Posted inଜାତୀୟ

ଗୁଜରାଟରେ ତିନୋଟି ପରିଯୋଜନାର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ଗୁଜରାଟରେ ୩ଟି ପରିଯୋଜନାର ଉଦ୍‌ଘାଟନ କରିଛନ୍ତି । ମୋଦି ଗୁଜରାଟର କୃଷକମାନଙ୍କ ପାଇଁ କିଷାନ ସୂର୍ଯ୍ୟୋଦୟ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିରେ କୃଷକମାନଙ୍କୁ ଦିନ ସମୟରେ ବିଜୁଳି ଯୋଗାଇ ଦିଆଯିବ ଯାହା ଫଳରେ ସେମାନେ କ୍ଷେତରେ ପାଣି ମଡାଇବା ଭଳି କାମ କରିପାରିବେ । ଭୋର ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହା ଯୋଗାଇ ଦିଆଯିବ । କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ସରକାର ଏହି କିଷାନ ସୂର୍ଯ୍ୟୋଦୟ ଯୋଜନା ଘୋଷଣା କରିଥିଲେ । ଏଥିପାଇଁ ୩ହଜାର ୫ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା । ଏହା ବ୍ୟତୀତ ଜୁନାଗଡ ଜିଲାରେ ଗିରନାର ରୋପ ୱେ ଓ ଅହମଦାବାଦ ସ୍ଥିତ ୟୁଏନ୍ ମେହେତା ଇନଷ୍ଟିଚ୍ୟୁଟ ଅଫ୍ କାଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ଥିବା ପେଡିଆଟ୍ରିକ୍ ହାର୍ଟ ହସ୍ପିଟାଲର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଅହମଦାବାଦ ସଦର ହସ୍ପିଟାଲରେ ଟେଲି-କାର୍ଡିଓଲୋଜି ପାଇଁ ମୋବାଇଲ ଆପ୍ଲିକେଶନ ସୁବିଧାର ମଧ୍ୟ ଉଦ୍‌ଘାଟନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଦାୟ ନେଲା ବିଶ୍ୱର ସବୁଠାରୁ ଦୁଃଖି ହାତୀ

ମନିଲା,୧।୧୨: ଫିଲିପାଇନ୍ସର ମନିଲା ପ୍ରାଣୀ ଉଦ୍ୟାନରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖି ହାତୀର ମଙ୍ଗଳବାର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବିଶ୍ୱ ମାଲି କିମ୍ବା ମାଲି...

୫ ରାଜ୍ୟର ଏକ୍‌ଜିଟ ପୋଲକୁ ନେଇ ବଡ଼ ଦାବି କଲା ଭାଜପା, କଂଗ୍ରେସ କହିଲା ସର୍ଭେ ଉପରେ ଭରସା ନାହିଁ

ନୂଆଦିଲ୍ଲୀ, ୧।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ବର୍ତ୍ତମାନ ଡିସେମ୍ବର ୩ରେ ଭୋଟ ଗଣନାକୁ ଅପେକ୍ଷା...

‘କେବଳ ମୁଖ୍ୟମନ୍ତ୍ରୀଙ୍କ ହସ୍ତାକ୍ଷର ପ୍ରମୋଶନ ପାଇଁ ଯଥେଷ୍ଟ ନୁହେଁ’, କର୍ନାଟକ ହାଇକୋର୍ଟ

ବେଙ୍ଗଲୁରୁ,୩୦।୧୧: କର୍ନାଟକ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ହୋଇଥିବା ଟ୍ରାନ୍ସଫର ଅର୍ଡରର ବୈଧତା ନାହିଁ ଯଦି ଏହା ନିମ୍ନ କ୍ୟାଡର ଅଧିକାରୀଙ୍କୁ ଉଚ୍ଚ...

ନିର୍ବାଚନ ୫ ରାଜ୍ୟରୁ ଜବତ ହେଲା ୧,୭୬୬ କୋଟି

ନୂଆଦିଲ୍ଲୀ,୩୦ା୧୧: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ତେଲଙ୍ଗାନା ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ହେଲେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ମାଗଣା...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଟନେଲରୁ ଉଦ୍ଧାର ହୋଇଥିବା ୪୦ ଶ୍ରମିକ

ରିଷିକେଶ,୩୦।୧୧: ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଏମ୍ସରେ କରାଯାଇଛି। ହସ୍ପିଟାଲ ପ୍ରଶାସନ ୪୧ଜଣ ଶ୍ରମିକଙ୍କ ମଧ୍ୟରୁ ୪୦ଜଣଙ୍କୁ କ୍ଲିୟରାନ୍ସ ଦେଇଛନ୍ତି...

ଚନ୍ଦ୍ରଶେଖର ଆଜାଦଙ୍କ ଦଳର ନେତାଙ୍କୁ ଘରେ ପଶି ଗୁଳି କଲେ ଦୁର୍ବୁତ୍ତ

କନ୍ନୌଜ,୩୦।୧୧: ଉତ୍ତର ପ୍ରଦେଶର କନ୍ନୌଜରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଦଳ ଆଜାଦ ସମାଜ ପାର୍ଟିର ସାଧାରଣ ସମ୍ପାଦକଙ୍କୁ ଅତି ନିର୍ମମ ଭାବେ ହତ୍ୟା...

ତେଲଙ୍ଗାନା କାହାର? ବିଆରଏସ, କଂଗ୍ରେସ ନା ଭାଜପା, ଏକ୍‌ଜିଟ ପୋଲ କହୁଛି ଏଭଳି…

ହାଇଦ୍ରାବାଦ,୩୦।୧୧: ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଗୁରୁବାର ଶେଷ ହୋଇଛି। ଏହା ସହିତ ୨୦୨୪ ଲୋକ ସଭ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ମତଦାନ...

ସପ୍ତାହେ ହେଲା ରାଜପଥରେ ଛିଡ଼ାହୋଇ ରହିଛନ୍ତି ହାତୀପଲ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡର ଦ୍ୱାରସେନି ଘାଟିରେ ଏକ ହାତୀପଲ ସପ୍ତାହେ ହେଲା ଛିଡ଼ାହୋଇ ରହିଛନ୍ତି। ଫଳରେ ପାଲାମୁ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଦେଇ ଯାଇଥିବା ୯ ନମ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri