ଉତ୍କଳ ପ୍ରଦେଶ କ୍ରାନ୍ତିତୀର୍ଥକୁ ରକ୍ତତୀର୍ଥରେ ପରିଣତ କରିଥିଲା: ରାଜ୍ୟପାଳ

ଭୁବନେଶ୍ୱର,୯ା୮(ଅସମାପିକା ସାହୁ): ଅଗ୍ନିବର୍ଷାର ମନ୍ତ୍ରଦାତା ମହାତ୍ମାଗାନ୍ଧୀ  ୧୯୪୨ ଅଗଷ୍ଟ ୯ରେ ‘କର ବା ମର’ ଆହ୍ବାନ ଦେଇଥିଲେ। ସେହି ଆହ୍ବାନ ଇଂରେଜଙ୍କୁ ଭାରତ ଛାଡ଼ିବାକୁ ସାବଧାନ କରିଥିଲା। ଉତ୍କଳ ପ୍ରଦେଶରେ ସେହି ଆହ୍ବାନରେ କ୍ରାନ୍ତିତୀର୍ଥ ରକ୍ତତୀର୍ଥରେ ପରିଣତ ହୋଇଥିଲା।
ଭାରତ ଛାଡ଼ ଆନ୍ଦୋଳନ ଦିବସ ତଥା ଅଗଷ୍ଟକ୍ରାନ୍ତି ଦିବସରେ ଶହୀଦ ସ୍ମାରକୀ  ସ୍ବାଧୀନତା ସଂଗ୍ରାମୀ ସଦନଠାରେ ‘ଶହୀଦ ସ୍ମାରକ’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ମତ ରଖିଛନ୍ତି। ସେ  କହିଛନ୍ତି, କ୍ରାନ୍ତିତୀର୍ଥ ରକ୍ତ ତୀର୍ଥରେ ପରିଣତ ହେବାରୁ ଆମକୁ ସ୍ବାଧୀନତା ମିଳିବାରେ ସହଜ ହୋଇଥିଲା।
ସ୍ବାଧୀନତା ସଂଗ୍ରାମୀ ସମିତି ଓ  ଯୁବ ସାମ୍ମୁଖ୍ୟ ପକ୍ଷରୁ ଆୟୋଜିତ ଅଗଷ୍ଟ କ୍ରାନ୍ତି ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ କହିଥିଲେ ଯେ, ଭାରତର ସ୍ବାଧୀନତା  ସଂଗ୍ରାମରେ ଓ ସବୁ ଜିଲାରୁ ଶହ ଶହ ସଂଗ୍ରାମୀ ବଳିଦାନ ଦେଇଥିଲେ। ପରିବାରକୁ ତ୍ୟାଗ କରି ଦେଶ ପାଇଁ   ଜୀବନ ହାରିଥିଲେ। ଶହୀଦ ଲକ୍ଷ୍ମଣ ନାୟକଙ୍କଠାରୁ ଆରମ୍ଭ କରି  ଅନେକ ଶହୀଦଙ୍କ ବଳିଦାନରେ ଆମେ ଏହି ସ୍ବାଧୀନତା ପାଇଛେ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ, ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଭୂମିକା ମଧ୍ୟ ଏହି ଆନ୍ଦୋଳନରେ ପ୍ରଶଂସନୀୟ ରହିଥିଲା। ଅଗଷ୍ଟ କ୍ରାନ୍ତିର ବିପ୍ଲବରେ ଇଂରେଜ ଭାରତ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ।
ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ବିରୁପାକ୍ଷ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ  ଓ ଖାଉଟି କଲ୍ୟାଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟିକା ସୁନନ୍ଦା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇ ଶହୀଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସ୍ବାଧୀନତା ସଂଗ୍ରାମୀ ଉତ୍ତରଦାୟଦ ସଂଗଠନର କାର୍ଯ୍ୟକର୍ତ୍ତା ଶିବନାରାୟଣ ମିଶ୍ର, ପ୍ରଶାନ୍ତ କୁମାର ଦାସ, ସାଧାରଣ ସମ୍ପାଦକ ବିଜୟ କୁମାର ତ୍ରିପାଠୀ,ପ୍ରଭାକର ସାହୁ, ଶରତ ଚନ୍ଦ୍ର ପ୍ରଧାନ, ଶିବବ୍ରତ ଦାଶ, କିରଣବାଳା ଦାଶ, ପ୍ରମେଶ କୁମାର ମହାନ୍ତି, ମାନବେନ୍ଦ୍ର ମିଶ୍ର,  ‘ଅଭିଯାନ’ ସଂଯୋଜକ ମଧୁ ଭାଇ, ବିଚିତ୍ରାନନ୍ଦ ମହାନ୍ତି, ପ୍ରିୟରଞ୍ଜନ ମହାପାତ୍ର, ସ୍ଥାନୀୟ କର୍ପୋରେଟର ରଞ୍ଜୁଲତା ରାୟ ପ୍ରମୁଖ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଯୁବ ସାମ୍ମୁଖ୍ୟର ଅଭୟ  ବଡ଼ଜେନା, ଉପେନ୍ଦ୍ର ପାଢ଼ୀ, ଜଗନ୍ନାଥ ପାଢ଼ୀ,ସନ୍ତୋଷ କୁମାର ପତି, ଗିରିଜା ମହାପାତ୍ର,ସୁଧାଂଶୁ ମହାପାତ୍ର,ଶ୍ୟାମପ୍ରସାଦ ପଟ୍ଟନାୟକ, ବୈରାଗୀ ଚରଣ ନାୟକ, ନବ ବାରିକ, ନିର୍ମଳ ମଲ୍ଲିକ, ନିହାର ରଞ୍ଜନ ମହାନ୍ତି, ଭିକାରୀ ଚରଣ ବୈଶାକ, ସ୍ଥିତପ୍ରଜ୍ଞ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ରାଜ୍ୟପାଳଙ୍କୁ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଅଭୟ ବଡ଼ଜେନା ଏବଂ ବିଜୟ କୁମାର ତ୍ରିପାଠୀ ଚରଖା ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧତ କରିଥିଲେ। କମିଶନରେଟ ପୋଲିସ ପକ୍ଷରୁ  ପୋଲିସ ବ୍ୟାଣ୍ଡ୍‌ ଦ୍ବାରା ଜାତୀୟ ସଙ୍ଗୀତଗାନ କରାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?