ଉତ୍କଳ ପ୍ରଦେଶ କ୍ରାନ୍ତିତୀର୍ଥକୁ ରକ୍ତତୀର୍ଥରେ ପରିଣତ କରିଥିଲା: ରାଜ୍ୟପାଳ

ଭୁବନେଶ୍ୱର,୯ା୮(ଅସମାପିକା ସାହୁ): ଅଗ୍ନିବର୍ଷାର ମନ୍ତ୍ରଦାତା ମହାତ୍ମାଗାନ୍ଧୀ  ୧୯୪୨ ଅଗଷ୍ଟ ୯ରେ ‘କର ବା ମର’ ଆହ୍ବାନ ଦେଇଥିଲେ। ସେହି ଆହ୍ବାନ ଇଂରେଜଙ୍କୁ ଭାରତ ଛାଡ଼ିବାକୁ ସାବଧାନ କରିଥିଲା। ଉତ୍କଳ ପ୍ରଦେଶରେ ସେହି ଆହ୍ବାନରେ କ୍ରାନ୍ତିତୀର୍ଥ ରକ୍ତତୀର୍ଥରେ ପରିଣତ ହୋଇଥିଲା।
ଭାରତ ଛାଡ଼ ଆନ୍ଦୋଳନ ଦିବସ ତଥା ଅଗଷ୍ଟକ୍ରାନ୍ତି ଦିବସରେ ଶହୀଦ ସ୍ମାରକୀ  ସ୍ବାଧୀନତା ସଂଗ୍ରାମୀ ସଦନଠାରେ ‘ଶହୀଦ ସ୍ମାରକ’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ମତ ରଖିଛନ୍ତି। ସେ  କହିଛନ୍ତି, କ୍ରାନ୍ତିତୀର୍ଥ ରକ୍ତ ତୀର୍ଥରେ ପରିଣତ ହେବାରୁ ଆମକୁ ସ୍ବାଧୀନତା ମିଳିବାରେ ସହଜ ହୋଇଥିଲା।
ସ୍ବାଧୀନତା ସଂଗ୍ରାମୀ ସମିତି ଓ  ଯୁବ ସାମ୍ମୁଖ୍ୟ ପକ୍ଷରୁ ଆୟୋଜିତ ଅଗଷ୍ଟ କ୍ରାନ୍ତି ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ କହିଥିଲେ ଯେ, ଭାରତର ସ୍ବାଧୀନତା  ସଂଗ୍ରାମରେ ଓ ସବୁ ଜିଲାରୁ ଶହ ଶହ ସଂଗ୍ରାମୀ ବଳିଦାନ ଦେଇଥିଲେ। ପରିବାରକୁ ତ୍ୟାଗ କରି ଦେଶ ପାଇଁ   ଜୀବନ ହାରିଥିଲେ। ଶହୀଦ ଲକ୍ଷ୍ମଣ ନାୟକଙ୍କଠାରୁ ଆରମ୍ଭ କରି  ଅନେକ ଶହୀଦଙ୍କ ବଳିଦାନରେ ଆମେ ଏହି ସ୍ବାଧୀନତା ପାଇଛେ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ, ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଭୂମିକା ମଧ୍ୟ ଏହି ଆନ୍ଦୋଳନରେ ପ୍ରଶଂସନୀୟ ରହିଥିଲା। ଅଗଷ୍ଟ କ୍ରାନ୍ତିର ବିପ୍ଲବରେ ଇଂରେଜ ଭାରତ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ।
ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ବିରୁପାକ୍ଷ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ  ଓ ଖାଉଟି କଲ୍ୟାଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟିକା ସୁନନ୍ଦା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇ ଶହୀଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସ୍ବାଧୀନତା ସଂଗ୍ରାମୀ ଉତ୍ତରଦାୟଦ ସଂଗଠନର କାର୍ଯ୍ୟକର୍ତ୍ତା ଶିବନାରାୟଣ ମିଶ୍ର, ପ୍ରଶାନ୍ତ କୁମାର ଦାସ, ସାଧାରଣ ସମ୍ପାଦକ ବିଜୟ କୁମାର ତ୍ରିପାଠୀ,ପ୍ରଭାକର ସାହୁ, ଶରତ ଚନ୍ଦ୍ର ପ୍ରଧାନ, ଶିବବ୍ରତ ଦାଶ, କିରଣବାଳା ଦାଶ, ପ୍ରମେଶ କୁମାର ମହାନ୍ତି, ମାନବେନ୍ଦ୍ର ମିଶ୍ର,  ‘ଅଭିଯାନ’ ସଂଯୋଜକ ମଧୁ ଭାଇ, ବିଚିତ୍ରାନନ୍ଦ ମହାନ୍ତି, ପ୍ରିୟରଞ୍ଜନ ମହାପାତ୍ର, ସ୍ଥାନୀୟ କର୍ପୋରେଟର ରଞ୍ଜୁଲତା ରାୟ ପ୍ରମୁଖ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଯୁବ ସାମ୍ମୁଖ୍ୟର ଅଭୟ  ବଡ଼ଜେନା, ଉପେନ୍ଦ୍ର ପାଢ଼ୀ, ଜଗନ୍ନାଥ ପାଢ଼ୀ,ସନ୍ତୋଷ କୁମାର ପତି, ଗିରିଜା ମହାପାତ୍ର,ସୁଧାଂଶୁ ମହାପାତ୍ର,ଶ୍ୟାମପ୍ରସାଦ ପଟ୍ଟନାୟକ, ବୈରାଗୀ ଚରଣ ନାୟକ, ନବ ବାରିକ, ନିର୍ମଳ ମଲ୍ଲିକ, ନିହାର ରଞ୍ଜନ ମହାନ୍ତି, ଭିକାରୀ ଚରଣ ବୈଶାକ, ସ୍ଥିତପ୍ରଜ୍ଞ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ରାଜ୍ୟପାଳଙ୍କୁ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଅଭୟ ବଡ଼ଜେନା ଏବଂ ବିଜୟ କୁମାର ତ୍ରିପାଠୀ ଚରଖା ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧତ କରିଥିଲେ। କମିଶନରେଟ ପୋଲିସ ପକ୍ଷରୁ  ପୋଲିସ ବ୍ୟାଣ୍ଡ୍‌ ଦ୍ବାରା ଜାତୀୟ ସଙ୍ଗୀତଗାନ କରାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri