କେନ୍ଦ୍ର ଉପରେ ଗଡୁଛି ୧୦,୭୫୦ କୋଟି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୬ା୧୧ (ରବିନାରାୟଣ ଜେନା): ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ରାଜ୍ୟରୁ ଯେଉଁ ଚାଉଳ ଉଠାଉଛି ତାହାର ପ୍ରାପ୍ୟ ଠିକଣା ସମୟରେ ମିଳୁନାହିଁ। ସବ୍‌ସିଡି ବାବଦକୁ ଅଦ୍ୟାବଧି କେନ୍ଦ୍ର ଉପରେ ୧୦ ହଜାର ୭୫୦ କୋଟି ଟଙ୍କା ବକେୟା ରହିଛି। ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବୁଧବାର ବିଧାନସଭାରୁ ଜଣାପଡ଼ିଛି। ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଖରିଫ ବିପଣନ ଋତୁ ୨୦୨୫-୨୬ ବର୍ଷ ପାଇଁ ଏଫ୍‌ସିଆଇ ଓଡ଼ିଶାରୁ ୨୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଉଠାଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ ଦେଇଥିଲା। ମାତ୍ର ଚଳିତମାସ ୧୯ ତାରିଖ ସୁଦ୍ଧା ଏଫ୍‌ସିଆଇ ୧୨.୨୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଉଠାଣ କରିଛି। ଅଦ୍ୟାବଧି କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସବ୍‌ସିଡି ବାବଦକୁ ୧୦ ହଜାର ୭୫୦ କୋଟି ଟଙ୍କା ପାଇବାକୁ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଗୃହକୁ ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଆବଶ୍ୟକ ହେଉଥିବା ଅରୁଆ ଚାଉଳର ବଣ୍ଟନ ପରେ ସମସ୍ତ ଚାଉଳ ଏଫ୍‌ସିଆଇ ଉଠାଇବାକୁ କର୍ତ୍ତୃପକ୍ଷ ସହମ୍ମତି ପ୍ରକାଶ କରିଛନ୍ତି। ମାତ୍ର ଏଫ୍‌ସିଆଇ ଯେଉଁ ଚାଉଳ ରାଜ୍ୟରୁ ଉଠାଇବ ତାହାର ସବ୍‌ସିଡି ସେ ପର୍ଯ୍ୟାୟକ୍ରମେ ଦେବ।
ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୨୦୨୫-୨୬ ଖରିଫ ଓ ରବି ଋତୁରେ ରାଜ୍ୟ ସରକାର ଯୋଗ୍ୟବିବେଚିତ ଚାଷୀଙ୍କଠାରୁ ୯୭.୯୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରିଥିଲେ। ସଂଗୃହୀତ ଧାନରୁ ୬୬.୩୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଉତ୍ପାଦନ ହେବ। ଚଳିତମାସ ୧୮ ସୁଦ୍ଧା ମିଲର୍ସମାନଙ୍କଠାରୁ ୩୭.୫୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଉଠିଛି। ସେଥିମଧ୍ୟରୁ ରାଜ୍ୟ ଯୋଗାଣ ନିଗମ ୨୫ ଲକ୍ଷ ୩୮ ହଜାର ମେଟ୍ରିକ୍‌ ଟନ୍‌ ଚାଉଳ ଗ୍ରହଣ କରିଥିବାବେଳେ ଏଫ୍‌ସିଆଇ ୧୨.୧୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଉଠାଣ କରିଛି। ବଳକା ଚାଉଳ ଆଦାୟ ପାଇଁ ପ୍ରକ୍ରିୟା ଚାଲୁରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପ୍ରମୁଖ ନିର୍ବାଚନରେ ବଡ଼ ଓଲଟପାଲଟ! କଂଗ୍ରେସକୁ ୩୬ ଭୋଟ, ଭାଜପାକୁ ମାତ୍ର ୭, ଚମକାଇଦେଲା ଫଳାଫଳ

ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନର ଦ୍ୱିତୀୟ ବୃହତ୍ତମ ସହର ଯୋଧପୁରରେ ଜିଲା ପ୍ରମୁଖ ନିର୍ବାଚନ ଫଳାଫଳ ଘୋଷଣା ହେବା ମାତ୍ରେ ରାଜନୈତିକ ମହଲରେ ହଲଚଲ ସୃଷ୍ଟି ହୋଇଛି। ଜିଲା ପ୍ରମୁଖ…

ଭୁବନେଶ୍ୱରରେ ଗଢ଼ିଉଠିବ ପାଣ୍ଡରା ରିଭରଫ୍ରଣ୍ଟ

ଭୁବନେଶ୍ୱର, ୨୬ା୧୧(ସୌମ୍ୟରଞ୍ଜନ ରାଉତ): ଭୁବନେଶ୍ୱରରେ ପର୍ଯ୍ୟଟନର ଏକ ନୂଆ ଆକର୍ଷଣ ଭାବେ ଗଢ଼ିଉଠିବ ପାଣ୍ଡରା ରିଭର ଫ୍ରଣ୍ଟ୍‌ ପ୍ରକଳ୍ପ। ୮୦ କୋଟି ଟଙ୍କା ବ୍ୟୟରେ କୁଆଖାଇ ଓ…

ଡବଲ ସେଞ୍ଚୁରୀ ପରେ ବୈଭବଙ୍କ ବଡ଼ ଘୋଷଣା! ଟେଷ୍ଟ-ଦିନିକିଆରେ…

ନୂଆଦିଲ୍ଲୀ,୨୬।୧୧: ଗତ ମଙ୍ଗଳବାର (ନଭେମ୍ବର ୨୪) ଇଣ୍ଡିଆ-ଏ ପକ୍ଷରୁ ଖେଳି ବୈଭବ ସୂର୍ଯ୍ୟବଂଶୀ ଦ୍ୱିଶତକ ହାସଲ କରିଥିଲେ। ରାଇଜିଂ ଷ୍ଟାର୍ସ ଏସିଆ କପରେ ୟୁଏଇ ବିପକ୍ଷ ମ୍ୟାଚରେ…

ଦିନକୁ ୩ କୋଟି ଲିଟର ଜଳ ଶୋଷିବ ଡାଟା ସେଣ୍ଟର

ଭୁବନେଶ୍ୱର,୨୬ା୧୧(ରବିନାରାୟଣ ଜେନା): ରାଜ୍ୟ ସରକାର ଶିଳ୍ପ ମୋହରେ ପଡ଼ି ଭୁବନେଶ୍ୱର, କଟକ, ପୁରୀ ଓ ଖୋର୍ଦ୍ଧା ସମେତ ରାଜ୍ୟବାସୀଙ୍କୁ ମହାଦୁଃଖ ଭିତରକୁ ଠେଲି ଦେଉଛନ୍ତି। ମୁଣ୍ଡଳିଠାରେ ଆଦାନୀ…

ସମାନ ସରକାରୀ ପଦବୀ ପାଇଁ ମିଳିତ ପରୀକ୍ଷା ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୧(ସୁନିତ୍‌ ମିଶ୍ର): ବିଭିନ୍ନ ବିଭାଗରେ ସମାନ ଶିକ୍ଷାଗତ ଯୋଗ୍ୟତା, ବିଷୟ ଏବଂ ଦାୟିତ୍ୱ ଆବଶ୍ୟକ କରୁଥିବା ସରକାରୀ ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ଏକ ମିଳିତ ପରୀକ୍ଷା ଆୟୋଜନ…

ଟ୍ରମ୍ପଙ୍କ ନୂଆ ଟାରିଫ୍‌ ପ୍ରସ୍ତାବ; ଭାରତ ଉପରେ ୨୫% , ଚାଇନାକୁ ୪୦%…

ଓ୍ବାଶିଂଟନ,୨୫ା୧୧: ଆମେରିକା ପୁଣିଥରେ ଚାଇନା ଏବଂ ୟୁରୋପୀୟ ସଂଘ ସମେତ ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିବାକୁ ଯାଉଛି। ବାଣିଜ୍ୟ ଚୁକ୍ତି ହୋଇ ନ ଥିବାରୁ…

କେନ୍ ୱିଲିୟମସନଙ୍କୁ ମିଳିଲା ବଡ଼ ଦାୟିତ୍ୱ, ୨୦୨୭ ସିଜନରେ କୋଚ୍….

ନୂଆଦିଲ୍ଲୀ,୨୫।୧୧: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିୟମସନଙ୍କୁ ମିଳିଛି ବଡ଼ ଦାୟିତ୍ୱ । ୨୦୨୭ SA20 ଲିଗ୍‌ ପାଇଁ ତାଙ୍କୁ ଡର୍ବାନ ସୁପର ଜାଏଣ୍ଟସ୍‌ର ମୁଖ୍ୟ ପ୍ରଶିକ୍ଷକ…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପୂର୍ବ ପରି କାମ କରିବେ ଆଉଟ୍‌ସୋର୍ସିଂ କର୍ମଚାରୀ, ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରି…

ଭୁବନେଶ୍ୱର,୨୫ା୧୧: ରାଜ୍ୟରେ ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ ଆଉଟ୍‌ସୋର୍ସିଂ ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚାକିରିରୁ ବାଦ୍ ପଡ଼ିଥିବା ୩,୧୫୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?