Advertisement

ଲଦାଖରେ ଚାଇନାର କାର୍ଯ୍ୟକଳାପ ଉପରେ ଆମେରିକା ନଜର…

ଓ୍ବାଶିଂଟନ,୩।୧୧ : କେବଳ ଭାରତ ନୁହେଁ ଆମେରିକା ମଧ୍ୟ ଲଦାଖରେ ଚାଇନାର କାର୍ଯ୍ୟକଳାପ ଉପରେ ତୀକ୍ଷ୍‌ଣ ନଜର ରଖିଛି। ଆମେରିକାର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ  ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରି ଲଦାଖ ସେକ୍ଟରରେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ଉପରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଆମେରିକା ନଜର ରଖିଛି। ରିୟର ଆଡମିରାଲ ମାଇକେଲ ଏଲ ବେକର କହିଛନ୍ତି। ଏହା ନିଶ୍ଚିତ ଭାବରେ ଆମେରିକା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର।

ସେ କହିଛନ୍ତି, ଆମେ ସଜାଗ ରହିଛୁ। ଏଠାରେ କଣ ଘଟୁଛି ନିଶ୍ଚିତ କରିବାକୁ ଏହି କ୍ଷେତ୍ର ଉପରେ ଆମର ମତ ବିନିମୟ ପାଇଁ ଆମେ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ। ମୁଁ ଭାବୁଛି ଏହା ଏକ ସ୍ଥାନ ଯେଉଁଠାରେ ଉଭୟ ଭାରତ ଏବଂ ଆମେରିକା ନଜର ରଖିଛନ୍ତି। ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗରେ ଆମେ ଆଖି ବନ୍ଦ କରିପାରିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସିମ୍ପାଜିର ସାନିଟାଇଜେଶନକୁ ନେଇ ଆସିଲା ଅଭିଯୋଗ!

ବ୍ୟାକଂକ,୧୮।୪: ସାରା ବିଶ୍ୱକୁ କରୋନା ଭାଇରସ ସଂକ୍ରମଣ ହେବା ଫଳରେ ପ୍ରାୟ ସବୁଦିନ କିଛି ନା କିଛି ଦୁଃଖଦ ଖବର ସାମ୍ନାକୁ ଆସୁଛି। ତେବେ କରୋନାଠାରୁ...

ବାପାଙ୍କ ରାସ୍ତାରେ ଯିବେ କି ସାରା

ମାନିଲା, ୨୦ା୯: କାର୍ଯ୍ୟକାଳ ସରିଆସୁଥିଲେ ବି କ୍ଷମତା ଛାଡ଼ିବାକୁ ନାରାଜ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁଟେର୍ଟେ। ଦ୍ୱିତୀୟ ପାଳି ପରେ ଜଣେ ଆଉଥରେ ଦେଶର ଶାସନ...

ମୋଦିଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିବା ଧମକ ଦେଇ ଟ୍ରୋଲ୍‌ ହେଲେ ପାକିସ୍ତାନୀ ଗାୟିକା

ଇସଲାମାବାଦ୍‌,୨୩।୧୦: କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ତେଜନା ଦେଖାଦେଇଛି। ପାକିସ୍ତାନ ଆର୍ମି, ଆଇଏସ୍‌ଆଇ, ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ...

ସନ୍ତୁଳନ ହରାଉଛି ମଙ୍ଗଳ ଗ୍ରହ

ଓ୍ବାଶିଂଟନ,୧୨।୧: ମଙ୍ଗଳ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଧୀରେଧୀରେ ମଙ୍ଗଳ ଗ୍ରହ ନିଜର ସନ୍ତୁଳନ ହରାଇ ବସୁଛି। ନିଜ ଅକ୍ଷ...

ଆମେରିକା ଭାରତକୁ ଫେରାଇଲା ୩୦୭ ପ୍ରାଚୀନ ବସ୍ତୁ

ନ୍ୟୁୟର୍କ,୧୯ା୧୦: ଭାରତରୁ ଚୋରି ହୋଇଥିବା ଐତିହ୍ୟ ବର୍ତ୍ତମାନ ଦେଶକୁ ଫେରି ଆସିଛି। ଲୁଟେରାଙ୍କ ଦ୍ୱାରା ଏହି ଚୋରି ସାମଗ୍ରୀ ଆମେରିକାରେ ପହଞ୍ଚିଥିଲା। ୧୫ ବର୍ଷର ଅନୁସନ୍ଧାନ...

ଚନ୍ଦ୍ର ମୁହାଁ ଚାଙ୍ଗ୍‌ ଇ-୫

ବେଜିଂ,୨୪।୧୧: ଚାଇନାର ମହାକାଶ ଯାନ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ହେନାନ୍‌ ପ୍ରଦେଶର ଓ୍ବେନ୍‌ଚାଙ୍ଗ୍‌ ମହାକାଶ କେନ୍ଦ୍ରରୁ ଚାଙ୍ଗ୍‌ ଇ-୫ ଯାନ ମାର୍ଚ୍ଚ-୫ ରକେଟ...

କୁଳଭୂଷଣଙ୍କ ପାଇଁ ଭାରତ ଖର୍ଚ୍ଚ କଲା ମାତ୍ର ଏକ ଟଙ୍କା, ପାକିସ୍ତାନର ଖର୍ଚ୍ଚ ୨୦ କୋଟି

ହେଗ,୧୮ା୭: ଅନ୍ତର୍ଜାତୀୟ ଅଦାଲତ କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ବଳବତ୍ତର ରଖିଛନ୍ତି। ଏହି ହାଇପ୍ରୋଫାଇଲ ମାମଲା ପାଇଁ ଭାରତ ମାତ୍ର ଏକ...

ଚାଇନାରେ ୫.୨ ତୀବ୍ରତାର ଭୂକମ୍ପ

ବେଜିଂ,୧୩।୧୦: ଚାଇନାର ଗୁଆଂଗ୍ସି ଜୁଆଙ୍ଗ ଅଞ୍ଚଳରେ ଶନିବାର ରାତି ପ୍ରାୟ ୧୧ଟା ସମୟରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା...

Advertisement
Archives

Model This Week