ଚାଇନାରୁ ଇଟାଲୀ ଯାଉଥିବା ଅଧା ଯାତ୍ରୀ କରୋନା ପଜିଟିଭ୍‌…

ବେଜିଂ,୨୯।୧୨ : ଚାଇନାରୁ ଇଟାଲୀ ଯାଉଥିବା ବିମାନର ଅଧା ଯାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଏହି କାରଣରୁ ଚାଇନାଠାରୁ ଅନ୍ୟ ଦେଶକୁ କରୋନା ବିସ୍ତାର ହେବାର ଆଶଙ୍କା ଆହୁରି ବଢ଼ିବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ଭାରତ ଏବଂ ଆମେରିକା ସମେତ ସାତୋଟି ଦେଶ ଚାଇନାରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନରେ ଯାତ୍ରା କରିବାକୁ ଯିବା ପୂର୍ବରୁ କରୋନା ନେଗେଟିଭ୍‌ ରିପୋର୍ଟ ଉପସ୍ଥାପନ କରିବା ବାଧ୍ୟତାମୂଳକ କରିଛନ୍ତି।

ଅନ୍ୟପକ୍ଷରେ, ଦେଶରେ ବହୁ ସଂଖ୍ୟକ କରୋନା ରୋଗୀଙ୍କ ଉପସ୍ଥିତି ସତ୍ତ୍ୱେ ଚାଇନା କଟକଣାକୁ କଠୋର ନକରି କୋହଳ କରିବାରେ ଲାଗିଛି। ନୂଆ ବର୍ଷରେ କୋଭିଡ ବିପଦ ସ୍ତରକୁ ’ଏ’ ରୁ ’ବି’ କୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହି କାରଣରୁ, କରୋନା ରୋଗୀଙ୍କୁ କ୍ୱାରେଣ୍ଟାଇନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଚାଇନା ପ୍ରଶାସନ କହିଛି।

ଆସନ୍ତା ମାସରୁ ଚାଇନାର ନୂଆ ବର୍ଷ ଛୁଟିରେ ବିଦେଶ ଭ୍ରମଣ କରିବାକୁ ଚାହୁଁଥିବା ଲୋକଙ୍କୁ ଲକ୍ଷ ଲକ୍ଷ ସାଧାରଣ ପାସପୋର୍ଟ ଏବଂ ଭିଜା ପ୍ରଦାନ କରିବ ବୋଲି ଚାଇନା ଘୋଷଣା କରିଛି। ଏହା ସମଗ୍ର ବିଶ୍ୱରେ କୋଭିଡର ଏକ ନୂତନ ସଂକ୍ରମଣ ହେବାର ଆଶଙ୍କାକୁ ବଢ଼ାଇ ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ପିଲାଙ୍କୁ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି: ଘରୁ ବାହାରିବାବେଳେ…

ବାରିପଦା,୨୦।୬: ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଏହି ଅବସରରେ ସେ ନିଜ ଜନ୍ମମାଟି ମୟୁରଭଞ୍ଜରେ ଅଛନ୍ତି। ସକାଳୁ ସକାଳୁ ଘରୁ ବାହାରିବାବେଳେ ପିଲାମାନେ ତାଙ୍କୁ…

ପାଷ୍ଟିକୁଡି ଜମି ଉଚ୍ଛେଦ: ପ୍ରଶାସନ-ସ୍ଥାୟୀ ବାସିନ୍ଦା ମୁହାଁମୁହିଁ, ବିଧାୟକ କହିଲେ…

କେସିଙ୍ଗା,୨୦।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ଦେଇ ଜାତୀୟ ରାଜପଥ-୨୬ ଭବାନୀପାଟଣା ଅଭିମୁଖେ ଯାଇଛି। ଏହି ପାଷ୍ଟିକୁଡ଼ି ଗ୍ରାମର ଚାରିଛକ ଠାରେ…

ବହୁଚର୍ଚ୍ଚିତ ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡ: ୨ ଅଭିଯୁକ୍ତଙ୍କୁ ଏନକାଉଣ୍ଟର

ରାଉରକେଲା,୨୦।୬(ସଙ୍ଗୀତା ଜେନା): ରାଉରକେଲାର ବହୁଚର୍ଚ୍ଚିତ ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଶନିବାର ଭୋର ସମୟରେ ଝିରପାଣି ଥାନା ଅଞ୍ଚଳରେ ପୋଲିସ ଓ…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା: ବଢ଼ିଲା ଜନ ଅସନ୍ତୋଷ

ବରଗଡ଼,୨୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ। ଆସନ୍ତା ଅଗଷ୍ଟ ୧୯ରୁ ଏହାକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରି…

ଝାନ୍‌ସୀଙ୍କ କମାଲ: ଜିଲା ପାଇଁ ଆଣିଲେ ଗୌରବ

ଭବାନୀପାଟଣା,୨୦ା୬ (ଉତ୍ତମ କୁମାର ଦାଶ):ନୂଆଦିଲ୍ଲୀସ୍ଥିତ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଗତ ୧୫ରୁ ୧୭ ତାରିଖ ଯାଏ ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲାମେଣ୍ଟ ୨୦୨୬…

୧୨ରେ ବଦଳି, ୧୮ରେ ବାତିଲ: କଳାହାଣ୍ଡି ଶିକ୍ଷା ବିଭାଗରେ ବଦଳି ନାଟକ

ଭବାନୀପାଟଣା,୨୦ା୬(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ ସରକାରୀ ନିୟମ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠିକୁ ବେଖାତିର କରି ମନମୁଖୀ କାର୍ଯ୍ୟ ଚାଲିଥିବା ଭଳି ଘଟଣା…

ଅଜଣା ରୋଗରେ ପୀଡିତ ଜୟଲାଲ, ସରକାରୀ ସହାୟତା ପାଇଁ ନିବେଦନ

ନୂଆପଡ଼ା,୨୦ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ପଞ୍ଚାୟତ ଧରମପୁର ଗଁାର ଜୟଲାଲ ଖର୍ସେଲ (୩୨) ଏକ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଅଛନ୍ତି।…

ବୈଜ୍ଞାନିକଙ୍କ ଚେତାବନୀ: ଓଡ଼ିଶାରୁ ଲୋପ ପାଇଯାଇପାରନ୍ତି ‘ନୀଳରକ୍ତ କଙ୍କଡ଼ା’

କେନ୍ଦ୍ରାପଡ଼ା,୨୦ା୬ (ପି.ଟି.)ଓଡ଼ିଶା ଉପକୂଳରୁ ଆଗାମୀ ୮ ରୁ ୧୦ ବର୍ଷ ମଧ୍ୟରେ ବିରଳ‘ଘୋଡ଼ା ନାଲ କଙ୍କଡ଼ା’ ବା ‘ନୀଳରକ୍ତ କଙ୍କଡ଼ା’ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri