ଆମେରିକାର ଚିନ୍ତା ବଢ଼ାଉଛି ତୁର୍କୀ, ନାଟୋ ସଦସ୍ୟ ହୋଇ ରୁଷିଆକୁ କରୁଛି ସହାୟତା…

ଓ୍ବାଶିଂଟନ, ୫।୯ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ଧରୁନି। ଏହା ଯୋଗୁ ୟୁରୋପରେ ମଧ୍ୟ ସଙ୍କଟ ସୃଷ୍ଟି ହୋଇଛି। ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ବିରୁଦ୍ଧରେ ରୁଷିଆ ୟୁରୋପକୁ ତୈଳ ଓ ଗ୍ୟାସ ଯୋଗାଣକୁ ମଧ୍ୟ ବନ୍ଦ କରି ଦେଇଛି।

ଏପରିସ୍ଥଳେ ତୁର୍କୀ ଏବଂ ରୁଷିଆ ମଧ୍ୟରେ ସହଯୋଗ ଗତ ୬ ମାସ ମଧ୍ୟରେ ମଜବୁତ ହୋଇଛି। କେବଳ ଏତିକି ନୁହେଁ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତୁର୍କୀ ସଚ୍ଚୋଟ ଏବଂ ନିରପେକ୍ଷ ମଧ୍ୟସ୍ଥି ଭାବରେ ଉଭା ହୋଇଛି। ଯେତେବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱ ସ୍ତରୀୟ ଖାଦ୍ୟ ସଙ୍କଟ ଗୁରୁତର ହେଲା, ତୁର୍କୀ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଥିଲା। ପାଶ୍ଚାତ୍ୟ ଦେଶମାନେ ଏହା ମଧ୍ୟ ଦେଖିଥିଲେ ଯେ ଯୁଦ୍ଧ ମଧ୍ୟରେ ତୁର୍କୀ ଏହାର ବନ୍ଦର ମାଧ୍ୟମରେ ରୁଷିଆର ମଧ୍ୟସ୍ଥତା କରି ୟୁକ୍ରେନର ଶସ୍ୟ ଭଣ୍ଡାରକୁ ବିଶ୍ୱବାସୀଙ୍କ ପାଇଁ ଖୋଲିଥିଲା।

ତୁର୍କୀର ଏହି ମନୋଭାବ ହଠାତ ସୃଷ୍ଟି ହୋଇନାହିଁ। ଜାତିସଂଘର ପ୍ରତିବନ୍ଧକ ଅନୁଯାୟୀ କାର୍ଯ୍ୟ କରିବାରେ ତୁର୍କୀର ଏକ ସ୍ବତନ୍ତ୍ର ଏବଂ ଦୀର୍ଘ ଅଭିଜ୍ଞତା ଅଛି। ଦେଶର ଅର୍ଥନୀତିର ବିକାଶ ପାଇଁ ୟୁକ୍ରେନ-ରୁଷ ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିର ସୁଯୋଗ ନେବାକୁ ତୁର୍କୀ ଯୋଜନା କରିଛି। ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପି ଏର୍ଡୋଗାନ୍‌ ବାରମ୍ବାର କହିଛନ୍ତି ଯେ ସେ ରୁଷିଆ ଉପରେ ଲଗାଯାଇଥିବା ପାଶ୍ଚାତ୍ୟ ପ୍ରତିବନ୍ଧକକୁ କାର୍ଯ୍ୟକାରୀ କରିବେ ନାହିଁ। ତୁର୍କୀ ଏକ ନାଟୋ ସଦସ୍ୟ ଦେଶ। ଏହା ସତ୍ତ୍ୱେ ତୁର୍କୀ ରୁଷିଆ ପାଇଁ ନିଜର ଆକାଶ ମାର୍ଗ ସୀମାକୁ ବନ୍ଦ କରିନାହିଁ। ଏହାବ୍ୟତୀତ ଏହା ରୁଷୀୟମାନଙ୍କୁ ତୁର୍କୀ ବ୍ୟାଙ୍କଗୁଡ଼ିକରେ ଆକାଉଣ୍ଟ ଖୋଲିବାକୁ ଅନୁମତି ଦେଇଛି।

ନିକଟ ଅତୀତରେ ରୁଷିଆ ସହିତ ତୁର୍କୀର ବଢୁଥିବା ଘନିଷ୍ଠତା ଆମେରିକାର ଚିନ୍ତାକୁ ବୃଦ୍ଧି କରିଛି। ବାସ୍ତବରେ ତୁର୍କୀ ହେଉଛି ଆମେରିକାର ନାଟୋ ସହଯୋଗୀ। ଏହା ସତ୍ତ୍ୱେ ରୁଷିଆ ଉପରେ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ତୁର୍କୀ ବାଣିଜି୍ୟକ ସମ୍ପର୍କକୁ କ୍ରମାଗତ ଭାବରେ ବୃଦ୍ଧି କରିଛି। ଏଥିସହ ମସ୍କୋ ତୁର୍କୀର ପ୍ରଥମ ଆଣବିକ କାରଖାନାକୁ ୨୦ ବିଲିୟନ ଡଲାରର ଅର୍ଥ ପ୍ରଦାନ କରୁଛି।


ତଥ୍ୟ ଦର୍ଶାଉଛି ଯେ ରୁଷିଆରୁ ତୁର୍କୀର ରପ୍ତାନି ପୂର୍ବ ଦିନ ତୁଳନାରେ ୬୦ପ୍ରତିଶତ ବୃଦ୍ଧି ହୋଇଛି। ଅପରପକ୍ଷରେ ବହୁ ଦେଶ ରୁଷିଆକୁ ରପ୍ତାନି ହ୍ରାସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିରୋଧରେ ବିଷ ଓଗାଳିଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୨।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇନା, ରୁଷିଆ ଏବଂ ଭାରତ ବିରୁଦ୍ଧରେ ବିବାଦୀୟ ବୟାନ ଦେଇଛନ୍ତି, ଯେଉଁ କାରଣରୁ ସେ ବର୍ତ୍ତମାନ ଟାର୍ଗେଟର ଶିକାର...

ରାହୁଲଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ, ଶେୟାର କଲେ ଏଭଳି ଭିଡିଓ

ନୂଆଦିଲ୍ଲୀ,୨।୫: ଦେଶରେ ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ରାଜନୈତିକ ଉଷ୍ମତା ମଧ୍ୟରେ ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ପ୍ରଶଂସା...

ଇସ୍ରାଏଲ୍‌କୁ ଝଟ୍‌କା ଦେଲା ଭାରତ: ପାଲେଷ୍ଟାଇନ୍‌କୁ ଖୋଲାଖୋଲି ସମର୍ଥନ

ନ୍ୟୁୟର୍କ,୨।୫: ଇସ୍ରାଏଲ ଏବଂ ପାଲେଷ୍ଟାଇନକୁ ନେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛି ଭାରତ। ଇସ୍ରାଏଲ ପାଇଁ ଏକ ଝଟକା ବୋଲି ଦେଖାଯାଉଛି। ମିଳିତ ଜାତିସଂଘରେ ଇସ୍ରାଏଲ...

ବଞ୍ଚିଛନ୍ତି ଗୋଲଡି ବ୍ରାର, ଆମେରିକା ପୋଲିସ କହିଛି ମିଡିଆରେ ଦିଆଯାଇଥିବା ଖବର ମିଥ୍ୟା

ଚଣ୍ଡିଗଡ଼/ଓ୍ବାଶିଂଟନ, ୨।୫: ପଞ୍ଜାବର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର ଜୀବନ୍ତ। ତାଙ୍କ ମୃତ୍ୟୁ ଖବର ବୁଧବାର ଗଣମାଧ୍ୟମରେ ଆସିଛି। ପରବର୍ତ୍ତୀ ସମୟରେ, କାଲିଫର୍ନିଆର ଫ୍ରେସ୍ନୋ ପୋଲିସ ବିଭାଗ...

ମ୍ୟାନମାରରେ ଫସିଛନ୍ତି ୧୫୦୦ରୁ ଅଧିକ ହିନ୍ଦୁ, ଖାଦ୍ୟ ପାଇଁ ଡହଳ ବିକଳ

ରଖାଇନ,୨।୫: ମ୍ୟାନମାରର ରଖାଇନ ପ୍ରଦେଶର ବୁଟିଡାଙ୍ଗ ସହରରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ସେନା ଏବଂ ବିଦ୍ରୋହୀମାନଙ୍କ ମଧ୍ୟରେ ଲଢେଇ ହେତୁ ହିନ୍ଦୁ ତଥା...

ୟୁକ୍ରେନ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରୁଛି ରୁଷିଆ: ଆମେରିକା ବିଦେଶ ବିଭାଗର ଅଭିଯୋଗ

ଓ୍ବାଶିଂଟନ,୨।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବୁଧବାର ଆମେରିକା ରୁଷିକୁ ୟୁକ୍ରେନ ବିରୋଧରେ ଆନ୍ତର୍ଜାତୀୟ ରାସାୟନିକ ଅସ୍ତ୍ର ପ୍ରତିବନ୍ଧକ...

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri