Posted inଜାତୀୟ

ସଂକ୍ରମଣକୁ ଅଟକାଇ ପାରିବ ନାହିଁ ଟିକା

ନୂଆଦିଲ୍ଲୀ, ୨୧।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୀଷଣ ବେଗରେ ମାଡ଼ିଚାଲିଥିବାବେଳେ ଏଥିରୁ ବର୍ତ୍ତିବା ଲାଗି ଦେଶର ୩ ଜଣ ପ୍ରମୁଖ ଡାକ୍ତର ନାଗରିକମାନଙ୍କୁ କେତେକ ପରାମର୍ଶ ଦେଇଛନ୍ତି। ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ, ନାରାୟଣ ହେଲ୍‌ଥର ଅଧ୍ୟକ୍ଷ ଡ. ଦେବୀ ସେଟ୍ଟି ଏବଂ ମେଦାନ୍ତ ଅଧ୍ୟକ୍ଷ ଡ. ନରେଶ ତ୍ରେହାନ ଦେଶରେ କରୋନା ସ୍ଥିତିକୁ ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।
ଡ. ଗୁଲେରିଆଙ୍କ ମତରେ ରେମ୍‌ଡେସିଭିର ଭଳି ନିର୍ଦ୍ଦିଷ୍ଟ ଚିକିତ୍ସା ବିନା ୮୫%ରୁ ଅଧିକ ସଂକ୍ରମିତ କରୋନାରୁ ଆରୋଗ୍ୟ ହୋଇପାରିବେ। ଖୁବ୍‌ କମ୍‌ ରୋଗୀଙ୍କ ପାଇଁ ରେମ୍‌ଡେସିିଭିର ଇଞ୍ଜେକ୍‌ଶନର ଆବଶ୍ୟକତା ରହିଛି। ତେଣୁ ଉକ୍ତ ଇଞ୍ଜେକ୍‌ଶନ ପାଇଁ ବ୍ୟସ୍ତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି ବିବେକପୂର୍ଣ୍ଣ ଭାବେ ଆମେ ଅକ୍ସିଜେନ୍‌ ଏବଂ ରେମଡେସିଭିର ବ୍ୟବହାର କରିବା, ତେବେ କୌଣସିଠାରେ ଏହାର ନିଅଣ୍ଟ ହେବନାହିଁ। ସେହିପରି ଗୁରୁତର ଅସୁସ୍ଥ ହେବାରୁ ଟିକା ରୋକିପାରିବ। ତେବେ ସଂକ୍ରମିତ ହେବାକୁ ଏହା ଅଟକାଇ ପାରିବ ନାହିଁ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି। ତେଣୁ ଟିକା ନେବା ପରେ ମଧ୍ୟ ମାସ୍କ ପିନ୍ଧିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି।
ସେହିପରି ଖୁବ୍‌ କମ୍‌ ସଂକ୍ରମିତଙ୍କୁ ହସ୍ପିଟାର ଭର୍ତ୍ତି ହେବାକୁ ପଡ଼ିଥାଏ। ତେଣୁ ଦାୟିତ୍ୱପୂର୍ଣ୍ଣ ଓ ବିବେକୀ ଭାବେ ବ୍ୟବହାର କଲେ ହସ୍ପିଟାଲ ବେଡ୍‌ର ଅଭାବ ରହିବ ନାହିଁ ବୋଲି ଡାକ୍ତର କହିଛନ୍ତି। ଅକ୍ସିଜେନ୍‌ର ଆବଶ୍ୟକତା ନ ଥିଲେ ଏହାକୁ ସୁରକ୍ଷା ବ୍ଲାଙ୍କେଟ ଭାବେ ବ୍ୟବହାର ନ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। କାରଣ ଅକ୍ସିଜେନର ଅପଚୟ ଜରୁରୀ ଆବଶ୍ୟକତା ଥିବା ଜଣେ ରୋଗୀଙ୍କୁ ସେଥିରୁ ବଞ୍ଚତ୍ତ କରିବ ବୋଲି ଡ. ନରେଶ କହିଛନ୍ତି। ସେହିପରି ଜ୍ୱର, କାଶ, ଥଣ୍ଡା, ଦେହ ବିନ୍ଧା, ବାନ୍ତି ହେବା ଏବଂ ହଜମ ନ ହେବା ଆଦି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍‌ ପରୀକ୍ଷା କରାଇ ନେବାକୁ ଡ. ଦେବୀ ସେଟ୍ଟି କହିଛନ୍ତି। ପଜିଟିଭ୍‌ ଚିହ୍ନଟ ହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହୁଅନ୍ତୁ। ଲକ୍ଷଣ ନ ଥାଇ ପଜିଟିଭ୍‌ ଚିହ୍ନଟ ହେଲେ ଆଇସୋଲେଶନରେ ରହିବା ସହ ମାସ୍କ ପିନ୍ଧିବା ଏବଂ ପ୍ରତି ୬ ଘଣ୍ଟାରେ ଅକ୍ସିଜେନ୍‌ ସ୍ତର ମାପିବା ଲାଗି ପରାମର୍ଶ ଦିଆଯାଇଛି। ଅକ୍ସିଜେନ୍‌ ସ୍ତର ୯୪ରୁ ଅଧିକ ଥିଲେ ସମସ୍ୟା ନାହିଁ। ଏହାଠାରୁ କମ୍‌ ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରଙ୍କ ନୂଆ ଆପ୍‌: ଜଣାପଡିବ କେଉଁ ହସ୍ପିଟାଲରେ ରହିଛି କେତେ ବେଡ୍‌

ନୂଆଦିଲ୍ଲୀ,୨।୬: ପ୍ରତିଦିନ ଦେଶରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ୮ହଜାରରୁ ଅଧିକ ରହୁଥିବା ବେଳେ ରାଜଧାନୀ ଦିଲ୍ଲୀର ସ୍ଥିତି ମଧ୍ୟ ଉଦ୍‌ବେଗଜନକ ରହିଛି। ହେଲେ ଏହାକୁ...

ଜନତାଙ୍କ ସ୍ବର ଚାପି ଦିଆଯାଉଛି: ରାହୁଲ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୧୨ ନିଲମ୍ବିତ ଏମ୍‌ପିମାନଙ୍କ ସହ ମଙ୍ଗଳବାର ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି...

ଗତ ନଅ ବର୍ଷରେ ପ୍ରତିରକ୍ଷା ରପ୍ତାନି ୨୩ ଗୁଣା ବୃଦ୍ଧି…

ନୂଆଦିଲ୍ଲୀ,୩୦।୫ : ଭାରତର ପ୍ରତିରକ୍ଷା ରପ୍ତାନି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପିଆଇବି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୩-୧୪ ବର୍ଷରେ ଦେଶର ପ୍ରତିରକ୍ଷା ରପ୍ତାନି ୬୮୬...

ରାଷ୍ଟ୍ରପତିଙ୍କ ଉଜ୍ଜୟିନୀ ଗସ୍ତକୁ ନେଇ ୧୭୦୦ ପୋଲିସଙ୍କୁ ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଲୀ,୨୯ ।୫: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୯ ମେ’ ଅର୍ଥାତ୍ ରବିବାର ଉଜ୍ଜୟିନୀ ଗସ୍ତ କରୁଛନ୍ତି । ସେଠାରେ ସେ ମହାକାଳେଶ୍ୱରଙ୍କ ଦର୍ଶନ କରିବେ ।...

ଅଭିନେତା ଜଗଦୀପଙ୍କ ପରଲୋକ

ମୁମ୍ବାଇ,୯।୭: ବଲିଉଡ୍‌ର ଜଣାଶୁଣା ଅଭିନେତା ଜଗଦୀପଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ପୂର୍ବରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲେ।...

ହାଇସ୍ପିଡ୍‌ ପୁଷ୍ପକ ଏକ୍ସପ୍ରେସ୍‌ର କମ୍ପନରେ ଭୁଶୁଡ଼ି ପଡ଼ିଲା ରେଳ ଷ୍ଟେଶନ…

ଭୋପାଳ,୨୭।୫: ହାଇସ୍ପିଡ୍‌ ପୁଷ୍ପକ ଏକ୍ସପ୍ରେସ୍‌ର ଗତି ଯୋଗୁ ସୃଷ୍ଟି ହୋଇଥିବା କମ୍ପନକୁ ମଧ୍ୟପ୍ରଦେଶର ବୁରହାନ୍‌ପୁରଠାରେ ଥିବା ଚାନ୍ଦନୀ ରେଳ ଷ୍ଟେଶନ ସହି ପାରି ନାହିଁ। କମ୍ପନରେ...

ହିନ୍ଦୁଙ୍କୁ ଦୁର୍ବ୍ୟବହାର କରିବା ଏକ ଫ୍ୟାଶନ ହୋଇଗଲାଣି: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌

ଲକ୍ଷ୍ନୌ,୨୯।୮:ସମାଜବାଦି ପାର୍ଟି(ଏସ୍‌ପି)ର ଜାତୀୟ ସାଧାରଣ ସମ୍ପାଦକ ସ୍ବାମୀ ପ୍ରସାଦ ମୌର୍ଯ୍ୟ ପୁଣି ଥରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ରାମଚରିତମାନସ ଏପିସୋଡ ପରେ ସେ ହିନ୍ଦୁ ଧର୍ମକୁ...

କଳ୍ପନାଜଳ୍ପନା ଶେଷ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ ଅଶୋକ ଗେହଲଟ

ନୂଆଦିଲ୍ଲୀ,୨୩।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ସରଗରମ ହେଉଛି। ଅନେକ କଳ୍ପନାଜଳ୍ପନା ପରେ ଶେଷରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ଯାଉଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week