Posted inଖେଳ

ଜାଭୋନାରେଭା-ସିଗ୍‌ମଣ୍ଡ ଚାମ୍ପିୟନ

ନ୍ୟୁୟର୍କ,୧୩।୯(ଏପି): ୟୁଏସ୍‌ ଓପନ୍‌ ମହିଳା ଡବଲ୍ସ ଇଭେଣ୍ଟରେ ଭେରା ଜାଭୋନାରେଭା ଓ ଲଉରା ସିଗ୍‌ମଣ୍ଡ ଟାଇଟଲ ହାସଲ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଅଣସିଡ୍‌ ଏହି ରୁଷିଆ ଓ ଜର୍ମାନୀ ଯୋଡି ୬-୪, ୬-୪ ସେଟ୍‌ରେ ତୃତୀୟ ସିଡ୍‌ ମାନ୍ୟତାପ୍ରାପ୍ତ ଯୋଡି ଆମେରିକାର ନିକୋଲ ମେଲିଚାର ଓ ଚାଇନାର ୟିଫାନ ଜୁଙ୍କୁ ପରାସ୍ତ କରି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ବିଜୟ ସହ ଜାଭୋନାରେଭା ଓ ସିଗ୍‌ମଣ୍ଡ ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ହାସଲ କରିଛନ୍ତି। ଟୁର୍ନାମେଣ୍ଟର ଠିକ୍‌ ପୂର୍ବରୁ ଏହି ବିଜେତା ଯୋଡି ସାଥି ହୋଇ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଆଗାମୀ ଫ୍ରେଞ୍ଚ୍‌ ଓପନ୍‌ରେ ମଧ୍ୟ ଦୁହେଁ ସାଥୀ ହୋଇ ଖେଳିବାକୁ ଯୋଜନା କରିଛନ୍ତି।
ଜାଭୋନାରେଭା ଚଳିତ ସପ୍ତାହରେ ୩୬ ବର୍ଷରେ ପଦାର୍ପଣ କରିବେ। ପୂର୍ବରୁ ସେ ୨୦୦୬ ୟୁଏସ୍‌ ଓପନ୍‌ରେ ନାଥାଲି ଡେଚିଙ୍କ ସହ ଟାଇଟଲ ହାସଲ କରିଥିଲେ। ୨୦୧୦ ସଂସ୍କରଣରେ ସେ ମଧ୍ୟ ସିଙ୍ଗଲ୍ସ ଫାଇନାଲରେ କିମ୍‌ କ୍ଲିଷ୍ଟର୍ସଙ୍କଠାରୁ ପରାସ୍ତ ହୋଇ ରନର୍ସଅପ ହୋଇଥିଲେ। ୨୦୧୨ରେ ମଧ୍ୟ ସେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଡବଲ୍ସ ଟାଇଟଲ ହାସଲ କରିଥିଲେ। ଏହାପରେ ସେ ଆଘାତ ସମସ୍ୟା ଦେଇ ଗତିକରିଥିଲେ। ୨୦୧୬ରେ ଝିଅ ଏବେଲିନାଙ୍କୁ ଜନ୍ମ ଦେବା ପରେ ସେ ଟେନିସ ବେଶି ଖେଳି ନ ଥିଲେ। ଅନ୍ୟପଟେ ଦ୍ୱିତୀୟ ଥର ପାଇଁ ଜୁ ଓ ମେଲିଚାର ୟୁଏସ୍‌ ଓପନ୍‌ରେ ରନର୍ସଅପ୍‌ ବିବେଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିଏ ଏହି ସାରାଂଶ ଜୈନ? ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୨୮।୭: ଶ୍ରୀଲଙ୍କା ବିରୋଧରେ ଆଗାମୀ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri