Posted inଖେଳ

ୟୁଏସ୍‌ ଓପନ: ଗ୍ରାଣ୍ଡସ୍ଲାମ ଟେନିସରେ ନାଗାଲଙ୍କ ଚମକ

ନ୍ୟୁୟର୍କ, ୩।୯(ପି.ଟି.)- ଦୀର୍ଘ ୭ ବର୍ଷ ବ୍ୟବଧାନରେ ପ୍ରଥମ ଭାରତୀୟ ଭାବେ ସୁମିତ ନାଗାଲ କୌଣସି ଏକ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ ଜିତିଛନ୍ତି। ଏଠାରେ ଚାଲିଥିବା ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସର ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ସେ ଆମେରିକାର ବ୍ରାଡ୍‌ଲି କ୍ଲାନ୍‌ଙ୍କୁ ପରାସ୍ତ କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ନାଗାଲ ବିଶ୍ୱର ୩ ନମ୍ବର ଖେଳାଳି ଡୋମିନିକ୍‌ ଥିମ୍‌ଙ୍କୁ ଭେଟିବେ।
ଗତବର୍ଷ ଫ୍ଲୁସିଙ୍ଗ୍‌ ମାଡୋସରେ ରୋଜର ଫେଡରରଙ୍କୁ ଏକ ସେଟ୍‌ରେ ପଛରେ ପକାଇ ଦେଇଥିବା ନାଗାଲ ଚଳିତ ବର୍ଷ ଚମତ୍କାର ପ୍ରଦର୍ଶନ କରି ସ୍ଥାନୀୟ ପ୍ରତିଦ୍ୱନ୍ଦ୍ୱୀ କ୍ଲାନ୍‌ଙ୍କୁ ୬-୧, ୬-୩, ୩-୬, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ମଙ୍ଗଳବାର ରାତିରେ ଏହି ମ୍ୟାଚଟି ୨ ଘଣ୍ଟା ୧୨ ମିନିଟ ଧରି ଚାଲିଥିଲା। ପୂର୍ବରୁ ଭାରତର ସୋମଦେବ ଦେବବର୍ମନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟ ଡ୍ରରେ ପ୍ରବେଶ କରି ଗୋଟିଏ ରାଉଣ୍ଡ ଜିତିବାକୁ ସକ୍ଷମ ହୋଇଥିଲେ। ୨୦୧୩ରେ ସେ ଏହି ୟୁଏସ ଓପନର ଫାଇନାଲରେ ସ୍ଲୋଭାକିଆର ଲୁକାସ ଲାକୋଙ୍କୁ ଏକ କଡ଼ା ମୁକାବିଲାରେ ପରାସ୍ତ କରିଥିଲେ। ”୨୦୧୩ରେ ମୁଁ ଏହି ପ୍ରତିଯୋଗିତାର ଜୁନିୟର ବିଭାଗ ପାଇଁ ଯୋଗ୍ୟତା ଅର୍ଜନ କରିଥିଲି। ଏଥର ସିନିୟର ପାଇଁ ଯୋଗ୍ୟତା ପାଇବା ଏବଂ ପ୍ରଥମ ରାଉଣ୍ଡ ଜିତିବା ମୋ ପାଇଁ ବହୁତ କିଛି। ମୁଁ ଏଠାରେ ଖେଳକୁ ଉପଭୋଗ କରିଥାଏ ଏବଂ ଅନେକଥର ଭାଗ୍ୟ ମୋତେ ସାଥ୍‌ ଦେଇଛି“ ବୋଲି ନାଗାଲ ପ୍ରକାଶ କରିଛନ୍ତି। ୨୦୧୭ ଜାନୁୟାରୀରେ ଅବସର ନେଇଥିବା ସୋମଦେବ ୨୦୧୩ରେ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ୍‌ ଓପନ ଓ ୟୁଏସ ଓପନର ପ୍ରଥମ ରାଉଣ୍ଡ ମ୍ୟାଚ ଜିତିଥିଲେ। ଏହା ବ୍ୟତୀତ ସେ ୨୦୧୧ରେ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମରେ ମଧ୍ୟ ଦ୍ୱିତୀୟ ରାଉଣ୍ଡ ମ୍ୟାଚ ଖେଳିଥିଲେ। ସୋମଦେବଙ୍କ ପରେ ୟୁକି ଭାମ୍ବ୍ରି, ରାମକୁମାର ରାମନାଥନ ଓ ପ୍ରଜନେଶ ଗୁଣେଶ୍ୱରନଙ୍କ ପରି ଅନେକ ପ୍ରତିଭାବାନ ଖେଳାଳି ଆସିଛନ୍ତି। ମାତ୍ର କେହି ଗ୍ରାଣ୍ଡସ୍ଲାମର ମୁଖ୍ୟ ଡ୍ର’ରେ ପ୍ରବେଶ କରିପାରି ନାହାନ୍ତି। ସାକେଥ ମାୟନେନି ୨୦୧୬ରେ ୟୁଏସ ଓପନ ପ୍ରଥମ ରାଉଣ୍ଡ ଖେଳିଥିଲେ ହେଁ ପ୍ରଥମ ରାଉଣ୍ଡରେ ଚେକ୍‌ ରିପବ୍ଲିକର ଜିରି ଭେସଲିଙ୍କଠାରୁ ହାରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri