ହୋଟେଲରେ ଅଗ୍ନିକାଣ୍ଡ: ୧୦ ଜୀବନ୍ତ ଦଗ୍ଧ, ୫୦ରୁ ଅଧିକ ଫସି ରହିଛନ୍ତି…

ଫେନମ ପେନହ,୨୯।୧୨ : କାମ୍ବୋଡିଆର ପୋଇପେଟର ଏକ ହୋଟେଲରେ ଘଟିଥିବାଅଗ୍ନିକାଣ୍ଡରେ ୧୦ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏଥିସହ ଆହତ ଅବସ୍ଥାରେ ୩୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ ଚିକିତ୍ସା ପାଇଁ ହସସ୍ପିଟାଲରେ ଭର୍ତ୍ତି କରାଯାଇଛି। ୫୦ରୁ ଅଧିକ ଲୋକ ହୋଟେଲରେ ଫସି ରହିଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

ପୋଇପେଟର ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲରେ ଏହି ଘଟଣା ଘଟିଛି। ଏଠାରେ ପୁରା ହୋଟେଲ ଗତ କିଛି ଘଣ୍ଟା ଧରି ନିଆଁରେ ଜଳୁଛି। ବହୁ ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ଝରକାରୁ ଡେଇଁପଡିଥିବାର ମଧ୍ୟ ଦେଖାଯାଇଥିଲା। ଏହାର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ହୋଟେଲ ବିଲ୍ଡିଂରେ ବ୍ୟାପକ କ୍ଷୟକ୍ଷତି ହୋଇଛି ଏବଂ ଅଗ୍ନିକାଣ୍ଡ ପରେ ଏକ ବଡ଼ ଅଂଶ ଭୁଶୁଡି ପଡିଛି। ଅଗ୍ନିଶମ କର୍ମଚାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୭୦ ପ୍ରତିଶତ ଅଂଶରେ ନିଆଁଙ୍କୁ ଆୟତ୍ତ କରାଯାଇଛି। ତଥାପି, ଏହାକୁ ସମ୍ପୂର୍ଣ୍ଣଭାବେ ଲିଭାଇବାକୁ ଉଦ୍ୟମ ଜାରି ରହିଛି। ହୋଟେଲରେ ଫସି ରହିଥିବା ୫୩ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ତଥାପି, ୫୦ ରୁ ଅଧିକ ଲୋକ ଭିତରେ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ସହାୟତା ମଧ୍ୟ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ରୋଗରେ ପୀଡିତ ଜୟଲାଲ, ସରକାରୀ ସହାୟତା ପାଇଁ ନିବେଦନ

ନୂଆପଡ଼ା,୨୦ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ପଞ୍ଚାୟତ ଧରମପୁର ଗଁାର ଜୟଲାଲ ଖର୍ସେଲ (୩୨) ଏକ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଅଛନ୍ତି।…

ବୈଜ୍ଞାନିକଙ୍କ ଚେତାବନୀ: ଓଡ଼ିଶାରୁ ଲୋପ ପାଇଯାଇପାରନ୍ତି ‘ନୀଳରକ୍ତ କଙ୍କଡ଼ା’

କେନ୍ଦ୍ରାପଡ଼ା,୨୦ା୬ (ପି.ଟି.)ଓଡ଼ିଶା ଉପକୂଳରୁ ଆଗାମୀ ୮ ରୁ ୧୦ ବର୍ଷ ମଧ୍ୟରେ ବିରଳ‘ଘୋଡ଼ା ନାଲ କଙ୍କଡ଼ା’ ବା ‘ନୀଳରକ୍ତ କଙ୍କଡ଼ା’ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇପାରନ୍ତି ବୋଲି…

ଗାଁ ଭିତରେ ପଶିଲା ଦନ୍ତା ହାତୀ: ଗ୍ରାମବାସୀ ଆତଙ୍କିତ

ଦେବଗଡ,୨୦।୬(ଶଶାଙ୍କ ଶେଖର ଝାଙ୍କର):ଗାଁ ଭିତରେ ପଶିଲା ଦନ୍ତା ହାତୀ। ଗ୍ରାମବାସୀ ଆତଙ୍କିତ। ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ ନୁଆଁଡିହ ପଞ୍ଚାୟତର ମହାସିନ୍ଧୁ ଗ୍ରାମରେ ଏକ ଦନ୍ତା ହାତୀ…

ଜନ୍ମମାଟିରେ ଜନ୍ମଦିନ ପାଳିବେ ରାଷ୍ଟ୍ରପତି, ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୨୦।୬: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଜନ୍ମମାଟିରେ ଜନ୍ମଦିନ ପାଳନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତି ୨ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ଶୁକ୍ରବାର…

ଯୁବକଙ୍କୁ ଛୁରି ଭୁସି ହତ୍ୟା ଘଟଣା: ତଦନ୍ତ ଆରମ୍ଭ

ଦେବଗଡ,୨୦।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଗୁଣ୍ଡୁରିପୋଷି କଲୋନୀ ସାହିରେ ଛୁରି ଭୁସି ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ…

ରାଇରଙ୍ଗପୁରରେ ରାଷ୍ଟ୍ରପତି : ଆଜି ଆସିବେ ପ୍ରଧାନମନ୍ତ୍ରୀ

ବାରିପଦା/ରାଇରଙ୍ଗପୁର,୨୦ା୬ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ମାନସ ମହାନ୍ତି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ଶୁକ୍ରବାର ଅପରାହ୍ନ ୫ଟାରେ ରାଇରଙ୍ଗପୁରରେ ପହଞ୍ଚତ୍ଛନ୍ତି। ପ୍ରତିକୂଳ…

କୁଚେଇଯୋର ନିକଟରେ ଓଲଟିଲା ଫ୍ଲାଏ ଆସ୍ ବୋଝେଇ ହାଇୱା: କ୍ୟାବିନ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ, ଯାତାୟାତ ଠପ୍

ଲାଞ୍ଜିଗଡ଼,୧୯।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥର କୁଚେଇଯୋର (ଡେଙ୍ଗେନ୍)…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁରକୁ ଯିବେ ମୋଦି, ଟୁଇଟ୍‌ କରି କହିଲେ…

ଭୁବନେଶ୍ୱର,୧୯।୬: ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଏହି ଆଗାମୀ ଓଡ଼ିଶା ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri