Posted inଜାତୀୟ

କଲେଜରେ ଜୀବନ ହାରିଲେ ଜୁନିୟର ଡାକ୍ତର: ପ୍ରଫେସର ହଇରାଣ କରୁଥିବା ଅଭିଯୋଗ

ଡେରାଡୁନ୍‌,୨୩ା୫: ଉତ୍ତରାଖଣ୍ଡର ଡେରାଡୁନ୍‌ସ୍ଥିତ ଶ୍ରୀଗୁରୁ ରାମ ରାୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଆଣ୍ଡ ହେଲ୍‌ଥ ସାଇନ୍ସରେ ଜଣେ ୨୬ ବର୍ଷୀୟ ଜୁନିୟର ଡାକ୍ତରଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା ଲାଗିରହିଛି। ଗତ ୧୭ ତାରିଖରେ ଉକ୍ତ ପେଡିଆଟ୍ରିକ୍‌ ଛାତ୍ରଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମ୍‌ରୁ ମିଳିଥିଲା।

ପ୍ରଫେସରମାନେ ହଇରାଣ କରିବା ଏବଂ ଦୀର୍ଘ ସମୟ କାର୍ଯ୍ୟ କରିବାକୁ ବାଧ୍ୟ କରିବା ଜୁନିୟର ଡାକ୍ତରଙ୍କ ଆତ୍ମହତ୍ୟାର କାରଣ ବୋଲି ତାଙ୍କ ପରିବାର ଓ ବନ୍ଧୁମାନେ ଅଭିଯୋଗ କରିଛନ୍ତି। ତାଙ୍କର ଏକ ସନ୍ଦର୍ଭକୁ ଜଣେ ପ୍ରଫେସର ବାରମ୍ବାର ପ୍ରତ୍ୟାଖ୍ୟାନ କରିଦେଇଥିଲେ ବୋଲି ଅଭିଯୋଗ ହୋଇଛି। ପୁଅର ମୃତ୍ୟୁ ପାଇଁ ଜୁନିୟର ଡାକ୍ତରଙ୍କ ବାପା କଲେଜ ପରିଚାଳନା କମିଟି ଏବଂ ୩ ଜଣଙ୍କୁ ଦାୟୀ କରିଛନ୍ତି।

ତାଙ୍କ ଅଭିଯୋଗ ଆଧାରରେ ପୋଲିସ ପେଡିଆଟ୍ରିକ୍‌ ବିଭାଗ ମୁଖ୍ୟ ଡ. ଉତ୍କର୍ଷ ଶର୍ମା, ପ୍ରଫେସର ଆଶିଷ ସେଠୀ ଏବଂ ବିନ୍ଦୁ ଅଗ୍ରଓ୍ବାଲଙ୍କ ବିରୋଧରେ ଆଇପିସିର ଧାରା ୩୦୬ରେ ମାମଲା ରୁଜୁ କରିଛି।

ପୁଅ ଗତବର୍ଷ ଅକ୍ଟୋବରରେ କଲେଜରେ ଯୋଗଦେବା ପରେ ଉପରୋକ୍ତ ୩ ଜଣଙ୍କ ସମେତ ପରିଚାଳନା କମିଟି ତାଙ୍କୁ ହଇରାଣ କରିଆସୁଥିଲେ। ଏପରିକି ୧୦୪ ଡିଗ୍ରୀ ଜ୍ୱର ସତ୍ତ୍ୱେ ତାଙ୍କୁ ୩୬ ଘଣ୍ଟିଆ ଶିଫ୍ଟରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଇଥିଲା। ଉତ୍କର୍ଷ ତାଙ୍କ ଥେସିସ୍‌କୁ ୨ ଥର ଖାରଜ କରିଦେବା ସହ ପାସ୍‌ କରିଦେବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ରୋଗୀଙ୍କ ଆଗରେ ସେ ପୁଅକୁ ଅପମାନିତ କରୁଥିଲେ। ବିନ୍ଦୁ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଛାତ୍ରଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri