ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଦୁଇ ବିଲେଇର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦୁଇ ବିଲେଇଙ୍କ ମଧ୍ୟରେ ଝଗଡ଼ା ଚାଲିଥିବା ବେଳେ, ଏକ ବିଲେଇ ବଳିଷ୍ଠ ନ ହୋଇ ସୁଦ୍ଧା ନିଜକୁ କିପରି ରକ୍ଷା କରୁଛି ସେହି ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ ବିଲେଇ ଅନ୍ୟ ଏକ ବିଲେଇକୁ ମାରିବାକୁ ଯାଉଥିବା ବେଳ ସେତା ଆକ୍ସନ ଜ୍ୟାକ୍ସନ ବୁଦ୍ଧି ପ୍ରୟୋଗ କରି ଖସି ପଳାଉଛି। ଏଥିରୁ ଏହା ଜଣାପଡ଼ୁଛି ଯେ, ବଳ ନ ଥିଲେ ମଧ୍ୟ ବୁଦ୍ଧି ଅନେକ ସମୟରେ ରକ୍ଷା କରିପାରିବ। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ କାଟଙ୍ଗ ଫୁ। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।
You must not have seen Catung fu 😊😊 pic.twitter.com/ZAErk1kNPq
— Susanta Nanda IFS (@susantananda3) August 1, 2020