ଆବର୍ଜନାରୁ ଉପଯୋଗୀ ଷ୍ଟ୍ରକ୍‌ଚର

ଅନୁଗୋଳ ଅଫିସ, ୩୦।୪: ସହର ସୌନ୍ଦର୍ଯ୍ୟକୁ ବିଗାଡୁଥିବା ବର୍ଜ୍ୟ ପ୍ଲାଷ୍ଟିକ୍‌, ପଲିଥିନକୁ ବ୍ୟବହାର କରି ନିର୍ମାଣ ହେଉଛି ଜୈବ ଇଟା ଷ୍ଟ୍ରକ୍‌ଚର। ଏହାଦ୍ୱାରା କେବଳ ଆବର୍ଜନାର ଉଚିତ ପରିଚାଳନା ହେଉନାହିଁ, ଅଧିକନ୍ତୁ ଏହାକୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଛି। ପରିବେଶ ପ୍ରଦୂଷଣ ସମସ୍ୟାର ସମାଧାନ ଲାଗି ଅନୁଗୋଳ ‘ସାଥୀ ପରିବାର’ ପକ୍ଷରୁ ଆରମ୍ଭ ହୋଇଥିବା ଏଭଳି ଅଭିନବ ପ୍ରକଳ୍ପକୁ ବିଭିନ୍ନ ମହଲରେ ଭୂରିଭୂରି ପ୍ରଶଂସା କରାଯାଉଛି।
ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ଜଳ, ବାୟୁ, ମୃତ୍ତିକା, ଭୂତଳ ଜଳ ପ୍ରଦୂଷିତ ହେଉଛି। ଆର୍ଦ୍ରଭୂମି, ବନ୍ୟଜୀବଙ୍କ ପ୍ରାକୃତିକ ଆବାସସ୍ଥଳୀ ପ୍ରଭାବିତ ହେବାରେ ଲାଗିଛି। ଏକ ଆକଳନ ଅନୁଯାୟୀ, ପ୍ଲାଷ୍ଟିକ୍‌ ପ୍ରଦୂଷଣରେ ବିଶ୍ୱରେ ଭାରତର ସ୍ଥାନ ୧୨। ଏହାକୁ ନେଇ ଭୟଙ୍କର ସ୍ଥିତି ଉପୁଜିଲାଣି। ଏହାର ପ୍ରତିକାର କରିବା ଲାଗି ‘ସାଥୀ ପରିବାର’ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଦୈନିକ ସନ୍ଧ୍ୟାରେ ଅନୁଷ୍ଠାନର ସଦସ୍ୟମାନେ ଅନୁଗୋଳ ସହରର ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରୁ ଲୋକମାନେ ଫିଙ୍ଗି ଦେଉଥିବା ବିଭିନ୍ନ ଖାଦ୍ୟପଦାର୍ଥ ଜରି, ପ୍ଲାଷ୍ଟିକ୍‌ ବୋତଲ ସଂଗ୍ରହ କରୁଛନ୍ତି। ଅଦରକାରୀ ପଲିଥିନକୁ ପରିଷ୍କାର କରି ବୋତଲ ଭିତରେ ଭର୍ତ୍ତି କରୁଛନ୍ତି। ଏକ ଲିଟର ବିଶିଷ୍ଟ ବୋତଲରେ ପାଖାପାଖି ୨୫୦ରୁ ୩୦୦ ଗ୍ରାମ୍‌ ଯାଏ ପଲିଥିନ ପୂରାଇ ଏକ ବାଡି ସହାୟତାରେ ଟାଇଟ୍‌ କରି ଦିଆଯାଉଛି। ଏଭଳି ଏକାଧିକ ବୋତଲକୁ ମିଶାଇ ସିମେଣ୍ଟ ଷ୍ଟ୍ରକ୍‌ଚର ପ୍ରସ୍ତୁତ କରାଯାଉଛି। ଅଦ୍ୟାବଧି ଏଭଳି ୩୫୦ ଷ୍ଟ୍ରକ୍‌ଚର ପ୍ରସ୍ତୁତ ହୋଇସାରିଲାଣି। ଏଥିରେ ୧୫୦ରୁ ଅଧିକ ଦିନ ସମୟ ଲାଗିଥିବାବେଳେ ଅନୁଷ୍ଠାନର ସଦସ୍ୟମାନେ ୪୫୦ ଘଣ୍ଟା ସମୟ ଦାନ କରିଛନ୍ତି। ଏଭଳି ଷ୍ଟ୍ରକ୍‌ଚର ପ୍ରସ୍ତୁତିରେ ଏକ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ବର୍ଜ୍ୟର ସଦୁପଯୋଗ କରାଯାଇପାରିଛି। ଏଭଳି ଜୈବ ଇଟା ଷ୍ଟ୍ରକ୍‌ଚରକୁ ସୁରକ୍ଷା ପାଚେରି ନିର୍ମାଣ, ଗଛର ସୁରକ୍ଷା ବାଡ଼, ମୁକୁଳା ଟ୍ରାନ୍ସଫର୍ମରକୁ ଘେରାବନ୍ଦୀ କରିବାରେ ବ୍ୟବହାର କରାଯାଇପାରିବ ବୋଲି ସାଥୀ ପରିବାରର ସୁବ୍ରତ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟପଟେ ଜରଡ଼ାସ୍ଥିତ ବ୍ରଜମୋହନ ହାଇସ୍କୁଲରେ ସଙ୍ଗଠନ ପକ୍ଷରୁ ଶିକ୍ଷକ, ଛାତ୍ରୀଛାତ୍ରଙ୍କ ଉପସ୍ଥିତିରେ ଜୈବ ଇଟା ସଂକ୍ରାନ୍ତ ପ୍ରଥମ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri