‘ଅଗଷ୍ଟ ୧୫ ସୁଦ୍ଧା ଟିକା ସମ୍ଭବ ନୁହେଁ’

କାନପୁର/ଲକ୍ଷ୍ନୌ,୭ା୭(ପି.ଟି.): ଅଗଷ୍ଟ ୧୫ ସୁଦ୍ଧା କୋଭିଡ୍‌ ଟିକା ଶୁଭାରମ୍ଭ କରିବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଏହା ଅବାସ୍ତବ ଓ ସମ୍ଭବ ନୁହେଁ ବୋଲି ଇଣ୍ଡିଆନ୍‌ ଏକାଡେମୀ ଅଫ୍‌ ସାଇନ୍ସ (ଆଇଏଏସ୍‌ସି) ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ଭାରତ ସମେତ ସାରା ବିଶ୍ୱରେ ମାଡ଼ିଚାଲିଥିବାବେଳେ ଏହାକୁ ରୋକିବା ପାଇଁ ଟିକାର ଜରୁରୀ ଆବଶ୍ୟକତା ରହିଛି। ତେବେ ମାନବ ବ୍ୟବହାର ପାଇଁ ପ୍ରସ୍ତୁତ ହେବାକୁ ଥିବା ଟିକା ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଦେଇ ବିକଶିତ କରାଯିବ। ଏଥିପାଇଁ ସମୟ ଲାଗିବ ବୋଲି ଆଇଏଏସ୍‌ସି କହିଛି। ପ୍ରଶାସନିକ ମଞ୍ଜୁରୀକୁ ତ୍ୱରାନ୍ବିତ କରାଯାଇପାରେ, କିନ୍ତୁ ବୈଜ୍ଞାନିକ ଅନୁଧ୍ୟାନ ପ୍ରକ୍ରିୟା ଓ ତଥ୍ୟ ସଂଗ୍ରହ ପାଇଁ ସ୍ବାଭାବିକ ସମୟ ବ୍ୟବଧାନ ଆବଶ୍ୟକ, ଯାହାକୁ କମାଇ ହେବନାହିଁ। ଦେଶର ପ୍ରଥମ କୋଭିଡ୍‌ ଟିକା କୋଭାକ୍ସିନ୍‌କୁ ଆଇସିଏମ୍‌ଆର ଏବଂ ଘରୋଇ ଔଷଧ କମ୍ପାନୀ ଭାରତ ବାୟୋଟେକ୍‌ ଇଣ୍ଡିଆ ଲିମିଟେଡ୍‌ ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି। ଏହାକୁ ଆଇଏଏସ୍‌ସି ପକ୍ଷରୁ ସ୍ବାଗତ କରାଯିବା ସହ ଯଥାଶୀଘ୍ର ସର୍ବସାଧାରଣଙ୍କ ବ୍ୟବହାର ଲାଗି ଉପଲବ୍ଧ ହେବାକୁ ଆଶା ରଖିଛି। ତେବେ ଏଥିପାଇଁ ସମୟସୀମା ଧାର୍ଯ୍ୟ ହେବା ସମୀଚୀନ ନୁହେଁ। ସମୟସୀମା ଧାର୍ଯ୍ୟ ହେବା ଦ୍ୱାରା ଏହା ଜନସାଧାରଣଙ୍କ ମଧ୍ୟରେ ଅହେତୁକ ଆଶା ଆକାଂକ୍ଷା ସୃଷ୍ଟି କରିବ। ଭାକ୍ସିନ୍‌ ପ୍ରସ୍ତୁତି ପାଇଁ ବିଶ୍ୱ ସ୍ତରରେ ଗ୍ରହଣୀୟ ନିୟମାବଳୀକୁ ପାଳନ କରିବାକୁ ପଡ଼ିବ ବୋଲି ବୈଜ୍ଞାନିକମାନଙ୍କର ଏହି ସଂଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ବେରୁଟ୍‌,୨୬ା୫: ଲେବାନନ୍‌ର ଏକ ଗ୍ରାମ ଉପରେ ଇସ୍ରାଏଲୀ ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଲେବାନନ୍‌କୁ ଇସ୍ରାଏଲ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri