ଉତ୍ତରପ୍ରଦେଶ ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୯ ଜିଲାର ୫୫ ଆସନରେ ଭୋଟିଂ…

ନୂଆଦିଲ୍ଲୀ, ୧୩।୨ : ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଫେବୃୟାରୀ ୧୪ରେ ମତଦାନ ହେବାକୁ ଯାଉଛି। ୯ ଜିଲାର ୫୫ ଆସନରେ ଭୋଟିଂ ହେବ। ଏହି ପର୍ଯ୍ୟାୟରେ ମୋଟ ୫୮୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଭାଜପା, ଏସ୍‌ପି,ଆରଏଲଡି ମିଳିତ ମଞ୍ଚ, ବିଏସ୍‌ପି ଏବଂ କଂଗ୍ରେସ ମଧ୍ୟରେ ହେବ। ୯ଜିଲା ମଧ୍ୟରେ ୭ ଜିଲାରେ ମୁସଲମାନ୍‌ ଭୋଟରଙ୍କ ସଂଖ୍ୟା ଅଧିକ ରହିଛି।

୨୦୧୭ରେ ଏସବୁ ଆସନ ମଧ୍ୟରୁ ଭାଜପା ଖାତାକୁ ୩୮ ଆସନ ଯାଇଥିଲା। ତେବେ ଚଳିତଥର ସ୍ଥିତିରେ ପରିବର୍ତ୍ତନ ଘଟିଥିବାରୁ ଆଶା ଏବଂ ଆଶଙ୍କା ମଧ୍ୟରେ ଭାଜପା ରହିଛି।

ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ସାହାରନପୁର, ରାମପୁର, ବିଜନୋର, ଆମରୋହା, ସମ୍ଭଲ, ମୋରାଦାବାଦ, ବରେଲି, ବଦାୟୁଂ ଏବଂ ଶାହାଜାହାନପୁରର ୫୫ ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ।

ବରେଲି ଏବଂ ସାହାରନପୁରରେ ମୁସଲମାନ ଧାର୍ମିକ ନେତାମାନଙ୍କର ବହୁତ ପ୍ରଭାବ ରହିଛି।
ଏହି ଜିଲାଗୁଡ଼ିକର ବିଧାନସଭା ଆସନରେ ମୁସଲମାନ ଭୋଟରଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ବିଶେଷକରି ୭ ଟି ଜିଲାରେ ଏଭଳି ସ୍ଥିତି ରହିଛି।

ସେଥିମଧ୍ୟରୁ ରାମପୁରରେ ୫୦.୫୭ ପ୍ରତିଶତ, ମୋରାଦାବାଦରେ ୫୦.୮୦ ପ୍ରତିଶତ, ଆମରୋହାରେ ୪୦.୭୮ ପ୍ରତିଶତ, ବିଜନୋରରେ ୪୩.୦୪ ପ୍ରତିଶତ, ବରେଲିରେ ୩୪.୫୪ ପ୍ରତିଶତ , ସମୱାଲରେ ୩୨.୮୮ ପ୍ରତିଶତ ଏବଂ ବଦାୟୁଂରେ ୨୩.୨୬ ପ୍ରତିଶତ ସୁମଲମାନ୍‌ ଭୋଟର ରହିଛନ୍ତି। ମୁସଲମାନମାନଙ୍କ ସହିତ ଜାଟ ଭୋଟରଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି।

ତେଣୁ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଭାଜପା ପାଇଁ ଅଧିକ ଚ୍ୟାଲେଞ୍ଜିଂ ସୃଷ୍ଟି ହେବ ବୋଲି ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?