Posted inଫୁରସତ

ଆପଣଙ୍କ ଫୋନ୍‌ ଅନ୍ୟ କେହି ଦେଖୁଛନ୍ତି କି? ଆପଣାନ୍ତୁ ଏହି ଉପାୟ, ପାସ୍‌ଓ୍ବାର୍ଡ ନ ପଡ଼ି ମଧ୍ୟ ଖୋଲିବନି

ଆପଣ ନ ଥିବା ସମୟରେ ଆପଣଙ୍କ ଫୋନ୍‌ ଅନ୍ୟ କେହି ଦେଖୁଛନ୍ତି କି? ସେ ସାଙ୍ଗସାଥୀ ହୁଅନ୍ତୁ କି ଆଉ କେହି। ଏମିତି କି ଆପଣ ମଧ୍ୟ ସେମାନଙ୍କୁ ମନା ବି କରିପାରିବେନି ଯେ, ସେ ଆପଣଙ୍କ ଫୋନ୍‌ ଛୁଅନ୍ତୁ ବୋଲି। କେହି କାହାର ବ୍ୟକ୍ତିଗତ ତଥ୍ୟ ନ ଦେଖିବା ଉଚିତ୍‌। ଏମିତି ସମସ୍ୟାର ସମ୍ମୁଖୀନ ହେଉଥିଲେ ଏକ ଉପାୟ ଅବଲମ୍ବନ କରନ୍ତୁ, ଯେମିତି ଆପଣଙ୍କ ଫୋନ୍‌ କେହି ଦେଖିପାରିବେନି। ପାସ୍‌ଓ୍ବାର୍ଡ ନ ପଡ଼ିଥିଲେ ମଧ୍ୟ ଆପଣଙ୍କ ଅନୁମତି ବିନା ଏହାକୁ କେହି ବ୍ୟବହାର କରିପାରିବେ ନାହିଁ। ଜାଣନ୍ତୁ ଏ ସମ୍ପର୍କରେ…

ସ୍କ୍ରିନ୍‌ କିମ୍ବା ସ୍କ୍ରିନ୍‌ ପିନ୍‌ ନାମକ ଏକ ଫିଚର ସ୍ମାର୍ଟଫୋନ୍‌ରେ ଅଛି। ଏହାକୁ ବ୍ୟବହାର କରିବା ପରେ ଆପଣଙ୍କ ବିନା ଅନୁମତିରେ କେହି ଫୋନ୍‌ ଛୁଇଁପାରିବେ ନାହିଁ। ଏହି ଫିଚର ଆଣ୍ଡ୍ରଏଡ୍‌ ୫.୦ରେ ଉପଲବ୍ଧ। ଏହି ସ୍କ୍ରିନ୍‌ିଂ ପିନ୍‌ରେ ଯେକୌଣସି ଆପ୍‌ ଲକ୍‌ କିମ୍ବା ପିନ୍‌ କରିପାରିବେ। ଏହା କରିବା ପରେ ସେହି ଆପ୍‌ ବ୍ୟତୀତ ଅନ୍ୟ କୌଣସି ଆପ୍‌ ଆପଣଙ୍କ ବିନା ଅନୁମତିରେ ଖୋଲିବ ନାହିଁ।
ଯଦି ଆପଣ ଇନ୍‌ଷ୍ଟାଗ୍ରାମ ବ୍ୟବହାର କରିବାକୁ କାହାକୁ ଆପଣଙ୍କ ଫୋନ୍‌ ଦେଉଛନ୍ତି ତେବେ ସେଥିରେ ଥିବା ଆପ୍‌ ଲକ୍‌ କିମ୍ବା ପିନ୍‌ କରନ୍ତୁ। ଏହା ପରେ ଇନ୍‌ଷ୍ଟାଗ୍ରାମ ବ୍ୟତୀତ ଅନ୍ୟ କେହି କୌଣସି ଆପ୍‌ ଖୋଲିବାରେ ସକ୍ଷମ ହେବେ ନାହିଁ।

ପ୍ରଥମେ ଫୋନ୍‌ ସେଟିଂକୁ ଯାଆନ୍ତୁ। ସେଟିଂରେ ଆପଣ ସିକ୍ୟୁରିଟି ଏବଂ ଲକ୍‌ସ୍କ୍ରିନ୍‌ର ଅପଶନ ବା ବିକଳ୍ପ ଦେଖିବାକୁ ପାଇବେ। ଏଥିରେ କ୍ଲିକ୍‌ କରନ୍ତୁ। ବର୍ତ୍ତମାନ ସିକ୍ରେଟ୍‌ ସମ୍ବନ୍ଧୀୟ ଅନେକ ଅପ୍‌ଶନ ଏଥିରେ ଦେଖାଯିବ। ତଳେ ଥିବା ସ୍କ୍ରିନ୍‌ କିମ୍ବା ସ୍କ୍ରିନ୍‌ ପିନିଙ୍ଗ ନାମକ ଏକ ଅପ୍‌ଶନ ଦେଖିବାକୁ ପାଇବେ। ଏହା ଉପରେ ଟ୍ୟାପ୍‌ କରନ୍ତୁ ଏବଂ ଏହାକୁ ଟର୍ନ ଅନ୍‌ କରନ୍ତୁ।


ଆପଣ ବ୍ୟବହାର କରିବାକୁ ଚାହଁୁଥିବା ପିନ୍‌ କରିବା ପାଇଁ ପ୍ରଥମେ ପିନ୍‌ ଅନ୍‌ କରନ୍ତୁ। ପରେ ଏହାକୁ ବନ୍ଦ କରି ରିସେଣ୍ଟ ଆପ୍‌କୁ ଯାଆନ୍ତୁ। ଏଠାରେ ପିନ୍‌ କରିବାକୁ ଚାହୁଁଥିବା ଆପ୍‌ ଉପରେ କ୍ଲିକ୍‌ କରନ୍ତୁ। ଏହା ପରେ ପିନ୍‌ ଅପ୍‌ଶନ ଚୟନ କରନ୍ତୁ। ବର୍ତ୍ତମାନ ପିନ୍‌ ହୋଇଥିବା ଆପ୍‌ ବ୍ୟତୀତ ଆଉ କିଛି ଖୋଲିବ ନାହିଁ।

କେମିତି ହଟାଇବେ ଏହି ପିନ୍‌ ଅପ୍‌ଶନ
ଆପଣଙ୍କୁ ଉଭୟ ହୋମ୍‌ ଏବଂ ବ୍ୟାକ୍‌ ବଟନ ଏକାସାଙ୍ଗରେ ଦବାଇବାକୁ ପଡ଼ିବ। ପିନ୍‌ ଅପ୍‌ଶନ ହଟାଇବାକୁ ଲକ୍‌ ସ୍କ୍ରିନ୍‌ ପାସଓ୍ବାର୍ଡ ବ୍ୟବହାର କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri