙ୍କୁ ସର୍ଟଲିଷ୍ଟ କରି ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଦେଲେ ନବୀନ ପଟ୍ଟନାୟକ: ଭାଇରାଲ ହେଉଛି ଟୁଇଟ୍‌

ନୂଆଦିଲ୍ଲୀ,୨୫।୧୧: ଭାରତୀୟ କ୍ରିକେଟର ନୂଆ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ ଏବେ ସବୁଠି ଚର୍ଚ୍ଚା। ମାତ୍ର ୫୩ଟି ବଲ୍‌ରେ ୨୦୪ ରନ୍‌ର ଐତିହାସିକ ଇନିଂସ…

ମଣ୍ଡି ଗେଟ ଭାଙ୍ଗି ଧାନ ପୁରାଇଲେ ଚାଷୀ: ଦେଲେ ଆନ୍ଦୋଳନ ଚେତାବନୀ

ଅତାବିରା, ୨୫।୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ମଣ୍ଡିକୁ ଚାଷୀ ଜୋର ଜବରଦସ୍ତ ଗେଟ ତାଲା ଭାଙ୍ଗି ବୁଧବାର ଧାନ ପୁରାଇଛନ୍ତି l ସଂଯୁକ୍ତ କୃଷକ ସଂଗଠନର…

ବନ୍ଦ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌ : ୨ ଗିରଫ

ଛତ୍ରପୁର, ୨୫ା୧୧ (ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧୀନ ପୁରୁଣା ଛତ୍ରପୁର ଗ୍ରାମରେ ବନ୍ଦ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌ ଘଟଣାରେ ପୁଲିସ…

ବୈଭବଙ୍କ ଦ୍ୱିଶତକ ପରେ ଗମ୍ଭୀରଙ୍କୁ ଏମିତି ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର, ଉଠାଇଲେ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ, ୨୫।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ଦ୍ୱିଶତକ ହାସଲ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ମାତ୍ର ୫୩ଟି ବଲରେ ୨୦୪ ରନର…

ଚାମେଲିଙ୍କୁ ପୁଣି ହାଇକୋର୍ଟ ଝଟ୍‌କା

କଟକ/ମହାକାଳପଡ଼ା,୨୫।୧୧(ପ୍ରଭୁକଲ୍ୟାଣ ପାଲ୍/ପ୍ରତାପ ଚନ୍ଦ୍ର ସ୍ୱାଇଁ):କେନ୍ଦ୍ରାପଡ଼ା ଜିଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଚାମେଲିଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ।…

ବୈଭବ ସୂର୍ଯ୍ୟବଂଶୀଙ୍କୁ ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ପ୍ରଶଂସା କରିଛନ୍ତି ରବୀନ୍ଦ୍ର ଜାଡେଜା; ଏହି ପୋଷ୍ଟ ଦେଖିଲେ ହସକୁ ଅଟକାଇ ପାରିବେ ନାହିଁ

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦୋହା ଠାରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୟୁଏଇ (UAE) ବିପକ୍ଷରେ ଧ୍ୱଂସଲୀଳା ଚଳାଇଥିଲେ। ମାତ୍ର ୫୩ଟି ବଲରୁ ୨୦୪ ରନ ସଂଗ୍ରହ କରି…

‘ସମଗ୍ର ବିହାର ଗର୍ବିତ’: ବୈଭବ ସୂର୍ଯ୍ୟବଂଶୀଙ୍କ ଉଚ୍ଚ ପ୍ରଶଂସା କଲେ BCA ସଭାପତି

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦୋହାରେ ଅନୁଷ୍ଠିତ ‘ଏସିସି ପୁରୁଷ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬’ (ACC Men’s Asia Cup Rising Stars 2026) ରେ, ୟୁନାଇଟେଡ…

ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ ନକରିବା ନିଷ୍ପତ୍ତି ଉପରେ ମୁହଁ ଖୋଲିଲେ ରାଜୀବ ଶୁକ୍ଲା; ଜାଣନ୍ତୁ ସେ କ’ଣ କହିଲେ

ନୂଆଦିଲ୍ଲୀ,୨୫।୧୧: ୱେଲିଙ୍ଗଟନରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଦ୍ରୁତ ବୋଲର ମହମ୍ମଦ ସିରାଜ ଏହି ମ୍ୟାଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?