ଚର୍ମବିଣ୍ଡି ରୋଗର ପ୍ରତିଷେଧକ ଟୀକା ଲାଗି ଟୀକାକରଣ ଦେୟ ଛାଡ଼

ଭୁବନେଶ୍ବର,୧୬ା୧୨(ବ୍ୟୁରୋ):ରାଜ୍ୟରେ ଗୋମହିଷାଦିଙ୍କୁ ଦିଆଯାଉଥିବା ଚର୍ମବିଣ୍ଡି ରୋଗର ପ୍ରତିଷେଧକ ଟୀକା ନିମନ୍ତେ ଦେୟ ଛାଡ଼ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଚର୍ମବିଣ୍ଡି ରୋଗର ଟୀକାକରଣ ଦେୟ ଛାଡ଼ କରାଯାଇ ଚିକିତ୍ସାକୁ ତ୍ୱରାନ୍ବିତ କରାଯାଇଛି ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ରାଜ୍ୟରେ ଚର୍ମବିଣ୍ଡି ରୋଗକୁ ପ୍ରତିହତ କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀମ୍ପପଦ ବିକାଶ ବିଭାଗ ପକ୍ଷରୁ ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସମସ୍ତ ଗୋମହିଷାଦିଙ୍କର ଟୀକାକରଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ଅଦ୍ୟାବଧି ୧୫ ଲକ୍ଷ ଡୋଜ ଟୀକା ରାଜ୍ୟର ବିଭିନ୍ନ ପ୍ରାଣୀଚିକିତ୍ସା କେନ୍ଦ୍ର ଓ ପ୍ରାଣୀଧନ କେନ୍ଦ୍ରକୁ ପଠାଯାଇଛି। ଖୁବଶୀଘ୍ର ଆଉ ୨୭ ଲକ୍ଷ ଡୋଜ ଟୀକା ପଠାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟର ୩୧୪ଟି ଭ୍ରାମ୍ୟମାଣ ୟୁନିଟ୍‌, ୫୪୧ଟି ପ୍ରାଣୀଚିକିତ୍ସା କେନ୍ଦ୍ର ଏବଂ ୩୨୩୯ଟି ପ୍ରାଣୀସମ୍ପଦ ସହାୟକ କେନ୍ଦ୍ର ମାଧ୍ୟମରେ ଚର୍ମବିଣ୍ଡି ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇଛି। ଚର୍ମବିଣ୍ଡି ରୋଗ ବିଷୟରେ ବିଶେଷଜ୍ଞଙ୍କଠାରୁ ପରାମର୍ଶ ପାଇବା ପାଇଁ ଟୋଲ୍‌ ଫ୍ରି ୧୫୫୩୩୩ କିମ୍ବା ୧୯୬୨ରେ ଡାଏଲ୍‌ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri