Posted inଜାତୀୟ

କଲେଜରେ ଜୀବନ ହାରିଲେ ଜୁନିୟର ଡାକ୍ତର: ପ୍ରଫେସର ହଇରାଣ କରୁଥିବା ଅଭିଯୋଗ

ଡେରାଡୁନ୍‌,୨୩ା୫: ଉତ୍ତରାଖଣ୍ଡର ଡେରାଡୁନ୍‌ସ୍ଥିତ ଶ୍ରୀଗୁରୁ ରାମ ରାୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଆଣ୍ଡ ହେଲ୍‌ଥ ସାଇନ୍ସରେ ଜଣେ ୨୬ ବର୍ଷୀୟ ଜୁନିୟର ଡାକ୍ତରଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା ଲାଗିରହିଛି। ଗତ ୧୭ ତାରିଖରେ ଉକ୍ତ ପେଡିଆଟ୍ରିକ୍‌ ଛାତ୍ରଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମ୍‌ରୁ ମିଳିଥିଲା।

ପ୍ରଫେସରମାନେ ହଇରାଣ କରିବା ଏବଂ ଦୀର୍ଘ ସମୟ କାର୍ଯ୍ୟ କରିବାକୁ ବାଧ୍ୟ କରିବା ଜୁନିୟର ଡାକ୍ତରଙ୍କ ଆତ୍ମହତ୍ୟାର କାରଣ ବୋଲି ତାଙ୍କ ପରିବାର ଓ ବନ୍ଧୁମାନେ ଅଭିଯୋଗ କରିଛନ୍ତି। ତାଙ୍କର ଏକ ସନ୍ଦର୍ଭକୁ ଜଣେ ପ୍ରଫେସର ବାରମ୍ବାର ପ୍ରତ୍ୟାଖ୍ୟାନ କରିଦେଇଥିଲେ ବୋଲି ଅଭିଯୋଗ ହୋଇଛି। ପୁଅର ମୃତ୍ୟୁ ପାଇଁ ଜୁନିୟର ଡାକ୍ତରଙ୍କ ବାପା କଲେଜ ପରିଚାଳନା କମିଟି ଏବଂ ୩ ଜଣଙ୍କୁ ଦାୟୀ କରିଛନ୍ତି।

ତାଙ୍କ ଅଭିଯୋଗ ଆଧାରରେ ପୋଲିସ ପେଡିଆଟ୍ରିକ୍‌ ବିଭାଗ ମୁଖ୍ୟ ଡ. ଉତ୍କର୍ଷ ଶର୍ମା, ପ୍ରଫେସର ଆଶିଷ ସେଠୀ ଏବଂ ବିନ୍ଦୁ ଅଗ୍ରଓ୍ବାଲଙ୍କ ବିରୋଧରେ ଆଇପିସିର ଧାରା ୩୦୬ରେ ମାମଲା ରୁଜୁ କରିଛି।

ପୁଅ ଗତବର୍ଷ ଅକ୍ଟୋବରରେ କଲେଜରେ ଯୋଗଦେବା ପରେ ଉପରୋକ୍ତ ୩ ଜଣଙ୍କ ସମେତ ପରିଚାଳନା କମିଟି ତାଙ୍କୁ ହଇରାଣ କରିଆସୁଥିଲେ। ଏପରିକି ୧୦୪ ଡିଗ୍ରୀ ଜ୍ୱର ସତ୍ତ୍ୱେ ତାଙ୍କୁ ୩୬ ଘଣ୍ଟିଆ ଶିଫ୍ଟରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଇଥିଲା। ଉତ୍କର୍ଷ ତାଙ୍କ ଥେସିସ୍‌କୁ ୨ ଥର ଖାରଜ କରିଦେବା ସହ ପାସ୍‌ କରିଦେବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ରୋଗୀଙ୍କ ଆଗରେ ସେ ପୁଅକୁ ଅପମାନିତ କରୁଥିଲେ। ବିନ୍ଦୁ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଛାତ୍ରଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

ଏହି ଜିଲାରେ ବନ୍ଦ ରହିବ ୨୦୫ ସ୍କୁଲ, ୨୬୫ ଅଙ୍ଗନୱାଡି କେନ୍ଦ୍ର, ଜାଣନ୍ତୁ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ…

ଭଷ୍ମାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri