Posted inଜାତୀୟ

ଉତ୍ତରାଖଣ୍ଡ ସରକାରଙ୍କ ବଡ ଘୋଷଣା ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳୀ ମାଗଣା!

ଡେରାଡୁନ,୮ ।୭: ଉତ୍ତରାଖଣ୍ଡ ସରକାରଙ୍କ ଶକ୍ତି ମନ୍ତ୍ରୀ ହରକ ସିଂ ରାୱତ ଶକ୍ତି ବିଭାଗର ପ୍ରଥମ ବୈଠକରେ ଏକ ବଡ ଘୋଷଣା କରିଛନ୍ତି । ଏଣିକି ରାଜ୍ୟରେ ଘରୋଇ ବିଜୁଳୀ ଉପଭୋକ୍ତା ପ୍ରତି ମାସରେ ୧୦୦ ୟୁନିଟ ବିଜୁଳୀ ମାଗଣା ଜାଲିବା ସହ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳୀର ଅଧା ପଇସା ବା ୫୦ ପ୍ରତିଶତ ବିଲ୍ ଭରଣା କରିବେ । ଏହି ପ୍ରସ୍ତାବ ଖୁବଶୀଘ୍ର କ୍ୟାବିନେଟରେ ରଖାଯିବ ବୋଲି ସେ କହିଛନ୍ତି । ଏହାସହ ଡାୟରୀ, ହର୍ଟିକଲଚର, ଏଗ୍ରିକଲଚର ସେକ୍ଟରର କମର୍ସିଆଲ ଉପଭୋକ୍ତାଙ୍କୁ ଘରୋଇ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା କଥା ଚିନ୍ତା କରାଯାଉଥିବା ଶକ୍ତି ମନ୍ତ୍ରୀ କହିଛନ୍ତି । ଏହାକୁ ନେଇ ଶକ୍ତି ବିଭାଗର ଅଧିକାରୀଙ୍କୁ ଏହି ବିଷୟର ପ୍ରସ୍ତାବକୁ ପ୍ରସ୍ତୁତ କରିବାକୁ କୁହାଯାଇଥିବା ବେଳେ ପରେ ଏହା କ୍ୟାବିନେଟକୁ ଯିବ ବୋଲି ସେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଗତି ମଇଦାନରେ ପ୍ରତିଷ୍ଠା ହେବ ଅସ୍ଥାୟୀ ହସ୍ପିଟାଲ

ନୂଆଦିଲ୍ଲୀ,୨୯।୮: ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀର ପ୍ରଗତି ମଇଦାନରେ ଏକ ଅସ୍ଥାୟୀ ହସ୍ପିଟାଲ ପ୍ରତିଷ୍ଠା କରାଯିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ...

ଖାର୍ଗେଙ୍କ ନିମନ୍ତ୍ରଣକୁ ରଖିଲେ ନାହିଁ ଉଦ୍ଧବ, ଯୋଗ ଦେବେନାହିଁ ସିଦ୍ଦାରାମାୟାଙ୍କ ଶପଥ ଗ୍ରହଣ ସମାରୋହରେ

ବେଙ୍ଗାଲୁରୁ,୨୦।୫: କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଗଲାଣି। ଆଉ କିଛି ସମୟ ପରେ ଏହି ଉତ୍ସବ ଅନୁଷ୍ଠିତ...

ମାଗଣା ଚାଉଳ-ଗହମ ରାଜନୀତି: ବିହାରରେ ୫ ମାସରେ ସାଢ଼େ ୮କୋଟି ଗରିବ ହେବେ ଉପକୃତ

ପାଟନା, ୨।୭: ଅକ୍ଟୋବର-ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏବେ ରାଜ୍ୟରେ ଏନଡିଏ ମେଣ୍ଟ କ୍ଷମତାରରେ ରହିଛି। କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ...

ନ ସୁଧୁରିଲେ ଚିଦାମ୍ବରମ୍‌ଙ୍କ ଭଳି ଦଶା ଭୋଗିବ

ବଲିଆ,୧୬ା୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁଧୁରିଯାଆନ୍ତୁ। ନଚେତ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଭଳି ଦଶା ଭୋଗିବେ ବୋଲି ରବିବାର ଭାଜପା ନେତା ସୁରେନ୍ଦ୍ର...

ହାଇଦ୍ରାବାଦ ଅଗ୍ନିକାଣ୍ଡରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ମୃତକଙ୍କ ପରିବାରକୁ ୫ଲକ୍ଷ ସହାୟତା ରାଶି ଘୋଷଣା

ହାଇଦ୍ରାବାଦ,୧୭।୩: ହାଇଦ୍ରାବାଦ ସିକନ୍ଦରାବାଦରେ ଗୁରୁବାର ସନ୍ଧ୍ୟାରେ ଏକ ବହୁ ମହଲା କର୍ମସିଆଲ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ୪ମହିଳାଙ୍କ ସମେତ ୬ଜଣଙ୍କର ଶ୍ୱାସରୁଦ୍ଧ ହୋଇ...

ଥରିଲା ଆଣ୍ଡାମାନ

ପୋର୍ଟବ୍ଲେୟାର୍‌,୬।୧୨: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଡିଜିଲିପୁରରୁ ୫୫...

ୟୁପିଆଇର ଲାଭ ବଖାଣିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜି-୨୦ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନରଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ...

ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାକୁ ନେଇ ଅପପ୍ରଚାର କରୁଛି ପାକିସ୍ତାନ

ଚଣ୍ଡିଗଡ଼,୬ ।୬: ପାକିସ୍ତାନ ତା’ର ଭାରତ ବିରୋଧି ଅପପ୍ରଚାରକୁ ଏବେବି ଜାରି ରଖିଛି । ଏବେ ପାକିସ୍ତାନ ପଞ୍ଜାବି ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାକୁ...

Advertisement
Archives

Model This Week