‘ଅଗଷ୍ଟ ୧୫ ସୁଦ୍ଧା ଟିକା ସମ୍ଭବ ନୁହେଁ’

କାନପୁର/ଲକ୍ଷ୍ନୌ,୭ା୭(ପି.ଟି.): ଅଗଷ୍ଟ ୧୫ ସୁଦ୍ଧା କୋଭିଡ୍‌ ଟିକା ଶୁଭାରମ୍ଭ କରିବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଏହା ଅବାସ୍ତବ ଓ ସମ୍ଭବ ନୁହେଁ ବୋଲି ଇଣ୍ଡିଆନ୍‌ ଏକାଡେମୀ ଅଫ୍‌ ସାଇନ୍ସ (ଆଇଏଏସ୍‌ସି) ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ଭାରତ ସମେତ ସାରା ବିଶ୍ୱରେ ମାଡ଼ିଚାଲିଥିବାବେଳେ ଏହାକୁ ରୋକିବା ପାଇଁ ଟିକାର ଜରୁରୀ ଆବଶ୍ୟକତା ରହିଛି। ତେବେ ମାନବ ବ୍ୟବହାର ପାଇଁ ପ୍ରସ୍ତୁତ ହେବାକୁ ଥିବା ଟିକା ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଦେଇ ବିକଶିତ କରାଯିବ। ଏଥିପାଇଁ ସମୟ ଲାଗିବ ବୋଲି ଆଇଏଏସ୍‌ସି କହିଛି। ପ୍ରଶାସନିକ ମଞ୍ଜୁରୀକୁ ତ୍ୱରାନ୍ବିତ କରାଯାଇପାରେ, କିନ୍ତୁ ବୈଜ୍ଞାନିକ ଅନୁଧ୍ୟାନ ପ୍ରକ୍ରିୟା ଓ ତଥ୍ୟ ସଂଗ୍ରହ ପାଇଁ ସ୍ବାଭାବିକ ସମୟ ବ୍ୟବଧାନ ଆବଶ୍ୟକ, ଯାହାକୁ କମାଇ ହେବନାହିଁ। ଦେଶର ପ୍ରଥମ କୋଭିଡ୍‌ ଟିକା କୋଭାକ୍ସିନ୍‌କୁ ଆଇସିଏମ୍‌ଆର ଏବଂ ଘରୋଇ ଔଷଧ କମ୍ପାନୀ ଭାରତ ବାୟୋଟେକ୍‌ ଇଣ୍ଡିଆ ଲିମିଟେଡ୍‌ ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି। ଏହାକୁ ଆଇଏଏସ୍‌ସି ପକ୍ଷରୁ ସ୍ବାଗତ କରାଯିବା ସହ ଯଥାଶୀଘ୍ର ସର୍ବସାଧାରଣଙ୍କ ବ୍ୟବହାର ଲାଗି ଉପଲବ୍ଧ ହେବାକୁ ଆଶା ରଖିଛି। ତେବେ ଏଥିପାଇଁ ସମୟସୀମା ଧାର୍ଯ୍ୟ ହେବା ସମୀଚୀନ ନୁହେଁ। ସମୟସୀମା ଧାର୍ଯ୍ୟ ହେବା ଦ୍ୱାରା ଏହା ଜନସାଧାରଣଙ୍କ ମଧ୍ୟରେ ଅହେତୁକ ଆଶା ଆକାଂକ୍ଷା ସୃଷ୍ଟି କରିବ। ଭାକ୍ସିନ୍‌ ପ୍ରସ୍ତୁତି ପାଇଁ ବିଶ୍ୱ ସ୍ତରରେ ଗ୍ରହଣୀୟ ନିୟମାବଳୀକୁ ପାଳନ କରିବାକୁ ପଡ଼ିବ ବୋଲି ବୈଜ୍ଞାନିକମାନଙ୍କର ଏହି ସଂଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁର ହିଂସାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନଙ୍କ ଏଣ୍ଟ୍ରି: ଗୁଇନ୍ଦା ବିଭାଗ

ଇମ୍ଫାଲ,୨୧।୭: ୭୪ଦିନ ପରେ ମଣିପୁର ହିଂସା ଥମିବାକୁ ନାଁ ନେଉନାହିଁ। ଏହି ସମୟରେ ଦୁଇ ମହିଳାଙ୍କ ଲୋମଟାଙ୍କୁରା ଭିଡିଓ ଦେଶକୁ ସ୍ତବ୍ଧ କରିଛି। ତେବେ ଏମଧ୍ୟରେ...

ସ୍ବାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ନାମରେ ନାମିତ ହେବ ଦିଲ୍ଲୀର ସୈନିକ ସ୍କୁଲ୍‌

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦିଲ୍ଲୀରେ ପ୍ରସ୍ତାବିତ ସୈନିକ ସ୍କୁଲ୍‌ର ନାମ ଶହିଦ ଭଗତ ସିଂଙ୍କ ନାମରେ ରଖିବାକୁ ମଙ୍ଗଳବାର ଘୋଷଣା କରିଛନ୍ତି। ଝରୋଡା...

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ଭୁଶୁଡିଲା କୋଠା, ଫସିରହିଛନ୍ତି ଅନେକ ଲୋକ

ପାଟନା,୨୪।୭: ବିହାରର ଛାପରା ଜିଲାର ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣ ଯୋଗୁ ଏକ କୋଠା...

ପିଏଲ୍‌ଏଫ୍‌ଆଇ ମୁଖ୍ୟ ଗିରଫ

ରାଞ୍ଚି,୨୧ା୫: ପିପୁଲ୍ସ ଲିବରେଶନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ସଂଗଠନର ମୁଖ୍ୟ ଦିନେଶ ଗୋପଙ୍କୁ ନେପାଳରୁ ଗିରଫ କରାଯାଇଛି। ତାଙ୍କୁ ଧରିବା ପାଇଁ ଏନ୍‌ଆଇଏ ଏବଂ...

ଆସାମରେ ୨ ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ…

ଗୁଆହାଟୀ,୧୮।୩ : ଦେଶର ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଶନିବାର ଦୁଇ ଥର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ଏବଂ ୨.୮...

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି: ରାମନାଥ କୋବିନ୍ଦ ଦେଲେ ମଞ୍ଜୁରୀ

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଶେଷ ହେବାର ୧୮ ଦିନ ପରେ ବି ସରକାର ଗଢ଼ିବା ନେଇ ଚିତ୍ର ଅସ୍ପଷ୍ଟ ହେବାରୁ ଶେଷରେ ସେଠାରେ ରାଷ୍ଟ୍ରପତି...

ତାଲିକାରେ ଅଶ୍ୱିନୀ, ରାହୁଲ

ନୂଆଦିଲ୍ଲୀ, ୨୦ା୭: ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେର ଜାଲରେ ଛନ୍ଦି ହୋଇଛନ୍ତି ଭାରତର ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ।...

୧୦ କୋଟି ଭାରତୀୟ ନେଇନାହାନ୍ତି ଦ୍ୱିତୀୟ ଡୋଜ୍‌ କରୋନା ଟିକା

ନୂଆଦିଲ୍ଲୀ,୨୦ା୧୦: ଗୋଟିଏ ପଟେ ଦେଶରେ ଟିକାକରଣ ସଂଖ୍ୟା ୯୯ କୋଟି ଅତିକ୍ରମ କରିଥିବା ବେଳେ ଅନ୍ୟପଟେ ଅଧିକାଂଶ ଲୋକ ଆଜି ପର୍ଯ୍ୟନ୍ତ କରୋନା ଟିକାର ଦ୍ୱିତୀୟ...

Advertisement
Archives

Model This Week