ମହିଳାଙ୍କ ବିରୋଧରେ ଲାଗୁ ହୋଇଥିବା କଟକଣା ଶୀଘ୍ର ଫେରାଇ ନେବାକୁ ତାଲିବାନକୁ ଆମେରିକାର ଚେତାବନୀ…

ଓ୍ବାଶିଂଟନ,୨୯।୧୨ : ମହିଳାଙ୍କ ବିରୋଧରେ ଲାଗୁ ହୋଇଥିବା କଟକଣା ଶୀଘ୍ର ଫେରାଇ ନେବାକୁ ତାଲିବାନକୁ ଆମେରିକା ଚେତାବନୀ ଦେଇଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ତାଲିବାନ ସରକାରଙ୍କ ଆଫଗାନିସ୍ତାନରେ ଏନଜିଓରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ନିଷିଦ୍ଧ କରିବାକୁ ଦେଇଥିବା ଆଦେଶକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟ ଏନଜିଓର ମହିଳା କର୍ମଚାରୀଙ୍କୁ କର୍ମକ୍ଷେତ୍ରରୁ ନିଷିଦ୍ଧ କରୁଥିବା ବିପଜ୍ଜନକ ଆଦେଶ ପ୍ରତ୍ୟାହାର କରିବାକୁ ଆମେ ତାଲିବାନକୁ ଆହ୍ବାନ କରୁଛୁ। ଲକ୍ଷ ଲକ୍ଷ ଆଫଗାନିସ୍ତାନ ସେମାନଙ୍କ ବଞ୍ଚିବା ପାଇଁ ମାନବିକ ସହାୟତା ଉପରେ ନିର୍ଭର କରନ୍ତି। ଏନଜିଓଗୁଡିକ ଅତି ଅସୁରକ୍ଷିତ ଲୋକଙ୍କ ନିକଟରେ ପହଞ୍ଚିବା ଜରୁରୀ ।

ଇସଲାମିକ କୋଅପରେଶନ ଅର୍ଗାନାଇଜେଶନ (ଓଆଇସି) ମହିଳାଙ୍କୁ ସ୍ଥାନୀୟ ତଥା ବିଦେଶୀ ଅଣ-ସରକାରୀ ସଂଗଠନ (ଏନଜିଓ) ରେ କାର୍ଯ୍ୟ କରିବାକୁ ବାରଣ କରିବା ତାଲିବାନ ପ୍ରଶାସନର ନିଷ୍ପତ୍ତିକୁ ଆତ୍ମଘାତୀ ବୋଲି କହିଛି।
ଓଆଇସି ଦ୍ୱାରା ପୋଷ୍ଟ କରାଯାଇଥିବା ଟୁଇଟ ଅନୁଯାୟୀ, ଜାତୀୟ ତଥା ଅନ୍ତର୍ଜାତୀୟ ଏନଜିଓରେ କାର୍ଯ୍ୟ କରୁଥିବା ମହିଳାଙ୍କ ଉପରେ ହୋଇଥିବା ନିଷେଧାଦେଶ ଆଫଗାନିସ୍ତାନର ଲୋକଙ୍କ ସ୍ବାର୍ଥ ପାଇଁ କ୍ଷତିକାରକ ବୋଲି କୁହାଯାଇଛି।

ଏହାପୂର୍ବରୁ କତାର ମଧ୍ୟ ମହିଳା କର୍ମଚାରୀଙ୍କୁ ଏନଜିଓ ସହ କାମ କରିବାକୁ ବାରଣ କରିବାକୁ ତାଲିବାନର ନିଷ୍ପତ୍ତି ନେଇ ଗଭୀର ଚିନ୍ତା ପ୍ରକଟ କରିଛି। କତାରର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ ତାଲିବାନକୁ ଅନୁରୋଧ ଯେ ମହିଳାମାନଙ୍କୁ ସେମାନଙ୍କ ପାଇଁ ଉପଲବ୍ଧ ଚାକିରିରେ ଏନଜିଓରେ କାମ କରିବାକୁ ଅନୁମତି ଦେବା ପାଇଁ ଏହାର ନିଷ୍ପତ୍ତିର ସମୀକ୍ଷା କରୁ।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

