Posted inଜାତୀୟ

ଭରଣପୋଷଣ ପାଇଁ ସ୍ବାମୀଙ୍କୁ ସ୍ତ୍ରୀ ଦେବେ ଟଙ୍କା

ଲକ୍ଷ୍ନୌ, ୨୪।୧୦: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାର ପରିବାର କୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ସ୍ତ୍ରୀ ସ୍ବାମୀଙ୍କୁ ଭରଣପୋଷଣ ପାଇଁ ଟଙ୍କା ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ଭିନ୍ନ ମାମଲା।
ଖତୌଲି ତହସିଲ ଅଞ୍ଚଳରେ ରହୁଥିବା କିଶୋର ଲାଲ ସୋହଙ୍କାରଙ୍କର ୩୦ ବର୍ଷ ପୂର୍ବେ କାନପୁରର ମୁନ୍ନି ଦେବୀଙ୍କ ସହ ବିବାହ ହୋଇଥିଲା। ବିବାହର କିଛି ମାସ ପରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଲା। ପରେ ଉଭୟ ପରସ୍ପରଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଲେ। ସେମାନେ ଅଲଗା ହେବା ଇତିମଧ୍ୟରେ ପ୍ରାୟ ୧୦ ବର୍ଷ ବିତିଯାଇଛି।
ତେବେ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ମୁନ୍ନି ଦେବୀ କାନପୁରର ଭାରତୀୟ ସେନା ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀଭାବେ କାମ କରିଥିଲେ। କିଛି ମାସ ତଳେ ସେ ଅବସର ନେଲେ। ପରେ ୧୨ ହଜାର ଟଙ୍କା ପେନ୍‌ସନ ପାଇ ସେଥିରେ ନିଜର ଗୁରୁରାଟ ମେଣ୍ଟାଇଆସୁଥିଲେ।
ସେହିପରି କିଶୋରୀ ଲାଲ ଚା’ ବିକି ପେଟ ପୋଷୁଥିଲେ। କିନ୍ତୁ ୭ ବର୍ଷ ପୂର୍ବେ ସେ ମୁଜାଫରନଗର ପରିବାର କୋର୍ଟରେ ନିଜର ରକ୍ଷଣାବେକ୍ଷଣ ପାଇଁ ଏକ ମାମଲା ଦାୟର କରିଥିଲେ। ତେବେ ଗତ ମଙ୍ଗଳବାର ପରିବାର କୋର୍ଟ ମୁନ୍ନି ଦେବୀ ତାଙ୍କ ସ୍ବାମୀ କିଶୋରୀ ଲାଲଙ୍କୁ ପ୍ରତି ମାସରେ ଭରଣପୋଷଣ ପାଇଁ ୨ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କୋର୍ଟଙ୍କ ଏପରି ନିଷ୍ପତ୍ତିରେ କିଶୋରୀ ଲାଲ ଆଦୌ ହେଲେ ସନ୍ତୁଷ୍ଟ ନାହାନ୍ତି। ସେ କୁହନ୍ତି, ୯ ବର୍ଷ ହେବ ମୁଁ କେସ୍‌ ଲଢ଼ିଆସୁଥିଲି। ଏଥିପାଇଁ ଲୋକଙ୍କଠାରୁ ବହୁତ ଧାର ଉଧାର ମଧ୍ୟ କରିଛି। ହେଲେ ଏବେ ମାତ୍ର ୨ ହଜାର ଟଙ୍କା ରକ୍ଷଣାବେକ୍ଷଣ ଟଙ୍କା ମିଳିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ତୃତୀୟାଂଶ ଭତ୍ତା ମିଳିବା କଥା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥଳଭାଗ ମୁହାଁ ବାତ୍ୟା ‘ମିଗ୍‌ଜୋମ’: ନେଲୋର-ମଚ୍ଛଲିପଟନମ୍‌ ଦେଇ କରିବ ଅତିକ୍ରମ

ଚେନ୍ନାଇ,୫।୧୨: ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର ରୂପ...

ମୁଖ୍ୟ ଦାବିଦାର ରେଭନ୍ଥ ରେଡ୍ଡୀ

ହାଇଦ୍ରାବାଦ,୫ା୧୨: ତେଲଙ୍ଗାନାର ଦ୍ୱିତୀୟ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପରେ ତୃତୀୟ ବିଧାନସଭା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ୍‌ ସୋମବାର ବିଧାନସଭାକୁ...

ମହୁଆଙ୍କୁ ବହିଷ୍କାର ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେଉ

ନୂଆଦିଲ୍ଲୀ,୫ା୧୨(ପି.ଟି.): ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରଙ୍କୁ ଲୋକ ସଭାରୁ ବହିଷ୍କାର କରିବା ଲାଗି ଏଥିକ୍ସ କମିଟି ସୁପାରିସ୍‌ କରିଥିଲା। ଉକ୍ତ ରିପୋର୍ଟ...

ମିଗ୍‌ଜୋମ ତାଣ୍ଡବ: ୫ ମୃତ, ଅନେକ ଉଡ଼ାଣ ରଦ୍ଦ

ଚେନ୍ନାଇ,୫।୧୨: ଦେଶର ଦକ୍ଷିଣ ରାଜ୍ୟରେ ବାତ୍ୟା ମିଗ୍‌ଜୋମ ତାଣ୍ଡବ ରଚିଛି। ଚେନ୍ନାଇରେ ପ୍ରବଳ ବର୍ଷା ଓ ପ୍ରବଳ ପବନ ସହିତ ଘଟଣାରେ ଅତି କମରେ ୫...

ସଂସଦର ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ, ଦେଶର ଆର୍ଥିକ ସ୍ଥିତିକୁ ନେଇ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୨: ସଂସଦର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଅର୍ଥାତ୍‌ ମଙ୍ଗଳବାର ଶୀତ ଅଧିବେଶନର ଦ୍ୱିତୀୟ ଦିନ। ଏହି ଅଧିବେଶନରେ ଅନେକ ପ୍ରମୁଖ ବିଲ...

ଆନ୍ଧ୍ର ମୁହାଁ ବାତ୍ୟା ମିଗଜୋମ, ପ୍ରବଳ ବର୍ଷାରେ ବୁଡ଼ିଲା ତାମିଲନାଡୁ

ଚେନ୍ନାଇ,୪ା୧୨: ବାତ୍ୟା ମିଗଜୋମ ଯୋଗୁଁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ହେତୁ ଚେନ୍ନାଇ ସହର ଏବଂ...

ମିଜୋରାମ ବିଧାନସଭା ନିର୍ବାଚନରେ ସବୁଠୁ ପଛରେ କଂଗ୍ରେସ-ଭାଜପା, ଜାଣନ୍ତୁ କେତେ ପ୍ରତିଶତ ମିଳିଲା ଭୋଟ୍

ନୂଆଦିଲ୍ଲୀ,୪ା୧୨: ମିଜୋରାମରେ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ) ୨୭ ଟି ଆସନ ଜିତି ସରକାର ଗଠନ ପାଇଁ ଏକ ସ୍ୱଚ୍ଛ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହି...

ମଧ୍ୟପ୍ରଦେଶରେ ପରାଜୟର ପ୍ରଭାବ, କମଲ ନାଥଙ୍କୁ ଇସ୍ତଫା ଦେବାକୁ କହିଲେ କଂଗ୍ରେସ ହାଇକମାଣ୍ଡ

ନୂଆଦିଲ୍ଲୀ,୧୯।୧୧: ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ଆକ୍ସନ ମୋଡରେ ଆସିଛନ୍ତି ହାଇକମାଣ୍ଡ। ସୂଚନାନୁସାରେ, ହାଇକମାଣ୍ଡ କମଲ ନାଥଙ୍କୁ କଂଗ୍ରେସ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri