‘୩୦ ସୁଦ୍ଧା ଆସିପାରେ ଟିକା’

ଭୁବନେଶ୍ୱର, ୫।୧(ବ୍ୟୁରୋ): ଚଳିତ ମାସରେ ଓଡ଼ିଶାକୁ କରୋନା ଟିକା ଆସିଯାଇପାରେ। ଏନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାନୁୟାରୀ ୩୦ ସୁଦ୍ଧା ଟିକା ଆସିଯିବ ବୋଲି ବିଶ୍ୱାସ କରାଯାଉଛି। ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ତା’ପରେ ବୟସ୍କଙ୍କୁ ଦେବା ପାଇଁ ଆଲୋଚନା ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଆସିଲେ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସେପଟେ ଭାରତରେ ଦୁଇଟି ଟିକାକୁ ଡିସିଜିଆଇ ଅନୁମୋଦନ ଦେବାପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତି କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟକୁ ଟିକା ଦେବା ପରେ ତତ୍‌କ୍ଷଣାତ୍‌ ଟିକାକରଣ କରାଯିବ। ପ୍ରାଥମିକ ସ୍ତରରେ ପ୍ରସ୍ତୁତ ହୋଇଥିବା ଡାଟାବେସ୍‌ ଅନୁସାରେ ପ୍ରଥମେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ପାଖରେ ଦାବି କରାଯାଇଛି। ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କ ଡାଟାବେସ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ୩ ଲକ୍ଷ ୨୭ ହଜାର ସ୍ବାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଆହୁରି ଅଧିକ ସ୍ବାସ୍ଥ୍ୟ କର୍ମୀଙ୍କୁ ସାମିଲ କରାଯିବ।
ଅପରପକ୍ଷରେ ନୂଆବର୍ଷ ଆଣିଦେଇଛି ଖୁସି ଖବର। ରାଜ୍ୟରେ ଦୈନିକ ସଂକ୍ରମଣ ଦୁଇଶହ ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୬ଜଣ କ୍ୱାରଣ୍ଟାଇନ ସେଣ୍ଟରରୁ ଥିବାବେଳେ ୭୭ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୩,୩୦,୪୯୨ରେ ପହଞ୍ଚତ୍ଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ କମିଯାଇଛି। ଗତ ୨୪ଘଣ୍ଟାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ରହିଛନ୍ତି। ଏବେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୮୫କୁ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ୬ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ରାଜ୍ୟରେ ରବିବାର ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେହି ପିଲା ନାହାନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪...

ବନ୍ୟାଞ୍ଚଳରେ ବଣ୍ଟାଯିବ ସାନିଟାରି ନାପ୍‌କିନ

ଭୁବନେଶ୍ୱର, ୨୩।୮(ବ୍ୟୁରୋ):ବନ୍ୟା ପ୍ରଭାବିତ ଅଞ୍ଚଳରେ ମହିଳାଙ୍କୁ ମାଗଣାରେ ସାନିଟାରି ନାପ୍‌କିନ ଦିଆଯିବ। ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ ପକ୍ଷରୁ...

୧୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩ା୬(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୭୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

କରୋନା ମାଡ଼ରେ ଫିକା ହୋଲି

ଭୁବନେଶ୍ୱର,୨୮।୩(ବ୍ୟୁରୋ): ଆଜି ରଙ୍ଗର ପର୍ବ ହୋଲି। ହୋଲିକୁ ଆନନ୍ଦର ପର୍ବ ଭାବି, ମାନ ଅଭିମାନ ଭୁଲି ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇଥାଏ। ଯେପରି ରଙ୍ଗ...

ଭିଜିଲାନ୍ସ ଜାଲରେ ଅନୁସଚିବ: ଲାଞ୍ଚ ନେଇ ପଡ଼ିଲେ ଧରା

ଭୁବନେଶ୍ୱର,୩।୬ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ ଶୁକ୍ରବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସାହୁ ଯୋଜନା ଓ ସମନ୍ବୟ ବିଭାଗରେ ଅନୁସଚିବ ଭାବେ କାର୍ଯ୍ୟକରୁଥିଲେ।...

ମୟୂରଭଞ୍ଜ ଜିଲା ଚିଠି: ପର୍ଯ୍ୟଟନ ଶିଳ୍ପ

ମୟୂରଭଞ୍ଜ ଜିଲାରେ ରହିଛି ବହୁ ପର୍ଯ୍ୟଟନ ସ୍ଥଳ। ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଶିମିଳିପାଳ ସହିତ ବହୁ ଜଳପ୍ରପାତ, ମନ୍ଦିର, ଐତିହାସିକ ସ୍ଥାନ ରହିଛି। ହେଲେ ଏହି...

୧୧ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏଥିସହିତ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଝାଡ଼ଖଣ୍ଡ,...

ସହରାଞ୍ଚଳରେ ସମସ୍ତ ଗରିବଙ୍କୁ ଘର ଯୋଗାଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ପ୍ରାୟ ୫ ଲକ୍ଷ ଗୃହର ଆବଶ୍ୟକତା ରହିଛି। ହେଲେ ପ୍ରଧାନମନ୍ତ୍ରୀ ଆବାସ...

Advertisement
Archives

Model This Week