ଚାକିରି ଜୀବନରେ ସାଉଁଟିଥିବା ସ୍ମୃତିକୁ ମନେ ପକାଇ ଗୋପାଳଗୃଷ୍ଣ କହିଲେ ଅବସର ପରେ…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ର ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମବାୟ…

ହର୍ମୁଜରେ ଭାରତୀୟ ଜହାଜ ଉପରେ ଗୁଳିମାଡ଼ କଲା ଇରାନ! ସମୁଦ୍ର ମଝିରେ ମୁହାଁମୁହିଁ ହୋଇଗଲେ…

ନୂଆଦିଲ୍ଲୀ,୧୮।୪: ବିଶ୍ୱ ଶକ୍ତି ଯୋଗାଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧମନୀ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଇରାନୀ…

ଭାରତ ଆଡେ ମୁହାଁଉଥିବା ତେଲ ଟ୍ୟାଙ୍କର ହର୍ମୁଜରେ ନେଲା ୟୁ ଟର୍ନ, ହଠାତ୍‌ ମଝି ସମୁଦ୍ରରେ ଘେରିଗଲେ…

ନୂଆଦିଲ୍ଲୀ,୧୮।୪: ଇରାନର ଦାବି ସତ୍ତ୍ୱେ ଯେ ସେ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଖୋଲି ଦେଇଛି, ପରିସ୍ଥିତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୱାଭାବିକ ହୋଇନାହିଁ। ବ୍ଲୁମବର୍ଗର ଏକ ରିପୋର୍ଟ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବାବେଳେ ୨ ଜଣଙ୍କୁ ଆକ୍ରମଣ କଲା ବାର୍‌ହା

ଦେବଗଡ଼,୧୮ା୪(ଶଶାଙ୍କ ଶେଖର ଝାଙ୍କର): ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ରିଆମାଳ ବ୍ଲକ ଜୟନ୍ତପାଲି ଗ୍ରାମର ଟୁନି ଭୋଇ ଓ ମଦନ ମୋହନ…

୨ ଯୁବତୀଙ୍କ ସହ ବାଇକ୍‌ରେ ଯାଉଥିଲେ ଯୁବକ, ସାମ୍ନାପଟୁ ଧକ୍କାଦେଲା ହାଇଓ୍ବା, ଆଉ ତା’ ପରେ…

ଥୁଆମୂଳ ରାମପୁର,୧୮ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଶ୍ରୀମସ୍କା ଛକଠାରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଗ୍ରାମ ଭିତରୁ ମୁଖ୍ୟ…

ଏହା କେଉଁ ସଙ୍କେତ? ଏପ୍ରିଲରେ ପଡୁଛି ବରଫ, ପର୍ଯ୍ୟଟକ ଖୁସିରେ ବିଭୋର

ଜମ୍ମୁ,୧୮।୪: ଏପ୍ରିଲ ମାସରେ ଜମ୍ମୁ କଶ୍ମୀରରେ ପୁଣି ଥରେ ଶୀତ ଭଳି ପାଗ ଫେରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ କଶ୍ମୀରର ଉତ୍ତର, ଦକ୍ଷିଣ ଏବଂ…

ଇରାନ-ଚାଇନା ହେଲେ ନିକଟତର, ବଢିଲାଣି ଆମେରିକାର ଟେନସନ!

ତେହରାନ,୧୮।୪: ଇରାନ ଏବଂ ଚାଇନା ମଧ୍ୟରେ ବଢୁଥିବା ଘନିଷ୍ଠତା ଆମେରିକାର ଚିନ୍ତାକୁ ବୃଦ୍ଧି କରିଛି। ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧି ଧରି, ଇରାନ ଚାଇନାର ବୈଷୟିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri